ନାରାୟଣ ହୃଦୟାଳୟ: ହୃଦୟ ଚିକିତ୍ସାକୁ ସୁଲଭ କରିଛନ୍ତି ଡଃ ଦେବୀ ସେଟ୍ଟୀ

ନାରାୟଣ ହୃଦୟାଳୟ: ହୃଦୟ ଚିକିତ୍ସାକୁ ସୁଲଭ କରିଛନ୍ତି ଡଃ ଦେବୀ ସେଟ୍ଟୀ

Saturday December 26, 2015,

3 min Read

image


ଭାରତ ସମେତ ବିଶ୍ଵର ପ୍ରମୁଖ ବିକାଶଶୀଳ ଦେଶରେ ଏବେ ହୃଦୟରୋଗ ବେଶ ବ୍ୟାପୀ ଚାଲିଛି ଲାଇଫ ଷ୍ଟାଇଲରେ ପରିବର୍ତ୍ତନ। ଶାରୀରୀକ ପରିଶ୍ରମର ଅଭାବ, ଅସ୍ଵାଭାବିକ ଖାଦ୍ୟପେୟ, ଧୂମପାନ ଆଦି କାରଣରୁ ଭାରତରେ ହୃଦୟରୋଗ ତରୁଣ ମାନଙ୍କଠାରେ ମଧ୍ୟ ଦେଖାଗଲାଣି। କିନ୍ତୁ ଏହା ମଧ୍ୟ ଏକ ସତକଥା ଯେ କାଡିର୍ଆକ୍ ସର୍ଜରୀ ଆମ ଦେଶ ସମେତ ବିଶ୍ଵର ପ୍ରାୟ ସବୁ ସ୍ଥାନରେ ବେଶ୍ ବ୍ୟୟବହୁଳ ଅଟେ। ଆମେରିକାରେ ଗୋଟିଏ ଓପନ ହାର୍ଟ ସର୍ଜରୀ ପାଇଁ ପ୍ରାୟ 1 ଲକ୍ଷ ଡଲାର ଖର୍ଚ୍ଚ କରିବାକୁ ପଡେ। ଭାରତ ପରି ଏକ ବିକାଶଶୀଳ ଦେଶରେ କିପରି ଏକ ଗରିବ ଲୋକ ଏହାକୁ ପାଇପାରିବ ? ଗୋଟିଏ ଦୂରଦୁର୍ଗମ ଗାଁରେ ରହୁଥିବା ଲୋକର କଥା କଣ ହେବ ? କିନ୍ତୁ ଆମ ଦେଶରେ ଏପରି କିଛି ଅନୁଷ୍ଠାନ ଅଛନ୍ତି ଯେଉଁମାନେ ସାଧାରଣ ଲୋକଙ୍କୁ ସୁଲଭ ମୂଲ୍ୟରେ ବିଶ୍ଵସ୍ତରୀୟ ହୃଦୟ ଚିକିତ୍ସା ପ୍ରଦାନ କରୁଛନ୍ତି। ଏପରି ଏକ ଅନୁଷ୍ଠାନ ହେଉଛି ନାରାୟଣ ହୃଦୟାଳୟ ବାଙ୍ଗାଲୋରଠାରେ ଅବସ୍ଥିତ ଏହି ଅନୁଷ୍ଠାନକୁ କେବଳ ଆମ ଦେଶର କୋଣ ଅନୁକୋଣରୁ ନୁହେଁ ବିଶ୍ଵର ଅନେକ ଦେଶରୁ ଲୋକ ଆସନ୍ତି।

