ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ବିଲ ଗେଟ୍ସ,ଜେଫ ବେଜୋସ, ଜ୍ୟାକ ମା'ଙ୍କ ସହ ମୁକେଶ ଅମ୍ବାନୀ ହାତ ମିଳାଇଲେ

ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ବିଲ ଗେଟ୍ସ,ଜେଫ ବେଜୋସ, ଜ୍ୟାକ ମା'ଙ୍କ ସହ ମୁକେଶ ଅମ୍ବାନୀ ହାତ ମିଳାଇଲେ

Tuesday December 20, 2016,

2 min Read

ବିଲ ଗେଟ୍ସ, ଜେଫ ବେଜୋସ, ଜ୍ୟାକ ମା ଓ ମୁକେଶ ଅମ୍ବାନୀଙ୍କ ଭଳି କିଛି ଷ୍ଟାର ନିବେଶକ ହାତ ମିଳାଇଛନ୍ତି Breakthrough Energy Ventures (BEV) fund ଗଢିବା ପାଇଁ। ୧ ବିଲିୟନ ଡଲାରର ଏହି ପୁଞ୍ଜି ନିର୍ମଳ ଶକ୍ତି ସେକ୍ଟରରେ ପୁଞ୍ଜିନିବେଶ କରି ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବାର ଆଶା ରଖୁଛି।

Credit : Creative Commons

Credit : Creative Commons


ଏହି ପୁଞ୍ଜିର ସମୟ ସୀମା ୨୦ ବର୍ଷ। ୨୦ ଜଣରୁ ଊର୍ଦ୍ଧ୍ଵ ଧନାଢ୍ୟ ବ୍ୟକ୍ତି ଓ ତାଙ୍କର ପରିବାରବର୍ଗ ମିଶି Breakthrough Energy Coalition ନାମରେ ଏକ ଗୃପ ଗଢିଥିଲେ। ଗତବର୍ଷ ପ୍ୟାରିସରେ ଆୟୋଜିତ ହେଇଥିବା ସଂଯୁକ୍ତ ରାଷ୍ଟ୍ର ମାନଙ୍କର ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ କଥାବାର୍ତ୍ତା ସମୟରେ ଏହି ଗୃପର ଶୁଭାରମ୍ଭ ହେଇଥିଲା। ନବୋନ୍ମେଷରେ ପୁଞ୍ଜିନିବେଶ କରି ଗ୍ଲୋବାଲ ୱାର୍ମିଙ୍ଗ ଓ ଜଳବାୟୁ ପରିବର୍ତ୍ତନର ସମସ୍ଯାର ମୁକାବିଲା କରିବା ହେଉଛି ଏହି ଗୃପର ମୂଳ ଲକ୍ଷ୍ୟ। “ଶସ୍ତା, ନିର୍ମଳ ଓ ବିଶ୍ଵସନୀୟ ଶକ୍ତି ଯୋଗାଇପାରୁଥିବା ନବୋନ୍ମେଷ ମାନଙ୍କରେ ଆମେ ନିବେଶ କରିବାକୁ ଇଛୁକ ଅଛୁ,”ବିଲ ଗେଟ୍ସ, BEV Fundର ଚେୟାରମ୍ଯାନ Quartzକୁ ଏକ ସାକ୍ଷାତକାରରେ କହନ୍ତି।

ଏହି ମେଣ୍ଟ ଏହି ମଧ୍ୟରେ Mission Innovation ସହ ପାର୍ଟନର ହେଇସାରିଛି ଯାହା ଜରିଆରେ ୨୦ରୁ ଊର୍ଦ୍ଧ୍ଵ ଦେଶ ଏବଂ ୟୁରୋପିଆନ ୟୁନିଅନ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ନିର୍ମଳ ଶକ୍ତିର ଗବେଷଣାରେ ଲାଗୁଥିବା ପୁଞ୍ଜିକୁ ଦୁଇଗୁଣା କରିବେ ବୋଲି ଶପଥ ନେଇଛନ୍ତି। ଗ୍ରୀନହାଉସ ଗ୍ଯାସର ନିର୍ଗମନକୁ କମ କରିବା ପାଇଁ ପାଞ୍ଚଟି ଚ୍ୟାଲେଞ୍ଜ ରହିଛି ବୋଲି Forbesକୁ ଏକ ସାକ୍ଷାତକାରରେ ବିଲ ଗେଟ୍ସ କୁହନ୍ତି। ସେଗୁଡିକ ହେଲା – ବିଦ୍ୟୁତ, ବିଲ୍ଡିଂ, ଉତ୍ପାଦନ, ଗମନାଗମନ ଏବଂ ଖାଦ୍ୟ।

ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ବିଶ୍ଵର ଏକ ପ୍ରମୁଖ ସମସ୍ଯା। ୧୮୮୦ ମସିହାରୁ ଏପର୍ଯ୍ୟନ୍ତ ୨୦୧୬ର ଜୁଲାଇ ମାସ ସବୁଠାରୁ ଉଷ୍ମ ମାସ ଭାବେ ରେକର୍ଡ ହେଇଛି। ଅଦ୍ୟାବଧି ରେକର୍ଡ ହେଇଥିବା ୧୫ଟି ସବୁଠାରୁ ଗରମ ମାସ ମଧ୍ୟରୁ ୧୪ଟି ମାସ ୨୦୦୦ ପରେ ରେକର୍ଡ ହେଇଛି। ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କେବଳ ମାତ୍ର ଅଙ୍ଗାରକାମ୍ଳ ନିର୍ଗମନ, ବର୍ଦ୍ଧିଷ୍ଣୁ ତାପମାତ୍ରା ଓ ବର୍ଦ୍ଧିଷ୍ଣୁ ସମୁଦ୍ର ଜଳ ପତନରେ ସୀମିତ ହେଇ ରହିଯାଇଥାଏ। କିନ୍ତୁ ଜଳବାୟୁ ପରିବର୍ତ୍ତନ ଯୋଗୁ ସୁନାମୀ, ଭୂମିକମ୍ପ ଏବଂ ଯୁଧ୍ୟ ମଧ୍ୟ ହେଉଛି ଯାହା ସମ୍ପର୍କରେ ଆଲୋଚନା ହେବା ଉଚିତ।