ଭାରତୀୟ ମେଟ୍ରୋ ମାନଙ୍କରେ ଚହଳ ପକାଇ ଥିବା ଗୁରଗାଁଓର Rocketchefs

ଭାରତୀୟ ମେଟ୍ରୋ ମାନଙ୍କରେ ଚହଳ ପକାଇ ଥିବା ଗୁରଗାଁଓର Rocketchefs

Wednesday January 06, 2016,

2 min Read

ଆମମାନଙ୍କ ମଧ୍ୟରୁ ଅନେକ ଖାଦ୍ୟ ଅନଲାଇନ ଅର୍ଡର କରିଥାଆନ୍ତି। ଆଉ ଏପରି କରୁଥିବା ଲୋକଙ୍କ ମନ ଭିତରେ ସବୁବେଳେ ଗୋଟିଏ ବଡ ପ୍ରଶ୍ନ ଥାଏ। ସେଇଟି ହେଲା,ଅର୍ଡର ହେଇଥିବା ଖାଦ୍ୟ ସେମାନଙ୍କ ପାଖରେ ପହଞ୍ଚିଲା ବେଳକୁ ତାଜା ଆଉ ଗରମ ଥିବ ତ? ଏ ସମସ୍ୟାର ସମାଧାନ କରିବା ଦିଗରେ ଗୋଟିଏ ପ୍ରଶଂଶନୀୟ ପଦକ୍ଷେପ ହେଲା ଗୁରଗାଁଓର Rocketchefs ବା ‘food truck on call’। ୭୦ ଲକ୍ଷ ତାଙ୍କର ପୁଞ୍ଜି ନିବେଶରେ ୨୦୧୫ ମସିହା ଅକ୍ଟୋବର ମାସରେ ଆରମ୍ଭ ହୋଇଥିଲା Rocketchefs। ଲକ୍ଷ୍ୟ ଥିଲା ଗ୍ରାହକମାନଙ୍କ ପାଖରେ ପିଜ୍ଜା ଓ ସ୍ୟାଣ୍ଡଉଇଚ ପହଞ୍ଚାଇବା। ଜିପିଏସ ବ୍ୟବହାର କରି ଗ୍ରାହକ ମାନେ ସେମାନଙ୍କ ଅର୍ଡର ଦେଇଥାନ୍ତି ଓ Rocketchefs ଅର୍ଡର ହେଇଥିବା ଖାଦ୍ୟ ଗ୍ରାହକଙ୍କ ଘରେ ପହଞ୍ଚାଇ ଦିଏ।

image


ଏ ବିଷୟରେ ନିଜ ମତ ରଖି Rocketchefsର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ରାମନିଧି ୱାସନ କୁହନ୍ତି, 

“ଛୋଟ ବେଳୁ ଖାଦ୍ୟ ପ୍ରତି ମୋର ଦୁର୍ବଳତା ରହିଛି। ସବୁ ଛୋଟ ଜିନିଷକୁ ଧ୍ୟାନ ଦେଇ କିପରି ଖାଇବାର ମଜା ବଢେଇ ହେବ ସେହି ପରିକଳ୍ପନାରୁ ହିଁ Rocketchefsର ଆରମ୍ଭ।" 
Ram Wasan, Founder and CEO, RocketChef

Ram Wasan, Founder and CEO, RocketChef


ଏହି କ୍ଷେତ୍ରରେ ରାମନିଧିଙ୍କର କୋଡିଏ ବର୍ଷରୁ ଅଧିକ ସମୟର ଅଭିଜ୍ଞତା ରହିଛି। ଦିଲ୍ଲୀ ସ୍ଥିତ Institute of Hotel Management, Pusa ରୁ ସ୍ନାତକ ଓ Oberoi School of Hotel Management ସ୍ନାତକୋତ୍ତର ଶିକ୍ଷା ଶେଷ କଲାପରେ ସେ The Oberoi Hotels, The Manor, Citrus Hotels, Westin (ହାଇଦ୍ରାବାଦ), Marriott (ବାଙ୍ଗାଲୋର)ଓ HVS Internationalଭଳି ପ୍ରତିଷ୍ଠିତ ହୋଟେଲ ମାନଙ୍କରେ ମଧ୍ୟ କାମ କରିଛନ୍ତି।

