୫୦୦ ମିଲିଅନ୍ ଡଲାର ସିରିଜ୍-ଏଫ୍ ଫଣ୍ଡିଂ ‘ଓଲା’ ପାଇଁ ଆଣିଲା ଆଗୁଆ କ୍ରିସମାସ

୫୦୦ ମିଲିଅନ୍ ଡଲାର ସିରିଜ୍-ଏଫ୍ ଫଣ୍ଡିଂ ‘ଓଲା’ ପାଇଁ ଆଣିଲା ଆଗୁଆ କ୍ରିସମାସ

Friday January 01, 2016,

3 min Read

୨୦୧୫ର ପ୍ରଥମ ୯ ମାସରେ ଭାରତୀୟ ଷ୍ଟାର୍ଟ୍-ଅପମାନେ ୭.୨ ବିଲିଅନ୍ ଡଲାରରୁ ଅଧିକ ଫଣ୍ଡିଂ ପାଇଛନ୍ତି । ବିଲକ୍ଷଣ ଅଗ୍ରଗତିକୁ ଦେଖିଲେ ଜଣାପଡ଼ୁଛି ବର୍ଷ ଶେଷ ବେଳକୁ ଫଣ୍ଡିଂ ସର୍ବାଧିକ ହେବ । ଡିଲ ର ସଂଖ୍ୟା ଅଭୂତପୂର୍ବ ଭାବେ ବଢ଼ିଛି । ଏହି ସମୟ ଭିତରେ ହୋଇଥିବା ସମୁଦାୟ ୬୩୯ ଡିଲ ର ହାରାହାରି ଦେଖିଲେ ଏହା ୧୧.୪୨ ମିଲିଅନ ଡଲାର ହେଉଛି ।

image


ଚଳିତ ବର୍ଷ ଭିତରେ ଦ୍ୱିତୀୟ ଥର ପାଇଁ ଡିଲ କରିବାରେ ସଫଳ ହୋଇଥିବା ‘ଓଲା’ ସିରିଜ-ଏଫ୍ ଫଣ୍ଡିଂ ରାଉଣ୍ଡକୁ ୫୦୦ ମିଲିଅନ ଡଲାରରେ ବନ୍ଦ କରିଥିବା ଘୋଷଣା କରିଛି । ଏହି ରାଉଣ୍ଡରେ ବେଲି ଜିଫର୍ଡ, ଫାଲକନ ଏଜ୍ କ୍ୟାପିଟାଲ, ଟାଇଗର ଗ୍ଲୋବାଲ, ସଫ୍ଟବ୍ୟାଙ୍କ ଗ୍ରୁପ୍, ଡିଏସ୍ଟି ଗ୍ଲୋବାଲ ଓ ଦିଦି କୁଆଡିଆ ଭାଗ ନେଇଥିଲେ । ଚଳିତ ବର୍ଷ ଏପ୍ରିଲରେ ସିରିଜ୍-ଇ ଫଣ୍ଡିଂରେ ଓଲା ୪୦୦ ମିଲିଅନ ଡଲାର ଫଣ୍ଡିଂ ପାଇଥିଲା ।

ଗତ ଗୋଟିଏ ବର୍ଷରେ ୩୦ ଗୁଣା ବ୍ୟବସାୟ ଅଗ୍ରଗତି କରିଥିବା ଓଲା ଏବେ ଦୈନିକ ୧୦ ଲକ୍ଷରୁ ଅଧିକ ବୁକିଂ ପାଉଛି । ଏହି କମ୍ପାନିର ପ୍ଲାଟଫର୍ମରେ ୩ ଲକ୍ଷ ୫୦ ହଜାର କାର ପଞ୍ଜିକୃତ ହୋଇଥିବା ବେଳେ ବର୍ତ୍ତମାନ ଭାରତର ୧୦୨ଟି ସହରରେ କମ୍ପାନି ସେବା ଯୋଗାଉଛି । ଗତ ରାଉଣ୍ଡ ଫଣ୍ଡିଂ ଘୋଷଣା ସମୟରେ ଚଳିତ ବର୍ଷ ଶେଷ ସୁଦ୍ଧା ୨୦୦ ସହରରେ ସେବା ଉପଲବ୍ଧ ହେବ ବୋଲି ଓଲା କହିଛି ।

ଏବେ ମିଳିଥିବା ଫଣ୍ଡିଂର ବଡ଼ଭାଗ ନିମ୍ନ ମତେ ଖର୍ଚ୍ଚ ହେବ:

ବର୍ତ୍ତମାନ ଉପଲବ୍ଧ ବିଭାଗକୁ ଅଧିକ ବିସ୍ତାର କରାଯିବ

ଆଞ୍ଚଳିକ ବଜାରକୁ ଦୃଷ୍ଟିରେ ରଖି ନୂଆ ମୋବିଲିଟି ସଲ୍ୟୁସନ୍ ପ୍ରୟୋଗ କରାଯିବ

ଚାଳକ-ଉଦ୍ୟୋଗୀଙ୍କ ପାଇଁ ପରିବେଶକୁ ଅଧିକ ଅନୁକୂଳ କରାଯିବ

ଓଲାର ସହ-ପ୍ରତିଷ୍ଠାତା ଓ ସିଇଓ ଭବିଶ୍ ଅଗ୍ରୱାଲ କହନ୍ତି

ଓଲା ସେୟାର, ଓଲା ପ୍ରାଇମ୍ ଓ ଓଲା ମନି ଭଳି ନୂତନ ବ୍ୟବସ୍ଥା ମାଧ୍ୟମରେ ଆମେ ସ୍ଥାନୀୟ ବଜାରକୁ ଅଧିକ ମଜବୁତ କରି ଗଢ଼ି ତୋଳିବୁ । ଭାରତରେ ଯାତାୟତ ଲାଗି ଏକ ସୁସ୍ଥ ବାତାବରଣ ପ୍ରସ୍ତୁତ କରିବୁ ।

