ବ୍ୟାଙ୍କିଂ କ୍ଷେତ୍ରରେ ଆଗୁଆ ଭାରତୀୟ ମହିଳା

ବ୍ୟାଙ୍କିଂ କ୍ଷେତ୍ରରେ ଆଗୁଆ ଭାରତୀୟ ମହିଳା

Tuesday December 08, 2015,

4 min Read

ଭାରତରେ ବ୍ୟାଙ୍କିଂ କ୍ଷେତ୍ରରେ ମହିଳା ମାନେ ବେଶ ଆଗରେ ଅଛନ୍ତି । ସେମାନେ ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବା ସହିତ ବଡ଼ ବଡ଼ ପଦବୀରେ ବି ରହିଛନ୍ତି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଆସେଟ୍ ଦୃଷ୍ଟିରୁ ସବୁଠାରୁ ବଡ଼ ବ୍ୟାଙ୍କକୁ ଜଣେ ମହିଳା ଚଳାଉଛନ୍ତି। ନିମ୍ନରେ ସେମିତି କେତେ ଜଣ ପ୍ରଭାବଶାଳୀ ଭାରତୀୟ ମହିଳାଙ୍କ ସଂପର୍କରେ ବର୍ଣ୍ଣନାରହିଛି, ଯେଉଁମାନେ ବର୍ତ୍ତମାନକୁ ସଜାଡ଼ିବା ସହିତ ଭବିଷ୍ୟତ ଗଢିବା ଦିଗରେ ଆଗେଇ ଚାଲିଛନ୍ତି ।

ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ, ଚେୟାରପର୍ସନ, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ

image


ଭାରତର ସବୁଠାରୁ ବଡ଼ ବ୍ୟାଙ୍କରଏପରି ଗରୁତ୍ୱପୂର୍ଣ୍ଣ ପଦବୀରେ ରହିବାରେ ଅରୁନ୍ଧତୀ ହେଉଛନ୍ତି ପ୍ରଥମ ମହିଳା। ୧୯୭୭ରେ ଜଣେ ପ୍ରୋବେସନବାରୀ ଅଫିସରଭାବେ ଅରୁନ୍ଧତୀ ବ୍ୟାଙ୍କିଂ କ୍ଷେତ୍ରକୁ ଆସିଥିଲେ।ନିଜ କ୍ୟାରିଅରରେ ଅରୁନ୍ଧତୀ ଅନେକ ବଡ଼ ପଦବୀରେ କାମକରିଛନ୍ତି, ସଫଳତା ପାଇଛନ୍ତି, ଆଗକୁ ବଢିଛନ୍ତି। ନିଜ ୩୮ ବର୍ଷର ଚାକିରୀ ଜୀବନ ମଧ୍ୟରେ ସେ ଏସବିଆଇ ମର୍ଚାନ୍ଟ ବ୍ୟାଙ୍କିଂର ମୁଖ୍ୟ କାର୍ଯ୍ୟ ନିର୍ବାହୀ, ନୂଆ ପ୍ରକଳ୍ପର ମୁଖ୍ୟ ମହାପ୍ରବନ୍ଧକ ଭାବେ ଦାୟିତ୍ୱ ତୁଲାଇଛନ୍ତି। ଏହାବାଦ୍ ସେ ଷ୍ଟେଟବ୍ୟାଙ୍କର ନ୍ୟୁୟର୍କ ଅଫିସରେ କାର୍ଯ୍ୟ କରିବା ସହିତ ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ, କଷ୍ଟଡ଼ିଆଲ ସର୍ଭିସ ଆରମ୍ଭ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଚେୟାରପର୍ସନ ବା ଅଧ୍ୟକ୍ଷା ଦାୟିତ୍ୱନେବା ପୂର୍ବରୁ ସେ ପରିଚାଳନା ନିର୍ଦ୍ଧେଶକ ଓ ମୁଖ୍ୟ ଫିନାନ୍ସିଆଲ୍ ଅଫିସର ଭାବେ କାର୍ଯ୍ୟ କରିଥିଲେ ।

