ଇଞ୍ଜିନିୟର ଚାକିରୀ ଛାଡ଼ି ଚାଷୀ ହେଲେ

0

ପାଖରେ ଏମବିଏ ଆଉ ଇଞ୍ଜିନିୟରିଂ ଡିଗ୍ରୀ ଥାଇ ଚାଷକୁ ନିଜର ବୃତ୍ତି ଭାବେ ବାଛିବାର କେତୋଟି ଉଦାହରଣ ଆପଣ ଶୁଣିଥିବେ ? ବହୁତ କମ, ନୁହେଁ କି ? କାନକୁ ଟିକିଏ ଅଡୁଆ ବି ଶୁଭେ। କିନ୍ତୁ ଏପରି ଲୋକ ଅଛନ୍ତି ଯେଉଁମାନେ ଆରାମଦାୟ ଚାକିରୀ ଓ ମୋଟ ଅଙ୍କର ଦରମା ଛାଡ଼ି ପୁଣି ସେଇ ମାଟିକୁ ଫେରିଆସନ୍ତି। ଏମିତି ହିଁ ଏକ କାହାଣୀ ହେଉଛି ବିନୋଦଙ୍କର। 

ଚେନ୍ନାଇଠାରୁ ୯୫ କି.ମି ଦୂର ଦକ୍ଷିଣ ଦିଗରେ ଅବସ୍ଥିତ ଛେୟୁର ଗାଁ ବାସିନ୍ଦା ବିନୋଦ କୁମାର । ବୟସ ୩୨ ବର୍ଷ । ବିନୋଦଙ୍କ ଜେଜେବାପାଙ୍କ ଅମଳରେ କୃଷି ଥିଲା ଜୀବୀକାର୍ଜନର ପ୍ରମୁଖ ମାଧ୍ୟମ । ପିଲାଦିନରୁ କୃଷି କାମ ପ୍ରତି ଆଗ୍ରହ ଥିଲା ବିନୋଦ । ଏହି ସଉକ ଯୋଗୁଁ ପରିଣତ ବୟସରେ ବିନୋଦ କର୍ପୋରେଟ୍ ଚାକିରି, ଚକଚାକ୍ୟଭରା ସହରୀ ଜୀବନକୁ ଅବ୍ୟାହତି ନେଇ ସବୁଦିନ ପାଇଁ ଫେରି ଆସିଥିଲେ ନିଜ ଗାଁ ମାଟିକୁ । ବିନୋଦଙ୍କଜେଜେବାପା ଜଣେ ସ୍ଵଚ୍ଛଳ କୃଶକ ଭାବରେ ଛେୟୁର ଗାଁରେ ବେଶ୍ ଲୋକପ୍ରିୟ ଥିଲେ । ତାଙ୍କ ଜେଜେବାପାଙ୍କର ୧୦ଜଣ ସନ୍ତାନ ଥିଲେ । ମାତ୍ର ସେମାନଙ୍କ ଅଧ୍ୟରୁ କେହି ବି କୃଷି କାର୍ଯ୍ୟ କରିବା ପାଇଁ ଆଗ୍ରହ ନଥିଲେ । ସେଥିପାଇଁ ପାଠ ପଢା ସାରିବା ପରେ ସମସ୍ତେ ଚାକିରି ପାଇଁ ସହରକୁ ଚାଲି ଯାଇଥିଲେ । ଚେନ୍ନାଇର ଏକ ସ୍କୁଲରେ ପ୍ରିନ୍ସପାଲ ଭାବରେ କାର୍ଯ୍ୟ କରୁଥିବାରୁ ବିନୋଦଙ୍କ ବାପା ମଧ୍ୟ ସହରକୁ ଚାଲିଯାଇଥିଲେ । ମଝିରେ ମଝିରେ ବିନୋଦ ତାଙ୍କ ବାପା ମା’ଙ୍କ ସହ ଗାଁକୁ ଛୁଟିଦିନରେ ବୁଲିବାକୁ ଯାଉଥିଲେ । ତାଙ୍କ ବାପା ମଧ୍ୟ ସେଠାରେ କେତେକାଂଶରେ କୃଷି କାର୍ଯ୍ୟରେ ନିଜକୁ ନିୟୋଜିତ କରୁଥିଲେ ।

