ଯୋଗ ସମସ୍ତଙ୍କ ପାଇଁ

0

ଗୋଧୂଳି ବେଳେ ଗୋଟିଏ ଫୁଲକୁ ତା’ର ପାଖୁଡ଼ାଗୁଡ଼ିକୁ ଖୋଲିବାକୁ କହିବା ଯାହା ‘ପ୍ରଫୁଲ୍ଲ ଊର୍ଜ୍ଜା’ର ନିର୍ଦ୍ଦେଶିକା ସୌମ୍ୟା ଆୟାରଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରିବା ତାହା ; ତାହା କେବଳ ସମ୍ଭବ ହୋଇପାରେ ଧୀରେ ଧୀରେ, ଏକ ସ୍ପନ୍ଦିତ ବାତାବରଣରେ।

ବାଙ୍ଗାଲୋରରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନଟି ଯେ କି ଅବହେଳିତ ଜନସାଧାରଣଙ୍କ ପାଖରେ ଯୋଗ ଉପଲବ୍ଧ କରାଇପାରିଛି, ଏହାର ନୀତିନିୟମ ଗୁଡ଼ିକ ପାଳନ କ୍ଷେତ୍ରରେ ଅତ୍ୟନ୍ତ ସମ୍ବେଦନଶୀଳ।

‘ପ୍ରଫୁଲ୍ଲ ଊର୍ଜ୍ଜା’ ଗଠନ କରିବାର ପ୍ରେରଣାଟି ମୋତେ ମିଳିଥିଲା ଏକଦା ସହର ଉପକଣ୍ଠରେ ଭ୍ରମଣ ସମୟରେ। “ବୁଲୁଥିବା ସମୟରେ ଛୋଟ ପିଲାଟିଏ ମୋତେ 'ହେଲୋ' କହିଲା,”ସୌମ୍ୟା ମନେ ପକାନ୍ତି, ମୁଁ ତାକୁ ଭେଟି ବହୁତ ଖୁସି ହୋଇଥିଲି ଯଦିଓ ତା’ର କେୟାରଟେକର ତା’କୁ ମୋ ସହିତ କଥାବାର୍ତ୍ତା କରିବା ପାଇଁ ବାରଣ କରୁଥାଏ। ସେ ଏକ ବିଶେଷ ପ୍ରକାରର ଶିଶୁ ଥିଲା ଯେ ନିଜର କଥାକହିବା ନିୟନ୍ତ୍ରଣରେ ରଖିପାରୁନଥିଲା"।

ସୌମ୍ୟା ଯେ କି ଯୋଗ, ଘରୋଇ ହିଂସା,ଓ ପରିବେଶ ରେ ସ୍ନାତକୋତ୍ତର ଉପାଧି ପ୍ରାପ୍ତ ,ପିଲାଟିର ପରିବାର ଲୋକଙ୍କୁ ପରେ ସାକ୍ଷାତ କଲେ ଏବଂ ପିଲାଟିକୁ ଯୋଗ ଶିଖାଇବାକୁ ପରାମର୍ଶ ଦେଲେ। “ସେମାନେ ତତକ୍ଷଣାତ ରାଜି ହୋଇଗଲେ” ସେ କହନ୍ତି। “ଗୋଟିଏ ପିଲାରୁ ଆମେ ଦଶକୁ ବଢାଇଲୁ ଏବଂ ତା’ପରେ ମାଲ୍ଲେଶ୍ଵରମର ତମହର କେନ୍ଦ୍ରରେ କ୍ଳାସ ଆରମ୍ଭ କଲୁ। ବାଙ୍ଗାଲୋର ମଧ୍ୟରେ ଏହା ଆଉ ସାତୋଟି ସ୍କୁଲ ଓ କେନ୍ଦ୍ର ଆରମ୍ଭ କରିବା ପାଇଁ ବାଟ ଖୋଲିଦେଲା"।

