ପାକଶାଳାରୁ Food Blogging - ଦେଶର ଲୋକପ୍ରିୟ food bloggers

ପାକଶାଳାରୁ Food Blogging - ଦେଶର ଲୋକପ୍ରିୟ food bloggers

Monday November 16, 2015,

3 min Read

ଭାରତୀୟ ପରମ୍ପରାରେ ରହିଛି ଅନେକ ପର୍ବପର୍ବାଣି। ଆମେ ପାଳୁଥିବା ଅଧିକାଂଶ ପର୍ବପର୍ବାଣି କେବଳ ନୂଆଁ ଲୁଗାପଟା ବା ଉପହାରକୁ କେନ୍ଦ୍ର କରେନାହିଁ। ବରଂ ଆମ ସଭିଙ୍କୁ ଭଲ ଭଲ ପାଟିସୁଆଦିଆ ବ୍ୟଞ୍ଜନ ଖାଇବାକୁ ଆଉ ଏକ ବାହାନା ଯୋଗାଇଥାଏ। ରୋଷେଇଘରେ ହେଉଥିବା ଟୁଙ୍ଗ ଟାଙ୍ଗ ସହ ଆମ ପାଟିରୁ ଲାଳ ବୋହିବା ଆରମ୍ଭ ହୁଏ। ଖାଦ୍ୟପ୍ରେମୀ ମାନଙ୍କୁ ଆମର ଉପହାର ସ୍ୱରୂପ ଆମେ କେତେକ ଖୁବ ଲୋକପ୍ରିୟ ଫୁଡ ବ୍ଲଗକୁ ଏକାଠି କରି ତାଙ୍କ ବିଷୟରେ ଏଠାରେ ଲେଖୁଛୁ। ଏହାସହ ଆମେ ଫୁଡ ବ୍ଲଗିଂ କ୍ଷେତ୍ରରେ ମହିଳା ମାନଙ୍କର ଥିବା ଅବଦାନକୁ ମଧ୍ୟ ଦର୍ଶାଇବାକୁ ଚାହୁଁଛୁ। ଜେଜେମାଙ୍କ ପାରମ୍ପରିକ ରୋଷେଇଠାରୁ ଆରମ୍ଭ କରି ଯୁବା ବର୍ଗର ରୋଷେଇୟା, ଯେଉଁମାନେ ଖାଦ୍ୟସହ ପରୀକ୍ଷଣ କରି କିଛି ନୂଆ କରିବାକୁ ଚେଷ୍ଟା କରନ୍ତି - ଏହି ମହିଳାମାନେ ରୋଷେଇ ଓ ରୋଷେଇୟାର ପାରମ୍ପରିକ ସଜ୍ଞା ବଦଳେଇଦେଇ ପାରିଛନ୍ତି।

image


ଅର୍ଚ୍ଚନାଙ୍କ ରୋଷେଇ - ଭାରତର ପ୍ରସିଦ୍ଧ ମହିଳା ଫୁଡ ବ୍ଲଗର ମାନଙ୍କ ମଧ୍ୟରୁ ଜଣେ ଯିଏକି ସଫ୍ଟୱେର ଇଂଜିନିଅର୍ ହେବା ସହ ଯୋଗ ପ୍ରଶିକ୍ଷକ ଓ ଗୃହିଣୀ ଓ ଫୁଡ ବ୍ଲଗର। ସେ ତାଙ୍କ ବ୍ଲଗରେ ବିଭିନ୍ନ ପ୍ରକାରର ନିରାମିଷ ବ୍ୟଞ୍ଜନ ତିଆରି କରିବାର ଶୈଳୀ ବର୍ଣ୍ଣନା କରିବା ସହ ଅନେକ ପ୍ରକାରର ଭିଟାମିନ୍ ଓ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ତିଆରି ବିଷୟରେ ଲେଖନ୍ତି। ସେ ବିଭିନ୍ନ ପର୍ବପର୍ବାଣି ଓ ସ୍ଵତନ୍ତ୍ର ଉତ୍ସବ ନିମନ୍ତେ ଅଲଗା ଅଲଗା ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତି ସମ୍ପର୍କରେ ଲେଖନ୍ତି।

