ଗ୍ରୀନ୍ ଲାଇଟ୍ ପ୍ଲାନେଟ୍: ସୌର ଶକ୍ତିରେ ଆଲୋକିତ କରୁଛି ଅନ୍ଧାରି ମୁଲକ

By Pravat Pattanaik

ଗ୍ରୀନ୍ ଲାଇଟ୍ ପ୍ଲାନେଟ୍: ସୌର ଶକ୍ତିରେ ଆଲୋକିତ କରୁଛି ଅନ୍ଧାରି ମୁଲକ

Tuesday December 01, 2015,

3 min Read

ସ୍ୱାଧୀନତାର ବହୁ ବର୍ଷ ପରେ ସରକାର ମଧ୍ୟ ସେହି ସ୍ଥାନକୁ ଆଲୋକ ଯୋଗାଇ ପାରିଲେନି । ଅନ୍ଧାରରେ ବିତୁଥିଲା ଲୋକଙ୍କ ଜୀବନ । ଏବେ କିନ୍ତୁ ସେହି ଅଂଚଳର ଲୋକମାନେ ଆଉ ରାତିରେ ଅନ୍ଧାରକୁ ଭୟ କରୁ ନାହାନ୍ତି । ଅନ୍ଧାର ଉପରେ ସେଠାରେ ଏବେ ଆଲୋକ ରାଜୁତି କରୁଛି । ସେଭଳି ଦୁର୍ଗମ ଅଂଚଳରେ ବାସ କରୁଥିବା ଗରିବ ଲୋକଙ୍କ ପାଇଁ କାମ କରୁଥିବା ବ୍ୟବସାୟ ସଂସ୍ଥା ହେଉଛି ଗ୍ରିନ୍ ଲାଇଟ୍ ପ୍ଲାନେଟ୍ । ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର । ତାହାକୁ ବିଚାରକୁ ନେଇ ଏହି ସଂସ୍ଥା ଏହାର ଯାତ୍ରା ଆରମ୍ଭ କରିଥିଲା । ଯେଉଁ ସୂର୍ଯ୍ୟଙ୍କ ଆଲୋକରେ ସମଗ୍ର ବିଶ୍ୱ ଆଲୋକିତ ହେଉଛି ତାଙ୍କର ଶକ୍ତିକୁ ବିନିଯୋଗ କରି ଗ୍ରିନ୍ ଲାଇଟ୍ ପ୍ଲାନେଟ୍ ଅନ୍ଧାରି ମୂଲକ ଆଲୋକିତ କରୁଛି ।

image


ମାତ୍ର ୪୯୯ ଟଙ୍କାରେ ଘର ଆଲୋକିତ

ଗ୍ରୀନ ଲାଇଟ ପ୍ଲାନେଟ ପକ୍ଷରୁ ଅଫ ଗ୍ରିଡ଼ ଘର ମାନଙ୍କ ପାଇଁ ସନକିଙ୍ଗ ପିକୋ ସୋଲାର ହୋମ ଲାଇଟର ଶୁଭାରମ୍ଭ କରାଯାଇଛି, ଯାହାର ମୁଲ୍ୟ ରହିଛି ମାତ୍ର ୪୯୯ ଟଙ୍କା । କିରୋସିନରେ ଚାଲୁଥିବା ଲଣ୍ଠନ ଓ ଡିବିରିର ବିକଳ୍ପ ଭାବେ ଉଭା ହୋଇଛି ଏହି ଲାଇଟ୍ । ଏହା କିରୋସିନ ଲାଇଟ ଅପେକ୍ଷା ଅଧିକ ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁଥିବା ସମୟରେ ସାରା ରାତି ପରିବାରକୁ ସୁରକ୍ଷାର ସହିତ ଆଲୋକ ପ୍ରଦାନ କରିଥାଏ । ସନ କିଙ୍ଗ ପିକୋ କିରୋସିନ ବ୍ୟୟ ବଚାଂଇବା ସହିତ ଗୋଟିଏ ଦିନର ସୋଲାର ଚାର୍ଜିଂରେ ବହୁ ଘଂଟା ଧରି ନିରନ୍ତର ଆଲୋକ ପ୍ରଦାନ କରିଥାଏ ।

ସନକିଙ୍ଗ ପିକୋର ଲାଭ

ଏହି ଲାଇଟର ସବୁଠୁ ବଡ଼ ଲାଭ ହେଉଛି ଏହା କିରୋସିନି ବାବଦରେ ପ୍ରତି ସପ୍ତାହରେ ଲଣ୍ଠନ ଜାଳିବା ପାଇଁ ଖର୍ଚ୍ଚ କରୁଥିବା ୧୦୦-୨୦୦ ଟଙ୍କା ବଂଚାଇବ । ସମ୍ପୂର୍ଣ୍ଣ ଭାବେ ଚାର୍ଜ ହୋଇଯିବା ପରେ ଏହି ଲାଇଟ୍ ୭୨ ଘଂଟା ଉଜ୍ୱଳ ଆଲୋକ ପ୍ରଦାନ କରିବ । ଏକ ଡିବରି ଯେତିକି ଆଲୋକ ଦିଏ ତାହାର ତିନି ଗୁଣ ଅଧିକ ଆଲୋକ ଏହା ପ୍ରଦାନ କରିବ । ଟର୍ବୋ ମୋଡରେ ଥିବା ବେଳେ ଏହା ଯଥେଷ୍ଟ ଅଧିକ ଆଲୋକ ଦେବ । ଚାର୍ଜ ଶେଷ ହେବା ବେଳକୁ ସେଥିରେ ଲାଗିଥିବା ଏକ ଇଟେଂଲିଜେଂଟ୍ ମାଇକ୍ରୋଚିପ୍ ଆଲୋକର ପରିମାଣ କମ କରିଦେବ । ତାହା ଲୋ ପାୱାର ମୋଡରେ ଚାଲେ । ଅନ୍ଧାରରେ ଜୀବନଯାପନ କରୁଥିବା ଦେଶର ଲକ୍ଷ ଲକ୍ଷ ପରିବାର ପାଇଁ ଏହା ଆଲୋକର ଏକ ଉକ୍ରୃଷ୍ଟ ଉତ୍ସ ହୋଇପାରିବ ।

