ରାଜ୍ୟର ସବୁଠୁ ବଡ଼ ଶିଳ୍ପ ପ୍ରଦର୍ଶନୀ: ସିଆଇଆଇ ଏଟଂରପ୍ରାଇଜ୍ ଓଡ଼ିଶା -ଏଥରର ଆକର୍ଷଣ: ଷ୍ଟାର୍ଟଅପଙ୍କ ମଧ୍ୟରେ ନୂତନତ୍ୱକୁ ନେଇ ପ୍ରତିଯୋଗିିତା

ରାଜ୍ୟର ସବୁଠୁ ବଡ଼ ଶିଳ୍ପ ପ୍ରଦର୍ଶନୀ: ସିଆଇଆଇ ଏଟଂରପ୍ରାଇଜ୍ ଓଡ଼ିଶା
-ଏଥରର ଆକର୍ଷଣ: ଷ୍ଟାର୍ଟଅପଙ୍କ ମଧ୍ୟରେ ନୂତନତ୍ୱକୁ ନେଇ ପ୍ରତିଯୋଗିିତା

Saturday November 28, 2015,

3 min Read

ଭୁବନେଶ୍ୱର: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଭୁବନେଶ୍ୱରର ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆରେ ଆୟୋଜନ କରାଯାଇଥିବା ଚାରି ଦିନିଆ ଶିଳ୍ପ ପ୍ରଦର୍ଶନୀ ୨୦ତମ ସିଆଇଆଇ ଏଟଂରପ୍ରାଇଜ୍ ଓଡ଼ିଶା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି ।

image


୧୦ ହଜାର ବର୍ଗ ମିଟର ଅଂଚଳରେ ବୃହତ ପ୍ରଦର୍ଶନୀ

ପ୍ରତିବର୍ଷ ଏହି ସମ୍ମିଳନୀ ଆୟୋଜନ କରାଯାଉଛି । ରାଜ୍ୟରେ ଥିବା ସମସ୍ତ ବଡ଼ କଂପାନି ଏଠାରେ ଷ୍ଟଲ୍ ଲଗାଇଛନ୍ତି । ଓଡ଼ିଶା ଶିଳ୍ପାୟନର ଏକ ବାସ୍ତବ ଛବି ଏହି ପ୍ରଦର୍ଶନୀରେ ଦେଖିବାକୁ ମିଳୁଛି । କଂପାନିଗୁଡ଼ିକର ଷ୍ଟଲ୍ ଆକର୍ଷଣୀୟ ହୋଇଥିବା ବେଳେ ସେଠାରେ ପ୍ରଦାନ କରାଯାଉଥିବା ସୂଚନା ମଧ୍ୟ ବେଶ ଉପଯୋଗୀ । ଏଟଂରପ୍ରାଇଜ୍ ଓଡ଼ିଶାର ଚଳିତ ସଂସ୍କରଣରେ ୧୦୦ରୁ ଅଧିକ କଂପାନି ପ୍ରାୟ ୧୦,୦୦୦ ବର୍ଗ ମିଟର ଅଂଚଳରେ ସେମାନଙ୍କ ଷ୍ଟଲ୍ ପ୍ରତିଷ୍ଠା କରିଛନ୍ତି । ଏହି ଚାରି ଦିନରେ ପ୍ରଦର୍ଶନୀକୁ ୫୦ ହଜାର ଲୋକଙ୍କ ଆଗମନ ହେବ ବୋଲି ଅନୁମାନ କରାଯାଉଛି । ଏଟଂପ୍ରାଇଜ୍ ଓଡ଼ିଶା ୨୦୧୫ରେ ଏମ୍ଏସ୍ଏମ୍ଇକୁ ସ୍ୱତନ୍ତ୍ର ଗୁୁରୁତ୍ୱ ପ୍ରଦାନ କରାଯାଇଛି । କୃଷି ଓ ଫୁଡ୍ ପ୍ରୋସେସିଂ ଉପରେ ମଧ୍ୟ ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରାଯିବ ।