ସମୟ ବଦଳିବା ସହିତ ଧୀରେ ଧୀରେ ବିନୋଦ ଜୀବନରେ ଏକ ମୋଡ ଆସିଥିଲା, ଯେଉଁଠି ବଦଳିଯାଇଥିଲା ସବୁ କିଛି । ଚେନ୍ନାଇର ଏସ୍ ଆର୍ ଏମ୍ ବିଦ୍ୟାଳୟରେ ଇଲେକ୍ ଟ୍ରୋନିକ ଇଞ୍ଜିନିୟରିଂ ପଢିବା ପାଇଁ ଚାଲିଗଲେ ବିନୋଦ । ମାନବ ସମ୍ଭଳରେ ଏମ୍ ବିଏ ମଧ୍ୟ ପଢିଲେ । ଏହା ପରେ କର୍ପୋରେଟ୍ ଫାର୍ମରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଚାକିରି କ୍ଷେତ୍ରରେ ସବୁକିଛି ଠିକ୍ ଭାବରେ ଚାଲିଥିଲା । ମାତ୍ର ଏହାର ଚାରିବର୍ଷ ପରେ ତାଙ୍କ ଜୀବନରେ ସବୁକିଛି ବଦଳିବାକୁ ଆରମ୍ଭ କଲା । ବିନୋଦଙ୍କ କହିବାନୁସାରେ ସେ ଯେତେବେଳେ ସ୍କୁଲ ଏବଂ କଲେଜରେ ପାଠ ପଢୁଥିଲେ ତାଙ୍କ ପାଖରେ ସେମିତି କିଛି ଚିନ୍ତା ନ ଥିଲା । ଜୀବନର ସମସ୍ତ କାମକୁ ବେଶ୍ ଗମ୍ଭୀତାର ସହିତ ଗ୍ରହଣ କରୁଥିଲେ । କିଛି ଭିନ୍ନ ଓ ଭଲ କରିବା ପାଇଁ ଆଶା ମଧ୍ୟ କରୁଥିଲେ । କିନ୍ତୁ ଚାକିରି କରିବା ୪ ବର୍ଷ ପରେ କିଛି ହରେଇଥିବା ଅନୁଭବ କାଲେ । ଚାକିରି ଜୀବନରେ ନିଜକୁ ଏକପ୍ରକାର ହଜେଇ ଦେବାର ଅନୁଭାବ ତାଙ୍କ ବ୍ୟାତିବ୍ୟସ୍ତ କରିପକାଉଥିଲା । ୨୪ ଘଣ୍ଟା ଅଫିସ୍ କାମରେ ବ୍ୟସ୍ତ ରହିଯାଉଥିଲେ । ସାଙ୍ଗସାଥୀ ଓ ପରିବାର ଲୋକଙ୍କ ସହ ସମୟ ଅତିବାହିତ କରିବା ପାଇଁ ତାଙ୍କ ପାଖରେ ସମୟ ନଥିଲା । ଚାକିରିର ବିରକ୍ତିକର ସମୟ ନିର୍ଦ୍ଧିଷ୍ଟ ସହିତ ବ୍ୟସ୍ତ ଜୀବନଶୈଳୀ କାରଣରୁ ବହୁତ ଥକି ପଡିଥିଲେ ବିନୋଦ । ସମୟ ଖୋଜୁଥିଲେ ଏକ ଲାମ୍ବା ଛୁଟି ପାଇଁ । ସେଥିପାଇଁ ସେ ନିଜର ସଞ୍ଚିତ ଏବଂ ଉପାର୍ଜ୍ଜିତ ଧନରେ ଭାରତ ଭ୍ରମଣ କରିବା ପାଇଁ ବାହାରି ପଡିଥିଲେ ।

