ଚାଷୀଙ୍କ ଜୀବନ ବଦଳେଇଲେ ସ୍କୁଲ ଛାଡ଼ିଥିବା ବଢେ଼ଇ ପୁଅ

ଚାଷୀଙ୍କ ଜୀବନ ବଦଳେଇଲେ ସ୍କୁଲ ଛାଡ଼ିଥିବା ବଢେ଼ଇ ପୁଅ

Saturday November 28, 2015,

2 min Read

ଚାଷ ପାଇଁ ନୂଆ ନୂଆ ଉଦ୍ଭାବନ ନିମନ୍ତେ ରାଜସ୍ଥାନର ଶିକର ଅଞ୍ଚଳରେ ବେଶ୍ ଜଣାଶୁଣା ମଦନଲାଲ କୁମାୱତ । ତାଙ୍କର କମ୍ ଇନ୍ଧନରେ ଫସଲ କାଟିବା ଯନ୍ତ୍ର ସ୍ଥାନୀୟ ଚାଷୀଙ୍କ ଜୀବନ ବଦଳାଇ ଦେଇଛି । ୨୦୧୦ରେ ତାଙ୍କୁ ଭାରତର ଶ୍ରେଷ୍ଠ ଗ୍ରାମୀଣ ଉଦ୍ୟୋଗୀଙ୍କ ମଧ୍ୟରେ ଜଣେ ଭାବେ ବିବେଚିତ କରିଥିଲା ଫୋର୍ବସ୍ ପତ୍ରିକା ।

image


ମଦନଲାଲଙ୍କ ବାପା ଜଣେ ବଢେ଼ଇ ଥିଲେ । ପିଲାଦିନ ତାଙ୍କର ଦାରିଦ୍ର୍ୟ ଭିତରେ ବିତିଛି । ୧୧ ବର୍ଷ ବୟସରେ ସେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁର୍ବଳ ହୋଇ ପଡ଼ିଥିଲେ । ୧୫ ମାସର ଚିକିତ୍ସା ପରେ ସେ ସାମାନ୍ୟ ସୁସ୍ଥ ହୋଇଥିଲେ । ଆର୍ଥିକ ଦୁର୍ଗତି କାରଣରୁ ତାଙ୍କୁ ପାଠପଢ଼ା ଛାଡ଼ିବାକୁ ହେଲା ଓ ସେ ବାପାଙ୍କୁ କାମରେ ସହଯୋଗ କଲେ । ତେବେ ବଢେ଼ଇ କାମ ତାଙ୍କ ଦୁର୍ବଳ ଶରୀରକୁ ଖାପ ନ ଖାଇବାରୁ ୫ ବର୍ଷ ପରେ ସେ ଅଲଗା କାମ ପାଇଁ ମନ ବଳାଇଲେ ।

ପରେ ସେ ଏକ ଝଳେଇ ଶାଳାରେ କାମ କଲେ ଯେଉଁଠି ଟ୍ରାକ୍ଟର ମରାମତି ଶିଖିଲେ । ପରେ ସେ ଝଳେଇ ଶାଳା ଛାଡ଼ି କିଛି ନୂଆ କରିବାକୁ ଚାହିଁଲେ ।

ଏଇଠି ସେ ନିଜର ବୁଦ୍ଧି ଖଟାଇ ଗୋଟେ ଫସଲ କଟା ଯନ୍ତ୍ର ତିଆରି କଲେ । ଯଦିଓ ବଜାରରେ ମିଳୁଥିବା ଯନ୍ତ୍ର ଠାରୁ ତାଙ୍କ ଯନ୍ତ୍ରଟି ଭଲ କାମ କରୁଥିଲା ତଥାପି ସେ ସନ୍ତୁଷ୍ଟ ନଥିଲେ ।

image


ବଜାରରେ ମିଳୁଥିବା ଯନ୍ତ୍ରରେ ଏକାଧିକ ଫସଲ କାଟି ହେଉନଥିଲା । ଏଣୁ ସେ ଏହା ଉପରେ ଗବେଷଣା କଲେ, ଓ ତାଙ୍କ ଯନ୍ତ୍ରକୁ ବହୁ-ଫସଲି କରାଇଲେ । ଧାନ ସମେତ ଅନ୍ୟ ଫସଲ କାଟିବାରେ ଏହା ସମର୍ଥ ହେଲା । ସେଥିରେ ସେ ଏକ ପବନ ଯନ୍ତ୍ର ବି ଯୋଡ଼ିଲେ । ପବନର ବେଗ ନିୟନ୍ତ୍ରଣ ପାଇଁ ଏକ ଗିଅର ଯୋଡ଼ିଲେ । ଘୂରୁଥିବା ଡ୍ରମ୍ର ଆକାର କମାଇ ସେ ଏହି ଯନ୍ତ୍ରରେ ଇନ୍ଧନ ଖର୍ଚ୍ଚ ମଧ୍ୟ କମାଇବାରେ ସମର୍ଥ ହେଲେ ।