କମ୍ପାନିର ବକ୍ତବ୍ୟ ଅନୁସାରେ, ଭାରତରେ ୭୮ ପ୍ରତିଶତ କ୍ୟାବ୍ ବ୍ୟବହାରୀଙ୍କ ସ୍ମାର୍ଟଫୋନରେ ଓଲା ଆପ୍ ରହିଛି। ଟାୟାର-୨ ଓ ଟାୟାର-୩ ସହରରେ ବ୍ୟକ୍ତିଗତ ଯାତାୟତର ବିବିଧ ମାଧ୍ୟମ ଯୋଗାଉଛି ଓଲା; ଯେମିତିକି ମୁମ୍ବାଇରେ କଳା-ହଳଦିଆ ଟ୍ୟାକ୍ସି, ୬ଟି ସହରରେ ଅଟୋ ରିକ୍ସା, କୋଲକାତାରେ ହଳଦିଆ ଟାକ୍ସି ଓ ବେଙ୍ଗଲୁରୁରେ ଓଲା ସେୟାର(ବେଟା) ।

ବିଲିଅନ ଡଲାର ଫଣ୍ଡିଂ କ୍ଳବର ନୂଆ ସଦସ୍ୟ

ଚଳିତ ରାଉଣ୍ଡ ସହ ଓଲା ମୋଟ ୧.୩ ବିଲିଅନ୍ ଡଲାର ବାହ୍ୟ ଫଣ୍ଡିଂ ସହ ଡିଲ କଏଦ କରିଛି । ଏଥି ମଧ୍ୟରୁ ବିଗତ ଗୋଟିଏ ବର୍ଷରେ କେବଳ ୧.୨ ବିଲିଅନ ମିଳିଛି । ଅକ୍ଟୋବର ୨୦୧୪ ସିରିଜ୍-ଡ ରାଉଣ୍ଡରେ ସଫ୍ଟବ୍ୟାଙ୍କ ଗ୍ରୁପ୍ ନେତୃତ୍ୱରେ ୨୧୦ ମିଲିଅନ ମିଳିଥିବା ବେଳେ ଗତ ଏପ୍ରିଲରେ ଡିଏସ୍ଟି କ୍ୟାପିଟାଲ ନେତୃତ୍ୱରେ ସିରିଜ୍-ଇରେ ୪୦୦ ମିଲିଅନ ଡଲାର ମିଳିଥିଲା । ଅନ୍ୟ ପୁଞ୍ଜିନିବେଶକାରୀଙ୍କ ମଧ୍ୟରେ ଅଛନ୍ତି ଟାଇଗର ଗ୍ଲୋବାଲ, ମାଟ୍ରିକ୍ସ ପାର୍ଟନର୍ସ, ଷ୍ଟେଡ୍ଭିୟୁ କ୍ୟାପିଟାଲ, ସେକ୍ୟୋଇଆ ଇଣ୍ଡିଆ, ଆସେଲ୍ ପାର୍ଟନର୍ସ ୟୁଏସ୍ ଓ ଫାଲକନ ଏଜ୍ ମଧ୍ୟ ରହିଛନ୍ତି ।

ପୂର୍ବରୁ ଫ୍ଲିପ୍କାର୍ଟ ଓ ସ୍ନାପଡିଲ ବିଲିଅନ ଡଲାର ଫଣ୍ଡିଂ କ୍ଲବରେ ପ୍ରବେଶ କରି ସାରିଛନ୍ତି ।

ଓଲା ସମୟକ୍ରମ

କେମିତି ଥିଲା ଓଲାର ବିଗତ ବର୍ଷ

ନଭେମ୍ବର ୨୦୧୫: ୫୦୦ ମିଲିଅନ ଡଲାର ସିରିଜ୍-ଏଫ୍ ଫଣ୍ଡିଂ ମିଳିଲା

ନଭେମ୍ବର ୨୦୧୫: ସମର୍ପିତ ଓଲା ମନି ୱାଲେଟର ଶୁଭାରମ୍ଭ

ଜୁନ ୨୦୧୫: ଦୈନନ୍ଦିନ ଆବଶ୍ୟକୀୟ ସାମଗ୍ରୀ ଓ ସଉଦା ପାଇଁ ଓଲା ଷ୍ଟୋର ଆପ୍ ଆରମ୍ଭ

ଏପ୍ରିଲ ୨୦୧୫: ୪୦୦ ମିଲିଅନ ଡଲାର ସିରିଜ୍-ଇ ଫଣ୍ଡିଂ ମିଳିଲା

ମାର୍ଚ ୨୦୧୫: ଟାକ୍ସି ଫର ସିଓରକୁ ଓଲା ଅଧିକାର କଲା

ମାର୍ଚ ୨୦୧୫: ୪ ସହରରେ ଦାବି ମୁତାବକ ଖାଦ୍ୟ ଯୋଗାଇବା ପାଇଁ ଓଲା କାଫେ ସେବାର ଶୁଭାରମ୍ଭ

ଅକ୍ଟୋବର ୨୦୧୪: ବିଲିଅନ ଡଲାର ବ୍ୟବସାୟ ଛୁଇଁଲା ଓଲା

ଅକ୍ଟୋବର ୨୦୧୪: ୨୧୦ ମିଲିଅନ ଡଲାର ସିରିଜ୍-ଡି ଫଣ୍ଡିଂ ମିଳିଲା

ସେପ୍ଟେମ୍ବର ୨୦୧୪: ଓଲା ୱାଲେଟର ଶୁଭାରମ୍ଭ