ନାରାୟଣ ହୃଦୟାଳୟର ପ୍ରତିଷ୍ଠାତା ହେଉଛନ୍ତି ପ୍ରସିଦ୍ଧ ହୃଦଶଲ୍ୟ ଚିକିତ୍ସକ( କାଡିର୍ଆକ ସର୍ଜନ) ଡଃ ଦେବୀ ସେଟ୍ଟୀ, ଯିଏକି ମଦର ଟେରେସାଙ୍କ ସମେତ ହଜାର ହଜାର ଲୋକଙ୍କ ସଫଳ ଚିକିତ୍ସା କରିଛନ୍ତି। ଏ କ୍ଷେତ୍ରରେ ନିଜ ପାଇଁ ବେଶ୍ ନାଁ କମାଇବାପରେ ସେ ପ୍ରତିଷ୍ଠା କରିଛନ୍ତି ନାରାୟଣ ହେଲଥ ସିଟି ବା ନାରାୟଣ ସ୍ଵାସ୍ଥ୍ୟ ସହର ପ୍ରଥମ ୟୁନିଟ୍ଟିର ନାମ ନାରାୟଣ ହୃଦୟାଳୟ। ଡଃ ସେଟ୍ଟୀ ସାମାଜିକ ପିରାମିଡର ତଳେ ଥିବା ଧନୀ ପ୍ରସଙ୍ଗଟିକୁ ବେଶ୍ ଭଲଭାବେ ବୁଝିପାରିଥିଲେ। ତାଙ୍କ ବନ୍ଧୁ ପ୍ରସିଦ୍ଧ ମ୍ୟାନେଜମେଣ୍ଟ ଗୁରୁ ସି.କେ.ପ୍ରହଲ୍ଲାଦ ଏପରି ଏକ ଚିନ୍ତାଧାରାର ପ୍ରସାର କରାଇଥିଲେ। ଏହି ମତ ଅନୁସାରେ ଗରିବମାନେ ବ୍ୟକ୍ତିଗତଭାବେ ଗରିବ କିନ୍ତୁ ମିଳିତଭାବେ ଧନୀ ତୁମେ ଯଦି ଗରିବଙ୍କୁ ବିକିବା ଜାଣିଛ, ତେବେ ତୁମେ ଧନୀ ହୋଇପାରିବ। ଡଃ ସେଟ୍ଟୀ 1953 ମସିହାରେ କର୍ଣ୍ଣାଟକର ଦକ୍ଷିଣ କନ୍ନଡା ଜିଲ୍ଲାର କିନ୍ନିଗୋଲି ଗ୍ରାମରେ ଜନ୍ମ ଗ୍ରହଣ କରିଥଲେ। ସ୍କୁଲରେ 5 ଶ୍ରେଣୀରେ ପଢୁଥିବାବେଳେ ସେ ଜାଣିବାକୁ ପାଇଲେ ଯେ ଆଫ୍ରିକାର ଜଣେ ଡାକ୍ତର ବିଶ୍ଵର ପ୍ରଥମ ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରିଛନ୍ତି। ଏହି ଘଟଣା ତାଙ୍କୁ ଏତେ ପ୍ରଭାବିତ କଲା ଯେ ସେ ବଡ଼ ହେଲେ ଜଣେ ହାର୍ଟ ସର୍ଜନ ହେବେ ବୋଲି ନିଷ୍ପତ୍ତି ନେଲେ। 

