ସମ୍ଭବ ପକ୍ଷରୁ ସ୍ୱଚ୍ଛ ମାନବ କାର୍ଯ୍ୟକ୍ରମ ଅନୁଷ୍ଠିତ

ସମ୍ଭବ ପକ୍ଷରୁ ସ୍ୱଚ୍ଛ ମାନବ କାର୍ଯ୍ୟକ୍ରମ ଅନୁଷ୍ଠିତ

Saturday January 02, 2016,

1 min Read

image


ସ୍ୱେଚ୍ଛାସେବୀ ସଂଗଠନ ସମ୍ଭବ ପକ୍ଷରୁ ନୁଆବର୍ଷ ଅବସରରେ ଏବ ଅଭିନବ କାର୍ଯ୍ୟକ୍ରମ ‘ସ୍ୱଚ୍ଛମାନବ’ ରାଜଧାନୀର ରାମନ୍ଦିର ଛକ, ମାଷ୍ଟର କ୍ୟାଣ୍ଟିନ ଏବଂ ଖାରବେଳ ନଗର ବିଗବଜାର ଠାରେ ଅନୁଷ୍ଠିତ ହୋଇଥିଲା । ଏହା ମାଧ୍ୟମରେ ଭୁବନେଶ୍ୱରର ରାସ୍ତା କଡରେ ରହୁଥିବା ଗରିବ ଅସହାୟ ଲୋକମାନଙ୍କ ମଧ୍ୟରେ ସ୍ୱଚ୍ଛତାର ବାର୍ତ୍ତା ପ୍ରଚାର କରିବା ପାଇଁ ବାରିକ ମାନଙ୍କ ସହାୟତାରେ ସେଠାରେ ସେମାନଙ୍କର ଚୁଟି, ଦାଢୀ ଆଦି ପରିଷ୍କାର କରି ସେମାନଙ୍କୁ ଏକ ନୂତନ ଲୁକ ପ୍ରଦାନ କରାଯାଇଛି ।

image


ଏହି ସମ୍ପର୍କରେ ସୂଚନା ହେଇ ସମ୍ଭବର ସଦସ୍ୟ, ହରିଶ ପାଣିଗ୍ରାହୀ କହିଛନ୍ତି ଯେ, 

ଏକ ସୁସ୍ଥ ତଥା ସ୍ୱଚ୍ଛ ସମାଜ ଗଢିବାକୁ ହେଲେ ଆମର ପ୍ରତ୍ୟେକ ବର୍ଗର ଲୋକମାନେ ନିଜ ଭିତରେ ପ୍ରଥମେ ସ୍ୱଚ୍ଛତାର ଅନୁଭବ କରିବା ଉଚିତ୍ । ଯଦି ଆମେ ନିଜେ ପରିଷ୍କାର ପରିଚ୍ଛନ୍ନ ରହିବା ତାହେଲେ ଆମ ପରିବେଶ ଆପେ ଆପେ ପରିଷ୍ମାର ହୋଇଯିବ । ତେଣୁ ନୂତନ ବର୍ଷରେ କିଛି ନୂଆ କରିବାର ଲକ୍ଷ୍ୟରେ ଆମେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟରେ ସ୍ୱଚ୍ଛତାର ବାର୍ତ୍ତା ପ୍ରସାରଣ କରିବାରେ ପ୍ରଥମ ପାଦ ବଢାଇବା ସହ ନୂଆବର୍ଷରେ ଏହିଭଳି ଆହୁରି ଅନେକ ପରିବର୍ତ୍ତନ ମୂଳକ କାର୍ଯ୍ୟକରିବାର ସଂକଳ୍ପ କରୁଛୁ ।
image


ଏହି କାର୍ଯ୍ୟକ୍ରମରେ ମିଳନ ନାୟକ, ରାକେଶ କୁମାର ମହାପାତ୍ର, ପଞ୍ଚାନନ ମହାପାତ୍ର , ଜ୍ୟୋତି ରଞ୍ଜନ ଦାସ୍, ସତ୍ୟବ୍ରତ ପୃଷ୍ଟି, ରାମକୃଷ୍ନ ଅଗସ୍ତି ପ୍ରମୁଖ ଉପସ୍ଥିତ ରହି ଗରିବ ଲୋକମାନଙ୍କୁ ବସ୍ତ୍ର ଏବଂ କମ୍ବଳ ବାଣ୍ଟିଥିଲେ ।