ବୟସ 100 ପାର, ତଥାପି ଛେଳି ବିକି ପାଇଖାନା ତିଆରି କଲେ ମହିଳା, ଗାଁକୁ କଲେ ମଳତ୍ୟାଗ ମୁକ୍ତ ଅଞ୍ଚଳ

ବୟସ ତାଙ୍କ ଆଗେ ହାର ମାନିଛି । 102 ବୟସରେ ଛେଳି ବିକି ସେ ତିଆରି କରିଛନ୍ତି ପାଇଖାନା । ଗାଁକୁ କରିଛନ୍ତି ମଳତ୍ୟାଗ ମୁକ୍ତ ଅଞ୍ଚଳ ।

ବୟସ 100 ପାର, ତଥାପି ଛେଳି ବିକି ପାଇଖାନା ତିଆରି କଲେ ମହିଳା, ଗାଁକୁ କଲେ ମଳତ୍ୟାଗ ମୁକ୍ତ ଅଞ୍ଚଳ

Saturday January 23, 2016,

2 min Read

ଯେତେବେଳେ ସମାଜର ଉନ୍ନତୀକରଣ ପାଇଁ କିଛି ସୁସ୍ଥ ପରିବର୍ତ୍ତନର ଆବଶ୍ୟକତା ହୋଇଥିବା, ସେତେବେଳେ ଆମ ଦେଶରେ କିଛି ଏଭଳି ନାଗରିକ ଆଗକୁ ଆସନ୍ତି, ଯେଉଁମାନେ ଅନ୍ୟମାନଙ୍କ ପାଇଁ ଆଦର୍ଶ ସାଜନ୍ତି । ଛତିଶଗଡର ଧାମତାରି ଜିଲ୍ଲାର କୋଟାଭାରୀ ଗାଁର ଏମିତି ଜଣେ ମହିଳା ହେଉଛନ୍ତି କୁୱର୍ବାଇ ଯାଦବ । ଆଶ୍ଚର୍ଯ୍ୟର ବିଷୟ ହେଉଛି ଏହା ଯେ, ସେ ୧୦୨ ବର୍ଷ ବୟସରେ ଗାଁରେ ପରିମଳର ସଚେତନନା ସୃଷ୍ଟି କରି ନିଜ ଗାଁକୁ ଖୋଲା-ମଳତ୍ୟାଗ ମୁକ୍ତ ଅଞ୍ଚଳ(ଓଡିଏଫ୍) ଅନ୍ତର୍ଭୁକ୍ତ କରି ପାରିଛନ୍ତି । ବୟସ ବି ତାଙ୍କ ଦୃଢ଼ ଇଚ୍ଛାଶକ୍ତି ଆଗେ ହାର୍ ମାନିଛି ।

image


ଗାଁରେ ହେଉଥିବା ଏକ ସଧାରଣ ସଭା ସମୟରେ କୁୱର୍ବାଇ, ଖୋଲାରେ ମଳତ୍ୟାଗ କରିବା ଦ୍ୱାରା ବ୍ୟାପୁଥିବା ରୋଗ ସମ୍ପର୍କରେ ଜାଣିବାକୁ ପାଇଥିଲେ । ସେବେଠୁ ସେ ପାଇଖାନା ତିଆରି କରିବାକୁ ସ୍ଥିର କରିଥିଲେ । ଏଣୁ ଘରେ ଥିବା ଛେଳିମାନଙ୍କୁ ୨୨,୦୦୦ ଟଙ୍କାରେ ବିକି ସେ ଘରେ ପାଇଖାନା ତିଆରି କରିଥିଲେ । ତାଙ୍କ ନିଶା ଏତିକିରେ ସରି ଯାଇ ନଥିଲେ । ଘର ଘର ବୁଲି ଗାଁ ଲୋକମାନଙ୍କୁ ଖୋଲାରେ ମଳତ୍ୟାଗର କୁପରିଣାମ ବିଷୟରେ ସଚେତନ କରାଇଥିଲେ । ଫଳରେ ତାଙ୍କ କଥା ମାନି ଗାଁର ବାକି ୪୫୦ଟି ପରିବାର ଘରେ ପାଇଖାନା କରିଥିଲେ । ଆଜି ୧୦୨ ବର୍ଷ ବୟସରେ ମଧ୍ୟ ସେ ଅନେକଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ଗତବର୍ଷ ଜୁଲାଇ ମାସରେ ତାଙ୍କ ଗାଁକୁ ଖୋଲା-ମଳତ୍ୟାଗ ମୁକ୍ତ ଅଞ୍ଚଳ(ଓଡିଏଫ୍) ଘୋଷଣା କରାଯାଇଛି ।

image


କୁୱର୍ବାଇଙ୍କ ଏହି ପ୍ରଚେଷ୍ଟାରେ ସ୍ଥାନୀୟ ପ୍ରଶାସନ ତଥା ଜିଲ୍ଲାପାଳ ଭିମ୍ ସିଂହ ସହାୟତା ପ୍ରଦାନ କରିଥିଲେ । ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ ରୋଜଗାର ଯୋଜନା ମାଧ୍ୟମରେ ଗାଁ ଲୋକଙ୍କୁ କାମ ପ୍ରଦାନ କରିବା ସହ ସ୍ୱଚ୍ଛ ଭାରତ ମିଶନ ମାଧ୍ୟମରେ ପ୍ରତି ପାଇଖାନା ପାଇଁ ୧୨,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା । କୁୱର୍ବାଇ ନିଜ ପ୍ରଚେଷ୍ଟା ମାଧ୍ୟମରେ କେବଳ ତାଙ୍କ ଗାଁ ଲୋକଙ୍କୁ ନୁହେଁ ବରଂ ନିକଟରେ ରହୁଥିବା କମାର୍ ଆଦିବାସୀମାନଙ୍କୁ ମଧ୍ୟ ପାଇଖାନାର ବ୍ୟବହାର ବିଷୟରେ ସଚେତନ କରାଇ ପାରିଥିଲେ ।

    Share on
    close