କୁର୍ତ୍ତା-ପାୟଜାମାରୁ ସୁଟ୍‌-ବୁଟ୍ : ସାମାଜିକ କ୍ଷେତ୍ରର ବ୍ୟକ୍ତିତ୍ତ୍ୱଙ୍କ ପରିବର୍ତ୍ତନର ଧାରା

ଗତ ଦଶନ୍ଧି ଭାରତରେ ସାମାଜିକ ଉଦ୍ୟୋଗ ପାଇଁ ଥିଲା ଏକ ଉତ୍ସାହପ୍ରଦ ବିକାଶ କାହାଣୀ । ତା ସହିତ ଥିଲା ଦ୍ରୁତ ଗତିରେ ବଢୁଥିବା ମାଇକ୍ରୋଫାଇନାନ୍ସ ଶିଳ୍ପ (ଆନ୍ଧ୍ରପ୍ରଦେଶ ସଂକଟ ସତ୍ତ୍ୱେ) ଏବଂ କୃଷି,ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଜୀବିକା ଆଦି ଅନ୍ୟ କ୍ଷେତ୍ରରେ ମଧ୍ୟ ନୂଆ ଓ କ୍ରମ ବିକାଶ ଘଟିଥିଲା । ଭାରତ ସାମାଜିକ ଉଦ୍ୟୋଗ ପାଇଁ ଏକ ବଡ ପ୍ଲାଟଫର୍ମ ଯୋଗାଇ ଆସୁଛି ଯାହା ନୂଆ ସେମାନଙ୍କୁ ସେମାନଙ୍କର ଧାରଣାକୁ ନୂତନତ୍ୱ, ପ୍ରମାଣିତ ଓ ମାପିବାରେ ସହାୟକ ହେଉଛି । ଏହା ଜଟିଳ ବଜାର ସମସ୍ୟା ସୃଷ୍ଟି କରୁଥିବା ସାମାଜିକ-ଅର୍ଥନୈତିକ ଅସମାନତା, ଏହି ସବୁ ସମସ୍ୟାର ସମାଧାନ ଦିଗରେ ସରକାରଙ୍କ ସକ୍ରିୟତାର ଅଭାବ ଓ ପିରାମିଡ୍‌ର ମୂଳରେ ବିରାଟ ଜନସମୁଦ୍ରକୁ ମଧ୍ୟ ଦର୍ଶାଉଛି ।

କୁର୍ତ୍ତା-ପାୟଜାମାରୁ ସୁଟ୍‌-ବୁଟ୍ : ସାମାଜିକ କ୍ଷେତ୍ରର ବ୍ୟକ୍ତିତ୍ତ୍ୱଙ୍କ ପରିବର୍ତ୍ତନର ଧାରା

Saturday December 19, 2015,

4 min Read

image


ସାମାଜିକ ‍କ୍ଷେତ୍ରରେ ପ୍ରତିଭାଶାଳୀଙ୍କ ଭିଡ

ରମେଶ ରାମନାଥନ

ରମେଶ ରାମନାଥନ


ଏହି ବିକାଶ ପାଇଁ ମୁଖ୍ୟତଃ ଦକ୍ଷ ଓ ପେଶାଦାର ସାମାଜିକ ଉଦ୍ୟୋଗୀମାନଙ୍କ ପ୍ରବେଶ ହୋଇଛି – ସେ ରମେଶ ରାମନାଥନ୍ ହୁଅନ୍ତୁ, ଯେ କି ଜଣେ ଅଭିଜ୍ଞ ବ୍ୟାଙ୍କର୍ ଯିଏ ସିଟିବ୍ୟାଙ୍କ୍‌(୧୦୦ ମିଲିଅନ୍ ଡଲାର ବ୍ୟବସାୟ କରୁଥିବା )ଛାଡି ଭାରତରେ ସହରୀ ବିକାଶ କାର୍ଯ୍ୟ କରିବା ପାଇଁ ଆସିଥିଲେ କିମ୍ବା ଯୁବ ବ୍ୟକ୍ତିତ୍ୱ ଧ୍ରୁବ ଲାଖ୍ରା ହୁଅନ୍ତୁ , ଯେ କି ଭିନ୍ନକ୍ଷମଙ୍କ ପାଇଁ କାମ କରିବା ଲାଗି ନିବେଶକ ବ୍ୟାଙ୍କ୍ ଚାକିରି ଛାଡି ଦେଇଥିଲେ।

