ଗରିବଙ୍କୁ ବଂଚାଇବା ପାଇଁ ୧୦ ବର୍ଷୀୟ ବାଳକଙ୍କ ଉଦ୍ୟମ ଏବେ 'HIVE’ ନାମରେ କୋଲକାତାରେ ବେଶ ଚର୍ଚ୍ଚିତ

0

୧୦ ବର୍ଷ ବୟସ ପାଖାପାଖି ହେବ ଦୁଇ ଜଣ ବାଳକ ପାର୍କରେ ଖେଳୁଥିଲେ । ସେମାନେ ଦେଖିଲେ ଯେ ଏକ ଗରିବ ପିଲା ଯାହାର ବୟସ ସେମାନଙ୍କ ବୟସ ପାଖାପାଖି ହେବ ଅତି ଦୟନୀୟ ଅବସ୍ଥାରେ ଥିଲା । ସେହି ଦୁଇ ବାଳକ ଗରିବ ଶିଶୁଟିକୁ ସହାୟତା କରିବାକୁ ନିଷ୍ପତି ନେଲେ । ସେମାନେ ନିଜ ପାଖରେ ଥିବା ପଇସାକୁ ଏକାଠି କରି ସେହି ଶିଶୁଟିକୁ ପାଖରେ ଥିବା ଏକ ଚା ଦୋକାନକୁ ନେଇ ତାକୁ ଖାଇବାକୁ ଦେଲେ ।

ସେହି ଦୁଇ ବାଳକଙ୍କ ମଧ୍ୟରୁ ଜଣେ ହେଉଛି ନିତାଇଦାସ ମୁଖାର୍ଜୀ । ଏହି ଛୋଟିଆ ଘଟଣାଟି ଏକ ଏନଜିଓ ସୃଷ୍ଟି କରିବାର ମୂଳଦୁଆ ପକାଇଥିଲା । ସେହି ଏନଜିଓ ଏବେ କୋଲକାତାରେ ପ୍ରାୟ ସବୁ ଉଦ୍ଧାର କାର୍ଯ୍ୟ କରୁଛି କହିଲେ ଭୁଲ ହେବ ନାହିଁ ।

HIVE India (HIVE initially stood for HIV + Emergency ) ହେଉଛି ସ୍ୱର୍ଗତ ଡକ୍ଟର ରାକେଶ ଅଗ୍ରୱାଲ୍ ଓ ନିତାଇଦାସଙ୍କ ମାନସ ସନ୍ତାନ । ଏବେ ଏଥିରେ ୧୫ ସ୍ଥାୟୀ ସଦସ୍ୟ ରହିଛନ୍ତି ଓ କୋଲକାତାର ୨୧୬ ବର୍ଗକିଲୋମିଟରରେ ଥିବା ୭୯ଟି ପୁଲିସ ଷ୍ଟେସନ ରହିଛି । ଏହା ବ୍ୟତୀତ ରାଜ୍ୟ ଜୁଭେନାଇଲ୍ ପୁଲିସ ୟୁନିଟ୍, ସହର ଓ ରାଜ୍ୟ ପୁଲିସ୍, ସରକାରୀ ସଂଗଠନ ଯଥା ବିପର୍ଯ୍ୟୟ ପରିଚାଳନା ଗ୍ରୁପ୍, ମହିଳା ଅଭିଯୋଗ ସେଲ୍, କୋଲକାତା ଶିଶୁ କଲ୍ୟାଣ କମିଟି, ପାଖାପାଖି ଜିଲ୍ଲା, ପଶ୍ଚିମ ବଙ୍ଗର ଜରୁରୀକାଳୀନ ସେବା ଓ ଅଗ୍ନୀଷମ ସେବା ଜଡ଼ିତ ରହିଛନ୍ତି ।

ହାଇଭ୍ ୨୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା । ଏହା ପୂର୍ବରୁ ନିତାଇଦାସ ତାହାକୁ ଖୁବ ଛୋଟ ଆକାରରେ ଚଳାଉଥିଲେ ।

ଆମେ Yourstory ପକ୍ଷରୁ HIVE India ପୂର୍ବରୁ ଓ ପରେ ନିତାଇଦାସଙ୍କ ଜୀବନି ବିଷୟରେ ଜାଣିବାକୁ ପାଇଁ ପ୍ରୟାସ କରିଛୁ ।

Yourstory: ଆପଣଙ୍କ ନିଜ ବିଷୟରେ କିଛି କୁହନ୍ତୁ?

