ଫେସବୁକ୍ ସାହାଯ୍ୟରେ ପର୍ସ ଫେରି ପାଇଲେ ମହିଳା

କ୍ରିସମାସ ସପିଂ କରୁଥିବା ବେଳେ ନେଦରଲାଣ୍ଡର ଜଣେ ମହିଳାଙ୍କ ପର୍ସ ଚୋରି ହୋଇଗଲା । ବିନା ପୁଲିସ ସାହାଯ୍ୟରେ ଫେସବୁକ ଦ୍ୱାରା ସେ ଚୋରକୁ ଠାବ କଲେ । ଆଉ ନିଜର ହଜିଥିବା ପର୍ସ ବି ଫେରି ପାଇଲେ।

ଫେସବୁକ୍ ସାହାଯ୍ୟରେ ପର୍ସ ଫେରି ପାଇଲେ ମହିଳା

Tuesday January 05, 2016,

2 min Read

କ୍ରିସମାସ ସପିଂ କରୁଥିବା ବେଳେ ନେଦରଲାଣ୍ଡର ଜଣେ ମହିଳାଙ୍କ ପର୍ସ ଚୋରି ହୋଇଗଲା । ବିନା ପୁଲିସ ସାହାଯ୍ୟରେ ଫେସବୁକ ଦ୍ୱାରା ସେ ଚୋରକୁ ଠାବ କଲେ । ଆଉ ନିଜର ହଜିଥିବା ପର୍ସ ବି ଫେରି ପାଇଲେ ।

ଅବିଶ୍ୱାସ ଲାଗିଲେ ବି ଘଟଣାଟି ସତ । କ୍ରିସମାସ ସପିଂ କରୁଥିବା ବେଳେ ନେଦରଲାଣ୍ଡର ଜଣେ ମହିଳାଙ୍କ ପର୍ସ ଚୋରି ହୋଇଗଲା । ବିନା ପୁଲିସ ସାହାଯ୍ୟରେ ଫେସବୁକ ଦ୍ୱାରା ସେ ଚୋରକୁ ଠାବ କଲେ । ଆଉ ନିଜର ହଜିଥିବା ପର୍ସ ବି ଫେରି ପାଇଲେ ।

ମହିଳା ଜଣକ ନାମ- ହେତି ଅର୍ମର୍ସ । ସେ କ୍ରିସମାସ୍ ପାଇଁ ସପିଂ କରିବାକୁ ମାର୍କେଟ ଯାଇଥିଲେ । ଏଇ ସମୟରେ ଜଣେ କିଏ ତାଙ୍କ ପର୍ସ ଚୋରି କରି ନେଇଗଲା । ପର୍ସରେ ଥିଲା ୩୫୦ ୟୁରୋ । ପାଖାପାଖି ୨୫ ହଜାର ଟଙ୍କା ।

ପୁରା ଘଟଣାଟି ବଜାରରେ ଥିବା ସର୍ଭେଲାନ୍ସ କ୍ୟାମେରାରେ ରେକର୍ଡିଙ୍ଗ ହୋଇଥିଲା ।

ପରେ ଅର୍ମର୍ସ ପୁଲିସ ନିକଟରେ ନିର ଅଭିଯୋଗ ଦାଖଲ କଲେ । ପୁଲିସ ତଦନ୍ତରେ କିଛିଟା ବିଳମ୍ବ ଘଟୁଥିବା ଦେଖି ନିଜେ ଚୋରକୁ ଖୋଜିବାକୁ ଚେଷ୍ଟା କଲେ ।

ସର୍ଭେଲାନ୍ସ କ୍ୟାମେରାରେ ଚୋରର ଚେହେରା ଥିଲା ନିହାତି ସ୍ପଷ୍ଟ ।

ସେଇ ଅନୁସାରେ, ଅର୍ମର୍ସ ପ୍ରଥମେ ଚୋରକୁ ଫେସବୁକରେ ଠାବ କଲେ । ତା ପାଖକୁ ମେସେଜ୍ ପଠାଇଲେ ପର୍ସ ଫେରାଇ ଦେବାକୁ । ମାତ୍ର ଚୋର ପାଖରୁ କୌଣସି ଉତ୍ତର ଆସିଲାନି । ପୁଣି ଥରେ ମେସେଜ୍ ପଠାଇଲେ ବି ସମାନ କଥା ଘଟିଲା ।

image


ତେଣୁ ସେ ସିଧାସଳଖ ଚୋରକୁ ତାର ଫଟୋଟି ପଠାଇଲେ । କହିଲେ- ଖସିବାର ରାସ୍ତା ଆଉ ନାହିଁ ।

ସେପଟେ ଚୋର ଉପରେ ନିଜ ଘର ପକ୍ଷରୁ ଚାପ ବି ପଡ଼ିଲା । ଶେଷକୁ ସେ ସତ ମାନିଗଲା । ଆଉ ପର୍ସ ଫେରାଇ ଦେବ ବୋଲି କହିଲା ।

ସତକୁ ସତ ଚୋର ଆଣି ଅର୍ମର୍ସଙ୍କୁ ତାଙ୍କ ପର୍ସ ଦେଇଗଲା । ଅବଶ୍ୟ ସେଥିରେ ଥିବା ଟଙ୍କା ସେ ଖର୍ଚ୍ଚ କରି ଦେଇଥିଲା । ତେଣୁ ୧୦ଟି ଇନଷ୍ଟାଲମେଂଟରେ ଟଙ୍କା ଫେରାଇବା ପାଇଁ ନିବେଦନ କଲା । ଯାହାକୁ ଅର୍ମର୍ସ ମାନି ବି ଗଲେ ।

ଖରାପ ଆର୍ଥିକ ସ୍ଥିତି କାରଣରୁ ଚୋରଟି ଏପରି କରିଥିବା କହିଲା ।

ଅର୍ମର୍ସଙ୍କ କହିବା ଅନୁସାରେ- ଚୋରଟି କିଛି ବି ଜବରଦସ୍ତି କରି ନଥିଲା । ନିଜ ଅସାବଧାନତା ହେତୁ, ସେ ପର୍ସ ହରାଇଥିଲେ ।

ଫେସବୁକ୍ ଆଜିର ଦୁନିଆରେ ସବୁଠାରୁ ବଡ଼ ନେଟୱର୍କ ଭାବେ କାମ କରୁଛି ।