ଗୁଗୁଲ୍ ଡକ୍ୟୁମେଂଟାରି “CodeGirl"ରେ ୫ ଜଣ ଭାରତୀୟ ଝିଅ

ଗୁଗୁଲ୍ ଡକ୍ୟୁମେଂଟାରି “CodeGirl"ରେ ୫ ଜଣ ଭାରତୀୟ ଝିଅ

Wednesday February 10, 2016,

2 min Read

ଗୁଗୁଲ୍ ପକ୍ଷରୁ CodeGirl ଉପରେ ପ୍ରସ୍ତୁତ କରାଯାଇଥିବା ପ୍ରାମାଣିକ ଚିତ୍ର ବା ଡକ୍ୟୁମେଂଟାରି ଭାରତୀୟଙ୍କ ପାଇଁ ବହୁତ ଖାସ୍ । କାରଣ ଏଥିରେ ୫ ଜଣ ଭାରତୀୟ ଝିଅଙ୍କ କାହାଣୀ ମଧ୍ୟ ସ୍ଥାନ ପାଇଛି । ଚଳିତ ମାସ ୧୨ରେ ଏହି ଡକୁ୍ୟମେଂଟାରି ପ୍ରସାରିତ ହେବ । 

ଏହି ଡକ୍ୟୁମେଂଟାରିରେ ବେଙ୍ଗାଲୁରୁର ଇନ୍ଦୀରା ନଗର ସ୍ଥିତ ନ୍ୟାସନାଲ୍ ପବ୍ଲିକ୍ ସ୍କୁଲର ସପ୍ତମ ଶ୍ରେଣୀରେ ପଢ଼ୁଥିବା ୫ ଜଣ ଯୁବତୀଙ୍କ କାହାଣୀ ମଧ୍ୟ ରହିଛି । ଏହି ପାଂଚ ବାଳିକାଙ୍କ ନାମ ହେଉଛି ନିୟତୀ ଦଶାରୀ, ଦିୟା ମାର୍ବା, ସୌମ୍ୟା ତେଜମ୍, ଶେରିଲ୍ ବିବିନ୍ ଓ ଶିବାଲିକା କୋହ୍ଲି । ଏହି ପାଂଚ ଜଣ ବାଳିକାଙ୍କୁ ଭାରତର ଏକ୍ସଓମେନ୍ ବୋଲି ମଧ୍ୟ କୁହାଯାଇଛି । ସେମାନେ ଏହି ନାମରେ ବେଶ ପରିଚିତ ଓ ଲୋକପ୍ରିୟ ।

ଗୁଗୁଲର ଏକ ପ୍ରକଳ୍ପ ହେଉଛି “ମେଡ୍ ୱିଥ୍ ଦି କୋଡ୍’ । ସେହି ପ୍ରକଳ୍ପ ଅଧୀନରେ ଏହି ଡକ୍ୟୁମେଂଟାରିକୁ ପ୍ରସ୍ତୁତ କରାଯାଇଛି । ଏହି ଡକ୍ୟୁମେଂଟାରିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କମ୍ପ୍ୟୁଟର ସାଇନ୍ସ କ୍ୟାରିୟର୍ ପ୍ରତି ବାଳିକାମାନଙ୍କୁ ଆକର୍ଷିତ କରିବା । ଏହି ଡକ୍ୟୁମେଂଟାରିରେ ଭାରତୀୟଙ୍କ ସମେତ ଆମେରିକା, ବ୍ରାଜିଲ୍ ଓ ନାଇଜେରିଆର କୋଡଗାର୍ଲସ୍ ଙ୍କ କାହାଣୀ ସ୍ଥାନ ପାଇଛି ।