ଏହି ଉଦ୍ୟୋଗୀମାନେ ହେଉଛନ୍ତି ଯେମିତି ବିଲ୍‌ ଡ୍ରାଏଟନ୍ (ଆଶୋକର ପ୍ରତିଷ୍ଠାତା) ଥରେ କହିଥିଲେ – ସେମାନେ ଗୋଟିଏ ମାଛ ଦେଇ ସନ୍ତୁଷ୍ଟ ହେବେ ନାହିଁ କିମ୍ବା କିପରି ମାଛ ମାରିବାକୁ ହୁଏ ତାହା ଶିଖାଇ। ସେମାନେ ସମଗ୍ର ମତ୍ସ୍ୟ ଶିଳ୍ପରେ କ୍ରାନ୍ତି ନ ଆଣିବା ପର୍ଯ୍ୟନ୍ତ ସେମାନେ ବିଶ୍ରାମ ନେବେ ନାହିଁ ।

ତେବେ କଣ ସେହି ପେଶାଦାରମାନଙ୍କୁ ପ୍ରେରଣା ଦେଲା ଏମିତି ଏକ କ୍ଷେତ୍ରରେ ସମୟ, ଅର୍ଥ, ଉଦ୍ୟମ ଓ ଅନେକ କିଛି ନିବେଶ କରିବା ପାଇଁ ଯାହା ଏବେ ବି ଅସ୍ପଷ୍ଟ ହୋଇ ରହିଛି ।

ବ୍ୟାପକ ଭାବେ ଅନୁମାନ ଲଗାଇବାର ବିପଦ ମଧ୍ୟରେ ଲୋକଙ୍କ ଦୃଷ୍ଟି ଆକର୍ଷଣ ଭଳି ମୁଖ୍ୟ ଘଟଣା ଥିଲା ମାଇକ୍ରୋକ୍ରେଡିଟ୍ ସେବା ‍କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମହମ୍ମଦ ୟୁନୁସ୍ ଓ ଗ୍ରାମୀଣ ବ୍ୟାଙ୍କ୍‌ କୁ ନୋବେଲ ପୁରସ୍କାର ମିଳିବା । ଏହା ଅନେକ ଉଦ୍ୟୋଗୀଙ୍କୁ ସେମାନଙ୍କ ଉଦ୍ୟମ ଜାରି ରଖିବାକୁ ଏକ ପ୍ରମାଣିତ ମଡେଲ୍ ପ୍ରଦାନ କରିଥିଲା। ଗ୍ରାମୀଣ ବ୍ୟାଙ୍କ୍ ନିଜେ ବିଭିନ୍ନ ଦେଶରେ ଅନୁକରଣ ଓ ଅନୁସରିତ ହୋଇ ମାର୍ଜିତ ଭାବେ ବ୍ୟବହାର ହୋଇଥିଲା, ଯାହା ସାମାଜିକ କ୍ଷେତ୍ରରେ ବିଶ୍ୱସ୍ତରୀୟ ଶିଳ୍ପ ଭାବେ ଦ୍ରୁତଗତିରେ ବିକଶିତ ହୋଇଥିଲା। ତେବେ, ଗ୍ରାମୀଣ ବ୍ୟାଙ୍କ୍‌ ଗ୍ରାମ୍ୟ ସ୍ତରରେ କାର୍ଯ୍ୟ କରିବା ଭଳି ପ୍ରଥମ ମଡେଲ୍ ନଥିଲା | ଉଦାହରଣ, ୧୯୭୦ର ପ୍ରଥମ ଭାଗରେ, ଅମୁଲକୁ ବିକଶିତ କରିବାରେ ଡକ୍ଟର କୁରିଏନ୍‌ଙ୍କ ଭୂମିକା ସାମାଜିକ କ୍ଷେତ୍ରରେ ପ୍ରବେଶ କରିବା ପାଇଁ ଏକ ସଫଳ ମଡେଲ୍ ପ୍ରଦାନ କରିଥିଲା। କିନ୍ତୁ କିଛି ଉଦ୍ୟୋଗୀ ସେହିଠାରୁ ପ୍ରେରଣା ପାଇଥିଲେ। ତେବେ କାହିଁକି ଗ୍ରାମୀଣ ମଡେଲ୍ ବନାମ ଅମୁଲ ମଡେଲ୍ ତୁଳନାରେ ଅଧିକ ପସନ୍ଦ କରୁଛନ୍ତି ?