NM: ମୋର ବାପା ଥିଲେ ଜଣେ ସମାଜସେବୀ । ତେଣୁ ସମାଜ ସେବା ପାଇଁ ସେ ହେଉଛନ୍ତି ମୋ ପ୍ରଥମ ପରିଚୟ ଓ ପ୍ରେରଣା । ସ୍ୱାମୀ ବିବେକାନନ୍ଦ ଓ ସୁବାଷ ଚନ୍ଦ୍ର ବୋଷଙ୍କ ଜୀବନୀରୁ ମଧ୍ୟ ମୋତେ ପ୍ରେରଣା ମିଳିଛି । ସ୍ୱାମୀ ବିବେକାନନ୍ଦଙ୍କ ସେହି ବାକ୍ୟ “ଉଠ, ଜାଗ୍ରତ ହୁଅ ଓ ଅଟକ ନାହିଁ, ଯେ ପର୍ଯ୍ୟନ୍ତ ଲକ୍ଷ୍ୟ ସ୍ଥଳରେ ନ ପହଂଚିଛ" ତାହା ମୋତେ ବେଶ ପ୍ରଭାବିତ କରିଥିଲା । ଯଦିଓ ମୁଁ ସ୍ନାତକ ପଢ଼ିବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ସମାଜ ସେବା ସହ ଜଡ଼ିତ ନ ଥିଲି ତେବେବି ମୁଁ ଛୋଟ କାଟିଆ ବଦାନ୍ୟତା କାର୍ଯ୍ୟ କରୁଥିଲି । ମୁଁ ୧୯୮୯-୯୦ରେ ଏକ ସାମାଜିକ ସଂଗଠନ ଆରମ୍ଭ କଲି । ସେତେବେଳେ କେବଳ ଏକ ପୁରୁଣା ଆମ୍ବୁଲାନ୍ସ ଥିଲା ଯାହାକୁ ରାସ୍ତାରେ ପଡ଼ିଥିବା ଶବ ଉଠାଇବା ପାଇଁ ବ୍ୟବହାର କରୁଥିଲି । ସେହି ସମୟରେ ମୁଁ ସିନି (ଚାଇଲଡ ଇନ୍ ନିଡ୍ ଇଣ୍ଡିଆ)ର ପ୍ରତିଷ୍ଠାତା ଡକ୍ଟର ସମୀର ଚୌଧୁରୀଙ୍କ ସଂଷ୍ପର୍ଷରେ ଆସିଲି । ସେ ମୋତେ ବହୁତ ଉତ୍ସାହିତ କରିଥିଲେ । ମୁଁ ତାଙ୍କ ବେସମେଂଟରେ ଏକ କ୍ଲିନିକ୍ ଆରମ୍ଭ କଲି ଓ ସିନିଠାରୁ ସହାୟତା ପାଇଲି । ସିନିଠାରୁ ସହାୟତା ମିଳିବା ବନ୍ଦ ହୋଇଯିବା ପରେ ଆମ ସଂଗଠନ ପ୍ରାୟ ଦେଢ଼ ବର୍ଷ ସୁପ୍ତ ହୋଇଗଲା । କାର୍ଯ୍ୟକଳାପ ଠପ୍ ହୋଇଗଲା । ୧୯୯୯ରେ ମୁଁ ହାଇଭ୍ ଗଠନ କରିବାକୁ ନିଷ୍ପତି ନେଲି । ଆୟରଲ୍ୟାଣ୍ଡର ହୋପ୍ ଫାଉଣ୍ଡେସନ୍ ସହ ସେଥିପାଇଁ ସହବନ୍ଧିତ ହୋଇଥିଲି ।

Yourstory: ହାଇଭର କାର୍ଯ୍ୟକଳାପଗୁଡ଼ିକ କଣ?

