୨୦୦୦ ଟଙ୍କିଆ ନୋଟ ବିଷୟରେ ୧୦ଟି ଜାଣିବା ଯୋଗ୍ୟ ତଥ୍ୟ

୨୦୦୦ ଟଙ୍କିଆ ନୋଟ ବିଷୟରେ ୧୦ଟି ଜାଣିବା ଯୋଗ୍ୟ ତଥ୍ୟ

Friday November 11, 2016,

3 min Read

ତିନି ଦିନ ପୂର୍ବେ ଯାହା କି ସଭିଙ୍କ ପାଇଁ ଏକ ନିହାତି ସାଧାରଣ ଦିନ ଥିଲା, ଲୋକେ ନିଜ ନିଜର କାମ ସାରି ଅଫିସରୁ ଘରକୁ ଯାଉଥିଲେ, ସେହି ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏପରି ଏକ ଘୋଷଣା କଲେ ଯାହା ସେଇ ସାଧାରଣ ଦିନଟିକୁ କରିଦେଲା ଅସାଧାରଣ। ତାଙ୍କର ୪୦ ମିନିଟ ଲମ୍ବା ଭାଷଣରେ ସେ ଦୁର୍ନୀତି, କଳାଧନ ଓ ଜାଲିନୋଟର ବଜାର ବିରୋଧରେ ନିଜର ଦୃଢ ସ୍ଥିତି ବଜାୟ ରଖି ୫୦୦ ଓ ୧୦୦୦ ଟଙ୍କାର ନୋଟକୁ ବ୍ୟାନ କଲେ କରିବାର ଘୋଷଣା କଲେ। ଏହି ଖବର ଦେଶକୁ ଆଶ୍ଚର୍ଯ୍ୟଚକିତ କରିବା ସହ ବେଶ ଏକ ଅଲୋଡନ ସୃଷ୍ଟି କଲା। ବିଶେଷ କରି ଏଇଥିପାଇଁ ଯେ ଘୋଷଣା ଓ କାର୍ଯ୍ୟକାରୀ କରିବା ମଧ୍ୟରେ ସମୟ ବ୍ଯବଧାନ ଏକଦମ ନଥିଲା। ଏହି କୋଳାହଳ ମଧ୍ୟରେ ଦେଶରେ ବାଇଗଣୀ ରଙ୍ଗର କଡ଼କଡିଆ ନୂଆଁ ୨୦୦୦ ଟଙ୍କା ନୋଟର ପ୍ରବେଶ ହେଲା।

image


ଏହି ନୋଟ ଗତକାଲିଠାରୁ ବଜାରରେ ଚାଲିବା ଆରମ୍ଭ କଲା। ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆ ୮ ନଭେମ୍ବର ଦିନ ଏହି ଟଙ୍କା ଉପରୁ ପରଦା ଉଠାଇଥିଲେ। ଏହି ସିରୀଜର ନୋଟର ଡିଜାଇନ ସଂପୂର୍ଣ୍ଣ ଭାବେ ନୂତନ। ୧୯୭୮ ପରଠାରୁ RBI ବାହାର କରିଥିବା ନୋଟ ମାନଙ୍କ ମଧ୍ୟରେ ଏହା ହେଉଛି ସର୍ବୋଚ୍ଚ ମୂଲ୍ୟର ନୋଟ। ୧୯୭୮ରେ ୫୦୦୦ ଓ ୧୦,୦୦୦ ଟଙ୍କାର ନୋଟ ଛପା ଯାଇଥିଲା। ବର୍ତ୍ତମାନ ଏହି ନୋଟ ଗୁଡ଼ିକ ମହୀଶୂର, କର୍ଣ୍ଣାଟକରେ ଛପାଯାଉଛି।

ଏବେ ଆସନ୍ତୁ ନଜର ପକାଇବା ଏହି ନୋଟ ସମ୍ବନ୍ଧିତ ଏପରି ୧୦ଟି ତଥ୍ୟ ଉପରେ ଯାହା ଆପଣଙ୍କର ନିଶ୍ଚିତ ଭାବେ ଜାଣିବା ଯୋଗ୍ୟ।

୧। ଏହି ନୋଟର ଆକାର ହେଉଛି ୬୬ ମିମି X ୧୬୬ ମିମି ଯାହାକି ପୂର୍ବତନ ୧୦୦୦ ଟଙ୍କିଆ ନୋଟଠାରୁ ଛୋଟ ଏବଂ ଏହାର ରଙ୍ଗ ଈଷତ ଗୋଲାପି।

୨। ଏହି ନୋଟରେ ୨୦୦୦ ସଂଖ୍ୟାଟି ଦେବନାଗରୀ ଲିପିରେ ଲେଖାଯାଇଛି ଓ ନୋଟର ବାମ ପାର୍ଶ୍ଵରେ ମାଇକ୍ରୋ ଆକାରରେ RBI ଓ ୨୦୦୦ ସଂଖ୍ୟା ଲେଖାଯାଇଛି।

