ଏହି ସ୍ଵାଧୀନତା ସଂଗ୍ରାମୀଙ୍କ ଝିଅ ଓ ଭାରତର ଏକମାତ୍ର ମହିଳା କମାଣ୍ଡୋ ଟ୍ରେନର ମହିଳାଙ୍କୁ ଆତ୍ମରକ୍ଷା କୌଶଳ ଶିଖାଉଛନ୍ତି

ଏହି ସ୍ଵାଧୀନତା ସଂଗ୍ରାମୀଙ୍କ ଝିଅ ଓ ଭାରତର ଏକମାତ୍ର ମହିଳା କମାଣ୍ଡୋ ଟ୍ରେନର ମହିଳାଙ୍କୁ ଆତ୍ମରକ୍ଷା କୌଶଳ ଶିଖାଉଛନ୍ତି

Saturday December 31, 2016,

2 min Read

୪୭ ବର୍ଷୀୟା ଡାଃ ସୀମା ରାଓ ହେଉଛନ୍ତି ଭାରତର ସର୍ବପ୍ରଥମ ଏବଂ କେବଳ ମାତ୍ର ମହିଳା କମାଣ୍ଡୋ ଟ୍ରେନର। ତାଙ୍କର ସପ୍ତମ ଡିଗ୍ରୀ ବ୍ଲାକ ବେଲ୍ଟ ସହ ସୀମା ଏସିଆର ସବୁଠାରୁ ସିନିୟର ମହିଳା ବ୍ଲାକ ବେଲ୍ଟ ଅଧିକାରୀ ହେବାର ବିରଳ ସମ୍ମାନ ଲାଭ କରିଛନ୍ତି। ସେ ଗତ ୨୦ ବର୍ଷ ଧରି ଇଣ୍ଡିଆନ ଆର୍ମିରେ ଟ୍ରେନିଙ୍ଗ ଦେଉଛନ୍ତି।

Images : <a href=

Images :

Facebooka12bc34de56fgmedium"/>

ସୀମାଙ୍କର ପିତା ପ୍ରଫେସର ରମାକାନ୍ତ ସିନାରୀ ଜଣେ ସ୍ଵାଧୀନତା ସଂଗ୍ରାମୀ ଥିଲେ। ତାଙ୍କର ସ୍ଵାମୀ ମଧ୍ୟ ତାଙ୍କ ଭଳି ଜଣେ ଆର୍ମି ଅଫିସର। ନିଜର ପରିବାରର ଗୌରବକୁ ଆଗକୁ ନେଇ ସୀମା ଇଣ୍ଡିଆନ ଆର୍ମିରେ ହାତାହାତି ହେଉଥିବା ଯୁଧ୍ୟ କୌଶଳ ଶିଖାଉଛନ୍ତି। ସୀମା ଶୁଟିଂ, ପର୍ବତାରୋହଣ ଏବଂ ଅଗ୍ନିଶମନରେ ମଧ୍ୟ ବିଶେଷ ଦକ୍ଷତା ରଖନ୍ତି।

ମୋ ବାପା ଆମେ ଶୋଇଲାବେଳେ ଆମକୁ ତାଙ୍କର ସ୍ଵାଧୀନତା ସଂଗ୍ରାମ ସମୟର କାହାଣୀ ସବୁ କହି ଶୁଆଉଥିଲେ। ସେବେଠାରୁ ମୋ ଭିତରେ ଦେଶଭକ୍ତି ଜନ୍ମ ନେଇଥିଲା ଏବଂ ଧୀରେ ଧୀରେ ବଢିବାକୁ ଲାଗିଥିଲା,

                               - ସୀମା Asian Ageକୁ ଏକ ସାକ୍ଷାତକାରରେ କୁହନ୍ତି।

ବ୍ରୁସ ଲୀ ଉଦ୍ଭାବନ କରିଥିବା ଏକ ବିଶେଷ ମାର୍ଶାଲ ଆର୍ଟ ଶୈଳୀ ‘ଜୀତ କୁନ ଡୋ’ରେ ଦକ୍ଷତା ହାସିଲ କରିଥିବା ବିଶ୍ଵର ମାତ୍ର ୧୦ଜଣ ମହିଳା ମାନଙ୍କ ମଧ୍ୟରେ ସୀମା ଅନ୍ୟତମ। ସୀମା ‘ହାତାପାଈ’ ନାମରେ ଏକ ଫିଲ୍ମ ମଧ୍ୟ ପ୍ରଯୋଜନା କରିଛନ୍ତି। ଏହି ଫିଲ୍ମଟି ଭାରତର ପ୍ରଥମ ମାର୍ଶାଲ ଆର୍ଟ ଫିଲ୍ମ ଥିଲା ଏବଂ ୨୦୧୪ରେ ଦାଦା ସାହେବ ଫାଲକେ ପୁରସ୍କାର ମଧ୍ୟ ଜିତିଥିଲା।

ସୀମା DARE(Defence Against Rape and Eve Teasing) ନାମରେ ଏକ ମହିଳା ଆତ୍ମରକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଗତ ମହିଳା ମାନଙ୍କୁ ଆତ୍ମରକ୍ଷା କୌଶଳ ବିଷୟରେ ତାଲିମ ଦେଉଛନ୍ତି। ଏହି କାର୍ଯ୍ୟକ୍ରମଟି କର୍ପୋରେଟ ଦୁନିଆରେ ବହୁତ ଲୋକପ୍ରିୟତା ହାସଲ କରିଛି । 

ସୀମା Times of Indiaକୁ କୁହନ୍ତି,

ମୁଁ ଭାବୁଛି DARE କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅଟେ ଯାହାକି ମହିଳା ମାନଙ୍କୁ ପ୍ରକୃତ ଅର୍ଥରେ ଉଭୟ ମାନସିକ ଏବଂ ଶାରୀରିକ ଭାବେ ଶକ୍ତିଶାଳୀ କରୁଛି। ଦୁଷ୍ଟ ବ୍ୟକ୍ତି ଯେଉଁମାନେ ମହିଳା ମାନଙ୍କ ସହ ଅଶ୍ଳୀଳ ବ୍ୟବହାର କରନ୍ତି, ଯୌନ ଶୋଷଣକାରୀଙ୍କୁ ସାମନା କରିବାକୁ ଏହା ମହିଳା ମାନଙ୍କୁ ଦମ୍ଭ ଦେଇଥାଏ। ଏହା ଶିଖିବାରେ ସହଜ ଏବଂ ମହିଳା ସଶକ୍ତିକରଣରେ ସହାୟକ ହେବ।