ଚନ୍ଦା କୋଚ୍ଚର୍, ପରିଚାଳନା ନିର୍ଦ୍ଧେଶକ ଓ ସିଇଓ, ଆଇସିଆଇସିଆଇ ବ୍ୟାଙ୍କ ଲିମିଟେଡ଼୍

image


ଭାରତର ସବୁଠାରୁ ବଡ଼ ଘରୋଇ ବ୍ୟାଙ୍କର ମୁଖ୍ୟ ଭାବେ ବ୍ୟାଙ୍କିଂ କ୍ଷେତ୍ର ପାଇଁ ଚନ୍ଦାଙ୍କ ଅବଦାନ ବେଶ ସ୍ମରଣୀୟ। ଭାରତରେ ଛୋଟ ଛୋଟ ବେପାର କରି ବ୍ୟାଙ୍କ କିପରି ଆଗକୁ ବଢେ, ଚନ୍ଦା ତାହାରି ଉଦାହରଣସୃଷ୍ଟି କରିଛନ୍ତି । 

୧୯୮୪ରେ ତକ୍ରାଳୀନ ଆଇସିଆଇସିଆଇଲିମିଟେଡ଼ ସହିତ ଯୋଗ ଦେଇଥିଲେ ଚନ୍ଦା । ୨୦୦୧ରେ ସେ ବୋର୍ଡ଼ ଅଫ୍ ଡିରେକ୍ଟରସକୁ ପଦୋନ୍ନତି ପାଇଥିଲେ । ନବେ ଦଶକରେ ଆଇସିଆଇସିଆଇ ବ୍ୟାଙ୍କ ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କ ଭୁମିକା ଥିଲାସର୍ବାଧିକ । ତା’ପରେ ସେ ଏହି ବ୍ୟାଙ୍କର କର୍ପୋରେଟ ବ୍ୟାଙ୍କିଂ ବିଜିନେସ ଶାଖାର ମୁଖ୍ୟ ହୋଇଥିଲେ । ୨୦୦୦ ମସିହାରେ ତାଙ୍କ କ୍ୟାରିଅରରେ ଆସିଥିଲା ନୂଆ ମୋଡ଼। ଖୁଚୁରା ବେପାର କ୍ଷେତ୍ରରେ ପଛରେ ପଡ଼ିଥିବା ବ୍ୟାଙ୍କିଂ କ୍ଷେତ୍ରକୁ ଏଥିରେସକ୍ରିୟ କରିବା ପାଇଁ ସେ ନେଇଥିଲେ ଆଗୁଆ ପଦକ୍ଷେପ। ଏଥିରେ ନୂଆ ପ୍ରୟୋଗ ବି କରିଥିଲେ। ଆଉ ବେଶ ସଫଳ ହୋଇଥିଲେ। ୨୦୦୬-୦୭ ମସିହା ବେଳକୁ ଯେତେବେଳେ ଭାରତ ବିଶ୍ୱ ଅର୍ଥନୀତିରେ ଆଗୁଆ ଭୂମିକା ନେବାକୁ ଚେଷ୍ଟା କରୁଥିଲା, ସେଇ ସମୟରେ ଚନ୍ଦା କର୍ପୋରେଟ୍ ଓ ଆନ୍ତର୍ଜାତିକ ବ୍ୟାଙ୍କିଂ ଓ ବିଜିନେସ ସେକ୍ସନର ମୁଖ୍ୟ ଭାବେ ତୁଲାଇ ଥିଲେ ଦାୟିତ୍ୱ । ୨୦୦୭-୦୯ ମଧ୍ୟରେ ଯେତେବେଳେ ଅର୍ଥନୀତିର ସଂଜ୍ଞା ବଦଳୁ ଥିଲା, ସେଇସମୟରେ ଚନ୍ଦା ଯୁଗ୍ମ ପରିଚାଳନା ନିର୍ଦ୍ଧେଶକ ଓ ଚିଫ୍ ଫିନାନ୍ସିଆଲ୍ ଅଫିସରଭାବେ ସଫଳତାର ସହ କାର୍ଯ୍ୟକରିଥିଲେ। ଦେଶ ବାହାରେ ନିଜ ବ୍ୟାଙ୍କ କାରବାରକୁ ସୁଦୃଢ କରିଥିଲେ।

