ReNewର ଉଦ୍ୟମ : ସମସ୍ତଙ୍କ ପହଞ୍ଚରେ କମ୍ପ୍ୟୁଟର

ReNewର ଉଦ୍ୟମ : ସମସ୍ତଙ୍କ ପହଞ୍ଚରେ କମ୍ପ୍ୟୁଟର

Monday November 02, 2015,

2 min Read

ଭାରତ ପରି ଏକ ବିକାଶଶୀଳ ଦେଶରେ ସମସ୍ତଙ୍କୁ କମ୍ପ୍ୟୁଟର ସଂପର୍କରେ ସଚେତନ କରିବା ବେଶ କାଠିକର ପାଠ। ଏ କ୍ଷେତ୍ରରେ ଆମକୁ ଆହୁରି ଅନେକ ବାଟ ଯିବାକୁ ହେବ। କିନ୍ତୁ 130 କୋଟି ଜନସଂଖ୍ୟା ବିଶିଷ୍ଟ ଏଇ ଦେଶରେ ସମସ୍ତଙ୍କ ନିକଟରେ ସୂଚନାପ୍ରଯୁକ୍ତିର ଶକ୍ତିକୁ ପହଞ୍ଚାଇବା ଅନେକ କିଛି ଗୁରୁତ୍ତ୍ଵ ବହନ କରେ ନିଶ୍ଚୟ। ଏହି ଲକ୍ଷ୍ୟକୁ ନେଇ ହିଁ ମୁକୁନ୍ଦ ବିଏସଙ୍କ ଦ୍ଵାରା 2009ରେ ଆରମ୍ଭ ହୋଇଥିଲା ReNew।

Mukund BS with teammate

Mukund BS with teammate


ମୁକୁନ୍ଦ ଏନଆଇଟି ସୁରତରୁ ଇଲେକ୍ଟ୍ରୋନିକ୍ସରେ ଇଂଜିନିୟରିଂ ଡିଗ୍ରୀ ହାସଲ କରିବାସହ ଆଇଆଇଏମ କୋଲକାତାରୁ ମ୍ୟାନେଜମେଣ୍ଟ ପଢିଛନ୍ତି। ଏହା ପରେ ସେ କେତୋଟି କର୍ପୋରେଟରେ କାମ କରିଥିଲେ, କିନ୍ତୁ ସମାଜ ପାଇଁ କିଛି କରିବା ଲକ୍ଷ୍ୟରେ ସେ ଚାକିରି ଛାଡି ଆରମ୍ଭ କଲେ ରେଣେବ। ଏହି ସଂସ୍ଥାର ଉଦ୍ଧେଶ୍ୟ ହେଉଛି ସମସ୍ତଙ୍କ ପାଇଁ କମ୍ପ୍ୟୁଟରକୁ ସହଜ ଲଭ୍ୟ କରିବା। ଏହି ଉଦ୍ଧେଶ୍ୟ ସାଧନ ଦିଗରେ ସେମାନେ କାମ କରୁଛନ୍ତି ଓ କ୍ଷୁଦ୍ର ବ୍ୟବସାୟିକ ସଂସ୍ଥା, ଛାତ୍ରଛାତ୍ରୀ,ଏନଜିଓ ଓ ଅନ୍ୟମାନଙ୍କୁ କମ ମୂଲ୍ୟରେ ଉତ୍ତମ କ୍ଵାଲିଟିର କମ୍ପ୍ୟୁଟର ଓ କମ୍ପ୍ୟୁଟର ଯନ୍ତ୍ରାଂଶ ଯୋଗାଉଛନ୍ତି। ReNew ବଡ଼ ବଡ଼ ବହୁରାଷ୍ଟ୍ରୀୟ କମ୍ପାନିରୁ କମ୍ପ୍ୟୁଟର ସଂଗ୍ରହ କରି ସେଗୁଡିକୁ ମରାମତି କରି ବିକ୍ରି କରିଥାଏ

ReNew Facility

ReNew Facility


ଏ ସଂପର୍କରେ ମୁକୁନ୍ଦ କୁହନ୍ତି, ଆମ ସଂଗଠନର ମୁଖ୍ୟ ଉଦ୍ଧେଶ୍ୟ ହେଉଛି ଆମ ଦେଶରେ ଥିବା ଡିଜିଟାଲ ଡିଭାଇଡକୁ ଯୋଡିବା। 2011ର ଜନସଂସଂଖ୍ୟା ତଥ୍ୟ ଅନୁସାରେ ଭାରତର ମାତ୍ର 9.5 ପ୍ରତିଶତ ଘରେ ସୂଚନାପ୍ରଯୁକ୍ତି ଓ କମ୍ପ୍ୟୁଟରର ପ୍ରବେଶ ହୋଇଛି। ଏହାର ଅର୍ଥ ହେଉଛି ପ୍ରତି 10ଟି ପରିବାର ମଧ୍ୟରୁ ଗୋଟିକରୁ ମଧ୍ୟ କମ ଘରେ କମ୍ପ୍ୟୁଟର ଅଛି। ଏଣୁ ଆମ ଦେଶରେ ଆହୁରି ଅନେକ କିଛି କରିବାକୁ ବାକି ଅଛି।