NM: ହାଇଭରେ ଆମର ଗୋଟିଏ ଲକ୍ଷ୍ୟ ହେଉଛି ଯେତେ ଲୋକଙ୍କୁ ହୋଇପାରିବ ଉଦ୍ଧାର କରିବା । ଆମେ ସବୁ ଥିରେ ହାତ ପୁରାଇ ରଖିଛୁ । ଆମେ ଏକ ଜରୁରିକାଳୀନ ୟୁନିଟ୍ ହିସାବରେ କାମ ଆରମ୍ଭ କରିଥିଲୁ । ଏହା ପରେ ଅନେକ ବାଟ ଚାଲି ଆସିଛୁ ।

ପରିବାରକୁ ଉଦ୍ଧାର କରିବା: ରେଳ ଷ୍ଟେସନ ନିକଟରେ ଥିବା ଏକ ବସ୍ତିରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା । ଆମେ ମେଡିକାଲ୍ କାର୍ଯ୍ୟକ୍ରମ ଚାଲୁ ରଖି ୫୦୦ ପରିବାରକୁ ଉଦ୍ଧାର କରିଥିଲୁ । ସ୍କୁଲ ମଧ୍ୟ ଆରମ୍ଭ କରିଥିଲୁ । ଆମେ ଆଖପାଖ ୧୦ଟି ଅଂଚଳରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥିଲୁ ।

ଶିଶୁ ସୁରକ୍ଷା: ଆମେ ଶିଶୁ ସୁରକ୍ଷା ଦିଗରେ ମଧ୍ୟ କାର୍ଯ୍ୟ କରୁଛୁ । ଆମେ ପୁଲିସ ସହିତ କୌଣସି ବିଧିବଦ୍ଧ ବୁଝାମଣା କରିନାହୁଁ । କିନ୍ତୁ ଆମେ ମିଳିତ ଭାବେ ସମସ୍ୟା ଥିବା ଅଂଚଳରେ କାର୍ଯ୍ୟ କରୁଛୁ । ଆମେ ମଧ୍ୟରାତ୍ରୀରେ ରାସ୍ତା କଡ଼ରେ ଏକ ଛୋଟ ଝିଅ କାନ୍ଦୁଥିବା ଦେଖି ତାହାକୁ ଉଦ୍ଧାର କରିଥିଲୁ । ଏହା ପରଠାରୁ ସେହି ରାସ୍ତାରେ ନିୟମିତ ପାଟ୍ରୋଲିଂ କରାଯାଉଛି । ବିଶେଷ କରି ଯେଉଁଠାରେ ଅନେକ ଜୀବନ ବଂଚାଇବାର ସୁଯୋଗ ରହିଛି ସେଠାରେ ଆମେ କାମ କରୁଛୁ ।ଶିଶୁ କଲ୍ୟାଣ କମିଟି ସହ ମିଶି ଆମେ କାମ କରୁଛୁ ।

ମହିଳା ଓ ଶିଶୁ ଚାଲାଣ ରୋକିବା: ସଚେତନତା ଓ ସୁରକ୍ଷା ସୃଷ୍ଟି କରିବା ଦିଗରେ ଆମେ ଅନେକ ଉଦ୍ୟମ କରିଛୁ। ଏହା ଜରିଆରେ ଆମେ ଅନେକ ମହିଳା ଓ ଶିଶୁଙ୍କୁ ଉଦ୍ଧାର କରିପାରିଛୁ ।

