ସମସ୍ତ, ବିଶେଷତଃ ବରିଷ୍ଠଙ୍କ ପାଇଁ ହୋମ୍ ସ୍ପା ଓ ସାଲୋନ ସେବା

ସମସ୍ତ, ବିଶେଷତଃ ବରିଷ୍ଠଙ୍କ ପାଇଁ ହୋମ୍ ସ୍ପା ଓ ସାଲୋନ ସେବା

Monday November 16, 2015,

4 min Read

Nomadic Spalon, ଏହି ନାମରୁ ବେଶ୍ ଜାଣି ହେଉଛି ଯେ ଏହା ଏକ ବୁଲନ୍ତା ସ୍ପା ଓ ସାଲୋନ୍ । ଏହା ଆପଣଙ୍କ ଘର ନିକଟକୁ ସ୍ପା ଓ ସାଲୋନ୍ ଚିକିତ୍ସା ପହଂଚାଉଛି । ଆଜିକାଲିକା ଯୁଗରେ ଅନେକ ମହିଳା ଅନୁଭବ କରନ୍ତି ଯେ ସେମାନଙ୍କ ନିକଟରେ ଯଥେଷ୍ଟ ସମୟ ନାହିଁ, କିନ୍ତୁ ଏହି ସ୍ପାଲୁନ୍ ସେମାନଙ୍କ ପାଇଁ ଏକ ସୁଖଦ ସମାଚାର ଆଣିଛି ।

ସ୍ପାଲୁନର ପ୍ରତିଷ୍ଠାତ୍ରୀ ସୀମା ନନ୍ଦା କହନ୍ତି, “ଯେତେବେଳେ ଆପଣଙ୍କ ଦିନର କାର୍ଯ୍ୟ ଶେଷ ହେବ ଓ ନିଜର ଦୈନନ୍ଦିନ ନିର୍ଦ୍ଧାରିତ କାର୍ଯ୍ୟାବଳୀର ଅନ୍ତିମ ଚରଣରେ ପହଂଚିଥିବେ ସେହି ସମୟରେ ଏକ ସାଲୋନକୁ ଯାଇ ପରବର୍ତ୍ତୀ ଦିବସର କାମ ସଂପର୍କରେ ଚିନ୍ତା କରିବାକୁ ଅନେକ ବିଳମ୍ବ ଘଟିଥିବ । ଏହି ଚିନ୍ତାଧାରା ହିଁ ସ୍ପା ଓ ସାଲୁନ୍ ସେବାକୁ ବୃତ୍ତିଗତ ଛାପରେ ମହିଳାଙ୍କ ବ୍ୟକ୍ତିଗତ ସୀମା ମଧ୍ୟକୁ ନେବାକୁ ଉଦ୍ୟମ ହୋଇଥିଲା ଏବଂ ଏଥିରୁ ହିଁ Nomadic Spalonର ଜନ୍ମ ହୋଇଥିଲା ।”

image


ସୀମାଙ୍କ ନିମନ୍ତେ, ଯିଏ ନିଜର ବୃତ୍ତିଗତ ଜୀବନ ହୋଟେଲ୍ ବ୍ୟବସାୟରୁ ଆରମ୍ଭ କରିଥିଲେ, Nomadic Spalon ନିଜର ମୂଳ ବୃତ୍ତି ଓ ଶୈଶବ ଜୀବନର ପଶ୍ଚାତଗତି ହେବାଭଳି ମନେହୁଏ । କାରଣ, ତାଙ୍କର ମା’ ହାଇଦ୍ରାବାଦରେ ଏକ ସ୍ପା ଓ ସାଲୋନର ମାଲିକ ଥିଲେ ଓ ସେହି ସମୟରେ ସୀମା ନିଜର ସ୍କୁଲ ଛୁଟି ପରେ ସେଠାରେ ମା’ଙ୍କୁ ସହାୟତା କରୁଥିଲେ । ଏହା ତାଙ୍କୁ ବ୍ୟବସାୟର ସମସ୍ତ ଦିଗ - ବ୍ୟବସାୟର ଆରମ୍ଭ କରିବା ଠାରୁ ଲୋକ ଓ ଅର୍ଥର ପରିଚାଳନା ଆଦି ବିଷୟ ପ୍ରତି ଉନ୍ମୁକ୍ତ କରିଥିଲା ।

