ଶିକ୍ଷକ ହସିଲେ ପିଲା ହସିବେ ଓ ଦେଶ ହସିବ:ସ୍କୁଲରେ ମହାନ୍ ଗୁରୁମାନଙ୍କୁ ପ୍ରସ୍ତୁତ କରୁଛି iTeach

ଶିକ୍ଷକ ହସିଲେ ପିଲା ହସିବେ ଓ ଦେଶ ହସିବ:ସ୍କୁଲରେ ମହାନ୍ ଗୁରୁମାନଙ୍କୁ ପ୍ରସ୍ତୁତ କରୁଛି iTeach

Monday December 21, 2015,

5 min Read

ସୋହିନୀ ପୁରୋହିତ ୧୯୯୯ରେ ଗ୍ରାଜୁଏସନ୍ ଶେଷ କରିବା ପରେ ଆକାଉଣ୍ଟାଟ୍ ଭାବେ ଚାକିର କରିଥିଲେ। ଏହା ପରେ ବିବାହ ହୋଇଗଲା, ଘର କାମ ବ୍ୟସ୍ତତା ଯୋଗୁ ତାଙ୍କୁ ଚାକିରି ଛାଡି ବାକୁ ପଡିଲା। ଏହା ଭିତରେ ୧୨ ବର୍ଷ ବିତିଗଲା । କିନ୍ତୁ ଏତିକିବେଳେ ପୂର୍ବରୁ ବି.ଏଡ୍ କରିବାକୁ ମନବଳିଲା। ଯାହା ତାଙ୍କର ଏକ ଲକ୍ଷ୍ୟ ଥିଲା। “ ମୋର ପିଲାଦିନରୁ ଶିକ୍ଷୟିତ୍ରୀ ହେବା ପାଇଁ ଇଛା ଥିଲା। କିନ୍ତୁ ପରିବାରର ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ମୁଁ ବି.ଏଡ୍ କରିପାରିଲି ନାହିଁ । ଏ ବିଷୟରେ ମୁଁ ମୋ ସ୍ୱାମୀଙ୍କୁ କହିବା ପରେ ସେ ଏଥିରେ ରାଜି ହୋଇଥିଲେ। ”

image


ସୋହିନୀ ୨୦୧୪ରେ ବି.ଏଡ୍ ପାସ୍ କଲେ। ସେ ବର୍ତ୍ତମାନ iTeach ଫେଲୋ ଭାବେ ପୁନେର ୟେରାୱାଡାଠାରେ ବାବୁ ଜଗଜୀବନ ରାଓ ଇଂରାଜୀ ମାଧ୍ୟମ ସ୍କୁଲରେ ହିନ୍ଦୀ ପଢାଉଛନ୍ତି।

ଶିକ୍ଷା ବ୍ୟବସ୍ଥାର ସବୁଠୁ ଗୁରୁତ୍ୱପୂର୍ଣ ଅଂଶଟି କଣ ବୋଲି ପଚରାଗଲେ ଅଧିକାଂଶ ସ୍ଵାଭାବିକ ଭାବେ ଛାତ୍ରମାନେ ବୋଲି କହିବେ। ଆମେ ଯଦି ଏହି ପ୍ରଶ୍ନକୁ ପୁଣିଥରେ ଭାବିବା, ତେବେ ଠିକ୍ ଉତ୍ତର ହୋଇପାରେ – ଉତ୍ତମ ଛାତ୍ରମାନେ ବୋଲି କହିବେ। ଆମେ ଯଦି ଏହି ପ୍ରଶ୍ନକୁ ପୁଣିଥରେ ଭାବିବା, ତେବେ ଠିକ୍ ଉତ୍ତର ହୋଇପାରେ – ଉତ୍ତମ ଶିକ୍ଷକ। ଜଣେ ପିଲା ତାର ଅଧିକାଂଶ ସମୟ ପିତାମାତାଙ୍କ ଅପେକ୍ଷା ଶିକ୍ଷକମାନଙ୍କ ନିକଟରେ କଟାଇଥାନ୍ତି। ତେଣୁ ଗୋଟିଏ ଉତ୍ତମ ଶିକ୍ଷାର ବୃହତ୍ତ ଅଂଶଟି ଅତି ଉତ୍ତମ ଶିକ୍ଷକ ଅଟନ୍ତି। iTeach ହେଉଛି ଏକ ସାମାଜିକ ସଂସ୍ଥା ଯାହାକି ଶିକ୍ଷା ବ୍ୟବସ୍ଥାରେ ଏମିତି ଶିକ୍ଷକ ଯୋଗାଇଦେଉଛି ଯେଉଁମାନେ ଛାତ୍ରକୁ ପ୍ରେରଣା ଦେଉଥିବେ ଓ ଛାତ୍ରମାନଙ୍କ ପାଇଁ ଆଦର୍ଶ ହୋଇଥିବେ।

ବି.ଏଡ୍ ତାଲିମ କଣ ଯଥେଷ୍ଟ ନୁହେଁ ?

ଜଣେ ଶିକ୍ଷା ତାଲିମ ଡିଗ୍ରୀ ଧାରୀଙ୍କ ପାଇଁ ପୁଣି ଆଉ ଏକ ମୋଡ୍ୟୁଲ୍‌ର ଆବଶ୍ୟକତା କଣ ରହିଛି ? ଏହାର ଉତ୍ତରରେ ସୋହିନୀ କୁହନ୍ତି, ବି.ଏଡ୍ ଶିକ୍ଷାଦାନ ସମୟରେ ଆମ ଦୁଇ ସପ୍ତାହ ପାଇଁ ଗୋଟିଏ ସ୍କୁଲରେ ଶିକ୍ଷକତା ଅଭ୍ୟାସ କରୁଥିଲୁ। ଏହି ଦୁଇ ସପ୍ତାହ ମଧ୍ୟରେ ସବୁ ବୁଝିବା ସମ୍ଭବ ନୁହେଁ । ପାଠଟୀକା ପ୍ରସ୍ତୁତ ଓ ପିଲାମାନଙ୍କ ମନୋଭାବକୁ ଜାଣିହେବ ନାହିଁ । ଛାତ୍ରମାନଙ୍କୁ କିପରି ପରିଚାଳନା କରିବାକୁ ହୁଏ ତାହା ମଧ୍ୟ ଡିଗ୍ରୀ ଶିଖାଇ ନଥାଏ। କିନ୍ତୁ ଏହା iTeach ମୋଡ୍ୟୁଲରେ ଶିକ୍ଷା ଦିଆଯାଇଥାଏ। ସ୍କୁଲରେ ଦୁଷ୍ଟ ହେଉଥିବା ପିଲାମାନେ ହୁଏତ ଘରେ ସ୍ନେହ ଶ୍ରଦ୍ଧା ପାଉନଥିବେ କିମ୍ବା ତାଙ୍କ ପ୍ରତି କାହାର ଦୃଷ୍ଟି ନଥିବା। ଏକଥା ମୁଁ iTeach ରୁ ହିଁ ଶିଖିଛି। iTeachର ମୋଡ୍ୟୁଲ୍‌ ଆମକୁ ଏପରି ଭାବେ ପ୍ରସ୍ତୁତ କରେ ଯାହା ବି.ଏଡ୍ କରିପାରେ ନାହିଁ ।”

ପ୍ରତିଷ୍ଠାତାଙ୍କ କାହାଣୀ

iTeach ହେଉଛି ଭାରତର ପ୍ରଥମ ଇନ୍‌-ସର୍ଭିସ୍ ଫେଲୋସିପ୍‌ । ସ୍କୁଲ ଶିକ୍ଷକମାନଙ୍କ ପାଇଁ ଏହା ଦୁଇ ବର୍ଷିଆ କାର୍ଯ୍ୟକ୍ରମ ଯାହା ସେମାନଙ୍କୁ ବୃତ୍ତିଗତ ବିକାଶ, ସମ୍ମାନ ଓ ସ୍ୱିକୃତୀ ଆଣି ଦେଇଥାଏ । iTeach ସ୍ୱଳ୍ପ ଖର୍ଚ୍ଚ ସ୍କୁଲଗୁଡିକରେ କାମ କରେ । ଯେଉଁଠାରେ ଚାକିରି କାଳୀନ ଟ୍ରେନିଂ ଓ ଅର୍ଥପୂର୍ଣ୍ଣ ପ୍ରୋତ୍ସାହନର ଅଭାବ ରହିଥାଏ ।

ପ୍ରଶାନ୍ତ ମହର୍ଷି

ପ୍ରଶାନ୍ତ ମହର୍ଷି


iTeach ପ୍ରଶାନ୍ତ ମହର୍ଷି ଓ ସୌମ୍ୟ ଜୈନଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଛି । ପ୍ରଶାନ୍ତ ହେଉଛନ୍ତି ଜଣେ MBA ଓ ତାଙ୍କର ଆଇଟି ଓ ବୀମା କ୍ଷେତ୍ରରେ ୧୫ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି । ସୌମ୍ୟା ଜୈନ ପେନ୍ ଷ୍ଟେଟ୍ ୟୁନିଭରସିଟିରୁ M.S.ଡିଗ୍ରୀ କରିଛନ୍ତି । ଆମେରିକାର ଏକ ଇଲୋକ୍ଟ୍ରୋନିକ୍ସ କମ୍ପାନୀରେ ଚାରି ବର୍ଷ କାମ କରିବାର ଅଭିଜ୍ଞତା ରହିଛି । ଏକ ସଫଳ କ୍ୟାରିୟର୍‌ ସତ୍ତ୍ୱେ ପ୍ରଶାନ୍ତ ଅନୁଭବ କଲେ ସତେ ଯେମିତି କିଛି ତ୍ରୁଟି ରହିଯାଉଛି ଓ ଶିକ୍ଷା କ୍ଷେତ୍ରରେ ହିଁ ସେ ନିଜର ଉତ୍ତର ପାଇଲେ । ଗତ ଦୁଇ ବର୍ଷ ହେଲା ସେ ପୁନେର ଟିଚ୍ ଫର୍ ଇଣ୍ଡିଆ(ଟିଏଫ୍ଆଇ)ର ଫେଲୋ ଭାବେ ଚତୁର୍ଥ ଓ ପଞ୍ଚମ ଗ୍ରେଡ୍‌ର ପିଲାମାନଙ୍କୁ ପଢାଇ ଆସୁଛନ୍ତି ।

ଛାତ୍ରଛାତ୍ରୀମାନଙ୍କ ସହ ସୌମ୍ୟ

ସୌମ୍ୟ ଜୈନ

ସୌମ୍ୟ ଜୈନ


ସ୍ୱଦେଶ ଫେରିବାର ଏକ ଅନନ୍ୟ ଇଛା ତାଙ୍କୁ ଏଠାକୁ ଟାଣି ଆଣିଥିଲା । ପ୍ରଶାନ୍ତଙ୍କ ଭଳି ସେ ମଧ୍ୟ ଟିଚ୍‌ ଫର୍ ଇଣ୍ଡିଆର ଫେଲୋ ଭାବେ କାମ କଲେ ଓ ପ୍ରାଇଭେଟ୍ ସ୍କୁଲରେ ଷଷ୍ଠ ଓ ସପ୍ତମ ଗ୍ରେଡ୍‌ର ପିଲାମାନଙ୍କୁ ପଢାଇଲେ। ଦୁଇ ବର୍ଷର ଫେଲୋ ଭାବେ ତାଙ୍କର ଏ କ୍ଷେତ୍ରରେ ଗଭୀର ଅନୁଶୀଳନ ଆସିଯାଇଥିଲା। ସେମାନେ ସରକାରୀ ଓ ପ୍ରାଇଭେଟ୍ ସ୍କୁଲରେ ଶିକ୍ଷକମାନଙ୍କ ଆବଶ୍ୟକତା, ନିଯୁକ୍ତି ଓ ତାଲିମ କଥାକୁ ଭଲ ଭାବେ ଜାଣି ସାରିଥିଲେ।

ମନ ଖୋଜୁଥିଲା ଯାହା

ଟିଏଫ୍ଆଇ ଫେଲୋସିପ୍‌ର ଦ୍ୱିତୀୟ ବର୍ଷରେ ଏକ ବିଷୟ ବସ୍ତୁ ରହିଛି, ଯାହାକୁ କୁହାଯାଏ ବି ଦି ଚେଂଜ୍‌ ପ୍ରୋଜେକ୍ଟ (BTCP) କୁହାଯାଏ। ଯେଉଁଠାରେ ଫେଲୋମାନେ କ୍ଲାସ ରୁମ୍ ବାହାରେ କିଛଇ ସାମାଜିକ ସମସ୍ୟାକୁ ସମାଧାନ କରିବାକୁ ଚେଷ୍ଟା କରିଥାନ୍ତି। ଏହା ମାଧ୍ୟମରେ ସେମାନେ ଫୋଲୋସିପ୍ ପରେ ନିଜର କେଉଁ କ୍ଷେତ୍ରରେ କାମ କରିବେ ତାକୁ ନେଇ ଅଭିଜ୍ଞତା ହାସଲ କରନ୍ତି। ସୌମ୍ୟ କହନ୍ତି, ଏହି ଫୋଲୋସିପ୍ ସମୟରେ ହିଁ ପ୍ରଶାନ୍ତଙ୍କ ସହ ଦେଖା ହୋଇଥିଲା। ଆଉ ଏହି ପ୍ରୋଗ୍ରାମ୍‌ ମାଧ୍ୟମରେ ଆମେ ଆମ ନୂଆ ପ୍ରୋଜେକ୍ଟର ପରିକଳ୍ପନା କରିଥିଲୁ। ଉଭୟ ଖୋଜୁଥିଲେ ସହ-ପ୍ରତିଷ୍ଠାତା ଓ ବ୍ୟବସାୟିକ ସୁଯୋଗ। ଶିକ୍ଷା କ୍ଷେତ୍ରରେ ଥିବା ସମସ୍ୟାକୁ ବୁଝିବା ପରେ ଉଭୟ ଆମେ ଏକାଠି ହୋଇ କାମ କରିଥିଲୁ।

ନିଜ ଅନୁଭବର ପ୍ରୟୋଗ

image


ସେମାନେ ଶିକ୍ଷଣ ବ୍ୟବସ୍ଥାରେ ଶିକ୍ଷକମାନଙ୍କର ଗୁରୁତ୍ୱକୁ ବୁଝିଥିବାରୁ ସେମାନେ ଭଲ ଓ ଖୁସୀ ବାତାବରଣ ସୃଷ୍ଟି କରି ପାରୁଥିବା ଶିକ୍ଷକ ପ୍ରସ୍ତୁତ କରିବାକୁ ଚାହିଁଥିଲେ। ସେମାନେ ନିଜ ଅଭିଜ୍ଞତା ଓ ଅଧ୍ୟୟନରୁ ଜାଣିପାରିଥିଲେ ଯେ ପ୍ରତିବର୍ଷ ଏହି ପ୍ରକ୍ରିୟାରେ ଅନେକ ଶିକ୍ଷକ ଆସୁଛନ୍ତି, କିନ୍ତୁ ଅବ୍ୟବସ୍ଥିତ ପ୍ରକ୍ରିୟା ଫଳରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଖୁବ୍‌ ଶୀଘ୍ର ମହାନ୍‌ ଶିକ୍ଷକ ହେବାର ସଂକଳ୍ପ ଓ ପ୍ରେରଣାକୁ ହରାଉଛନ୍ତି। ପ୍ରାଇଭେଟ୍ ସ୍କୁଲଗୁଡିକରେ ମଧ୍ୟ ନିଯୁକ୍ତି, ତାଲିମ ଓ ଏହାକୁ ଚାଲୁ ରଖିବାର ଶକ୍ତିକୁ ନେଇ ମଧ୍ୟ ସମସ୍ୟା ରହିଥାଏ। ଏଇ ଦୁଇ ଜଣ କହନ୍ତି, “ଆମେ ବିଶ୍ୱାସ କରୁ ଯେ ବୃତ୍ତିଗତ ବିକାଶ ସୁଯୋଗ ଏବଂ ସମ୍ମାନ ଓ ସ୍ଵୀକୃତି ସେମାନଙ୍କ କାମକୁ ତ୍ୱରାନ୍ୱିତ କରିଥାଏ। ଫଳରେ ଭଲ ଶିକ୍ଷାଦାନ ଓ ଶିକ୍ଷାଗ୍ରହଣ ହୋଇପାରିଥାଏ ।”