ଏମର୍ଜେନ୍ସି ରେସ୍ପନ୍ସ ୟୁନିଟ୍: ଏହା ଆମର ମୌଳିକ କାର୍ଯ୍ୟକ୍ରମ । ବିପର୍ଯ୍ୟୟ ସମୟରେ ଆମେ ୨୪ ଘଂଟା ସହାୟତା ଯୋଗାଇ ଦେଉଛୁ । ଆମର ସେବା ଓ ଦକ୍ଷତା ବଢ଼ାଇବା ପାଇଁ ବିିିଭିନ୍ନ ଏଜେନ୍ସି ସହ ମିଶି କାର୍ଯ୍ୟ କରୁଛୁ। ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ, ଉପେକ୍ଷିତ ଓ ବିପଦରେ ପଡ଼ିଥିବା ଲୋକଙ୍କୁ ଆମେ ସାହାଯ୍ୟ କରୁ ।

ପୁଲିସ ସହାୟତାରେ ମାନସିକ ରୋଗୀଙ୍କୁ ସହାୟତା କରିବା:

କୋଲକାତା ପୁଲିସର ବ୍ୟବହାର ପାଇଁ ଆମେ ମହିଳାଙ୍କ ପାଇଁ ଏକ ରାତ୍ରୀ ଉଦ୍ଧାର କେନ୍ଦ୍ର ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛୁ । 

Yourstory: ତୁମେ କେଉଁଠାରୁ ପାଣ୍ଠି ହାସଲ କରୁଛ?

NM: ଆମେ ଆୟରଲ୍ୟାଣ୍ଡର ହୋପ୍ ଫାଉଣ୍ଡେସନରୁ ପ୍ରମୁଖ ପାଣ୍ଠି ହାସଲ କରୁଛୁ । ଏହା ବ୍ୟତୀତ କର୍ପୋରେଟ୍ ସଂସ୍ଥାମାନଙ୍କ ଠାରୁ CSR ସହାୟତା ଭାବେ ଅର୍ଥ ମିଳୁଛି । ଅନେକ ନାଗରିକ ସେମାନଙ୍କ ସମୟ ଓ ଅର୍ଥ ଏହି ମହତ କାର୍ଯ୍ୟ ପାଇଁ ଦାନ କରୁଛନ୍ତି ।

Yourstory: ଆପଣଙ୍କ ସମ୍ମୁଖରେ କଣ ସବୁ ଚ୍ୟାଲେଞ୍ଜ ରହିଛି?

NM: ଅନେକ ଚ୍ୟାଲେଞ୍ଜରହିଛି । ଏହି କାମରେ ସବୁଠୁ କାଠିକର ପାଠ ହେଉଛି ଲୋକମାନଙ୍କ ବିଶ୍ୱାସ ଜିତିବା । ହାତରେ ବହୁତ କମ ସମ୍ବଳ ଥାଇ ଏତେ ବଡ଼ ଅଂଚଳରେ କାମ କରିବା ଓ ସରକାରୀ ଏଜେନ୍ସିଙ୍କ ସହଯୋଗରେ କାମ କରିବା ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ।

ଆମ ସହିତ କାମ କର ବୋଲି ପୁଲିସକୁ ବୁଝାଇବା ପାଇଁ ୨-୩ ବର୍ଷ ଲାଗିଗଲା । ସେମାନେ ଆମର ଉଦ୍ୟମକୁ ନେଇ ଆଦୌ ଭରସା କରିପାରୁ ନ ଥିଲେ । କିନ୍ତୁ ନିୟମିତ ଉଦ୍ୟମ ପରେ ସେମାନେ ବିଶ୍ୱାସ କଲେ ଯେ ଆମ ପାଖରେ ସେହି ସବୁ ସମାଧାନ ରହିଛି ଯାହା ହଜାର ହଜାର ଲୋକଙ୍କ ଜୀବନ ରକ୍ଷା କରିପାରିବ । ଏବେ ଆମେ ପୁଲିସ ସହିତ ମିଳିତ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରୁଛୁ ।