ସ୍ୱର୍ଗତ ଡ. ଭରର୍ଗିଜ୍ କୁରିଏନ୍

ସ୍ୱର୍ଗତ ଡ. ଭରର୍ଗିଜ୍ କୁରିଏନ୍

ସ୍ୱର୍ଗତ ଡ. ଭରର୍ଗିଜ୍ କୁରିଏନ୍


ଏହାର ଉତ୍ତର ଆମ ଦେଶର ନିଜର ବିକାଶ କାହାଣୀରେ ହିଁ ନିହିତ ଅଛି। ଅମୁଲର ସଫଳତା ଏମିତି ଏକ ସମୟରେ ଆସିଥିଲା ଯେତେବେଳେ ଭାରତ ବିଶ୍ୱ ଅର୍ଥନୈତିକ ମାନଚିତ୍ରରେ ନିଜର ପାଦ ଥାପିବାକୁ ସଂଘର୍ଷ କରୁଥିଲା। ତେବେ, ୯୦ ଦଶକରେ ସଂସ୍କାରଠାରୁ ଓ ଦୁଇ ଦଶନ୍ଧି ମଧ୍ୟରେ ସେବା ଶିଳ୍ପର ବିକାଶ ମଧ୍ୟରେ ଭାରତୀୟ ଅର୍ଥନୀତି ଉଲ୍ଲେଖନୀୟ ଭାବେ ଅଗ୍ରଗତି କରିଛି | ବିକଶିତ ଆଗକୁ ମାଡି ଚାଲିଥିବା ମଧ୍ୟ ବର୍ଗ ବର୍ତ୍ତମାନ ଅଧିକାଂଶ ମୌଳିକ ଆବଶ୍ୟକତା ପୂରଣ କରିପାରିଛି | ଯାହା ସେମାନଙ୍କୁ ଠିକ୍ ମାସ୍ଲୋଙ୍କ ଅନୁକ୍ରମ ଧାରାରେ ବୃହତ ସାମାଜିକ ପ୍ରସଙ୍ଗରେ ଧ୍ୟାନ ଦେବାକୁ ଅନୁମତି ଦେଉଛି |

ଅଭିଜ୍ଞ ପେଶାଦାର ଓ ଯୁବ ଗ୍ରାଜୁଏଟ୍‌ ବର୍ତ୍ତମାନ ସମାଜର ପରିବର୍ତ୍ତନ ଏଜେଣ୍ଟ ଭାବେ ପରିଚୟ ଦେଇପାରିବେ ଓ ବୁଦ୍ଧିମତ୍ତା ସନ୍ତୋଷକୁ ଅନୁଭବ କରିପାରିବେ, ଯାହା ସାମାଜିକ କ୍ଷେତ୍ରରେ ଜଟିଳ ବ୍ୟବସାୟ ସମସ୍ୟାରୁ ଅଭିନବ ସମାଧାନ ଆସିପାରିବ।

ଏହା ଦେଖି ଉତ୍ସାହପ୍ରଦ ଲାଗୁଛି ଯେ ଏହି ଧାରା କେବଳ ଉଦ୍ୟୋଗ ଭିତରେ ସୀମିତ ରୁହେ ନାହିଁ | ବହୁ ସାମାଜିକ ଉଦ୍ୟୋଗ ବର୍ତ୍ତମାନ ସେମାନଙ୍କ ବରିଷ୍ଠ ଓ ଦ୍ୱିତୀୟ ସ୍ତରୀୟ ମ୍ୟାନେଜ୍‌ମେଣ୍ଟରେ ଉଚ୍ଚସ୍ତରର ପେସାଦାରଙ୍କୁ ଆକର୍ଷଣ କରିବାରେ ସଫଳ ହୋଇଛନ୍ତି।