ନିଜର ଅବଦାନ ପାଇଁ ଚନ୍ଦାଙ୍କୁ ଭାରତ ସରକାର ପ୍ରଧାନମନ୍ତ୍ରୀଙ୍କ ଶିଳ୍ପ ଓ ବାଣିଜ୍ୟ ପରିଷଦର ସଦସ୍ୟ ଭାବେ ଗ୍ରହଣକରାଯାଇଛି । ଆମେରିକା-ଭାରତ ଏବଂ ଭାରତ-ଇଂଲଣ୍ଡ ସିଇଓ ଫୋରମର ସଦସ୍ୟ ଭାବେ ମନୋନିତ ହୋଇଛନ୍ତି। ଆର୍ଥିକ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ୨୦୧୧ ମସିହାରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ ।

ନୈନା ଲାଲ କିଦୱାଇ, ଗୃପ ଜେନେରାଲ ମ୍ୟାନେଜରଏବଂ କଂଟ୍ରିହେଡ଼୍,ଏଚଏସବିସି ଇଣ୍ଡିଆ

image


ହାଭାର୍ଡ଼ ବିଜିନେସ ସ୍କୁଲରୁ ଏମବିଏ ପାସ କରିଥିବା ନୈନା ଭାରତ ଏବଂ ଭାରତ ବାହାରେ ନିଜ ରଲିଡରସିପ୍ ଓ ବିଜିନେସ ମଡେଲ ଭାବେ ବେଶ ପ୍ରସିଦ୍ଧ । ଫର୍ଚୁନ ପତ୍ରିକାର ଟପ ୱିମେନ ଇନ ବିଜିନେସ୍ ଏବଂ ୱାଲଷ୍ଟ୍ରିଟ ଜର୍ନାଲ ଓ ଟାଇମ୍ସ ମ୍ୟାଗାଜିନ୍ ନୈନାଙ୍କ ସଫଳତାର କାହାଣୀ କହେ ।

ଶିଳ୍ପ ଓ ବାଣିଜ୍ୟକୁ ନିଜର ଅବଦାନ ପାଇଁ ଭାରତ ସରକାର ନୈନାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରିସାରିଛନ୍ତି । ଗ୍ରାମୀଣ ମହିଳାଙ୍କ ଜୀବିକାକ୍ଷେତ୍ରରେ ମାଇକ୍ରୋ ଫାଇନାନ୍ସର ଉପଯୋଗୀତା ଉପରେ ନୈନା ଅନେକ କାମ କରିଛନ୍ତି । ଫିକିର ସଭାପତି ଥିବା ନୈନା ନେଷ୍ଟଲେର ନନ୍ଏକଜିକ୍ୟୁଟିଭ୍ ନିର୍ଦ୍ଧେଶକ ଭାବେ ବୋର୍ଡ଼ରେ କାମ କରିଛନ୍ତି ।

ରେଣୁ ସୁଦ୍ କର୍ନଡ଼, ପରିଚାଳନା ନିର୍ଦ୍ଧେଶିକା, ଏଚଡ଼ିଏଫସି

image


ଏଚଡ଼ିଏଫସିର ପରିଚାଳନା ନିର୍ଦ୍ଧେଶିକା ରେଣୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ମୁମ୍ବାଇ ବିଶ୍ୱବିିଦ୍ୟାଳୟରୁ ସେ ଆଇନରେ ସ୍ନାତକ ପାସ କରିଛନ୍ତି । ୧୯୭୮ରୁ ବ୍ୟାଙ୍କିଂ କ୍ଷେତ୍ରକୁ ଆସିଥିବା ରେଣୁ ୨୦୦୦ରେ ଯୁଗ୍ମ ପରିଚାଳନା ନିର୍ଦ୍ଧେଶିକା ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୧୦ ଜାନୁଆରୀ ପହିଲାରେ ପରିଚାଳନା ନିର୍ଦ୍ଧେଶିକା ଭାବେ ୫ ବର୍ଷ ପାଇଁ ତାଙ୍କୁ ନିଯୁକ୍ତି ମିଳିଥିଲା । ୱାଲଷ୍ଟ୍ରୀଟ ଜର୍ନାଲ ଦ୍ୱାରା ଏସିଆର ୧୦ ଜଣ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ସେ ସ୍ଥାନ ପାଇଛନ୍ତି ।