ସରକାରୀ ହସପିଟାଲ୍ ସହ କାମ କରିବାରେ ଆମର ବହୁତ କଠିନ ଅଭିଜ୍ଞତା ରହିଛି । ଆମେ ଆଣୁଥିବା ଅନେକ ଲୋକଙ୍କୁ ସେମାନେ ଆଡମିସନ୍ ଦେବାକୁ ମନା କରିଦିଅନ୍ତି । ଆମକୁ ଡାକ୍ତରଙ୍କୁ ବୁଝାଇବା ପାଇଁ ବହୁତ କଷ୍ଟ କରିବାକୁ ପଡ଼େ । ହସପିଟାଲର ବିଶ୍ୱାସ ଜିତିବା ପାଇଁ ଆମେ ଅନେକ ପରିଶ୍ରମ କରିଛୁ । ମେଡିସନ୍ ଯୋଗାଡ଼ କରିବାଠାରୁ ଆରମ୍ଭ କରି ଡାକ୍ତରଙ୍କୁ ମଧ୍ୟ ବିଶ୍ୱାସ ଦେବାକୁ ପଡ଼େ ଯେ ସେମାନେ ନିଜ ବୃତ୍ତିକୁ ନେଇ ଯେଭଳି ଯତ୍ନବାନ ଆମେ ମଧ୍ୟ ସେଭଳି ଗୁରୁତ୍ତ୍ଵର ସହ କାମ କରୁଛୁ । ଦିନେ ମୁଁ ରାତି ୧୧ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଗୋଟିଏ ରୋଗୀକୁ ଧରି ଅପେକ୍ଷା କରିଥିଲି କାରଣ କେହି ଡାକ୍ତର ତାଙ୍କୁୁ ଦେଖିବାକୁ ଆଗ୍ରହ ଦେଖାଇ ନ ଥିଲେ । ହେଲେ ମୁଁ ମଧ୍ୟ ନଛାଡେବନ୍ଧା। ହସପିଟାଲରେ ସେହିପରି ବସି ରହିଲି । ଶେଷରେ ଜଣେ ଡାକ୍ତର ଆସି କହିଲେ ତୁମେ ପାସ୍ କରିଛ, ଆଣ ତୁମ ରୋଗୀଙ୍କୁ ଦେଖିବା ।

Yourstory: ସନ୍ଧବନ୍ଧନଗୁଡ଼ିକ ବିଷୟରେ କିଛି ଉଦାହରଣ ଦେବ?

NM: ଆମେ ଯେଉଁ ଲୋକମାନଙ୍କୁ ଉଦ୍ଧାର କରୁ ତାହାଙ୍କୁ ନିଖୋଜ ଭାବେ ପଂଜିକୃତ କରାଯାଏ । କିଛି ଲୋକ ଅପହରଣର ଶିକାର ହୋଇଥାନ୍ତି । କିଏ ଘରୁ ପଳାଇ ଆସିଥାଏ । ଆଉ କିଏ ବାଟ ଭୁଲି ଯାଇଥାଏ । କିଏ ବୟସାଧିକ ଯୋଗୁଁ ମାନସିକ ସ୍ତରରେ ଦୁର୍ବଳ ହୋଇପଡ଼ିଥାଏ । ରାଜ୍ୟ ପୁଲିସର Missing PersonSquard ସହ ମିଶି ଆମେ କାମ କରୁ । ଯେଉଁ ଲୋକମାନଙ୍କୁ ଉଦ୍ଧାର କରାଯାଏ ସେମାନଙ୍କ ତଥ୍ୟ ଦେବାକୁ ପଡ଼େ ।