କିନ୍ତୁ ନିଜର ଶିକ୍ଷା ଶେଷ କରିବା ପରେ , ସୀମା ହସ୍ପିଟାଲିଟି ଶିଳ୍ପ ମଧ୍ୟକୁ ପ୍ରବେଶ କଲେ । ଜଣେ ହୋଟେଲ୍ ମାଲିକଙ୍କୁ ବିବାହ କରି ଦିଲ୍ଳୀ ଚାଲିଗଲେ । ଏକ ବିରାଟ ସହର ତାଙ୍କର ଆଖି ଖୋଲିଦେଇଥିଲା । ସେ ସେଠାରେ ବଡ଼ ନାମୀଦାମୀ ହୋଟେଲ୍ ଶିଳ୍ପ ଯେପରି ଇଂଟରକଂଟିନେଂଟାଲ୍, ରାଡିସନ୍, ଦି ପାର୍କ ଭଳି ସଂସ୍ଥାରେ କାମ କରିବାର ସୁଯୋଗ ପାଇଲେ । ତେବେ ଦୈନିକ ସକାଳ ୯ଟାରୁ ସନ୍ଧ୍ୟା ୬ଟା ଯାଏଁ ସେଇ ଏକପ୍ରକାର କାମ କରିବା ସୀମାଙ୍କ ପାଇଁ ଏକ ପ୍ରକାର ଅସହ୍ୟ ହେଲା ।

ଯେଉଁ କାମ କରୁଥିଲେ ସେଥିରେ ସୀମା ବିରକ୍ତି ଅନୁଭବ କଲେ, ଏଣୁ ସେ ସେହି କାମକୁ ଛାଡ଼ିଦେଲେ । ହେୟାର୍ ଓ ସ୍କିନ୍ କେୟାର୍ ସଂପର୍କରେ ପ୍ରଶିକ୍ଷିତ ହେଲେ ଓ ଏକ ସ୍ପା ପରାମର୍ଶଦାତା ଭାବେ କୋର ୱେଲ୍ନେସ୍ ଲିଃରୁ ପ୍ରମାଣପତ୍ର ପାଇଲେ । ସେହି ସମୟରେ, ସେ ନିଜର ମା’ଙ୍କୁ ହରାଇଲେ ଓ ପରବର୍ତ୍ତୀ ବର୍ଷ ନିଜର ବାପାଙ୍କୁ ମଧ୍ୟ ସବୁଦିନ ପାଇଁ ହରାଇଲେ । ତାଙ୍କର ମା’ଙ୍କ ସାଲୋନକୁ ଚଳାଇବା ପାଇଁ କୌଣସି ଲୋକ ନଥିବାରୁ ତାଙ୍କ ପରିବାର ଏହାକୁ ବନ୍ଦ କରିଦେଲେ ।

ଏହା ସୀମାଙ୍କ ପାଇଁ ଏକ ଅନୁପ୍ରେରଣା ଥିଲା ସେ Provado Spa Pvt Ltd ନାମକ ଏକ ସ୍ପା କଂପାନୀ ଆରମ୍ଭ କଲେ । ଗୋଟିଏ ବର୍ଷ ମଧ୍ୟରେ ସେ ନିଜର ଗ୍ରାହକମାନେ ଯେଭଳି ନିଜର ସମୟ, ସ୍ଥାନ ଓ ସୁବିଧାନୁସାରେ ଏହି ସେବା ପାଇପାରିବେ ତାକୁ ଦୃଷ୍ଟିରେ ରଖି Nomadic Spalon ଆରମ୍ଭ କରିଥିଲେ । “ପ୍ରତିମାସରେ ସେ ହାରାହାରି ୨୫୦ ଗ୍ରାହକଙ୍କୁ ଏହି ସେବା ଯୋଗାଉଛନ୍ତି” ବୋଲି ସୀମା କହନ୍ତି ।