‘ପ୍ରଫୁଲ୍ଲ ଊର୍ଜ୍ଜା’ରଦୁଇଟି ମୁଖ୍ୟ କାର୍ଯ୍ୟକ୍ରମ ଅଛି।

• uBloom Yoga – ବିଶେଷ ଆବଶ୍ୟକତା ପାଇଁ,ଏଥିରେ ବର୍ତ୍ତମାନ ୩୦୦ ଶିଶୁ ଭାଗ ନେଉଛନ୍ତି।

• uBloom Yoga-ସଶକ୍ତିକରଣ ପାଇଁ। ଏହା ସ୍ଥାନୀୟ ସଭ୍ୟମାନଙ୍କୁ ଯୋଗଶିକ୍ଷକ ହେବାପାଇଁ ପ୍ରୋତ୍ସାହିତ କରିଥାଏ। ସେମାନଙ୍କୁ ଜୀବିକା ଓ ଆର୍ଥିକ ବିକାଶର ଏକ ସୁଯୋଗ ଦେବା ଏହାର ଲକ୍ଷ୍ୟ।

ସୌମ୍ୟା ତାଙ୍କର ଅନୁଷ୍ଠାନଟି ମ୍ୟାଡେଲିନ ସିଅର୍ସଙ୍କ ସହିତ ଆରମ୍ଭ କରିଥିଲେ।“ତମେ ଯେତେବେଳେ ଏକା ଥାଅ ତମର ଶକ୍ତି ସୀମିତ ରହେ” ସେ କହନ୍ତି। ଦଳଟି ବଢିଲା ଉତ୍ତାରୁ ପରିବର୍ତ୍ତନ ଆସିଲା। ଗୋଟିଏ ଟିମ ବା ଦଳର ଗଣିତ ହେଉଛି ୧+୧=୩, ମାନେ ଯେତେବେଳେ ଲୋକମାନେ ପରସ୍ପରକୁ ସାହାଯ୍ୟ କରନ୍ତି ସେତେବେଳେ ସେମାନେ ଏକା ଏକା ଯାହା କରିଥାନ୍ତେ ତାହାର ଦୁଇଗୁଣରୁ ବେଶୀ ହାସଲ କରିଥାନ୍ତି” ସୌମ୍ୟା କହନ୍ତି।ତାଙ୍କ ଟିମରେ ବର୍ତ୍ତମାନ ଦଶଜଣ ଅଛନ୍ତି, କିନ୍ତୁ ସୌମ୍ୟାଙ୍କ ଅନୁସାରେ “ତାଙ୍କର ଶକ୍ତି କୋଡ଼ିଏ ଜଣଙ୍କର”।

ତଥାପି ଅନୁଷ୍ଠାନ ଓ ତାହାର କାର୍ଯ୍ୟକ୍ରମରେ ନୂତନ ଶକ୍ତି ଆଣିବା ପାଇଁ ଯଥେଷ୍ଟ ଉପଯୁକ୍ତ ବ୍ୟକ୍ତି ମିଳିବା କଷ୍ଟ ହୁଏ ବୋଲି ସୌମ୍ୟା ସ୍ଵୀକାର କରନ୍ତି। ସେହିପରି କାର୍ଯ୍ୟକ୍ରମକୁ ଚାଲୁ ରଖିବା ପାଇଁ ଅର୍ଥ ଯୋଗାଡ଼ କରିବା ମଧ୍ୟ ଏକ ଚ୍ୟାଲେଞ୍ଜ। “ଏବେ ତ ଆମର ସେବା ପାଇଁ ଆମକୁ କିଛି ଫି ମିଳେ। ତାହା ଟିମ ସଭ୍ୟଙ୍କର ଖର୍ଚ୍ଚ ଚଳାଇଦିଏ କିନ୍ତୁ ଗବେଷଣା କାର୍ଯ୍ୟ ଓ ସଂପ୍ରସାରଣ ପାଇଁ ଆମେ ବିଭିନ୍ନ ଗ୍ରାଣ୍ଟ ,ସୀଡ ଫଣ୍ଡିଙ୍ଗ ଓ ଦାନ ଜରିଆରେ କିଛି ପୁଞ୍ଜି ସଂଗ୍ରହ କରିପାରିବୁ ବୋଲି ଆଶା ରଖିଛୁ”। କାମଟି ସହଜ ନୁହେଁ କିନ୍ତୁ ଟିମର ଆତ୍ମବିଶ୍ଵାସ ଦୃଢ ଅଛି। ସେମାନଙ୍କର ଅବିରତ ଉଦ୍ୟମ ସୌମ୍ୟାଙ୍କର ଆଶାବାଦକୁ ପ୍ରଜ୍ଵଳିତ କରି ରଖିଛି। “ଆମର କାର୍ଯ୍ୟକ୍ରମ ଗୋଷ୍ଠୀ ଜୀବନଉପରେ ଦୀର୍ଘମିଆଦି ପ୍ରଭାବ ପକାଇଥାଏ କାରଣ ଯୋଗ ଏକ ଜୀବନଦର୍ଶନ” ସେ କହନ୍ତି।