ଭ୍ରମଣ ସମୟରେ ଅନେକ ଅଭିଜ୍ଞତା ଅର୍ଜନ କଲେ । ଦେଶର ବିଭନ୍ନ ସ୍ଥାନକୁ ଭ୍ରମଣ କରିବା ଦ୍ଵାରା ତାଙ୍କ ଜୀବନରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେଲା । ଦିନକୁ ଦିନ ସହରାଞ୍ଚଳରେ ଶିଳ୍ପର ପ୍ରାଦୁର୍ଭାବ ବୁଦ୍ଧି ପାଉଥିବା ବେଳେ ଏହା କୃଷି କ୍ଷେତ୍ରକୁ ପ୍ରଭାବିତ କରୁଥିବାର ଦେଖିବାକୁ ପାଇଥିଲେ ବିନୋଦ । କେବଳ ତାମିଲନାଡୁ ନୁହେଁ, ସାରା ଦେଶରେ ଶିଳ୍ପର ଅଭିବୃଦ୍ଧି ପରୋକ୍ଷରେ କୃଷି ଓ କୃଷକମାନଙ୍କୁ ପ୍ରାଭାବିତ କରୁଥିବାର ଦେଖିବାକୁ ପାଇଥିଲେ । କୃଷକମାନଙ୍କ ଏପରି ଅବସ୍ଥା ଦେଖିସାରିବା ପରେ ବିନୋଦଙ୍କ ମନରେ କିଛି କରିବାର ଆଶା ଉଯୁଜି ସାରିଥିଲା । ତା’ପରେ ସେ ପୁନର୍ବାର ନିଜ ରାଜ୍ୟ ଚେନ୍ନାଇ ଫେରିଯାଇଥିଲେ । ଚାକିରି ଛାଡି ସବୁଦିନ ପାଇଁ ଚାଷକାମ କରି ଜୀବୀକାର୍ଜନ କରିବେ ବୋଲି ତାଙ୍କ ବାପା, ମା’ଙ୍କୁ କହିଥିଲେ ।

ଏହାପରଠୁ ଲାଗିଯାଇଥିଲେ ନିଜ ଉଦ୍ୟମରେ । ଆରମ୍ଭ କରିଥିଲେ କୃଷି କାର୍ଯ୍ୟ। ବାଜରାଠୁ ନେଇ ବିଭିନ୍ନ କିସମର ଡାଲି ଏବଂ ଶସ୍ୟ ଚାଷ କରିଥିଲେ ନିଜ କ୍ଷେତରେ । କେବଳ ସେତିକି ନୁହେଁ, ଏକୁଟିଆ ନିଜର କୃଷି କାର୍ଯ୍ୟ ବୁଖିବା ସହିତ ସେ ନିଜ ଗାଁରେ ଜୈବିକ ଉପାୟରେ ଚାଷ କାମକୁ ପ୍ରୋତ୍ସାହିତ କରୁଥିଲେ । ଭାରତର ବିଭିନ୍ନ ଅଞ୍ଚଳ ଭ୍ରମଣ କରିଥିବାରୁ ବିଭିନ୍ନ ଅଞ୍ଚଳରୁ ଆଞ୍ଚଳିକ କୃଷି ସମ୍ବନ୍ଧରେ ପାଇଥିବା କିଛି ତଥ୍ୟ ଏବଂ ନିଜ ବାପାଙ୍କଠାରୁ ପ୍ରଶିକ୍ଷଣ ପାଇଁ ସେ କୃଷି କାର୍ଯ୍ୟ କରୁଛନ୍ତି । ତାଙ୍କ ଅନୁସାରେ ସେ ଅତୀତରେ ମୋଟା ଅଙ୍କର ଦରମା ପାଉଥିଲେ ସତ । କିନ୍ତୁ ସେଥିରେ ତାବକ ସନ୍ତୁଷ୍ଟି ମିଳୁନଥିଲା । କୃଷି ତାଙ୍କ ପାଇଁ ଉଭୟ ନିଶା ଓ ପେସା । ଯାହା ତାଙ୍କୁ ଆତ୍ଜସନ୍ତୋଷ ଦେବା ସହିତ ଆର୍ଥିକ ଦୃଷ୍ଟିରୁ ମଧ୍ୟ କର୍ପୋରେଟ୍ ଚାକିରି ତୁଳନାରେ ଅଧିକ ସ୍ଵଚ୍ଛଳ କରିପାରିଛି । କୃଷି କାମରେ ତାଙ୍କ ସଫଳତା ମିଳିବା ପରେ ଏବେ ସେ ଆହୁରି ୧୧ଟି ଦେଶକୁ ବୁଲିବା ଉଦ୍ଦେଶ୍ୟରେ ବାହାରିଛନ୍ତି ଯେଉଁଠି ସେ କୃଷି ସମ୍ବନ୍ଧରେ ଲୋକମାନଙ୍କୁ ତଥ୍ୟ ଦେବା ସହିତ ସେ ଦେଶର କୃଷି ପ୍ରଣାଳୀ ବିଷୟରେ ମଧ୍ୟ କିଛି ତଥ୍ୟ ହାସଲ କରିପାରିବେ ।

Related Stories