ବ୍ଲଗର ରୁ ପ୍ରକାଶିତ ଲେଖକ- କିପରି ସରଳ କରିବେ ଏ ରୂପାନ୍ତରଣ?

ବ୍ଲଗର ରୁ ପ୍ରକାଶିତ ଲେଖକ- କିପରି ସରଳ କରିବେ ଏ ରୂପାନ୍ତରଣ?

Thursday March 03, 2016,

3 min Read

ଏକଥା ସତ ଯେ ବ୍ଲଗର ଅଭ୍ୟୁଦୟ ସୃଜନଶୀଳ ବ୍ୟକ୍ତିଙ୍କ ପାଇଁ ଅନେକ ସୁଯୋଗ ଆଣି ଦେଇଛି। କେବଳ ଭାରତରେ ଏହି ବ୍ଲଗିଙ୍ଗ ସାମ୍ରାଜ୍ୟର ବ୍ୟବସାୟିକ ମୂଲ୍ୟ ହଜାର କୋଟି କୁ ଛୁଇଁଲାଣି। ଇଣ୍ଟରନେଟର ପ୍ରସାର ଓ ସ୍ମାର୍ଟଫୋନର ବହୁଳ ବ୍ୟବହାର ବ୍ଲଗର ମାନଙ୍କୁ ସେମାନଙ୍କ ପାଠକ ପାଠିକା ମାନଙ୍କ ଅଧିକ ନିକଟତର କରାଉଛି। ଏହା ହିଁ ବ୍ଲଗର ମାନଙ୍କ ମଧ୍ୟରେ ବିଗତ ଦଶନ୍ଧିରେ ଚାଲିଥିବା ସର୍ଚ ଇଞ୍ଜିନ ଅପଟିମାଈଜେସନ ଯୁଦ୍ଧର ଅବସାନ ଘଟାଇ ବ୍ଲଗିଙ୍ଗ ଦୁନିଆ କୁ ଏକ ନୂତନ ଦିଗନ୍ତ ଦେଇଛି। ନିଜର ଏକ ଅନୁଗତ ପାଠକ ଗୋଷ୍ଠୀ ସୃଷ୍ଟି କରିବା ଓ ସେମାନଙ୍କୁ ଔପଚାରିକ ଭାବେ ନିଜ ବ୍ଲଗ ସହ ଯୋଡିବା ହିଁ ଏବେ ବ୍ଲଗର ମାନଙ୍କ ପାଇଁ ସଫଳତାର ସୂତ୍ର ପାଲଟିଛି। ସେଥିପାଇଁ ଅନେକ ବ୍ଲଗର ଆଜିକାଲି ଇଣ୍ଟରନେଟର ପରିସର ବାହାରେ ନିଜ ପାଠକ ପାଠିକାଙ୍କ ସହ ଯୋଡି ହେବାକୁ ଚାହୁଁଛନ୍ତି। ନିଜର ସୃଜନଶୀଳତାକୁ ବ୍ଲଗ ଭିତରେ ସୀମିତ ନରଖି ବହି ମାଧ୍ୟମରେ ସେମାନେ ପ୍ରକୃତ ପାଠକ ପାଠିକା ମାନଙ୍କ ନିକଟତର ହେବାର ପ୍ରୟାସ କରୁଛନ୍ତି।

image


ଆପଣ ଜଣେ ବ୍ଲଗର କି?

ଇଣ୍ଟରନେଟ ବାହାର ଦୁନିଆକୁ ଆପଣ ନିଜ ସୃଜନଶୀଳତା ଦେଖାଇବାକୁ ଚାହୁଁଛନ୍ତି କି? 

ଆଉ ଏଥିପାଇଁ ନିଜର ବହି ପ୍ରକାଶ କରିବାକୁ ଚାହୁଁଛନ୍ତି କି? 

ଜଣେ ବ୍ଲଗର ସ୍ଵାଭାବିକ ଭାବେ ଜଣେ ପ୍ରକାଶିତ ଲେଖକ ହୋଇପାରେ। ନିଜ ସୃଜନଶୀଳତାର ଅର୍ଥକାରୀ ଦିଗଟିକୁ ଆବିଷ୍କାର କରିବା ପାଇଁ ବହି ହେଉଛି ପୁରୁଣା ଏବଂ ସରଳ ଉପାୟ। ଏହା କେବଳ ଅର୍ଥ ଉପାର୍ଜନ ନୁହେଁ ଆପଣଙ୍କୁ ଆପଣଙ୍କ କାମ ପାଇଁ ଗର୍ବିତ ମଧ୍ୟ କରାଏ। ମାତ୍ର ବ୍ଲଗର ରୁ ପ୍ରକାଶିତ ଲେଖକ ରୂପାନ୍ତରଣ ପ୍ରକ୍ରିୟା ସମୟରେ କେତୋଟି କଥା ମାନେ ରଖିବାକୁ ହେବ। ଏହି ରୂପାନ୍ତରଣ ସ୍ଵାଭାବିକ ମନେ ହେଲେ ହେଁ ଏହାର ସ୍ୱରୂପ ଭିନ୍ନ। ବ୍ଲଗିଙ୍ଗ ଠିକ ଗୋଟିଏ ମଜାଳିଆ ସାମୟିକ ସମ୍ପର୍କ ଭଳି। ମାତ୍ର ପ୍ରକାଶିତ ଲେଖକ ହେବା ଓ ସେଥିରେ ସଫଳତା ପାଇବା ବିଶ୍ଵାସନୀୟତାର ଅପେକ୍ଷା ରଖେ। 

ଆପଣଙ୍କର ଏହି ରୂପାନ୍ତରଣ କୁ ସହଜ ଓ ସରଳ କରିବା ପାଇଁ କେତୋଟି ଟିପ ହେଲା...

ବିଷୟବସ୍ତୁ ଉପସ୍ଥାପନାର ବିବିଧତାକୁ ବୁଝନ୍ତୁ

ବ୍ଲଗିଙ୍ଗ ଅନେକ ସମୟରେ ତତ୍କାଳିକ ସମସ୍ୟା କୈନ୍ଦ୍ରିକ। ଗୋଟିଏ ସମସ୍ୟା ଉପରେ ଗୋଟିଏ ଥର ଲେଖି ବ୍ଲଗର ଆର ଥରକୁ ଲେଖିବା ପାଇଁ ଅନ୍ୟ ଏକ ସମସ୍ୟା ବାଛି ପାରେ। ଏ ଦୃଷ୍ଟିରୁ ବିଚାର କଲେ ପୁସ୍ତକ ଲେଖକ ହେବ ପାଇଁ ଆପଣଙ୍କୁ ଅଧିକ ପ୍ରତିବଦ୍ଧ ହେବାକୁ ପଡିବ ଓ ଗୋଟିଏ ସମସ୍ୟା ଉପରେ ଅଧିକ ଧ୍ୟାନ ଦେଇ ଅଧିକ ସମୟ ଲେଖିବାକୁ ପଡିବ। ଆପଣଙ୍କୁ ନିଜ କାହାଣୀ କହିବାର ଶୈଳୀକୁ ଅଧିକ କେନ୍ଦ୍ରିତ ଓ ପରିପକ୍ଵ କରିବାକୁ ହେବ। ସେଥିପାଇଁ ପୁସ୍ତକ ପ୍ରକାଶ କରିବା ପୂର୍ବରୁ ଆପଣ ନିଜ ଲେଖା ପାଇଁ ବଜାର ଅଛି କି ନାହିଁ ତାହା ଦେଖିବାକୁ ହେବ। ଆପଣ ଏଥିପାଇଁ ପ୍ରଥମେ ନିଜର ଇ-ବୁକ ପ୍ରକାଶ କରିପାରନ୍ତି। ଏହା କମ ଖର୍ଚ ସାପେକ୍ଷ ଓ ଆପଣଙ୍କ ଆତ୍ମବିଶ୍ଵାସ ବଢାଇବାରେ ଏହା ସାହାଯ୍ୟ ମଧ୍ୟ କରିବ।

ଆପଣଙ୍କ ନିୟମିତ ପାଠକ ପାଠିକା ମାନଙ୍କ କଥା କୁ ବିଶ୍ଵାସ କରନ୍ତୁ

ବହି ଲେଖିବା ଆରମ୍ଭ କରିବା ପୂର୍ବରୁ ନିଜ ବ୍ଲଗ ଲେଖା ମାନଙ୍କରେ ଅଧିକ ଭାବପ୍ରବଣତା ଓ ନିଜରପଣ ଦେଖାନ୍ତୁ। ଡିଜିଟାଲ ମାଧ୍ୟମର ସହାୟତାରେ ନିଜ ଲେଖା ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ପାଠକ ଗୋଷ୍ଠୀ ତିଆରି କରନ୍ତୁ। ଆପଣଙ୍କ ନିୟମିତ ପାଠକ ଗୋଷ୍ଠୀ ହିଁ ହେଉଛି ଆପଣଙ୍କ ଶକ୍ତି। ଅନେକ ବ୍ଲଗର ଏପରି ଅଛନ୍ତି ଯେଉଁ ମାନେ କି ନିଜର ପ୍ରଥମ ବହି ଲେଖିବାର ପ୍ରସ୍ତାବ ସେମାନଙ୍କ ନିୟମିତ ପାଠକ ପାଠିକା ମାନଙ୍କ ଠାରୁ ହିଁ ପାଇଥିଲେ।

