ମୋବାଇଲ ଫର ଗୁଡ୍ ଆୱାର୍ଡ଼ : ସାମାଜିକ ପରିବର୍ତ୍ତନରେ ମୋବାଇଲ୍ ଫୋନ୍

ମୋବାଇଲ ଫର ଗୁଡ୍ ଆୱାର୍ଡ଼ : ସାମାଜିକ ପରିବର୍ତ୍ତନରେ ମୋବାଇଲ୍ ଫୋନ୍

Monday December 07, 2015,

2 min Read

ନୂଆଦିଲ୍ଲୀ: ନାସକମ୍ ଫାଉଣ୍ଡେସନ ସହଯୋଗରେ ଭୋଡ଼ାଫୋନ ଫାଉଣ୍ଡେସନ ଆରମ୍ଭ କରିଥିବା ଚଳିତବର୍ଷର ‘ମୋବାଇଲ ଫର ଗୁଡ଼ ଆୱାର୍ଡ଼’ ସଂସ୍କରଣର ବିଜେତାଙ୍କ ନାମ ଘୋଷଣା କରିଛି । ବୈଷୟିକ ଓ ଅଭିନବ ପ୍ରଯୁକ୍ତି ବିଦ୍ୟା ସହାୟତାରେ ସାମାଜିକ ପରିବର୍ତନରେ ମୋବାଇଲର ଉପଯୋଗ ପାଇଁ ଏହି ‘ମୋବାଇଲ ଫର ଗୁଡ଼ ଆୱାର୍ଡ଼’ କାର୍ଯ୍ୟକ୍ରମର ପ୍ରଚଳନ କରାଯାଇଛି । ମୋବାଇଲ ଜରିଆରେ ଅଭିନବ ପଦକ୍ଷେପ ଗ୍ରହଣ କରିଥିବା ବେସରକାରୀ ସଂସ୍ଥା ଓ ଏନଏଫପିର ସୃଜନାତ୍ମକ ଚିନ୍ତାଧାରାକୁ ସ୍ୱୀକୃତି ଜଣାଇ ‘ମୋବାଇଲ ଫର ଗୁଡ଼ ଆୱାର୍ଡ଼’ ବ୍ୟବସ୍ଥା ପ୍ରଚଳନ କରାଯାଇଛି ।

image


ଚଳିତ ବର୍ଷ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ପରିବେଶ, ମହିଳା ସଶକ୍ତିକରଣ ଓ ଅନ୍ତର୍ଭୁକ୍ତି ବିକାଶ ଶ୍ରେଣୀରେ ଅଭିନବ ସୃଜନାତ୍ମକ କାର୍ଯ୍ୟ ପାଇଁ ୧୨ ଜଣଙ୍କୁ ସ୍ୱୀକୃତି ପ୍ରଦାନ କରାଯାଇଛି । ଚଳିତ ବର୍ଷ ସରକାରୀ ସ୍ତରରେ ସର୍ବୋତମ ମୋବାଇଲ ସର୍ଜନା ଉପଯୋଗ ପାଇଁ ମଧ୍ୟ ପୁରସ୍କାର ପ୍ରବର୍ତନ କରାଯାଇଛି । ଚଳିତ ବର୍ଷ ୫ଟି ଏନପିଓକୁ ପୁରସ୍କାର ବାବଦକୁ ୧.୨ ନିୟୁତ ଟଙ୍କା ଲେଖାଁଏ ପ୍ରଦାନ କରାଯାଇଥିଲା । ଏହି ଅର୍ଥରେ ସେମାନେ ନିଜର କାର୍ଯ୍ୟକ୍ରମ ଜାରି ରଖିବା ସହ ଏହାର ସଂପ୍ରସାରଣ ମଧ୍ୟ କରିବେ ।

ଭୋଡ଼ାଫୋନ ଇଣ୍ଡିଆର ପରିଚାଳନା ନିର୍ଦ୍ଧେଶକ ତଥା ସିଇଓ ସୁନୀଲ ସୋଡ଼ ଏହି ପୁରସ୍କାର ବିଷୟ ଘୋଷଣା କରି କହିଥିଲେ ଯେ, ଯୋଗଯୋଗ ଜରିଆରେ ସଶକ୍ତିକରଣ ପାଇଁ ଭୋଡ଼ାଫୋନ ସର୍ବଦା ଉଦ୍ୟମ କରୁଛି । ଅନ୍ତର୍ଭୁକ୍ତି ବିକାଶ ପାଇଁ ସରକାର ସର୍ବଦା ପଦକ୍ଷେପ ଗ୍ରହଣ କରୁଛନ୍ତି । ଡିଜିଟାଲ ଇଣ୍ଡିଆ ଦ୍ୱାରା ସଶକ୍ତିକରଣ ପାଇଁ ଉଦ୍ୟମ କରୁଛନ୍ତି । ସରକାରଙ୍କ ଏହି ଉଦ୍ୟମକୁ ୫ମ ବର୍ଷରେ ଭୋଡ଼ାଫୋନ ଏହାର ‘ମୋବାଇଲ ଫର ଗୁଡ଼ ଆୱାର୍ଡ଼’ ଜରିଆରେ ପାଳନ କରୁଛି ବୋଲି ସେ କହିଥିଲେ ।

image


କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ବୈଷୟିକ ବିଭାଗ ସଚିବ ଜେ.ଏସ୍ ଦୀପକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତାମାନଙ୍କୁ ସ୍ୱାଗତ ଜଣାଇଥିଲେ । ନାସକମ ଫାଉଣ୍ଡେସନର ସିଇଓ ଶ୍ରୀକାନ୍ତ ସିହ୍ନା ଏହି ଅବସରରେ କହିଥିଲେ ଯେ ବୈଷୟିକ ଓ କାରିଗରୀ ଜ୍ଞାନକୌଶଳ ଉପଯୋଗରେ ଏକ ବାସ୍ତବ ଅନ୍ତର୍ଭୁକ୍ତି ବିକାଶ ପାଇଁ ଆମେ ସର୍ବଦା ଉଦ୍ୟମ କରୁଛି । ୨୦୨୦ ମସିହା ସୁଦ୍ଧା ଦେଶର ୯୪% ଜନତାଙ୍କ ହାତରେ ମୋବାଇଲ ଫୋନ ରହିଥିବ। ଏହାର ଉପଯୋଗରେ ଡିଜିଟାଲ ଭାରତବର୍ଷ ସ୍ୱପ୍ନ ସାକାର ହୋଇପାରିବ ବୋଲି ସେ ଆଶାପ୍ରକାଶ କରିଥିଲେ।