କିରିଗିଜସ୍ଥାନର ଲିଙ୍ଗଗତ ହିଂସା ଓ ଅସମତା ଅସୁବିଧା

କିରିଗିଜସ୍ଥାନର ଲିଙ୍ଗଗତ ହିଂସା ଓ ଅସମତା ଅସୁବିଧା

Wednesday February 24, 2016,

2 min Read

ଲୋକେ କହନ୍ତି ଯେ ହିଂସା କେବଳ ବାହାରେ, ଅନ୍ଧାର ଗଳିରେ ଘଟେ । କିନ୍ତୁ ଅନେକାଂଶରେ ହିଂସା ଆମେ ନିଶ୍ଚିତ ଓ ଆନନ୍ଦିତ ହେବା ଭଲି ଜାଗାରେ, ଆମେ ଜାଣିଥିବା ଲୋକଙ୍କ ସଙ୍ଗେ ଘଟେ । ଅଧିକାଂଶ ହିଂସ୍ର ଘଟଣା ଆମ କାନ୍ଥ ଭିତରେ ଘଟେ, ଆଉ ବର୍ଷକୁ ବର୍ଷ ଏହା ବଢ଼ିଚାଲିଛି ।

ଗାର୍ଲ ଆକ୍ଟିଭିଷ୍ଟସ ଅଫ କିରିଗିଜସ୍ଥାନ ୨୦୧୪ର ହିଂସାର ଅସୁବିଧାକୁ ନେଇ ସମାଜର ବାସ୍ତବ ଅବସ୍ଥା ଦେଖାଇବା ପାଇଁ ନୂଆ ନୂଆ ବାଟ ଆରମ୍ଭ କଲେ ।

image


ଯୁବ କର୍ମୀ କ୍ୟାମ୍ପ

ନଭେମ୍ବର ଶେଷ ଆଡ଼କୁ ଲିଙ୍ଗଗତ ସମତା, ଯୌନ ସ୍ୱାସ୍ଥ୍ୟ, ସମାଜର ବିଭିନ୍ନ ବର୍ଗ ମଧ୍ୟରେ ସଂହତି ଏବଂ ମାନବିକ ଅଧିକାର ପାଇଁ ଯୁବାମାନଙ୍କୁ ଭାଗ ନେବା ଓ ସମାଜକୁ ପ୍ରଭାବିତ କରିବା ଲାଗି ତିଆରି କରିବା ଲକ୍ଷ୍ୟରେ ଏହି ସଂଗଠନ ଏକ ଯୁବକର୍ମୀ କ୍ୟାମ୍ପ ଆୟୋଜନ କରିଥିଲା ।

ଏହି କ୍ୟାମ୍ପ ଗାର୍ଲସ ଆକ୍ଟିଭିଷ୍ଟସ ଅଫ କିରିଗିଜସ୍ଥାନ ଦେଇ ଆୟୋଜିତ ହୋଇଥିଲା । ଏହା ୨୦୧୪ ନଭେମ୍ବର ୨୮ରୁ ଡିସେମ୍ବର ୧ ତାରିଖ ଯାଏ ବିସକେକଠାରେ ଅନୁଷ୍ଠିତ ହୋଇଥିଲା । ଏହ କ୍ୟାମ୍ପରେ କିରିଗିଜସ୍ଥାନରୁ ଦୁଇଟି ଅଞ୍ଚଳରୁ ତେରଜଣ (କିରିଗିଜସ୍ଥାନରେ ମୋଟ ରାଜ୍ୟ ସାତଟି) ଅଂଶଗ୍ରହଣ କରିଥିଲେ ।

ଡିସେମ୍ବର ୧ ତାରିଖରେ ସପ୍ତାହର ସେମାନେ “ବିଶ୍ୱ ଏଡ଼ସ ଦିବସ” ଆୟୋଜନ କରିଥିଲେ । କାରଣ ହେଉଛି ଏ ସଭିଙ୍କ ଗୋଚର ହେବା ଭଳି ଅସୁବିଧାଟିଏ । ଏହା ଅତି ଜରୁରୀ କାରଣ ଏଚଆଇଭି/ଏଡ଼ସ ଲିଙ୍ଗଗତ ଭେଦଭାବର ଏକ ବଡ଼ କାରଣ, ଆଉ ଲୋକେ ଏଚଆଇଭି-ପଜିଟିଭ ପୀଡ଼ିତ ଲୋକଙ୍କୁ ଆପଣେଇବା ଶିଖିବା ଉଚିତ । କ୍ୟାମ୍ପ କଲାବେଳେ ଆୟୋଜକଗଣ HeForShe ଆନ୍ଦୋଳନ ଲିଙ୍ଗଗତ ହିଂସା ଓ ଅସମତାକୁ ଭିତ୍ତି କରି ଘଟୁଥିବା ହିଂସା ଯେ ଘଟୁଛି ଆଉ ତାକୁ ପରେ ନୁହେଁ ଏବେ ହିଁ ରୋକିବା ବାବଦରେ ଜଣାଇବା ପାଇଁ ପ୍ରଚାର କରିବାକୁ ସିଦ୍ଧାନ୍ତ ନେଇଥିଲେ । ସମସ୍ତ ଆନ୍ଦୋଳନାତ୍ମକ କାମରେ ଏହା ଏକ ବଡ଼ ଅସୁବିଧା ହୋଇଥିବାରୁ ଆଗରୁ ଆୟୋଜକମାନେ ନିରାପତ୍ତା ଓ ସୁରକ୍ଷା ବାବଦରେ ଅସୁବିଧା କଥା ଉଠାଇ ଥିଲେ । ସେମାନଙ୍କ ସକ୍ରିୟତା କାମଟି ଏକ ଡିଜିଟାଲ ଭିତ୍ତିଭୂମିରେ ଥାଇ କିରିଗିଜସ୍ଥାନର ଝିଅମାନଙ୍କ କାହାଣୀ ପ୍ରଚାର କରୁଥିବାରୁ ଏହି ଅସୁବିଧା ସେମାନଙ୍କ ପାଇଁ ଖୁବ ଗୁରୁତ୍ତ୍ୱପୂର୍ଣ୍ଣ ।

ନଭେମ୍ବର ଆରମ୍ଭରେ ଜଣେ ତଥ୍ୟ ନିରାପତ୍ତା ବିଶେଷଜ୍ଞ ଏକ କର୍ମଶାଳା ଆୟୋଜନ କରିଥିଲେ । ସେଥିରୁ ମିଳିଥିବା କିଛି ଉପଦେଶ ଆୟୋଜକଙ୍କ ଆଗାମୀ ଲେଖାରେ ।

ଫଟୋଟି ଡାରିଆ କାସମାମିଟୋଭାଙ୍କ ଦ୍ଵାରା ଉତ୍ତୋଳିତ । ମୂଳ ଅନୂଦିତ ଲେଖା ସୁଭାସିସ ପାଣିଗ୍ରାହୀ ।

    Share on
    close