ସୌମ୍ୟା ଗୋଟିଏ ଗାଁରେ ‘uRise’ପ୍ରୋଜେକ୍ଟରେ ଶିକ୍ଷାଦାନ କଲାବେଳର ଏକ ଘଟଣା ସ୍ମରଣ କରନ୍ତି। କାର୍ଯ୍ୟକ୍ରମର ଧାରା ଅନୁଯାୟୀ ସେ ସେଠାରେ ପ୍ରଶ୍ନ କଲେ କିଏ ଶିକ୍ଷା ଦେବାକୁ ଆଗ୍ରହୀ କି?- "ଦୀର୍ଘ ନିରବତା ପରେ ହଠାତ ଏକ ସାତ ବର୍ଷର ବାଳକ ଠିଆହେଲା ଏବଂ କହିଲା,'ମୁଁ କ୍ଳାସ ନେବି!' ସେ ମୋଠାରୁ ମୁଁ ପିନ୍ଧିଥିବା ଟୋପିଟି ନେଲା ଏବଂ ମୋର ଶିକ୍ଷାଦାନର ଅନୁକରଣ ଆରମ୍ଭ କରିଦେଲା", ସେ ହସିହସି କହନ୍ତି।

ଟିମର ଯତ୍ନଶୀଳ କାର୍ଯ୍ୟକ୍ରମ ନିଶ୍ଚିତଭାବେ ଉଲ୍ଲେଖଯୋଗ୍ୟ, କିନ୍ତୁ ଯେ କୌଣସି ଉଦ୍ୟୋଗର ସଫଳତା ତାହାର ପ୍ରତିଷ୍ଠାତାଙ୍କର ସାମ୍ମର୍ଥ୍ୟ ଓ ଆଗ୍ରହ ଉପରେ ନିର୍ଭର କରେ। 'ପ୍ରଫୁଲ୍ଲ ଊର୍ଜ୍ଜା’ରେ, ଯାହାର ଅର୍ଥ 'ଉଜ୍ଜ୍ଵଳ ପ୍ରସ୍ଫୁଟିତ ଶକ୍ତି' ଆମେ ବିଶ୍ଵାସକରୁ ଯେ ଆମକୁ ଏହି ବାର୍ତ୍ତା ନେଇ ସମସ୍ତଙ୍କ ହୃଦୟରେ ଆଲୋକିତ କରିବାକୁ ହେବ ଠିକ ସୂର୍ଯ୍ୟଦେବତାଙ୍କ ବିକିରଣ ପରି!" ସୌମ୍ୟା କହନ୍ତି।

ମୂଳ ଲେଖା - ଫ୍ରାନ୍ସେସା ଫରାରିଓ

ଭାଷାନ୍ତର - ଅନନ୍ତ ନାରାୟଣ ପାଣିଗ୍ରାହୀ