ଷ୍ଟାର୍ଟଅପଙ୍କ ପାଇଁ ପ୍ରତିଯୋଗିତା

ରାଜ୍ୟରେ ଉଦ୍ୟୋଗ ଓ ଉଦ୍ୟୋଗପତିଙ୍କ ବିକାଶ ସହ ନୂତନତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଥମ ଥର ପାଇଁ ଏଟଂରପ୍ରାଇଜ୍ ଓଡ଼ିଶା ୨୦୧୫ ସହଯୋଗରେ ରାଜ୍ୟର ଷ୍ଟାର୍ଟଅପଙ୍କୁ ନେଇ ପ୍ରତିଯୋଗିତା ଆୟୋଜନ କରାଯିବ। ଏଥିରେ ବିଭିନ୍ନ କ୍ଷେତ୍ରରେ ଷ୍ଟାର୍ଟଅପ୍ ସଂସ୍ଥା ଖୋଲି ନିଜର ଭାଗ୍ୟ ପରୀକ୍ଷା କରୁଥିବା ଯୁବ ଉଦ୍ୟୋଗପତିଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ସହ ସେମାନେ କିଭଳି ଆଗକୁ ବଢ଼ିପାରିବେ ସେ ସଂପର୍କିତ ସହଯୋଗ ଯୋଗାଇ ଦିଆଯିବ । ଯେଉଁ ଷ୍ଟାର୍ଟଅପ ଗୁଡ଼ିକ ପାଖରେ ଆଗକୁ ବଢ଼ିବାର ସୁଯୋଗ ରହିିଛି ସେମାନଙ୍କୁ ଯେଉଁ ସ୍ତରରେ ଯାହା ସହଯୋଗ ଦରକାର ତାହା ପ୍ରଦାନ କରାଯିବ । ଏହି ପ୍ରତିଯୋଗିତାର ଆଉ ଏକ ବଡ଼ ଦିଗ ହେଉଛି ନୂଆ ନୂଆ ଷ୍ଟାର୍ଟଅପ୍ ପ୍ରତିଷ୍ଠା କରିବା ପାଇଁ ରାଜ୍ୟରେ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବା।