Subbu’s kitchen- ପାରମ୍ପରିକ ଦକ୍ଷିଣ ଭାରତୀୟ ରୋଷେଇ ପାଇଁ ପ୍ରସିଦ୍ଧ; ସେ ଏଥିରେ ପାରମ୍ପରିକ ଶୈଳୀରେ ପ୍ରସ୍ତୁତ ହେଉଥିବା ଦକ୍ଷିଣ ଭାରତୀୟ ବ୍ୟଞ୍ଜନ ଯାହା କି ଶହ ଶହ ବର୍ଷ ଧରି ଚଳି ଆସିଛି ସେ ବିଷୟରେ ବିସ୍ତୃତ ବର୍ଣ୍ଣନା ଦିଅନ୍ତି। ସେ ପ୍ରଥମେ ଜଣେ ସାମୟିକ ବ୍ଲଗର ଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ପୂର୍ଣ୍ଣକାଳୀନ ଲେଖକ ହୋଇଗଲେ। ମସଲାକୁ କିପରି ପ୍ରୟୋଗ କରାଯିବ ତଥା କିପରି ସାଧାରଣ ମସଲାରୁ ଏକ ଅସାଧାରଣ ତରକାରୀ ପ୍ରସ୍ତୁତ ହେଇ ପାରିବ ସେ ସମ୍ପର୍କରେ ସେ ତାଙ୍କ ଚେନ୍ନାଇ ସ୍ଥିତ ଘରେ ବସି ପରାମର୍ଶ ଦେଇଥାନ୍ତି।

image


Manjula’s kitchen - ନିଜେ ବଞ୍ଚି ଅନ୍ୟକୁ ବଞ୍ଚିବାକୁ ଦିଅ ଶୈଳୀରେ ରୋଷେଇ କରୁଥିବା ମଞ୍ଜୁଳା ସବୁବେଳେ ରୋଷେଇ କରିବା ବେଳେ ପରିବାର ପ୍ରାକୃତିକ ସ୍ଵାଦକୁ ଅକ୍ଷୁର୍ଣ୍ଣ ରଖିବାକୁ ଚେଷ୍ଟା କରନ୍ତି। ତାଙ୍କ ମତରେ ରୋଷେଇ ହୋଉଛି ପରିବା ଓ ମସଲା ମାନଙ୍କ ମଧ୍ୟରେ ହେଉଥିବା ଏକ ଯୁଗଳବନ୍ଦୀ। ଭିଡିଓ ମାଧ୍ୟମରେ ସେ ଅନେକ ବ୍ୟଞ୍ଜନ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥାନ୍ତି।

Baker in disguise - ଶ୍ରାବଣୀ ଏହି ବ୍ଲଗ ର ଲେଖିକା ଅଟନ୍ତି। ସେ ଏଥିରେ ବିଭିନ୍ନ ପ୍ରକାରର ସୁଆଦିଆ କେକ୍ ତିଆରି କରିବାର ପ୍ରଣାଳୀ ବର୍ଣ୍ଣନା କରିଛନ୍ତି। ତାଙ୍କ ମତରେ ଖାଦ୍ୟ ସାମଗ୍ରୀ ଓ ତାପମାତ୍ରାର ସଠିକ ଉପଯୋଗ ହୋଇପାରିଲେ ଏକ ସୁନ୍ଦର କେକ୍ ତିଆରି ହୋଇପାରିବ। କିନ୍ତୁ ସେହି ସଠିକ ତାଳମେଳ ରଖିବା କରିବା ଏକ କଷ୍ଟକର ବ୍ୟାପାର। ତେଣୁ ସେ ସବୁବେଳେ କହନ୍ତି ଯେ ଖାଦ୍ୟ ସାମଗ୍ରୀ ସହ ବେଶୀ ପରୀକ୍ଷା ନିରୀକ୍ଷା କରିବା ଅନୁଚିତ ଓ ସରଳ ପ୍ରଣାଳୀରେ ରୋଷେଇ କରିବା ଉଚିତ।

image


Sailus’s Food - ଦେଶର ଲୋକପ୍ରିୟ ଫୁଡ୍ ବ୍ଲଗ ମାନଙ୍କ ମଧ୍ୟରେ ଅନ୍ୟତମ। ତାଙ୍କ ୱେବସାଇଟ ଦେଖିବା ମାତ୍ରେ ଆପଣ ଅନୁଭବ କରି ପାରିବେ ଯେ ଆପଣ ଏକ ଭିନ୍ନ ଦୁନିଆକୁ ଆସିଯାଇଛନ୍ତି, ତାଂକ ପୃଷ୍ଠାରେ ସେ ବିଭିନ୍ନ ଭାରତୀୟ ବ୍ୟଞ୍ଜନ ଓ ବିଶେଷ ଭାବେ ଆନ୍ଧ୍ରପ୍ରଦେଶର ବହୁ ପ୍ରକାରର ଖାଦ୍ୟ ପ୍ରସ୍ତୁତି ବିଷୟରେ ଉଲ୍ଲେଖ କରିଛନ୍ତି।

