ହାତ ମିଳାଇବେ ଭୋଡାଫୋନ୍‌ ଓ ଆଇଡିଆ

ହାତ ମିଳାଇବେ ଭୋଡାଫୋନ୍‌ ଓ ଆଇଡିଆ

Wednesday February 01, 2017,

1 min Read

image


ଭୋଡାଫୋନ୍‌ ଇଣ୍ଡିଆ ଓ ଆଇଡିଆ ସେଲ୍ୟୁଲାର ମଧ୍ୟରେ ମିଶ୍ରଣ ପାଇଁ ଆଲୋଚନା ଆରମ୍ଭ ହୋଇଛି। ଭୋଡାଫୋନ୍‌ ପକ୍ଷରୁ ଏହି ଖବରକୁ ସ୍ପଷ୍ଟ କରାଯାଇଛି। ଯଦି ଦୁଇ କଂପାନି ମଧ୍ୟରେ ମିଶ୍ରଣ ହେବ ତାହା ଦେଶର ସର୍ବବୃହତ ମୋବାଇଲ୍‌ ସେବା ପ୍ରଦାନକାରୀ କଂପାନିକୁ ଜନ୍ମ ଦେବ। ଏହି ମିଶ୍ରଣ ଆଲୋଚନା ଏୟାରଟେଲ୍‌ ଓ ରିଲାଏନ୍ସ ଜିଓ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇପାରେ। ଏହି ଖବର ପ୍ରଚାର ହେବା ପରେ ବମ୍ବେ ଷ୍ଟକ ବଜାରରେ ଆଇଡିଆର ସେୟାର ମୂଲ୍ୟରେ ଜବରଦସ୍ତ ୨୬ ପ୍ରତିଶତର ବୃଦ୍ଧି ହୋଇଛି। ଭୋଡାଫୋନ୍‌ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ ସେୟାରକୁ ନେଇ ଏହି ମିଶ୍ରଣ ହେବ। ମିଶ୍ରଣ ପ୍ରକ୍ରିୟାରେ ଭୋଡାଫୋନ୍‌ ପାଇଁ ଆଇଡିଆ ନୂତନ ସେୟାର ଜାରି କରିବ।

ରିଲାଏନ୍ସ ଜିଓର ବଜାର ପ୍ରବେଶ ପରେ ଅଧିକାଂଶ ଟେଲିକମ୍‌ କମ୍ପାନିଗୁଡ଼କ ଆଖିରୁ ନିଦ ହଜିଯାଇଛି। କିପରି ଅଫର୍‌ ପ୍ରଦାନ କଲେ ଗ୍ରାହକ ଜିଓକୁ ଛାଡ଼ି ତାଙ୍କ ନେଟ୍‌ଓ୍ଵାର୍କ ବ୍ୟବହାର କରିବେ ଏ ଚେଷ୍ଟାରେ ଏବେ ସମସ୍ତେ ବ୍ୟସ୍ତ। ଦ୍ୱିତୀୟ ବୃହତ୍‌ ଟେଲିକମ୍‌ କମ୍ପାନି ଭୋଡ଼ାଫୋନ୍‌ ଜିଓକୁ ଟକ୍କର ଦେବା ପାଇଁ ଏବେ ଅନ୍ୟ ଏକ ବିକଳ୍ପ ଚିନ୍ତା କରିସାରିଛି। ନିଜ ନେଟ୍‌ଓ୍ଵର୍କକୁ ସୁଦୃଢ଼ କରିବା ପାଇଁ ଭୋଡ଼ାଫୋନ୍‌ ଓ ଆଇଡିଆ ଏବେ ଏକତ୍ରଭାବେ ନେଟ୍‌ଓ୍ଵର୍କ ଚଳାଇବାର ଯୋଜନା କରିଛନ୍ତି। ତେବେ, ଏକତ୍ର ହୋଇ ସେମାନେ କି ପ୍ରକାର ଯୋଜନା ସବୁ ଗ୍ରାହକୁ ଦେବେ ସେ ନେଇ କୌଣସି ନିର୍ଦ୍ଧିଷ୍ଟ ତଥ୍ୟ ପ୍ରକାଶ ପାଇନାହିଁ। ମାତ୍ର ଏହି ୨ କମ୍ପାନି ମିଶିଯିବା ପରେ ସେମାନଙ୍କର ମାର୍କେଟ ସେୟାର୍‌ ୪୩ ପ୍ରତିଶତ ରହିବ ବୋଲି ସେମାନେ ଆଶା ରଖିଛନ୍ତି।

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ଏୟାର୍‌ଟେଲ୍‌ର ମାର୍କେଟ୍‌ ସେୟାର ୩୩ ପ୍ରତିଶତ ଥିବା ବେଳେ ଜିଓର ୧୩ ପ୍ରତିଶତ ରହିଛି।