image


ଏଟଂରପ୍ରାଇଜ୍ ଓଡ଼ିଶାର ଲକ୍ଷ୍ୟ

ଓଡ଼ିଶାକୁ ଏକ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ କରିବା, ରାଜ୍ୟ ମୋଟ ଘରୋଇ ଉତ୍ପାଦରେ ଶିଳ୍ପର ଅବଦାନ ବଢ଼ାଇବା ଓ ପରିବେଶ ମିତବ୍ୟୟୀ ଶିଳ୍ପ ଅଭିବୃଦ୍ଧି ହାସଲ କରିବା ହେଉଛି ଏହି ପ୍ରଦର୍ଶନୀ ଆୟୋଜନର ମୌଳିକ ଲକ୍ଷ୍ୟ । ଓଡ଼ିଶାରେ ସହଜ ବ୍ୟବସାୟ ବାତାବରଣ ନିମେନ୍ତ ରୋଡମ୍ୟାପ ପ୍ରସ୍ତୁତ କରିବା ଓ ପ୍ରଚାର କରିବା ପାଇଁ ରାଜ୍ୟ ସରକାର ଓ ସିଙ୍ଗାପୁରର ଲି କୁଆନ୍ ଜିଉ ସ୍କୁଲ ଅଫ୍ ପବ୍ଲିକ୍ ପଲିସି ସହିତ ତ୍ରିପାକ୍ଷିକ ଚୁକ୍ତି ଜରିଆରେ ସିଆଇଆଇ କାର୍ଯ୍ୟ କରୁଛି । ଭୁବନେଶ୍ୱରକୁ ଏକ ସ୍ମାର୍ଟ ସିଟିରେ ପରିଣତ କରିବା ନିମନ୍ତେ ଲକ୍ଷ୍ୟ ଓ ରଣନୀତି ଧାର୍ଯ୍ୟ କରିବା ପାଇଁ ମହାସଂଘ ପକ୍ଷରୁ ଭୁବନେଶ୍ୱର ମୁ୍ୟନିସପାଲ୍ କର୍ପୋରେସନ୍ ସହ ଏମ୍ଓୟୁ ସ୍ୱାକ୍ଷର କରାଯାଇଛି । ରାଜ୍ୟରେ ଅନ୍ତର୍ଭୁକ୍ତିକରଣ ଅଭିବୃଦ୍ଧି ହାସଲ କରିବା ସହ ବିଶ୍ୱ ସ୍ତରରେ ପ୍ରତିଯୋଗିତାପୂର୍ଣ୍ଣ ରହିବା ପାଇଁ ସିଆଇଆଇ ଏହାର ଉକ୍ରର୍ଷ କେନ୍ଦ୍ର ଜରିଆରେ ରାଜ୍ୟର ଶିଳ୍ପ ସଂସ୍ଥାଗୁଡ଼ିକୁ ପ୍ରତିଯୋଗିତାପୂର୍ଣ୍ଣ କରିବା ଦିଗରେ କାର୍ଯ୍ୟ କରୁଛି । ରାଜ୍ୟର ସାମୁହିକ ବିକାଶ ପାଇଁ ନିର୍ମାଣ, ପର୍ଯ୍ୟଟନ, ସ୍ୱାସ୍ଥ୍ୟ ସେବା, କୃଷି ଆଦି କ୍ଷେତ୍ର ପାଇଁ ଫୋରମ୍ ଗଠନ କରାଯାଇଛି । ସମସ୍ତ ପ୍ରମୁଖ କର୍ପୋରେଟ୍ ସଂସ୍ଥା ଓ ସରକାରୀ ସଂସ୍ଥା ଏାଂକୁ ସହାୟତା କରି ଓ ଭାଗ ନେଇ ଏଟଂରପ୍ରାଇଜ୍ ଓଡ଼ିଶାକୁ ରାଜ୍ୟର ସର୍ବବୃହତ ଶିଳ୍ପ ପ୍ରଦର୍ଶନୀରେ ପରିଣତ କରିପାରିଛନ୍ତି ।

ନିବେଶକଙ୍କ ଆଶା କଣ?

ଏଟଂରପ୍ରାଇଜ୍ ଓଡ଼ିଶା ପ୍ରତି ସମଗ୍ର ବିଶ୍ୱର ନଜର ରହିଛି । ବିଶେଷ କରି ଓଡ଼ିଶାରେ ନିବେଶକ କରିବାକୁ ଚାହୁଁଥିବା ନିବେଶକମାନେ ଏହି ପ୍ରଦର୍ଶନୀ ଉପରେ ନଜର ରଖିଥାନ୍ତି । କେଉଁ କ୍ଷେତ୍ରରେ କଣ ବିକାଶ ହେଉଛି ତାହା ଏହି ପ୍ରଦର୍ଶନୀରୁ ଜଣାପଡ଼ିଯିବ । ଏଠାରେ ସରକାରୀ ଅଧିକାରୀ, କର୍ପୋରେଟ୍ ଜଗତର ବରିଷ୍ଠ ଅଧିକାରୀଙ୍କୁ ଏକତ୍ର ଭେଟିବାର ବିଶେଷ ସୁଯୋଗ ରହିିଛି । ଯଦି କୌଣସି ନିବେଶ ଛୋଟ ହୁଅନ୍ତୁ ଅଥବା ବଡ଼ ସେମାନେ ନିଜର ନିବେଶ ଯୋଜନାକୁ ଆୟୋଜନ କରାଯାଉଥିବା କର୍ମଶାଳାରେ ଉପସ୍ଥାପନ କରିପାରିବେ । ସେମାନେ କେଉଁ ଭଳି ସହାୟତା କାହାଠାରୁ ଚାହୁଁଛନ୍ତି ତାହା ମଧ୍ୟ ଜଣାଇପାରିବେ । ମୋଟ ଉପରେ କହିଲେ ସବୁ କିଛି ସୁବିଧା ଗୋଟିଏ ଛାତ ତଳେ ନିବେଶକ ପାଇପାରିବେ ।