ସାମାଜିକ ଉଦ୍ୟୋଗକୁ ଆପଣାଉଛନ୍ତି ଶୈକ୍ଷିକ ସମୂଦାୟ

ଅଧିକାଂଶ ବିଜିନେସ୍ ସ୍କୁଲରେ ବର୍ତ୍ତମାନ ଉଚ୍ଚସ୍ତରର ସାମାଜିକ ଉଦ୍ୟୋଗ କାର୍ଯ୍ୟକ୍ରମ ରହିଛି ଯାହା ପ୍ରତିଭାବାନ୍ ବ୍ୟକ୍ତିତ୍ତ୍ୱକୁ ବିକଶିତ କରୁଛି ଓ ସେମାନଙ୍କୁ ବିଭିନ୍ନ ବ୍ୟାପକ କାର୍ଯ୍ୟକ୍ରମ ଜରିଆରେ ଶିଳ୍ପ ସହିତ ସଂଯୁକ୍ତ କରିବାରେ ସାହାଯ୍ୟ କରୁଛି। ହାର୍ଭାର୍ଡ ବିଜିନେସ୍ ସ୍କୁଲର ସାମାଜିକ ଉଦ୍ୟୋଗର ଉଦ୍ୟମ ଠାରୁ ଆରମ୍ଭ କରି INDEVOR, INSEAD ଭଳି ବିଶ୍ୱର ଶ୍ରେଷ୍ଠ ବି-ସ୍କୁଲଗୁଡିକ ସକ୍ରିୟ ଭାବେ ସାମାଜିକ କ୍ଷେତ୍ରରେ ଅଭ୍ୟାସ ଗଢି ତୋଳିଛନ୍ତି |

ସେମାନଙ୍କର କେବଳ ସାମାଜିକ ଉଦ୍ୟମକୁ କେନ୍ଦ୍ରିତ ଥିବା ପୃଥକ୍ କୋର୍ସ ୱାର୍କ ଓ କାର୍ଯ୍ୟକ୍ରମ ଅଛି, ତାହା ନୁହେଁ | ସେହି ସ୍କୁଲଗୁଡିକ “ସାମାଜିକ ସୁବିଧା”କୁ ମଧ୍ୟ ଏକ ମୁଖ୍ୟ ଭାଗ ଭାବେ ସେମାନଙ୍କ ପାଠ୍ୟ ଖସଡାରେ ସ୍ଥାନ ଦେଇଛନ୍ତି। ଏଚ୍‌ବିଆର୍ ଙ୍କ “ଦି ରାଇଜ୍ ଅଫ୍ ସୋସିଆଲ୍ ଇଣ୍ଟରପ୍ରିନିଉରସିପ୍ ଇନ୍ ବି-ସ୍କୁଲ୍ ଇନ୍ ଥ୍ରି ଚାର୍ଟ” ସ୍କୁଲ ଆର୍ଟିକିଲ୍ ମଧ୍ୟରୁ ଗୋଟିଏ ଲେଖାରେ କୁହାଯାଇଛି ୟେଲ୍ ସ୍କୁଲର ପରିଚାଳନା ବୋର୍ଡ ତାର ପାଠ୍ୟକ୍ରମରେ ୯୫% ରୁ ଅଧିକ ସାମାଜିକ ସୁବିଧା କଥାକୁ ସ୍ଥାନ ଦେଇଛି।

ଭାରତର ପ୍ରମୁଖ ମ୍ୟାନେଜ୍‌ମେଣ୍ଟ ସ୍କୁଲଗୁଡିକ ମଧ୍ୟ ସାମାଜିକ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି | ଅନେକ ବର୍ଷ ଧରି TISSରେ ସାମାଜିକ ଉଦ୍‌ଯୋଗ ବିଷୟରେ ଏମ.ଏ. ପାଠ୍ୟକ୍ରମ ଚାଲିଛି। IIM ଭଳି ବିଜିନେସ୍ ସ୍କୁଲଗୁଡିକ ସେମାନଙ୍କ ପାଠ୍ୟକ୍ରମରେ ବିଧିବଦ୍ଧ ଭାବରେ ସାମାଜିକ କ୍ଷେତ୍ରର ବିଷୟଗୁଡିକୁ ସ୍ଥାନ ଦେଇଛନ୍ତି।

