ଓଡିଶାର ଲକ୍ଷ୍ୟ ଥିଲା ପ୍ରଥମ ତିନିଟି ସ୍ଥାନରେ ରହିବା। ସେଥିପାଇଁ ରାଜ୍ୟ ସରକାର ଅନେକ କିଛି ଉଦ୍ୟମ କରିଥିଲେ। ଉଦ୍ଯୋଗୀ ମାନଙ୍କୁ ଆକର୍ଷିତ କରିବା ପାଇଁ ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଓଡିଶାରେ ଉଦ୍ଯୋଗ ଆରମ୍ଭ କରିବା ପାଇଁ ଓ ଓଡିଶାର ଉଦ୍ଯୋଗରେ ପୁଞ୍ଜି ଖଟାଇବା ପାଇଁ ରାଜ୍ୟରେ ଅନୁକୂଳ ବାତାବରଣ ରହିଛି ବୋଲି ମୁମ୍ବାଇ ଓ ବେଙ୍ଗାଲୁରୁ ଠାରେ ମେକ ଇନ ଓଡିଶା କାର୍ଯ୍ୟକ୍ରମ ଆୟୋଜନ କରି ପ୍ରଚାର ମଧ୍ୟ କରିଥିଲେ। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରୋଡ଼ ସୋ ମଧ୍ୟ କରିଥିଲେ।
କିନ୍ତୁ ନିଜର ଧାର୍ଯ୍ୟ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିଲେନି। ଗତ ବର୍ଷ ରାଜ୍ୟ ଥିଲା ସପ୍ତମ ସ୍ଥାନରେ କିନ୍ତୁ ଚଳିତ ବର୍ଷ ଅନେକ ଉଦ୍ୟମ ସତ୍ତ୍ୱେ ଏକାଦଶ ସ୍ଥାନରେ ଆସି ପହଞ୍ଚିଛି। ନୂଆ ଦିଲ୍ଲୀରେ କେନ୍ଦ୍ର ସରକାରଙ୍କର ଡିପାର୍ଟମେଣ୍ଟ ଅଫ ଇଣ୍ଡଷ୍ଟ୍ରିଆଲ ପଲିସି ଆଣ୍ଡ ପ୍ରୋମୋସନ ଓ ବିଶ୍ଵ ବ୍ଯାଙ୍କ ଦ୍ଵାରା ପ୍ରକାଶିତ ‘ଇଜ ଅଫ ଡୁଇଂ ବିଜନେସ’ ରିପୋର୍ଟରେ ଗତ ବର୍ଷ ତୁଳନାରେ ଓଡିଶା ତଳକୁ ଖସିଯାଇଛି।
ଚଳିତ ମାସ ୩୦ ତାରିଖରେ ଆୟୋଜିତ ହେବାକୁ ଯାଉଛି “ମେକ ଇନ ଓଡିଶା କନକ୍ଳେଭ”। ତା’ର ଠିକ ପୂର୍ବରୁ ଏପରି ରିପୋର୍ଟ ଏହି କାର୍ଯ୍ୟକ୍ରମ ଉପରେ କିପରି ଭାବେ ପ୍ରଭାବ ପକାଇବା ତାହା ଚିନ୍ତାର ବିଷୟ। କିନ୍ତୁ ଏହି ରିପୋର୍ଟରେ ଏକ ସକାରାତ୍ମକ ଖବର ମଧ୍ୟ ରହିଛି। ତାଲିକାରେ ତଳକୁ ଖସିଛି ସତ କିନ୍ତୁ ଏହି ରିପୋର୍ଟ ରେ ଓଡିଶାକୁ ‘ଅଗ୍ରଣୀ’ ରାଜ୍ୟର ମାନ୍ୟତା ମଧ୍ୟ ମିଳିଛି। ଏହି ବର୍ଗରେ ଆହୁରି ୧୧ଟି ରାଜ୍ୟ ମଧ୍ୟ ରହିଛି।
ସମସ୍ତ ସଂସ୍ଥାର କାର୍ଯ୍ୟକାରିତା ଅନୁସାରେ ରାଜ୍ୟମାନଙ୍କୁ ଚାରିଟି ଭାଗରେ ବିଭକ୍ତ କରାଯାଇଛି। ୯୦-୧୦୦% ସ୍କୋର କରିଥିବା ରାଜ୍ୟ ମାନଙ୍କୁ ଅଗ୍ରଣୀ ବର୍ଗରେ ରଖାଯାଇଛି। ଏଥିରେ ଓଡିଶା ସହ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜୁରାଟ, ଛତିଶଗଡ଼, ମଧ୍ୟପ୍ରଦେଶ, ହରିଆଣା, ଝାଡ଼ଖଣ୍ଡ, ରାଜସ୍ଥାନ, ଉତ୍ତରାଖଣ୍ଡ, ମହାରାଷ୍ଟ୍ର ଓ ପଞ୍ଜାବ ରହିଛି।
Related Stories
December 23, 2016
December 23, 2016
Stories by Team Odia
December 23, 2016
December 23, 2016
December 23, 2016
December 23, 2016