image


କଣ କହୁଛନ୍ତି ପ୍ରତିଷ୍ଠାତା ପ୍ୟାଟ୍ରିକ୍ ୱାଲ୍ସ

ଗ୍ରୀନ ଲାଇଟ ପ୍ଲାନେଟର ପ୍ରତିଷ୍ଟାତା ତଥା ସିଇଓ, ପ୍ୟାଟ୍ରିକ୍ ୱାଲ୍ସ କହିଛନ୍ତି ଯେ, “ପିକୋର ଶୁଭାରମ୍ଭ ସହିତ ଆମ୍ଭେମାନେ ଅଫ ଗ୍ରିଡ଼ ଘର ଗୁଡ଼ିକ ପାଇଁ ସବୁଠାରୁ ସ୍ତାୟିତ୍ୱ ଏବଂ ବ୍ୟୟସାପେକ୍ଷ ସୋଲାର ଲାଇଟ ଆଣିବାରେ ସକ୍ଷମ ହୋଇଛୁ । ପିକୋ ପଲିଥିନ ଟେରଫାଥେଲେଟ (ପିଇଟି) ଜ୍ଞାନକୈାଶଳରେ ନିର୍ମିତ ହୋଇଥିବାବେଳେ ଅଧିକ ଗରମ ଏବଂ ବର୍ଷା ଦାଉରୁ ଦିର୍ଘ ଦିନ ଧରି ସୁରକ୍ଷିତ ରହିଥାଏ । ପିକୋ ଗୋଟିଏ ଦିନ ଚାର୍ଜ ହେବା ପରେ ଦୀର୍ଘ ୭୨ ଘଂଟା ଆଲୋକ ପ୍ରଦାନ କରିଥାଏ । ଏହାର ଦୀର୍ଘସ୍ଥାୟୀ ଲିଥିୟମ-ଫୋରୋ-ଫସଫେଟ (ଏଲଏଫପି) ବ୍ୟାଟେରୀ ଟେକ୍ନୋଲୋଜି, ଡ୍ରପ ପ୍ରୁଫ୍ ସିଙ୍ଗିଲ ବଡ଼ି ଡ଼ିଜାଇନ ଏବଂ ଦୁଇ ବର୍ଷର ୱାରେଟିଂ ପ୍ରଦାନ କରିଥାଏ । ପିକୋ ହେଉଛି ସବୁଠାରୁ ଉକ୍ତୃଷ୍ଟ ବୋଲି ଆମ ମାନଙ୍କର ବିଶ୍ୱାସ ରହିଥିବା କହିବାକୁ ସେ ଭୁଲି ନାହାନ୍ତି ।

ବିତରଣ ବ୍ୟବସ୍ଥା

କୌଣସି ଏକ ବସ୍ତୁ ବିକଶିତ କରିଦେଲେ ତାହା ସଫଳ ହୋଇଯାଏ ନାହିଁ । ତାହା ସହଜରେ କିମ୍ବା ଆପେ ଆପେ ଲୋକମାନଙ୍କ ପାଖରେ ପହଞ୍ଚେ ନାହିଁ । ଯେଉଁମାନେ ଏହି ବସ୍ତୁକୁ ଚାହୁଁଛନ୍ତି ସେମାନଙ୍କ ପାଖରେ ତାହା ପହଚାଂଇବା ହେଉଛି ସବୁଠୁ ବଡ଼ କଥା । ଗ୍ରିନ୍ ଲାଇଟ୍ ପ୍ଲାନେଟ୍ ସେହି କଥାକୁ ଭଲ ଭାବେ ବୁଝି ପାରିଛି । କିଭଳି ଏହି ସୌର ଲାଇଟ୍ ଆଲୋକ ଚାହୁଁଥିବା ଲୋକମାନଙ୍କ ପାଖରେ ସହଜରେ ପହଚିଂ ପାରିବ ସେଥିପ୍ରତି ବେଶ ଯତ୍ନଶୀଳ । ସେଥିପାଇଁ ସଂସ୍ଥା ପକ୍ଷରୁ ବିତରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଉଛି । ବିଭିନ୍ନ ଦୁର୍ଗମ ଅଂଚଳରେ ଏଥି ଲାଇଟ୍ ପହଚାଂଇବାକୁ କଂପାନି ଉଦ୍ୟମ କରୁଛି ।