ସାମାଜିକ କ୍ଷେତ୍ରରେ ଅନେକ କ୍ୟାରିୟର ସୁଯୋଗ ଉଭା ହୋଇଛି

ଏହି କ୍ଷେତ୍ରରେ ଅନେକ ସଂସ୍ଥା ଅଛନ୍ତି, ଯେଉଁମାନେ ଫେଲୋସିପ୍ କାର୍ଯ୍ୟକ୍ରମ ଯୋଗାଉଛନ୍ତି, ଯାହା ପେସାଦାରମାନଙ୍କୁ ଏହି କ୍ଷେତ୍ର ସହ ଖାପ ଖୁଆଇବାରେ ସାହାଯ୍ୟ କରିବ | ଟିଚ୍ ଫର ଇଣ୍ଡିଆ ଓ IDEX ଓ ନିବେଶକଙ୍କ ଦ୍ୱାରା ପରିଚାଳିତ ଫେଲୋସିପ୍ କାର୍ଯ୍ୟକ୍ରମ ମୁଖ୍ୟତଃ ସେମାନଙ୍କ କମ୍ପାନୀର ଉଦ୍ଦେଶ୍ୟକୁ ଲକ୍ଷ୍ୟ କରି ହୋଇଛି। ଏଗୁଡିକ ଭାରତ ଓ ଦେଶ ବାହାର ପେଶାଦାରମାନଙ୍କୁ ସାମାଜିକ କ୍ଷେତ୍ରରେ ଅବଦାନ ପାଇଁ ଏକ ପ୍ଲାଟଫର୍ମ ଯୋଗାଏ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା, ଏହି କ୍ଷେତ୍ରରେ ଦୀର୍ଘମିଆଦ କ୍ୟାରିୟର ସୁଯୋଗର ଅଭାବ ନାହିଁ। ଏଥିପାଇଁ ଏହି କ୍ଷେତ୍ରର ବିକାଶ ଓ ଅନୁଷ୍ଠାନ ପ୍ରତିଷ୍ଠାକୁ ଶ୍ରେୟ ଦେବାକୁ ପଡିବ। ଏହି କ୍ଷେତ୍ରରେ ବିଭିନ୍ନ ସଂସ୍ଥାର ନିବେଦକ ଓ ପରାମର୍ଶଦାତାଙ୍କ ଯୋଗଦାନ, କେବଳ ଜଣେ ପୃଷ୍ଠପୋଷକ/ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ ସଂସ୍ଥା ପରିବର୍ତ୍ତେ ସାମଜିକ ଉଦ୍ୟୋଗଗୁଡିକ ଦୃଢ ବ୍ୟବସ୍ଥା ଓ ଏକ ସଦୃଢ ପରିଚାଳନା ଟିମ୍‌କୁ ନେଇ ଆଗେଇ ଚାଲିଛି। ଉନ୍ନତ ପାଣ୍ଠି ଯୋଗାଡ ଓ ଆନୁଷ୍ଠାନିକରଣ ସହ ଏହି ସଂସ୍ଥାଗୁଡିକ ଆକର୍ଷଣୀୟ ପାରିଶ୍ରମିକ ଓ ଏକ ଭଲ କ୍ୟାରିୟର୍‌ର ବାଟ ଯୋଗାଇଦେବାରେ ସକ୍ଷମ ହୋଇଛନ୍ତି। ସାମାଜିକ ଉଦ୍ୟୋଗକୁ ଲମ୍ଫ ପ୍ରଦାନ କରିବା କେବଳ ସମାଜର ‍ଋଣ ଶୁଝିବା ନୁହେଁ, ଏହା ଏକ ଭଲ କ୍ୟାରିୟର୍ ବିକଳ୍ପ ମଧ୍ୟ।

ମୂଳ ଲେଖା - ଅରୁଣ ଅଶୋକ

ଭାଷାନ୍ତର - ଅଖଣ୍ଡ