ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହେଲେ ଶହୀଦ ହାବିଲ୍‌ଦାର୍‌ ହଙ୍ଗପନ୍‌ ଦାଦା

ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହେଲେ ଶହୀଦ ହାବିଲ୍‌ଦାର୍‌ ହଙ୍ଗପନ୍‌ ଦାଦା

Wednesday February 01, 2017,

2 min Read

ଜଣେ ସହିଦ ସୈନ୍ୟଙ୍କ ଉପରେ ଶ୍ରଦ୍ଧାଞ୍ଜଳି ଜ୍ଞାପନପୂର୍ବକ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଭାରତୀୟ ସେନା ସୌମିଲ୍‌ ସେଟ୍ଟୀ, ରୋହନ ଶର୍ମା ଏବଂ ସୋମେଶ ଶାହାଙ୍କୁ ଅନୁରୋଧ କଲାବେଳେ ସେମାନେ ଜାଣି ନ ଥିଲେ, ଆଗାମୀ କେତେ ମାସ ସେମାନଙ୍କ ପାଇଁ ଉତ୍କଣ୍ଠା ଓ କଷ୍ଟରେ ଭରିଯିବ। ସେ ଯାହାହେଉ, ଯନ୍ତ୍ରଣାପ୍ରଦ ଜୋକ କାମୁଡ଼ା ଏବଂ ପ୍ରତିକୂଳ ପରିବେଶକୁ ସହ୍ୟ କରି ସେମାନେ ଚଳଚ୍ଚିତ୍ରଟିକୁ ସମ୍ପୂର୍ଣ୍ଣ କରିପାରିଥିଲେ।

image


ବର୍ଷେ ତଳେ କାଶ୍ମୀରରେ ଆତଙ୍କବାଦୀଙ୍କ ସହ ଲଢ଼ି ଜୀବନ ଦେଇଥିବା ଭାରତୀୟ ସୈନ୍ୟବାହିନୀର ହାବିଲ୍‌ଦାର୍‌ ହଙ୍ଗପନ୍‌ ଦାଦାଙ୍କ ପ୍ରତି ‘ଦାଦା- ଏ ଓ୍ଵାରିଅର୍‌ ସ୍ପିରିଟ୍‌’ ବାର ମିନିଟିଆ ପ୍ରାମାଣିକ ଚଳଚ୍ଚିତ୍ର ହେଉଛି ଏକ ଶ୍ରଦ୍ଧାଞ୍ଜଳି। ଜାନୁଆରି ୨୬ ଦିନ ଏହି ଚଳଚ୍ଚିତ୍ର ମୁକ୍ତି ଲାଭ କରି ଏକ ମିଲିୟନ୍‌ରୁ ଊର୍ଦ୍ଧ୍ୱ ଦର୍ଶକଙ୍କ ନିକଟରେ ପହଞ୍ଚିପାରିଛି।

ଅରୁଣାଚଳ ପ୍ରଦେଶସ୍ଥିତ ଦାଦାଙ୍କ ଗାଁ’ ବୋର୍‌ଦୁରିଆକୁ ଗଲାବେଳେ ତରୁଣ ସିନେ ନର୍ମାତାମାନେ ବାଟରେ ଅଶୋକଚକ୍ର ଖୋଦିତ ତାଙ୍କ ସମାଧି ନିକଟରେ ଅଟକିଯାଇଥିଲେ। ତା’ପରେ ସେଠାରୁ ଜଣେ ବାଳକ ସେମାନଙ୍କୁ ସିଧା ନେଇ ଦାଦାଙ୍କ ଦୁଆର ନିକଟରେ ପହଞ୍ଚାଇ ଦେଇଥିଲା। ଦାଦାଙ୍କ ପରିବାର, ସାଙ୍ଗସାଥୀ ଏବଂ ସହକର୍ମୀଙ୍କ ସହ କଥାବାର୍ତ୍ତା କରିବାକୁ ସେମାନେ ସେଠାରେ ଗୋଟିଏ ପକ୍ଷ ଅଟକିଥିଲେ।

ଆକ୍‌ସନ୍‌ ଦୃଶ୍ୟାବଳୀର ଚିତ୍ରତ୍ତୋଳନ କରିବା ଥିବା ଏହି ଚଳଚ୍ଚିତ୍ରର କଠିନତମ ଅଂଶ। ଏଥିପାଇଁ ସ୍ୱଳ୍ପ ଅମ୍ଳଜାନ ସ୍ତର ବେଷ୍ଟିତ ୮ରୁ ୯ ହଜାର ଫୁଟ୍‌ ଆକଶିଆ ଉଚ୍ଚତାକୁ ଭାରୀ ଉପକରଣମାନ ବୋହି ନେବାକୁ ପଡ଼ିଥିଲା।

ଏହି ଚଳଚ୍ଚିତ୍ରରେ ଦାଦାଙ୍କ ବନ୍ଧୁମାନେ ତାଙ୍କର ବାଲ୍ୟକାଳ ଚପଳାମିର ମଧ୍ୟ ସ୍ମୃତିଚାରଣ କରିଛନ୍ତି। ଥରେ ସେ ନଈରେ ବୁଡ଼ି ଯାଉଥିବା ଜଣେ ସାଙ୍ଗକୁ ଉଦ୍ଧାର କରିଥିବା କଥା କହିଛନ୍ତି ତାଙ୍କର ଜଣେ ସାଙ୍ଗ।

ଏଥର ସାଧାରଣତନ୍ତ୍ର ଦିବସରେ ଅଶୋକଚକ୍ର ଗ୍ରହଣ କରିଥିବା ଦାଦାଙ୍କ ପତ୍ନୀ ମଧ୍ୟ ଜଣେ ସାହସିନୀ ମହିଳା। କିନ୍ତୁ ବର୍ତ୍ତମାନ ସେ ଭାଙ୍ଗିପଡ଼ିଛନ୍ତି। ସେତେବେଳେ ଆମେ କ୍ୟାମେରା ଓ ଶବ୍ଦଗ୍ରହଣ ବନ୍ଦ କରି ବସି ପଡ଼ିଥିଲୁ ବୋଲି କହନ୍ତି ଚଳଚ୍ଚିତ୍ର ନିର୍ମାତାଗଣ। (ସୂତ୍ର - ସମ୍ବାଦ)