କମ୍ପ୍ୟୁଟର ଏବେ ବି ଆମ ଜନସଂଖ୍ୟାର ଏକ ବଡ଼ ବର୍ଗ ପାଇଁ ଅପହଞ୍ଚ ରହିଛି। ଏହି ଅସଂଗଠିତ ବଜାରରେ ପ୍ରବେଶ କରି ଏହାକୁ ସଂଗଠିତ କରିବା ଲକ୍ଷ୍ୟରେ ReNew ପ୍ରବେଶ କରିଛି। ନିମ୍ନଲିଖିତ ପ୍ରକାରର ଲୋକମାନଙ୍କୁ ReNew ମରାମତି ହୋଇଥିବା କମ୍ପ୍ୟୁଟର ସୁଲଭ ମୂଲ୍ୟରେ ବିକ୍ରି କରିଥାଏ।

1. ସ୍କୁଲ, ଶିକ୍ଷାନୁଷ୍ଠାନ - ଛୋଟ ଛୋଟ ସ୍କୁଲ ଯେଉଁମାନଙ୍କ ପଖରେ କମ୍ପ୍ୟୁଟର କିଣିବା ପାଇଁ ବଜେଟ ନାହିଁ ସେମାନଙ୍କୁ ନବୀକୃତ କମ୍ପ୍ୟୁଟର ବିକ୍ରି କରାଯାଏ।

2.ସ୍କୁଲ ଯାଉଥିବା ପିଲାଙ୍କ ଅଭିଭାବକ-ଅନେକ ଅଭିଭାବକ ଅଛନ୍ତି ସେମାନେ ନିଜ ସ୍କୁଲ ଯାଉଥିବା ପିଲାଙ୍କ ପାଇଁ ReNewରୁ କମ୍ପ୍ୟୁଟର କିଣନ୍ତି।

3. ଏନଜିଓ- ReNew ପକ୍ଷରୁ ଏନଜିଓମାନଙ୍କୁ କମ ଖର୍ଚ୍ଚରେ ଡେସ୍କଟପ,ଲାପଟପ ଓ ସର୍ଭର ଯୋଗାଇଦିଆଯାଏ।

4. ଏକ ସର୍ଭେରୁ ଜଣାପଡିଛି ଯେ ଭାରତର 67% କ୍ଷୁଦ୍ରଶିଳ୍ପ ସଂସ୍ଥା ଇଆରପି( ହିସାବ କରିବା,ଷ୍ଟକ, ବିଲିଂ) ପାଇଁ କମ୍ପ୍ୟୁଟର କିଣନ୍ତି। ReNew ଏପରି କ୍ଷୁଦ୍ରଶିଳ୍ପ ସଂସ୍ଥାଙ୍କୁ କମ୍ପ୍ୟୁଟର ବିକ୍ରି କରିଥାଏ। ଯେଉଁମାନେ ଟ୍ୟାଲି,ସରକାରୀ ତଥ୍ୟ ଟିକସ, ଭାଟ ରିଟର୍ଣ୍ଣ ପ୍ରଭୃତି ଇ-ଫାଇଲ ପାଇଁ ବ୍ୟବହାର କରନ୍ତି। କିନ୍ତୁ ଏହା ସତ ଯେ ଏସବୁ କାମ ପାଇଁ ଉଚ୍ଚ କ୍ଷମତା ସଂପନ୍ନ କମ୍ପ୍ୟୁଟର ଆବଶ୍ୟକ ହୁଏ ନାହିଁ। 

ReNewର କମ୍ପ୍ୟୁଟର ଗୁଡିକ 4500 ଟଙ୍କାରୁ ଆରମ୍ଭ ହୋଇଥାଏ ଓ ସେସବୁ ବିକ୍ରି କରିବା ପାଇଁ ସିଧାସଳଖ ସ୍କୁଲ,ଏନଜିଓ ଆଦିଙ୍କ ସହ ଯୋଗାଯୋଗ କରାଯାଇଥାଏ। ମୁକୁନ୍ଦଙ୍କ ଟିମରେ 7 ଜଣ ଟେକନିସିଆନ ଓ ଜଣେ ମ୍ୟାନେଜର ଅଛନ୍ତି। 

Website: ReNew