୭୦୦୦ ରେଳ ଷ୍ଟେସନ୍‌ ୧୦୦% ସୌର ଶକ୍ତିରେ ଆଲୋକିତ

୭୦୦୦ ରେଳ ଷ୍ଟେସନ୍‌ ୧୦୦% ସୌର ଶକ୍ତିରେ ଆଲୋକିତ

Tuesday February 28, 2017,

1 min Read

ସୌର ଶକ୍ତି ପ୍ରଚଳନ ପାଇଁ ସରକାରଙ୍କ ପକ୍ଷରୁ ୮୧୦୦ କୋଟି ଟଙ୍କା ବ୍ୟୟ ହେବାର ସୂଚନା ମିଳିଛି। 

image


ଦେଶରେ ଥିବା ୭୦୦୦ ରେଳ ଷ୍ଟେସନ୍‌ରେ ୧୦୦ ପ୍ରତିଶତ ସୌର ଶକ୍ତି ବ୍ୟବହାର କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। କେବଳ ସେତିକି ନୁହେଁ ବିଦ୍ୟୁତ୍‌ ସଂଚୟ ଓ ସୌର ଶକ୍ତିର ପ୍ରଚଳନକୁ ପ୍ରୋତ୍ସାହନ ଦେଇ ସରକାର ୮୧୦୦ କୋଟି ଟଙ୍କା ବ୍ୟୟ କରିବାର ଯୋଜନା ରଖିଛନ୍ତି।

ବର୍ତ୍ତମାନ ଭାରତରେ ୯,୦୦୦ ଏମ୍‌ଡବ୍‌ଲ୍ୟୁ ସୌର ଶକ୍ତି ବ୍ୟବହାର ହେଉଥିବା ବେଳେ ୨୦୨୦ ମସିହା ସୁଦ୍ଧା ଏହାକୁ ବୃଦ୍ଧି କରାଯାଇ ପ୍ରାୟ ୪୦,୦୦୦ ଏମ୍‌ଡବ୍‌ଲ୍ୟୁ ସୌରଶକ୍ତି ବ୍ୟବହାର କରାଯିବାର ଯୋଜନା ରହିଛି। ଆଗକୁ ସୌର ଶକ୍ତି ଉତ୍ପାଦନ ପାଇଁ ୫୦ଟି ସ୍ୱତନ୍ତ୍ର ଉଦ୍ୟୋଗ ଗଠନ କରାଯିବ, ଏହି ଉଦ୍ୟୋଗଗୁଡ଼ିକରୁ ପ୍ରତି ବର୍ଷ ପ୍ରାୟ ୫୦୦ଏମ୍‌ଡବ୍‌ଲ୍ୟୁ ଶକ୍ତି ଉତ୍ପାଦନ କରାଯିବାର ଆଶା କରାଯାଉଛି।