ଭୁବନେଶ୍ୱରରେ ‘ସେରା’ ଷ୍ଟାଇଲ୍ ଗ୍ୟାଲେରୀ ଖୋଲିଲା

ଭୁବନେଶ୍ୱରରେ ‘ସେରା’ ଷ୍ଟାଇଲ୍ ଗ୍ୟାଲେରୀ ଖୋଲିଲା

Saturday December 19, 2015,

2 min Read

ଆଜି ସ୍ଥାନୀୟ ସୁଭଦ୍ରା ସାନି ପ୍ଲାଜାରେ ବହୁ ସ୍ଥପତି, ଡ଼େଭଲପର୍ ତଥା ବ୍ୟବସାୟୀଙ୍କ ଉପସ୍ଥିତିରେ ଭାରତର ସବୁଠାରୁ ପସନ୍ଦଯୋଗ୍ୟ ହୋମ୍ ସଲ୍ୟୁସନ ଉତ୍ପାଦନକାରୀ ‘ସେରା’ର ଷ୍ଟାଇଲ ଗ୍ୟାଲେରୀ ବରିଷ୍ଠ ଉପ ସଭାପତି ଶ୍ରୀ ପି.କେ. ଶଶୀଧରନଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି । ସୁଭଦ୍ରା ସାନି ପ୍ଲାଜା ‘ସେରା’ ସହିତ ଦୀର୍ଘ ୧୦ ବର୍ଷ ଧରି ସହବନ୍ଧିତ । ତେଣୁ ‘ସେରା’ ଗ୍ୟାଲେରୀ ଖୋଲିବା ଦ୍ୱାରା ଏହାର ଖୁଚୁରା ବ୍ୟବସାୟରେ ଉନ୍ନତି ଆସିବ ବୋଲି ସୁଭଦ୍ରା ସାନି ପ୍ଲାଜାର ମାଲିକ ପ୍ରଫୁଲ୍ଲ ପଟ୍ଟନାୟକ କହିଛନ୍ତି । ‘ସେରା’ର ବରିଷ୍ଠ ଉପସଭାପତି ଶଶୀଧରନଙ୍କ ଅନୁସାରେ ପୂର୍ବ ଭାରତରେ ଖୁଚୁରା ବ୍ୟବସାୟରେ ଅଗ୍ରଗତି ଆଣିବାରେ ‘ସେରା’ର ଯେଉଁ ଲକ୍ଷ୍ୟ ଅଛି, ଏହି ପଦକ୍ଷେପ ସେଥିରେ ସହାୟକ ହେବ । ସେରାର ଚାରିଟି ମୁଖ୍ୟ ଉତ୍ପାଦ ଯଥା: ସାନିଟାରୀୱେର, ଫସେଟ୍, ଟାଇଲ ଏବଂ ୱେଲନେସ୍ ଗୁଡ଼ିକୁ ସ୍ପଷ୍ଟ ଭାବରେ ପ୍ରଦର୍ଶିତ କରାଯାଇଥିଲା । ସାରା ଭାରତ ଭଳି ଓଡ଼ିଶାରେ ମଧ୍ୟ ‘ସେରା’ର ଦୃତ ଅଗ୍ରଗତି ଘଟିଛି । ରିଏଲ ଇଷ୍ଟେଟ୍ ବ୍ୟବସାୟର ବିଘଟନ ସତ୍ତ୍ୱେ ‘ସେରା’ ଉତ୍ପାଦ ଗୁଡ଼ିକରେ ଗ୍ରାହକମାନଙ୍କ ଚାହିଦା କ୍ରମାଗତ ଭାବେ ବଢି ଚାଲିଛି । ‘ସେରା’ର ମାନ, ବିତରଣ ଶକ୍ତି ଏବଂ ସମାଜର ବିଭିନ୍ନ ସ୍ତରର ଗ୍ରାହକ ମାନଙ୍କ ଚାହିଦା ପାଇଁ ଏହା ସମ୍ଭବ ହୋଇପାରିଛି ।

image


ଉତ୍ତର ଗୁଜୁରାଟର କଡ଼ି ଠାରେ ଥିବା ‘ସେରା’ର ସାନିଟାରୀୱେର କାରଖାନା ଭାରତର ଏକମାତ୍ର କାରଖାନା ଯାହାର ବାର୍ଷିକ ଉତ୍ପାଦନ କ୍ଷମତା ୩ ନିୟୁତ ଏବଂ ଏହାର ଫସେଟ୍ କାରଖାନା ଦିନକୁ ୭,୨୦୦ଟି ଫସେଟ ଉତ୍ପାଦନ କରିବାରେ ସକ୍ଷମ । ଆନ୍ଧ୍ର ପ୍ରଦେଶରେ ‘ସେରା’ର ଭେରିଫାଇଡ଼୍ ଟାଇଲ୍ କାରଖାନା ସ୍ଥାପନା କରାଯାଇଛି ଯାହାର ବାଣିଜ୍ୟିକ ଉତ୍ପାଦନ ଖୁବ୍ ଶୀଘ୍ର ଆରମ୍ଭ ହେବ । ରିଡ଼ର୍ସ ଡ଼ାଇଜେଷ୍ଟ୍ ଦ୍ୱାରା ‘ସେରା’କୁ “ଟ୍ରଷ୍ଟେଡ଼୍ ବ୍ରାଣ୍ଡ-୨୦୧୫” ପୁରସ୍କାର ପ୍ରଦାନ କରାଯାଇଛି । ରିଏଲ ଇଷ୍ଟେଟ୍ ଡ଼େଭଲପର୍ସ ଆସୋସିଏସନ୍ “କ୍ରେଡ଼ାଇ”ର ‘ସେରା’ ହେଉଛି ପସନ୍ଦଯୋଗ୍ୟ ସହଭାଗୀ । ଇଟାଲୀରେ ୧୯୬୨ରେ ସ୍ଥାପିତ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଲକ୍‍ଜରୀ ଡ଼ିଜାଇନର ସାନିଟାରୀୱେର ବ୍ରାଣ୍ଡ ଇସ୍ଭିଆକୁ ‘ସେରା’ ଭାରତରେ ଉଦ୍ଘାଟନ କରିଥିଲା ।