Show me the curry - ଏଥିରେ ହେତଲ୍ ଓ ଅନୁଜା ନାମ ଦୁଇ ମହିଳା ରୋଷେଇ କରିବା ବେଳେ କଣ ସବୁ ସାବଧାନତା ଅବଲମ୍ବନ କରିବାକୁ ହୁଏ ତାହା ବର୍ଣ୍ଣନା କରିଛନ୍ତି। ନିଜ ପିଲା ମାନଙ୍କ ପାଇଁ ରୋଷେଇ କରି କରି ସେମାନେ ଏହି ଅଭିଜ୍ଞତା ହାସଲ କରିଛନ୍ତି। ଭିନ୍ନ ଭିନ୍ନ ପ୍ରକାରର ରୋଷେଇ କରିବା ନିମନ୍ତେ କେଉଁ କେଉଁ ବିଷୟ ଉପରେ ଦୃଷ୍ଟି ଦେବ ଦରକାର ସେମାନେ ବର୍ଣ୍ଣନା କରିଛନ୍ତି। ସେମାନେ ମଧ୍ୟ ଭିଡିଓ ଓ ସିଧା ପ୍ରସାରଣ ଜରିଆରେ ଲୋକମାନଙ୍କ ସହ ସିଧା ସଳଖ କଥାବାର୍ତ୍ତା ହୁଅନ୍ତି ଓ ନିଜର ରୋଷେଇ ଜ୍ଞାନ ସେମାନଙ୍କ ସହ ବାଣ୍ଟନ୍ତି।

My diversity kitchen - ଏହା ଖାଲି ଅପର୍ଣାଙ୍କ ବ୍ଲଗ ନୁହେଁ, ବରଂ ତାଙ୍କ ଜୀବନର କାହାଣୀ। ସେ ପ୍ରଥମେ ଫୋଟୋ ଉଠାଇବା ବହୁତ ପସନ୍ଦ କରୁଥିଲେ। ନିଜ ତିଆରି ରୋଷେଇର ଫଟୋ ଅପଲୋଡ୍ କରୁ କରୁ ତାଙ୍କର ରୋଷେଇ ପ୍ରତି ଆଗ୍ରହ ଉତ୍ପନ୍ନ ହେଲା। ସେ ନିରାମିଷ ପଲକ୍କଡ଼ର ରୋଷେଇ ଉପରେ ବେଶୀ ଧ୍ୟାନ ଦେଇଛନ୍ତି ଯାହା ପ୍ରାୟତ ନଡିଆ,ପରିବା ଓ ଚାଉଳର ବେଶୀ ବ୍ୟବହାର କରିଥାଏ। ଏଥିରେ ସେ କେରଳ ର ବିଭିନ୍ନ ପ୍ରକାରର ରୋଷେଇ ଉପରେ ଲେଖିଛନ୍ତି।

image


Edible Garden - ନାଗ୍ସ କେରଳ, ହାଇଦ୍ରାବାଦ, ସିଙ୍ଗାପୁର ଓ ସିଡନୀ ଭଳି ଜାଗାରେ ରହି ଆସିଛନ୍ତି। ସେ ତାଙ୍କ ବ୍ଲଗରେ ବିଭିନ୍ନ ପ୍ରକାର ଭାରତୀୟ ରୋଷେଇ ଉପରେ ଲେଖନ୍ତି। ସେ ତାଙ୍କର ତାମିଲ ଓ କେରଳି ପୃଷ୍ଠଭୁମିରୁ ଅନେକ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତି ଶୈଳୀ ଲେଖିଛନ୍ତି। ସେ ସର୍ବଦା ବ୍ୟଞ୍ଜନ ପ୍ରସ୍ତୁତିରେ ପରୀକ୍ଷା ନିରୀକ୍ଷା କରନ୍ତି ଓ ଏହା ତାଙ୍କୁ ବେଶ୍ ଆନନ୍ଦ ଦିଏ ବୋଲି ସେ କହନ୍ତି।

Nisha Madhulika ନିଶା ଭାରତରେ ବିଭିନ୍ନ ପ୍ରାନ୍ତରେ ଥିବା ଭିନ୍ନ ଭିନ୍ନ ରକମର ଖାଦ୍ୟ ଉପରେ ଲେଖନ୍ତି। ତାଙ୍କ ଦ୍ଵାରା ପ୍ରସ୍ତୁତ ବ୍ୟଞ୍ଜନ ଗୁଡିକ ବହୁତ ସାଧାରଣ ଓ ଏହା ସବୁ ଜାଗାରେ ମିଳିଥାଏ। ସେ ସର୍ବଦା ସାଧାରଣ ଶୈଳୀରେ ଖାଦ୍ୟ ପ୍ରସ୍ତୁତ କରିବାକୁ ପସନ୍ଦ କରନ୍ତି। ଭିଡିଓ ଟ୍ୟୁଟୋରିଆଲ୍ ମାଧ୍ୟମରେ ସେ ନୁଆ ନୁଆ ବ୍ୟଞ୍ଜନ ପ୍ରସ୍ତୁତି ସମ୍ପର୍କରେ ଶିକ୍ଷାଦାନ କରନ୍ତି।