ବରିଷ୍ଠଙ୍କ/ବୃଦ୍ଧ-ବୃଦ୍ଧାଙ୍କ ପାଇଁ ସ୍ୱତନ୍ତ୍ର ସେବା

ବରିଷ୍ଠ ନାଗରିକଙ୍କ ପାଇଁ Nomadic Spalonରେ ସ୍ୱତନ୍ତ୍ର ସେବା ଯୋଗାଇଦିଆଯାଉଥିବାରୁ ସୀମା ଗର୍ବ ଅନୁଭବ କରନ୍ତି । ଯେତେବେଳେ ଅନେକ ବିୟୁଟି ସାଲୋନ ଯୁବଗୋଷ୍ଠୀଙ୍କ ପାଇଁ ଯେଉଁ ସେବା ପ୍ରଦାନ କରନ୍ତି ବୃଦ୍ଧ-ବୃଦ୍ଧାଙ୍କ ପାଇଁ ଅନୁରୂପ ସେବା ଦେଇଥାନ୍ତି, କିନ୍ତୁ ସ୍ପାଲୋନରେ ଶଯ୍ୟାଶାୟୀ ବରିଷ୍ଠ ନାଗରିକଙ୍କ ସକାଶେ ନଖକାଟିବା, ମୁଣ୍ଡ ଧୋଇବା ଆଦି କାମ ମଧ୍ୟ କରାଯାଇଥାଏ । ସୀମା କହନ୍ତି, “ଆମେ ପୁରୁଣା ବୃକ୍ଷରେ ସୁନ୍ଦରତାକୁ ଦେଖୁ, କିନ୍ତୁ ଏକ ବୃଦ୍ଧ କିମ୍ବା ବୃଦ୍ଧାଙ୍କ ଠାରେ ଏହି ସୁନ୍ଦରତା କାହିଁକି ଦେଖିପାରୁନାହୁଁ? ଆମେ ନିଜର ଅଭିବୃଦ୍ଧି ପାଇଁ ଏତେ ବ୍ୟସ୍ତଯେ ସର୍ବଦା ଆମେ ଭୁଲିଯାଉ ସେମାନେ ମଧ୍ୟ ବାର୍ଦ୍ଧକ୍ୟବସ୍ଥା ଆଡ଼କୁ ଗତି କରୁଛନ୍ତି ।”

ମୁଣ୍ଡର ଚୁଟି, ନଖ, ମୁଖ ଆଦି ଠାରୁ ଆରମ୍ଭ କରି ପିଠି ଓ ମୁଣ୍ଡବ୍ୟଥାରେ ଥେରାପୁଟିକ୍ ମସାଜ୍ ଦେଇ ଚିକିତ୍ସା କରିବା ପର୍ଯ୍ୟନ୍ତ ବରିଷ୍ଠ ଗ୍ରାହକଙ୍କ ସମସ୍ତ କାମ ତାଙ୍କ ଟିମ୍ ସଦସ୍ୟମାନେ କରିଥାନ୍ତି । ସେମାନେ ନିଜର ସେବାକୁ ଏକୁଟିଆ ରହୁଥିବା ବରିଷ୍ଠଙ୍କ ପାଇଁ ସୀମିତ କରିନାହାନ୍ତି ବରଂ ଯେଉଁମାନେ ବୃଦ୍ଧାଶ୍ରମରେ ରହୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏହି ସେବା ପ୍ରଦାନ କରାଯାଉଛି । ସୀମା କହନ୍ତି, “ଆମେ ବୃଦ୍ଧା-ବୃଦ୍ଧଙ୍କୁ ସେବାଯୋଗାଇ ଅଧିକ ଖୁସୀ ପାଉଛୁ । ସେମାନେ ଏକ ଛୋଟ ପିଲା ଭଳି ।”