ନୂଆ ଆହ୍ଵାନ ପାଇଁ ପ୍ରସ୍ତୁତ ରୁହନ୍ତୁ

ବହିଟିଏ ଲେଖିବା ପାଇଁ ଆପଣ ପ୍ରସ୍ତୁତ ହେଉଛନ୍ତି ମାନେ ଆପଣ ଉଭୟ ଡିଜିଟାଲ ଓ ପାରମ୍ପରିକ ପ୍ରିଣ୍ଟ ମାଧ୍ୟମ ସହ ପ୍ରତିଦ୍ୱନ୍ଦିତା କରିବା ପାଇଁ ମନେ ମନେ ସ୍ଥିର କରି ସାରିଛନ୍ତି। ଏପରି ସ୍ଥଳେ ଆପଣ ସେହି ବିଷୟକୁ ଲେଖିବା ପାଇଁ ବାଛନ୍ତୁ ଯାହା ଉପରେ ଆପଣ ନିଜ ଭାବନା ବିସ୍ତାରିତ ଓ ମନୋରଞ୍ଜକ ଭାବେ ଉପସ୍ଥାପିତ କରିପାରିବେ।

ପ୍ରକାଶନର ଉଭୟ ଭଲ ଓ ଖରାପ ଦିଗର ବିଶ୍ଳେଷଣ କରନ୍ତୁ

ଏକ ଆକଳନ ଅନୁସାରେ ମାତ୍ର ୨ ପ୍ରତିଶତ ବ୍ଲଗର ନିଜର ପୁସ୍ତକ ପ୍ରକାଶନ ସ୍ଵପ୍ନକୁ ସାକାର କରିପାରନ୍ତି। ପୁସ୍ତକ ପାଇଁ ଦୀର୍ଘ ଦିନର କଠିନ ପରିଶ୍ରମ ଆବଶ୍ୟକ। ଥରେ ପାଣ୍ଡୁଲିପି ପ୍ରସ୍ତୁତ ହେଇଗଲେ ଆପଣ ଏହାକୁ ନିଜେ ମଧ୍ୟ ପ୍ରକାଶନ କରିପାରନ୍ତି। ମାତ୍ର ଏଥିପାଇଁ ଆପଣଙ୍କୁ ଲେଖିବା ସହ ବିତରଣ ଦାୟିତ୍ଵ ମଧ୍ୟ ନେବାକୁ ହେବ।

ସୋସିଆଲ ମେଡିଆର ସାହାଯ୍ୟ ନିଅନ୍ତୁ

ବହି ପ୍ରକାଶିତ ହେଇ ସାରିଲା ପରେ ଆପଣ ନିଜ ବ୍ଲଗର ନିୟମିତ ପାଠକ ପାଠିକା ମାନଙ୍କୁ ଏହା ସହ ଯୋଡିବାର ସମସ୍ତ ପ୍ରୟାସ କରନ୍ତୁ। ବିଭିନ୍ନ ସୋସିଆଲ ମେଡିଆର ସହାୟତା ନେଇ ନିଜ ପୁସ୍ତକର ପ୍ରଚାର ପ୍ରସାର ଓ ବିକ୍ରୀ ବଢାଇବା ପାଇଁ ଚେଷ୍ଟା କରନ୍ତୁ। 

Reference Links:

http://www.blurb.com/blog-book

http://www.writersdigest.com/editor-blogs/there-are-no-rules/advice-for-writers-7-reasons-to-self-publish-your-book

http://howtoblogabook.com/11-tips-for-starting-your-blogged-book-project/

http://www.writersdigest.com/editor-blogs/there-are-no-rules/how-to-find-great-writing-ideas

ପଢନ୍ତୁ ଆଉ କିଛି ସମ୍ବନ୍ଧିତ କାହାଣୀ -

କଳା ପଛର କାହାଣୀ ବଖାଣିବାରେ ପ୍ରୟାସରତ ଗାଥା

PG, M Philରେ ମହିଳାଙ୍କ ବାଜିମାତ୍

‘ମୁଁ ତୁମକୁ ଭଲପାଏ’ ବୋଲି କହିବାକୁ ଆମେ କୁଣ୍ଠିତ କାହିଁକି

ମୂଳ ଲେଖା - ପୂଜା କୋଚର

ଭାଷାନ୍ତର - ପରଂବ୍ରହ୍ମ ତ୍ରିପାଠୀ