ପାଂଚ ବର୍ଷ ତଳେ ଦୁର୍ଗାପୂଜା ବେଳେ ଏକ ବାଳିକାକୁ ଉଦ୍ଧାର କରିଥିଲୁ ଯାହାକୁ ଅପହରଣ କରାଯାଇଥିଲା । ସେ ସେଠାରୁ ଖସି ଆସିଥିଲା । ଯେହେତୁ ଦୁର୍ଗାପୁଜା ଯୋଗୁଁ ପୁଲିସ ସେମାନେ ସେ କାର୍ଯ୍ୟରେ ଅଧିକ ବ୍ୟସ୍ତ ଥିଲେ ତେଣୁ ଏହି ଶିଶୁଟିକୁ ତା’ର ପରିବାର ପାଖକୁ ପଠାଇବା ବେଶ କଷ୍ଟକର ହୋଇଥିଲା । ଏଭଳି ଘଟଣାକୁ ରୋକିବା ପାଇଁ ପୁଲିସ ସହିତ ମିଶି ଆମେ ନିଖୋଜ ମହିଳା ଓ ଶିଶୁ ସୁରକ୍ଷା Flying Squard ଗଠନ କରିଛୁ । ଏହା ବିିଭିନ୍ନ ସ୍ଥାନରେ ରହି କାମ କରୁଛି । ଏହି ୟୁନିଟରେ ପୁଲିସ ଅଧିକାରୀ, ସ୍ୱେଚ୍ଛାସେବୀ ରହିଛନ୍ତି ଯେଉଁମାନଙ୍କ ପାଖରେ ଫାଷ୍ଟଏଡ୍ ବାକ୍ସ, କମ୍ବଳ, ଖେଳନା ଆଦି ରହିଛି । ଗତବର୍ଷ ଦୁର୍ଗାପୁଜାରେ ଆମେ ୮-୯ଟି ସ୍କ୍ୱାଡ୍ ସହ ୧-୨ଟି ଅତିରିକ୍ତ ସ୍କ୍ୱାଡ୍ ନିୟୋଜିତ କରିଥିଲୁ।

Yourstory: ସମାନ କ୍ଷେତ୍ରରେ କାମ କରୁଥିବା ଅନ୍ୟ ଏନଜିଓ ମାନଙ୍କୁ କଣ ଉପଦେଶ ଦେବାକୁ ଚାହିଁବେ?

NM: ପ୍ରଥମ କଥା ହେଲା ସମସ୍ତଙ୍କୁ ସମ୍ମାନ ଦେବା ଅପରିହାର୍ଯ୍ୟ ।

୧-ଏହି କ୍ଷେତ୍ରରେ ମିଶି ଯିବାକୁ ହେବ । ନିଜକୁ ବ୍ୟକ୍ତିଗତ ଭାବେ ସାମିଲ କରିବାକୁ ପଡ଼ିବ ।

୨-ଲୋକଙ୍କ ହୃଦୟରେ ସ୍ଥାନ ପାଇବା ଏକ କଷ୍ଟ। ତୁମ କଥାକୁ ଲୋକେ ଶୁଣିବା ପାଇଁ ଓ ବିଶ୍ୱାସ କରିବା ପାଇଁ ଅନେକ ଧୈର୍ଯ୍ୟ ଓ ଦୃଢ଼ ମନୋବଳ ଦରକାର ।

୩-ସାମାଜିକ ଅନ୍ତର ପୂରଣ କରିବା ପାଇଁ ବିଭିନ୍ନ ସଂଗଠନ ଓ ଲୋକଙ୍କ ସହ ମିଶି କାମ କରିବାକୁ ପଡ଼ିବ । ସବୁ କାମ ଯେଭଳି ନାଗରିକଙ୍କ ଭଲ ପାଇଁ ହୋଇଛି ତାହା ନିଶ୍ଚିତ କରିବାକୁ ପଡ଼ିବ ।

୪-ପ୍ରକଳ୍ପ ଭଲ । କିନ୍ତୁ ପ୍ରକଳ୍ପ ଯଦି ମିସନରେ ପରିଣତ ହୁଏ ତେବେ ଆହୁରି ଭଲ ହେବ ।

a dreamer...a believer...an optimist...I refuse to look at the glass half empty. Its always a glass half full for me..I believe happiness and optimism is contagious. I am determined to spread them everywhere I go... When I am not dreaming, writing and spreading happiness, you can catch me watching food/cooking/cuisines of the world shows on TV..Reach me at ruchismita@yourstory.com

Related Stories

Stories by Ruchi Panigrahi