ଟିମ୍

ସଂପ୍ରତି ତାଙ୍କ ଟିମରେ ୭ଜଣ ପୂର୍ଣ୍ଣକାଳୀନ ଓ ୪ଜଣ ମୁକ୍ତବୃତ୍ତି (ଫ୍ରିଲାନ୍ସର) ଥେରାପିଷ୍ଟ ଅଛନ୍ତି । ଏହା ସହ ସେମାନେ ଏକ ଏନଜିଓ ସହ ଅନୁବନ୍ଧିତ ହୋଇଛନ୍ତି ଯିଏ ସ୍ପା ଓ ସାଲୁନ୍ ଚିକିତ୍ସାରେ ପ୍ରଶିକ୍ଷିତ ହୋଇଥିବା ଯୁବତୀଙ୍କୁ ଯୋଗାଇଥାନ୍ତି । ଏହି ଯୁବତୀମାନେ ପେଶାଗତ ପ୍ରଶିକ୍ଷକଙ୍କ ଦ୍ୱାରା ପରବର୍ତ୍ତୀ ପ୍ରଶିକ୍ଷଣ ପାଇଥାନ୍ତି । ଏମାନେ ପ୍ରଶିକ୍ଷିତ ପ୍ରଶିକ୍ଷକଙ୍କ ସହ ଗ୍ରାହକଙ୍କ ନିକଟକୁ ଯାଇ ସେବା ସଂପର୍କରେ ଆବଶ୍ୟକ ଜ୍ଞାନ ଅର୍ଜନ କରିଥାନ୍ତି ।

ବର୍ତ୍ତମାନ ଯୁଗରେ ମହିଳାମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସଂପର୍କରେ ସୀମା ଅଭିଜ୍ଞ ଅଟନ୍ତି । ଜଣେ ପ୍ରତିଷ୍ଠାତ୍ରୀ ଓ ମହିଳା ଉଦ୍ୟୋଗୀ ଭାବେ ସେ ନିଜର ଟିମ୍ ସଦସ୍ୟଙ୍କ ସୁରକ୍ଷା ଓ ନିରାପଦ ପ୍ରତି ଆବଶ୍ୟକ ଦୃଷ୍ଟି ଦେଇଥାନ୍ତି । ସେ ଟିମ୍ ସଦସ୍ୟଙ୍କ ପାଇଁ ନିରାପଦ ନେବାଆଣିବା କରିବା ଓ ଯେଉଁ ଗାଡ଼ିଚାଳକ ସେମାନଙ୍କୁ ଗ୍ରାହକଙ୍କ ନିକଟକୁ ନେଉଥବା ଗାଡ଼ିଚାଳକମାନେ ଉତ୍ତମ ଭାବେ ପ୍ରଶିକ୍ଷିତ, ଶିକ୍ଷିତ ଓ ମାର୍ଜିତ ସ୍ୱାଭବର ଅଟନ୍ତି ।

ଚଳିତବର୍ଷ, ସୀମା ନିଜର ଭ୍ରାମ୍ୟମାଣ ସେବାକୁ ଦିଲ୍ଲୀର ବିଭିନ୍ନ କୋଣଅନୁକୋଣକୁ ପହଂଚାଇବାକୁ ଯୋଜନା ରଖିଛନ୍ତି । ସେ ନଭେମ୍ବର ଶେଷ ସୁଦ୍ଧା ଦିଲ୍ଲୀରେ ବାଲିନିସ୍ ସ୍ପା ସହ ଏକ ସୁସଜ୍ଜିତ ସ୍ପାର କାମ ଆରମ୍ଭ କରିବେ । କେବଳ ଏହାନୁହେଁ ବିଭିନ୍ନ ହସ୍ପିଟାଲର ରୋଗୀମାନଙ୍କୁ ଭ୍ରାମ୍ୟମାଣ ସ୍ପା ଦ୍ୱାରା ସେବା ଯୋଗାଇବାର ଲକ୍ଷ୍ୟ ରଖିଛନ୍ତି, ଯଦ୍ୱାରା ସେମାନେ ଖୁବଶୀଘ୍ର ଆରୋଗ୍ୟ ଲାଭ କରିବେ । ବୃଦ୍ଧା-ବୃଦ୍ଧ ଓ ରୋଗୀଙ୍କ ପାଇଁ ସୌନ୍ଦର୍ଯ୍ୟ ସେବା ପ୍ରଦାନ କରି ସୀମା ସାଂପ୍ରତିକ ଯୁଗର ବିୟୁଟି ଓ ୱେଲନେସ ଶିଳ୍ପ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି।