ଗ୍ରାମୀଣ ବିପିଓ ସହାୟତାରେ ନାରୀ ସଶକ୍ତିକରଣ କରୁଛି Datahalli

ଗ୍ରାମୀଣ ବିପିଓ ସହାୟତାରେ ନାରୀ ସଶକ୍ତିକରଣ କରୁଛି Datahalli

Sunday October 25, 2015,

2 min Read

କଂପାନି ବିଲ ପାସ ହେବା ପରେ ସାମାଜିକ ଶିଳ୍ପ ପ୍ରତିଷ୍ଠାନଗୁଡିକ କର୍ପୋରେଟ ଦୁନିଆରୁ ଆର୍ଥିକ ସହାୟତା ପାଇବାକୁ ଆଶା କରୁଛନ୍ତି । CSR କାର୍ଯ୍ୟକଳାପ ପ୍ରତ୍ୟକ୍ଷ ଅବା ପରୋକ୍ଷ ଭାବରେ ସାମାଜିକ ଶିଳ୍ପ ପ୍ରତିଷ୍ଠାନଗୁଡିକୁ ପ୍ରଭାବିତ କରୁଛି । ଫଳ ସ୍ୱରୂପ ଏକ କର୍ପୋରେସନ ଦ୍ୱାରା ଆରମ୍ଭ ହୋଇଥିବା ଡାଟାହଲି ନାମକ ଏକ ଗ୍ରାମୀଣ ବିପିଓ ଆଜି ଏକ ଆତ୍ମନିର୍ଭରଶୀଳ ସାମଜିକ ଶିଳ୍ପ ହୋଇପାରିଛି । ଏହା JSW ଫାଉଣ୍ଡେସନ ଦ୍ୱାରା ବେଲାରୀର ବିଜୟନଗର ଠାରେ ଆରମ୍ଭ ହୋଇଥିବା ପ୍ରଥମ ଗ୍ରାମୀଣ ମହିଳା ବିପିଓ । କନ୍ନଡ ଭାଷାରେ ଏହାର ଅର୍ଥ ଭିଲେଜ ଅଫ ଡାଟା ।

JSW ଫାଉଣ୍ଡେସନ CSR କାର୍ଯ୍ୟକଳାପର ଏକ ଅଂଶ ଭାବେ ୨୦୦୫ରେ ସମାଜକୁ କିଛି ଫେରାଇବା ଲକ୍ଷ୍ୟରେ ଡାଟାହଲି ଆରମ୍ଭ କରିଥିଲା । ମୁଖ୍ୟତ ଶିକ୍ଷିତ ଗ୍ରାମୀଣ ମହିଳାମାନଙ୍କୁ ଆର୍ଥିକ ଆତ୍ମନିର୍ଭର ହେବାକୁ ପ୍ରୋତ୍ସାହିତ କରି ସଶକ୍ତିକରଣ ମାଧ୍ୟମରେ ଦାରିଦ୍ର୍ୟ ଦୂର କରବା ପାଇଁ ଏହା ଉଦ୍ଧିଷ୍ଟ । ଏହି ବିପିଓ ଆରମ୍ଭ ହେବା ପୂର୍ବରୁ ସେଠାକାର ଶିକ୍ଷିତ ମହିଳାମାନେ କେବଳ ପାରିବାରିକ କାର୍ଯ୍ୟକରୁଥିଲେ କିମ୍ବା ବିବାହ କରିଯାଉଥିଲେ ।

ଆମେ ଡାଟାହଲି ବିଷୟରେ ଅଧିକ ଜାଣିବା ପାଇଁ JSW ଗ୍ରୁପର ଆଇଟି ବିଭାଗ JSoft ବିଜିନେସ ଡେଭଲପମେଣ୍ଟ ମୁଖ୍ୟ, କର୍ମେଶ ଘୋଷଙ୍କ ଠାରୁ କଂପାନୀର ବିପିଓ ପଦକ୍ଷେପ ବିଷୟରେ ପଚାରି ବୁଝିଥିଲୁ ।

୨୦୦୫ ମସିହାର ଡାଟାହଲି ଏବେ ଦୁଇଟି ଡେଲିଭରି କେନ୍ଦ୍ରକୁ ବୃଦ୍ଧି ପାଇଛି । ଗୋଟିଏ ସଂପୂର୍ଣ୍ଣ ରୂପେ ଭଏସ୍ ବେସଡ୍ ପ୍ରୋଜେକ୍ଟ ସମ୍ଭାଳୁଥିବା ବେଳେ ଅନ୍ୟଟି ଅନ୍ୟାନ୍ୟ କାର୍ଯ୍ୟ ସମ୍ଭାଳୁଛି । ଏହି ଦୁଇ କେନ୍ଦ୍ରରେ ବର୍ତ୍ତମାନ ୩୦୦ ପାଖାପାଖି ମହିଳା କାର୍ଯ୍ୟରତ । ଏକ ଭାରତୀୟ ବ୍ୟାଙ୍କର ୨୦୦୫ ମସିହାରୁ ଚେକ ପ୍ରୋସେସିଂ ଠୁ ଆରମ୍ଭ କରି XML/HTML କୋଡିଂ, ଇନ ବାଉଣ୍ଡ ଗ୍ରାହକ ସେବା ଏବଂ ଏନଜିଓମାନଙ୍କ ପାଇଁ ଅର୍ଥ ଯୋଗାଡ କରିବା ପାଇଁ ଆଉଟ ବାଉଣ୍ଡ ଟେଲି ସେଲସ୍ ସେବା ଯୋଗାଇ ଡାଟାହଲି ବହୁ ଦୂରତା ଅତିକ୍ରମ କରିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ JSW ଫାଉଣ୍ଡେସନର ଆର୍ଥିକ ସହାୟତା ଦେଇ ପ୍ରତିଷ୍ଠା କରିଥିବା ବେଳେ ଆଜିର ଦିନରେ ଏହା ଏକ ସ୍ୱୟଂସଂପୂର୍ଣ୍ଣ ପ୍ରତିଷ୍ଠାନ ରୂପେ ଛିଡାହୋଇଛି ।

image


ଏହି ବିପିଓରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପରିବାରର ସାମାଜିକ ଓ ଆର୍ଥିକ ଉନ୍ନତି ଉପରେ ଡାଟାହଲିର ପ୍ରତ୍ୟକ୍ଷ ପ୍ରଭାବ ପଡିଛି । ଗ୍ରାମୀଣ ସଭ୍ୟତାରେ ଆଇଟି ସମ୍ପର୍କିତ କର୍ମଚାରୀ ହେବାରେ ଏକ ସମ୍ମାନ ଓ ଗର୍ବ ମଧ୍ୟ ଅଛି । ଡାଟାହଲି କାର୍ଯ୍ୟ କରୁଥିବା ବାଳିକାମାନଙ୍କୁ ଆତ୍ମନିର୍ଭରଶୀଳ କରୁଥିବା ବେଳେ ସେମାନେ ବିବାହ ପରେ କିମ୍ବା ଅନ୍ୟ କେଉଁଠିକୁ ସ୍ଥାନାନ୍ତରିତ ହେଲେ ବିପିଓ ସମ୍ବନ୍ଧୀୟ ଚାକିରୀ ପାଇପାରିବେ ।

ସବୁଠୁ ବଡ କଥା ହେଉଛି, ଆଜିର ଦିନରେ ଝିଅମାନେ ବିଦେଶୀ କ୍ଲାଏଣ୍ଟ ମାନଙ୍କ ସହ ଫୋନରେ କଥା ହେବା ସହ ସେମାନଙ୍କ ବିଭିନ୍ନ ଅସୁବିଧା ଦୂର କରି କ୍ଲାଏଣ୍ଟ ସମ୍ବନ୍ଧ ବୃଦ୍ଧି କରିପାରୁଛନ୍ତି । ସେମାନେ ଗ୍ରାମୀଣ ଅବଳାରୁ ଆଇଟି କାର୍ଯ୍ୟପ୍ରଣାଳୀର ସମ୍ବେଦନଶୀଳ କର୍ମଚାରୀ ହୋଇପାରିଛନ୍ତି, ଯେଉଁମାନଙ୍କ ସହ କ୍ଲାଏଣ୍ଟମାନେ ବ୍ୟବସାୟ କରିବାକୁ ପ୍ରସ୍ତୁତ ଅଛନ୍ତି ।

ସେମାନଙ୍କୁ ନେଇ ସେମାନଙ୍କ ପିତାମାତା ଗର୍ବ ଅନୁଭବ କରୁଛନ୍ତି ଓ ସେମାନେ ସମାଜିକ ପ୍ରତିଷ୍ଠା ସହ ଜୀବନ ବିତାଉଛନ୍ତି । 

କର୍ମେଶ କୁହନ୍ତି, ଆମେ ଯେତେବେଳେ ନୂତନ ନିଯୁକ୍ତି ପାଇଁ ଯାଉ, ଗ୍ରାମୀଣ ବାଳିକାମାନଙ୍କ ମଧ୍ୟରେ କାମ କରିବା ଓ ଶିଖିବା ପାଇଁ ଥିବା ଆଗ୍ରହ ଓ ଉତ୍ସାହ ଦେଖି ଆମକୁ ଏକ ଉତ୍ତମ କାର୍ଯ୍ୟ କରୁଥିବାର ଆନନ୍ଦ ମିଳେ । ଏହି ବ୍ୟବସ୍ଥାରେ ଗ୍ରାମୀଣ ଲୋକମାନଙ୍କୁ କର୍ମ ସଂନ୍ଧାନରେ ବାହାରକୁ ଯିବାକୁ ପଡେ ନାହିଁ ଏବଂ ପ୍ରତିଷ୍ଠାନଗୁଡିକ ସ୍ୱଳ୍ପବେତନରେ ଉତ୍ତମ କର୍ମଚାରୀ ପାଇଥାନ୍ତି ବୋଲି କର୍ମେଶ କୁହନ୍ତି ।

ଡାଟାହିଲ ଏହି ବ୍ୟବସ୍ଥାକୁ ଅଧିକ ଗ୍ରାମକୁ ନେବାକୁ ଚାହେଁ ଓ ଏଭଳି ସଂସ୍ଥା କରିବାକୁ ଆଗ୍ରହୀ ଥିବା ସମସ୍ତଙ୍କୁ ଆବଶ୍ୟକୀୟ ସହଯୋଗ ଯୋଗାଇଦେବାକୁ ମଧ୍ୟ ଇଛୁକ ।