ଶିଖା ଶର୍ମା, ପରିଚାଳନା ନିର୍ଦ୍ଧେଶିକା ଓ ସିଇଓ, ଆକ୍ସିସ ବ୍ୟାଙ୍କ

image


୨୦୦୯ରୁ ଶିଖାଏହି ଦାୟିତ୍ୱ ତୁଲାଇ ଆସୁଛନ୍ତି । ଆଇସିଆଇସିଆଇ ଗ୍ରୁପରୁ ନିଜ କ୍ୟାରିଅର ଆରମ୍ଭ କରିଥିବା ଶିଖା ପ୍ରୋଜେକ୍ଟ ଫିନାନ୍ସ, ଖୁଚୁରା ବ୍ୟାଙ୍କିଂ ଏବଂ ଇନଭେଷ୍ଟମେଂଟ ବ୍ୟାଙ୍କିଂ କ୍ଷେତ୍ରରେ କାମ କରିଥିଲେ । ଆଇସିଆଇସିଆଇ ପ୍ରୁଡେନସିଆଲ ଲାଇଫ୍ ଇନସ୍ୟୁରାନ୍ସର ମୁଖ୍ୟ ଭାବେ ସେ କଂପାନୀରେ ଶିଖାଙ୍କର ଥିଲା ଶେଷ ଦାୟିତ୍ୱ । ବ୍ୟାଙ୍କିକ୍ଷେତ୍ରକୁ ନିଜ ଅବଦାନ ପାଇଁ ଶିଖାଙ୍କୁ ଅନେକ ସମ୍ମାନ ମିଳିଛି । ଯେମିତି- Transformational Business Leader of the Year-୨୦୧୨, ବ୍ଲୁମବର୍ଗ-ୟୁଟିଭି ଦ୍ୱାରା ଓମ୍ୟାନ ଲିଡର ଅଫ୍ ଦି ଇୟର-୨୦୧୨, ବିଜିନେସ ୱାର୍ଲ୍ଡର ବ୍ୟାଙ୍କର୍ ଅଫ୍ ଦି ଇୟର୍-୨୦୧୨ । ଫୋର୍ବସ୍, ଇଣ୍ଡିଆନ୍ ଏକ୍ସପ୍ରେସ୍ ଏବଂ ଇଣ୍ଡିଆ ଟୁଡେ ଆଦି ପ୍ରକାଶନୀରେ ସେ ଭାରତର ୨୫ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ।

ଶୁଭଲକ୍ଷ୍ମୀ ପାନ୍ସେ, ଅଧ୍ୟକ୍ଷା ଏବଂ ଏମଡ଼ି, ଆହ୍ଲାବାଦ ବ୍ୟାଙ୍କ

image


୨୦୧୨ରେ ଶୁଭଲକ୍ଷ୍ମୀ ଏହି ଦାୟିତ୍ୱ ସଂଭାଳି ଥିଲେ । ତା’ପୂର୍ବରୁ ବିଜୟା ବ୍ୟାଙ୍କରେ କାର୍ଯ୍ୟକାରୀ ନିର୍ଦ୍ଧେଶିକା ଦାୟିତ୍ୱ ତୁଲାଇ ଥିଲେ। ତାହା ୨୦୦୯ ମସିହାର କଥା। ୧୯୭୬ରେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରରେ ସେ ଜଣେ ପ୍ରୋବେସନାରୀ ଅଫିସର ଭାବେ ଚାକିରୀ ଜୀବନ ଆରମ୍ଭ କରିଥିଲେ। ତା’ପରେ ଏହି ବ୍ୟାଙ୍କର ଅନେକ ରାଜ୍ୟର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇ ଥିଲେ ।

ବ୍ୟାଙ୍କିଂ କ୍ଷେତ୍ରକୁ ଅବଦାନ ପାଇଁ ତାଙ୍କୁ ଅନେକ ସମ୍ମାନ ମିଳିଛି । ଯେମିତି- ନାରୀଚେତନା ସମ୍ମାନ-୨୦୦୮, ସୂର୍ଯ୍ୟଦତ୍ତା ଜାତୀୟ ସମ୍ମାନ-୨୦୧୧ । ବ୍ୟାଙ୍କିଂ, ଇନଭେଷ୍ଟମେଂଟ, ରିକଭରି ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଆଦି ଅନେକ କ୍ଷେତ୍ରରେ ସେ ସିଦ୍ଧହସ୍ତା ।

ମୂଳ ଲେଖା - ଟୀମ YS

ଭାଷାନ୍ତର - ଜ୍ୟୋତିପ୍ରକାଶ ମହାପାତ୍ର