ଏହି ଯନ୍ତ୍ର ପ୍ରତି ସ୍ଥାନୀୟ ଅଞ୍ଚଳରେ ଆଗ୍ରହ ବଢ଼ିଲା ଓ ସେ ଏହାକୁ କମ ଦରରେ ବିକ୍ରି କଲେ । ମଦନଲାଲ ମନେପକାଇ କହନ୍ତି, ‘ପୂର୍ବରୁ ଅନୁକୂଳ ପବନ ପାଇଁ ଚାଷୀମାନେ ଅପେକ୍ଷା କରୁଥିଲେ । ଗୁଡ଼ାଏ କାମ ହାତରେ କରିବାକୁ ହେଉଥିଲା । ମୋ ଯନ୍ତ୍ରରେ ଏବେ ଉଭୟ ସମସ୍ୟାର ସମାଧାନ ହୋଇଛି ।’

ଦୁଃଖର ସହ କହନ୍ତି, ସେ କିଭଳି ଅହମଦାବାଦର ନାସନାଲ ଇନୋଭେସନ୍ ଫାଉଣ୍ଡେସନ୍ରେ ତାଙ୍କ ଯନ୍ତ୍ରକୁ ପଞ୍ଜିକୃତ କରିବାକୁ ଉଦ୍ୟମ କରିଛନ୍ତି । ତାଙ୍କ ଉଦ୍ରମ ସଫଳ ହେବା ବେଳକୁ ଡେରି ହୋଇଯାଇଥିଲା । ବଡ଼ କମ୍ପାନି ଦ୍ୱାରା ତାଙ୍କ କୌଶଳ ବ୍ୟବହାର ହୋଇ ସାରିଥିଲା । ସେ କମ୍ପାନିମାନେ ଭଲ ଲାଭ ବି କରୁଛନ୍ତି । ଏବେ ବଜାରରେ ମିଳୁଥିବା ଅଧିକାଂଶ ଫସଲ କଟା ଯନ୍ତ୍ର ତାଙ୍କ ଯନ୍ତ୍ରର ଅନୁକରଣ ବୋଲି ସେ ଦାବି କରନ୍ତି ।

ମଦନଲାଲଙ୍କ ନିଜ ବ୍ୟବସାୟ ଏବେ ଘାଟା । ସେ କହନ୍ତି, ‘ମୁଁ ଯେତେବେଳେ ବ୍ୟବସାୟ ଆରମ୍ଭ କଲି ଗୋଟା ଯନ୍ତ୍ର ପିଛା ଲକ୍ଷେ ଟଙ୍କାରେ ବିକୁଥିଲି । ଏବେ ଏହାର ମୂଲ୍ୟ ୩ ଲକ୍ଷ ଓ ଏଥିରେ ଅଧିକ ଉନ୍ନତ କୌଶଳ ସାମିଲ କରାଯାଇଛି ।’ ଏବେ ତାଙ୍କର ଶିକର ଓ ଯୋଧପୁରରେ ଦୁଇଟି କର୍ମଶାଳା ରହିଛି ।

ମଦନଲାଲଙ୍କ ଫସଲ କଟା ଯନ୍ତ୍ର ଏବେ ୪ଟି ଅଲଗା ପ୍ରକାରର ମିଳୁଛି । ଏଗୁଡ଼ିକର ଆକାର ଭିନ୍ନ ଓ ବିଦ୍ୟୁତ ଶକ୍ତି ବ୍ୟବହାର କ୍ଷମତା ମଧ୍ୟ ଭିନ୍ନ । କ୍ଷୁଦ୍ରରୁ ବଡ଼ ଚାଷୀଙ୍କୁ ଆଖିରେ ରଖି ଏସବୁ ପ୍ରସ୍ତୁତ କରାଯାଇଛି ।