୩। ଏହି ନୋଟକୁ ଆଲୋକ ପାଖରେ ଧରି ଦେଖିଲେ ୨୦୦୦ ଲେଖାଥିବା ଏକ ରେଜିଷ୍ଟର ଦୃଶ୍ୟମାନ ହେବ।

୪। ଏହି ନୂଆଁ ନୋଟରେ ମହାତ୍ମା ଗାନ୍ଧୀଙ୍କ ଚିତ୍ରଟି ମଧ୍ୟ ଭାଗରେ ରହିବ।

୫। ଏହି ନୋଟରେ ଭାରତର ମଙ୍ଗଳାୟନ ଅଭିଯାନକୁ (ଦେଶର ପ୍ରଥମ ଏପରି ଅଭିଯାନ ଯେଉଁଥିରେ ଅନ୍ୟ ଗ୍ରହକୁ ଯାନ ପଠାଯାଇଥିଲା) ସ୍ମରଣ କରି ତା’ର ଚିତ୍ର ରହିବା ସହ ସ୍ଵଚ୍ଛ ଭାରତ ଅଭିଯାନର ଲୋଗୋ ଓ ଟ୍ୟାଗଲାଇନ ରହିଛି। ନୋଟର ଅପର ପାର୍ଶ୍ଵରେ Mars Orbiter Missionର ମୋଟିଫ ରହିଛି।

୬। ଏଥିରେ ଏକ ସୁରକ୍ଷା ପଟି ମଧ୍ୟ ରହିଛି ଯେଉଁଥିରେ ଦେବନାଗରୀ ଲିପିରେ ‘ଭାରତ’, RBI ଓ 2000 ଲେଖା ଯାଇଛି। ନୋଟକୁ ଟେକି ଧରିଲେ ଏହି ପଟିର ରଙ୍ଗସବୁଜରୁ ନୀଳ ରଙ୍ଗକୁ ବଦଳି ଯାଇଥାଏ।

୭। ଗ୍ୟାରେଣ୍ଟି , ଗଭର୍ନରଙ୍କର ସ୍ଵାକ୍ଷର ଓ ପ୍ରତିଜ୍ଞା ନୋଟର ଡାହାଣ ପାଖରେ ରହିଛି। ଛବି ସହ ଇଲେକ୍ଟ୍ରୋଟାଇପ ୱାଟରମାର୍କ ତା’ର ପାର୍ଶ୍ଵରେ ରହିଛି।

୮। ଗାନ୍ଧୀଙ୍କ ଛବିର ଡାହାଣ ପାର୍ଶ୍ଵରେ ଅଶୋକ ସ୍ତମ୍ଭ ଓ ଚିହ୍ନ ସହ ଇଲେକ୍ଟ୍ରୋଟାଇପ ୱାଟରମାର୍କ (୨୦୦୦)। ଏହା ସହ RBIର ନିୟମାବଳୀ ଅନୁସାରେ ସାତଟି ବ୍ଲୀଡ ଲାଇନ ସହ ଏକ ଆୟତକ୍ଷେତ୍ରର ଆକାର ରହିଛି ଯାହା ଦୃଷ୍ଟିହୀନଙ୍କୁ ନୋଟ ଚିହ୍ନିବାରେ ସାହାଯ୍ୟ କରିବ।

୯। ସୂତ୍ରରୁ ଜଣାପଡେ ଯେ ଏହି ନୋଟରେ ସୁରକ୍ଷା ପାଇଁ ଲାଟେଣ୍ଟ ଛବି, ରଙ୍ଗୀନ ପଟି, ସୁରକ୍ଷା ପଟି ଓ ୱାଟରମାର୍କ ରହିଛି। ଏହି ନୋଟରେ ନାନୋ ଜିପିଏସ ଚିପ (ଯାହା ସାହାଯ୍ୟରେ ନୋଟକୁ ସାଟେଲାଇଟ ଯୋଗେ ଟ୍ରାକ କରିହେଇଥାନ୍ତା) ଥିବାର ଖବରକୁ RBI ଖଣ୍ଡନ କରିଛି।

୧୦। ଏହା ଭିତରେ ନୋଟର ମୂଲ୍ୟ ଲେଖା ଥିବା ଛବି ରହିଛି ଯାହାକୁ ୪୫ ଡିଗ୍ରୀ ଢଳେଇ ଦେଖିଲେ ଏହା ଦୃଶ୍ୟମାନ ହେବ।

୮ ନଭେମ୍ବର ଦିନର ଘୋଷଣା ପରଠାରୁ ଦେଶରେ କମ ମୂଲ୍ୟର ନୋଟ ଓ ମୁଦ୍ରାର ଚାହିଦା ଅସାମାନ୍ୟ ଭାବେ ବଢିଯାଇଛି। ଏହି ନୂଆଁ ୨୦୦୦ ଟଙ୍କା ନୋଟ ବଜାରକୁ ଆସିବା ପରେ କେବଳ ସମୟ ହିଁ କହିପାରିବ ଦେଶବାସୀ ଏ ନୋଟ ପ୍ରତି କିଭଳି ମନୋଭାବ ଦେଖାଉଛନ୍ତି।