ପଢନ୍ତୁ - Paytm ପ୍ରତିଷ୍ଠାତାଙ୍କ ସଂଘର୍ଷ କାହାଣୀ:ଖାଇବାକୁ ଟଙ୍କା ନ ଥିଲା, ଇଞ୍ଜିନିୟରିଂ ପରେ ଚାକିରି ନ ଥିଲା

image


ଭାରତୀୟ କୋଡଗାର୍ଲ୍ସଙ୍କ ନାମ

-ନିୟତୀ ଦଶାରୀ

-ଦିୟା ମାର୍ବା

-ସୌମ୍ୟା ତେଜମ୍

-ଶେରିଲ୍ ବିବିନ୍

-ଶିବାଲିକା କୋହ୍ଲି

ଏହି ଡକ୍ୟୁମେଂଟାରିରେ ଏହା ପ୍ରଦର୍ଶନ କରାଯାଇଛି ଯେ କିଭଳି ହାଇସ୍କୁଲର କିଛି ଛାତ୍ରୀଙ୍କୁ କୋଡ୍ ବିଷୟରେ ଶିକ୍ଷା ଗ୍ରହଣ କରିବାର ତିନି ମାସ ପାଇଁ ସୁଯୋଗ ପ୍ରଦାନ କରାଯାଇଛି । ଏହି ଶିକ୍ଷାଦାନ ବେଳେ ସେମାନଙ୍କ ଯାତ୍ରା ଓ ଅଭିଜ୍ଞତାର ରୋମାଂଚ ସହିତ ୨୦୧୫ ଜୁନରେ ଅନୁଷ୍ଠିତ ହୋଇଥିବା ୱାର୍ଲଡ୍ ପିଚ୍ ନାଇଟରେ ସେମାନେ କିଭଳି ନିଜର ଚିନ୍ତାଧାରାକୁ ପ୍ରଦର୍ଶନ କରି ରାତାରାତି ସଫଳତା ହାସଲ କରିଥିଲେ ।

ଭାରତୀୟ ଟିମର ସଦସ୍ୟ ଶିବାଲିକା କୋହଲି କହିଛନ୍ତି ଆମେ ଏଭଳି ଏକ ଆପ୍ ବିକଶିତ କରିଛୁ ଯାହା ନାମ ହେଉଛି କ୍ୟାପେବଲ୍ । ଏହି ଆପ୍ ଜରିଆରେ ବିକଳାଂଗ ଓ ଭିନ୍ନକ୍ଷମମାନେ ଚାକିରି ଖୋଜିପାରିବେ, ତାଲିମ ହାସଲ କରିପାରିବେ ଓ ଅନ୍ୟଙ୍କୁ ସହାୟତା ପ୍ରଦାନ କରିପାରିବେ । ଏହି ଆପ୍ କୁ ସେମାନେ କଂପାନିକୁ ପ୍ରଦାନ କରିବେ । ଯଦ୍ୱାରା ଅଧିକରୁ ଅଧିକ ଲୋକ ଏହି ଆପ୍ କୁ ବ୍ୟବହାର କରି ଲାଭବାନ ହୋଇପାରିବେ ।

image


ଲେସ୍ଲି ଚିଲ୍କଟ୍ ନାମକ ଆମେରିକାର ଜଣେ ଡକ୍ୟୁମେଂଟାରି ନିର୍ମାତା ଏହି ଡକ୍ୟୁମେଂଟାରିକୁ ପ୍ରସ୍ତୁତ କରିଛନ୍ତି । ଏହାକୁ Youtubeରେ ମଧ୍ୟ ପ୍ରସାରଣ କରାଯିବ ।

ପଢନ୍ତୁ ଆଉ କିଛି ସମ୍ପର୍କିତ କାହାଣୀ -

1। ଓଡ଼ିଶାରେ ପ୍ରଥମ: କୃତ୍ରିମ ହାତରେ କାର୍ଯ୍ୟକ୍ଷମ କ୍ଷୀରୋଦ ମିଶ୍ର

2। ଅଟୋ ଚଳାଇ ଉଦାହରଣ ସାଜିଲେ ଓଡ଼ିଶାର ଝାନ୍ସୀ

3। ଗ୍ଲାମର ଦୁନିଆରେ ୪ ଓଡ଼ିଆ ଝିଅ