ଫେଲୋସିପ୍‌ର ପ୍ରକୃତ ରୂପ

ସେମାନେ ସ୍କୁଲରେ ଥିବା ଶିକ୍ଷକମାନଙ୍କ ପାଇଁ ବର୍ଷିକିଆ ତାଲିମ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ ନିର୍ଦ୍ଧିଷ୍ଟ ଅବଧି ମଧ୍ୟରେ ପୁରସ୍କାର ଓ ସ୍ଵୀକୃତି ବ୍ୟବସ୍ଥା କରାଯାଇଛି । ନୂଆ କରି ଶିକ୍ଷାରେ ଡିଗ୍ରୀ କରିଥିବା ଗ୍ରାଜୁଏଟ୍‌ମାନଙ୍କ ଉପରେ iTeach ବିଶେଷ ଧ୍ୟାନ ଦେଇଥାଏ। ଯେଉଁମାନେ iTeachର ଫେଲୋ ଭାବେ କାମ କରନ୍ତି। ଫେଲୋସିପ୍‌ ସମୟରେ iTeachର କୌଣସି ପାର୍ଟନର ସ୍କୁଲରେ ସେମାନେ ପାଠ ପଢାଇଥାନ୍ତି।

Training Session in progress

Training Session in progress


ଏହି ଫୋଲୋସିପ୍‌ରେ ଶିକ୍ଷକମାନଙ୍କୁ ସେମାନଙ୍କ ସ୍କୁଲରେ ପ୍ରତିମାସରେ ହେଉଥିବା ଦୁଇଟି ୱାର୍କସପ୍‌ରେ ଭାଗ ନେବାକୁ ପଡେ। ଏଥିରେ ଗୁରୁତ୍ୱପୂର୍ଣ ଉପାଦାନ ଯଥା ମୌଳିକ ଶିକ୍ଷାଦାନ ନୀତି, ମୂଲ୍ୟବୋଧ ଶିକ୍ଷା, ସଂସ୍କୃତି ଗଠନ ଓ ହାତମୁଠାରେ ଶିକ୍ଷଣ ଆଦି ଥାଏ। ୱାର୍କସପ୍‌ ପରେ ଜଣେ ଶିକ୍ଷକ କୋଚ୍‌ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଶିକ୍ଷକମାନେ ତାଙ୍କ ଶିକ୍ଷଣକୁ ପ୍ରୟୋଗ କରିବା ଆଶା କରାଯାଇଥାଏ।

ପ୍ରଶଂସା ଓ ସ୍ଵୀକୃତିର ଅଂଶ ବିଶେଷ ଭାବେ iTeach “ଷ୍ଟାର କ୍ଲବ” ଲଂଚ୍ କରିଛି। ଏହା ହେଉଛି ଏକ ମାସିକ ପ୍ରତିଯୋଗିତା ଯାହାର ବାର୍ଷିକ ସମ୍ମିଳନୀ ସହ ସଂପୃକ୍ତି ଥାଏ। କାର୍ଯ୍ୟ ଅନୁଯାୟୀ ପ୍ରୋତ୍ସାହନ ରାଶି ପାଇଁ ଯୋଗ୍ୟତା ହାସଲ କରିବା ପାଇଁ ଏହା ଦରକାର ହୁଏ। ଏହା ବ୍ୟତୀତ ବର୍ଷ ମଝିରେ ଶିକ୍ଷକମାନଙ୍କୁ ବିଭିନ୍ନ ବିଷୟରେ ଜଣାଇବା ପାଇଁ ଫିଲ୍ଡ ଟ୍ରିପ୍‌ରେ ନିଆଯାଇଥାଏ। ଭିଲ୍‌ଗ୍ରୋ iTeachରେ ପୁଂଜି ଲଗାଇଛି।