Rocketchefs ର ଯାତ୍ରା

ବର୍ତ୍ତମାନ Rocketchefsରେ ଚାରି ଜଣ ପେଷାଦାର ଶେଫ କାମ କରୁଛନ୍ତି ଓ କମ୍ପାନୀ ପାଖରେ ୩ ଟି ଭ୍ୟାନ ରହିଛି। ଏହି ଭ୍ୟାନମାନଙ୍କରେ ଉନ୍ନତ ମାନର ଓଭନ ରହିଛି ଯାହା ଖାଦ୍ୟକୁ ଶୀଘ୍ର ଗରମ କରିପାରିବ। ଦିନକୁ ସେମାନେ ପାଖାପାଖି ୭୦ଟି ପିଜ୍ଜା ଗ୍ରହକଙ୍କ ପାଖରେ ପହଞ୍ଚାଇ ଥାଆନ୍ତି। ପ୍ରତି ପିଜ୍ଜାର ମୂଲ୍ୟ ୫୦୦ ଟଙ୍କା ଓ ଏଥିରେ ସେମାନଙ୍କର ୬୦ ପ୍ରତିଶତ ଲାଭ ହୋଇ ଥାଏ। ପ୍ରତିଟି ଭ୍ୟାନ ତିଆରି ପାଇଁ କମ୍ପାନୀକୁ ଆନୁମାନିକ ୭ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ ଓ ଏହା ହିଁ ତାଙ୍କ କମ୍ପାନୀର ମୁଖ୍ୟ ନିବେଶ ବୋଲି ରାମନିଧି ମତ ଦିଅନ୍ତି।

Rocketchefs ପାଇଁ ଅଭିବୃଦ୍ଧି ହାର ମାସକୁ ୪୦ ପ୍ରତିଶତ। ଆଗାମୀ ତିନି ବର୍ଷ ଭିତରେ ୨୫୦ଟିନୂଆ ଭ୍ୟାନ ସହ ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର ଓ ଚେନ୍ନାଇରେ ମଧ୍ୟ ବ୍ୟବସାୟ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି।

YourStoryର ମତାମତ

ଫୁଡ ଭ୍ୟାନ ଗୁଡିକର ଇତିହାସ ବହୁ ପୁରୁଣା। ୧୮୦୦ ମସିହା ରେ ଆମେରିକାର ଟେକ୍ସାସ ସହରରେ ଏହା ଆରମ୍ଭ ହୋଇଥିଲା। ହେଲେ ଭାରତରେ ଏହା ଗୋଟିଏ ନୂତନ ପରିକଳ୍ପନା। ଆଉ ଏହା ମେଟ୍ରୋ ସହର ମାନଙ୍କରେ ହିଁ ସୀମିତ। IBEFର ଆକଳନ ଅନୁସାରେ ବର୍ତ୍ତମାନ ଭାରତୀୟ ଖାଦ୍ୟ ବଜାର ର ମୂଲ୍ୟ $ ୧.୩ ବିଲିୟନ ଓ ଏହି ବଜାରର ବାର୍ଷିକ ଅଭିବୃଦ୍ଧି ହେଉଛି ୨୦ ପ୍ରତିଶତ। ମାତ୍ର, ସ୍ଥାନର ଅଭାବ, ପୁଞ୍ଜିର ଅଭାବ ଓ କୁଶଳୀ କର୍ମଚାରୀଙ୍କ ଅଭାବ ଏହି କ୍ଷେତ୍ରର ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଅନେକ ସଂସ୍ଥା ନିଜ ନିବେଶ ଅନୁସାରେ ଲାଭ ପାଉନାହାନ୍ତି।

ଏହା ଉପରେ ମତ ରଖି ରାମନିଧି କୁହନ୍ତି,” ଏହି କ୍ଷେତ୍ରରେ ଆହୁରି ବହୁତ କିଛି ସକାରାତ୍ମକ ପରିବର୍ତ୍ତନ ହେବାର ଅଛି। Rocketchefs ନିଜକୁ କେବଳ ଗୋଟିଏ ବ୍ରାଣ୍ଡ ଭାବେ ପରିଚିତ କରାଇବାକୁ ଚାହୁଁନି। ଏ କ୍ଷେତ୍ରରେ ଗୋଟିଏ କ୍ରାନ୍ତି ଆଣିବା ଓ ଗ୍ରହକମାନଙ୍କୁ ଗୋଟିଏ ସୁଖଦ ଅନୁଭୂତି ଦେବା ଆମ ଲକ୍ଷ୍ୟ।

website

ମୂଳ ଲେଖା - ଅପରାଜିତା ଚୌଧୁରୀ

ଭାଷାନ୍ତର - ପରଂବ୍ରହ୍ମ ତ୍ରିପାଠୀ