ପରେ ସେ ମାଙ୍ଗାଲୋରର କସ୍ତୁରବା ମେଡିକାଲ କଲେଜରେ ମେଡିସିନରେ ସ୍ନାତକ ଓ ଜେନେରାଲ ସର୍ଜରୀରେ ନିଜର ସ୍ନାତକୋତ୍ତର ଶିକ୍ଷାପରେ ଲଣ୍ଡନରେ ଜଣେ କାର୍ଡିଆକ ସର୍ଜନ ଭାବେ ତାଲିମ ଗ୍ରହଣ କଲେ 1989ରେ ସେ ଭାରତ ଫେରି କୋଲକାତାର ବିଏମ ବିରଳା ହସପିଟାଲରେ ଯୋଗଦେଲେ। ଏହିଠାରେ ହିଁ 1992 ମସିହାରେ ସେ ଏକ ମାତ୍ର 9 ଦିନର ଶିଶୁ ରୋନ୍ନି ଠାରେ ସଫଳ ନିଓନାଟାଲ ହାର୍ଟ ସର୍ଜରୀ କରି ପ୍ରସିଦ୍ଧି ହାସଲ କଲେ। ସେହି କୋଲକତାଠାରେ ହିଁ ସେ ମଦର ଟେରେସାଙ୍କ ହାର୍ଟ ଅପରେସନ କରିଥଲେ। ପରେ ସେ ବାଙ୍ଗାଲୋର ଫେରି ମନିପାଲ ହାର୍ଟ ଫାଉଣ୍ଡେସନ ଆରମ୍ଭ କଲେ। 2001ରେ ସେ ବାଙ୍ଗାଲୋର ଉପକଣ୍ଠରେ ନାରାୟଣ ହୃଦୟାଳୟ ପ୍ରତିଷ୍ଠା କଲେ। ଏବେ ନାରାୟଣ ଗ୍ରୁପ ବିଶ୍ଵର ଏକ ବୃହତ୍ତମ କାର୍ଡିଆକ କେୟାର ସଂସ୍ଥାରେ ପରିଣତ ହୋଇଛି। ଏଠାରେ ଦିନକୁ ପ୍ରାୟ 300ଟି ଅପରେସନ ହେଉଛି ଓ ବର୍ଷକୁ ପ୍ରାୟ 20 ଲକ୍ଷ ରୋଗୀ ଚିକିତ୍ସିତ ହେଉଛନ୍ତି। କମ ଖର୍ଚ୍ଚରେ ସାଧାରଣ ଲୋକଙ୍କୁ ହାର୍ଟ ଚିକିତ୍ସା ସେବା ଯୋଗାଇ ଏହି ସଂସ୍ଥା ସାରା ବିଶ୍ଵରେ ପରିଚିତି ହାସଲ କରିଛି। ଖୁବ ଶୀଘ୍ର ଭୁବନେଶ୍ଵରରେ ମଧ୍ୟ ନିଜର ହସପିଟାଲ ଆରମ୍ଭ କରିବାକୁ ଯାଉଛି ନାରାୟଣ ଗ୍ରୁପ।

ଡଃ ସେଟ୍ଟୀ କର୍ଣ୍ଣାଟକ ସରକାରଙ୍କ ସହ ମିଶି ଏକ ସ୍କିମ ଆରମ୍ଭ କଲେ,ଯାହାକି ଏବେ ୟଶସ୍ଵୀନୀ ନାମରେ ବିଖ୍ୟାତ ହୋଇଛି। ଏହି ସ୍କିମ ମାଧ୍ୟମରେ ପ୍ରତି କୃଷକ ବୀମା ବାବଦରେ ମାସକୁ ମାତ୍ର 5 ଟଙ୍କା ପ୍ରଦାନ କରିବ। ଯେତେବେଳେ ହଜାର ହଜାର କୃଷକ ଏହା ପ୍ରଦାନ କରିବେ ତେବେ ମୋଟ ଅର୍ଥର ପରିମାଣ ବେଶ୍ ବଢିଯିବ। ଯେତେବେଳେ ଏହି ବିପୁଳ ପରିମାଣର ଅର୍ଥ ଏକ ବୀମା ପ୍ରିମିୟମ ଭାବେ କାମ କରେ, ଜରୁରୀକାଳୀନ ସମୟରେ ଗୋଟିଏ ଗୋଟିଏ ବ୍ୟକ୍ତି ପାଇଁ ଅସ୍ତ୍ରୋପଚାର ମାଗଣା ହୋଇଯାଏ ! ସେହି ଶିଳ୍ପଦ୍ୟୋଗୀମାନେ ଅଭୁତପୂର୍ବ ସଫଳତା ପାଆନ୍ତି ଯେଉଁମାନେ ନିଜ ଲାଭର ପରିସୀମା ଭିତରେ ଅଧିକରୁ ଅଧିକ ସାଧାରଣ ଲୋକଙ୍କୁ ସାମିଲ କରି ସଫଲତାର ନୂଆ ମୂଲ୍ୟ ଯୋଡିପାରନ୍ତି। ଏହି କାରଣରୁ ହିଁ ସ୍କାଇପ,ଗୁଗୁଲ୍ ଓ ଫେସବୁକ ଆଜି ବିଶ୍ଵର ଅତି ସମୃଦ୍ଧିଶାଳୀ କମ୍ପାନୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।