ଯାହା ପ୍ରତିଦ୍ୱନ୍ଦ୍ୱୀ କରୁନାହାନ୍ତି

iTeach on a field trip to a model school

iTeach on a field trip to a model school


ଏହି ଦୁଇଜଣ ଠିକ୍‌ ଭାବେ ପୂର୍ବପ୍ରସ୍ତୁତି କରିଛନ୍ତି ଓ ସେମାନଙ୍କ ପ୍ରତିଯୋଗୀ ଯାହାକୁ ଅଣଦେଖା କରିଛନ୍ତି ତାହାକୁ ପୂରଣ କରିବାକୁ iTeach ଛିଡା ହୋଇଛି। ସେମାନେ କୁହନ୍ତି, ଟିଏଫ୍‌ଆଇ ନିକଟରେ ପ୍ରଶିକ୍ଷିତ ଶିକ୍ଷକ ଅଛନ୍ତି। ତାଙ୍କର ଫୋକସ୍‌ ହେଉଛି ନେତୃତ୍ୱ ବିକାଶ ଉପରେ। ଫେଲୋମାନେ ଏହି ବ୍ୟବସ୍ଥା ଭିତରେ ଦୁଇ ବର୍ଷରୁ ଅଧିକ ରୁହନ୍ତି ନାହିଁ ଓ ସେମାନଙ୍କର ଫୋକସ୍ କ୍ଲାସରୁମ୍‌ ପର୍ଯ୍ୟନ୍ତ ସିମୀତ ଥାଏ। ଅନେକ ଶିକ୍ଷକ ଟ୍ରେନିଂ ସଂସ୍ଥା ବହୁତ ଭଲ କାମ କରୁଛନ୍ତି ଓ ଆମେ ସେମାନଙ୍କ ପାର୍ଟନର୍‌ ହୋଇଛୁ। ସାଧାରଣ ଭାବେ ଶିକ୍ଷକ ପ୍ରଶିକ୍ଷଣ ସବୁ ସ୍କୁଲ ପାଇଁ ଏକ ସେବା ବୋଲି ଆମେ ଦେଖୁଛୁ, କିନ୍ତୁ ପ୍ରକୃତରେ ଶିକ୍ଷକମାନେ ହେଉଛନ୍ତି ଅପରିହାର୍ଯ୍ୟ।

ସେମାନେ ସ୍ୱପ୍ନ ଦେଖୁଛନ୍ତି କିଭଳି iTeachର ପ୍ରୋଗ୍ରାମ୍‌ ଗୁଡିକ ଭାରତରେ ନୂଆ କରି ବି.ଏଡ୍ ପାସ୍ କରୁଥିବା ପ୍ରତ୍ୟେକ ପିଲାମାନଙ୍କର ପାଇଁ ଏକ ଲକ୍ଷ୍ୟ ଭାବେ ଉଭା ହେବ। ସେଥିରୁ ଅସଂଖ୍ୟ ଭଲ ଓ ଆନନ୍ଦମୟ ବାତାବରଣରେ ପାଠ ପଢାଉଥିବା ଶିକ୍ଷକମାନଙ୍କର ସୃଷ୍ଟି ହେବ। ଉଭୟଙ୍କର ଲକ୍ଷ୍ୟ ବହୁତ ବଡ ଅଛି।

୨୦୨୦ ସୁଦ୍ଧା ଆମେ ୧୦ଟି ‘A’ ଟାୟାର ସିଟିରେ ଆମର ଉପସ୍ଥିତି ଜାହିର କରିବାକୁ ଯୋଜନା କରିଛୁ। ପରବର୍ତ୍ତୀ ୩ ବର୍ଷ ମଧ୍ୟରେ ଆମେ ୨୦୦ ଫେଲୋକୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛୁ। ଆମର ମିଶନ୍‌ ହେଉଛି ଭଲ ଶିକ୍ଷକ ଓ ଆନନ୍ଦଦାୟୀ ଶିକ୍ଷକ ଗଢି ତୋଳିବା। ଯାହା ଭଲ, ଖୁସୀମିଜାଜ୍‌ ଓ ସ୍ମାର୍ଟ ପିଲାଙ୍କ ପ୍ରସ୍ତୁତ କରିବାରେ ସହାୟକ ହେବା ଓ ଏହା ଦ୍ୱାରା ଆମେ ନିଜ ଦେଶକୁ ଭଲ ଓ ଖୁସୀର ଦେଶ କରିପାରିବା।

ମୂଳ ଲେଖା - ସ୍ନିଗ୍ଧା ସିହ୍ନା

ଭାଷାନ୍ତର - ଅଖଣ୍ଡ