ବସ୍ତି ମହିଳାଙ୍କୁ ମାଗଣା ଗାଡ଼ିଚାଳନା ଶିଖାଉଛି CCWD

ବସ୍ତି ମହିଳାଙ୍କୁ ମାଗଣା ଗାଡ଼ିଚାଳନା ଶିଖାଉଛି CCWD

Saturday February 06, 2016,

2 min Read

ଗାଡ଼ିଚାଳନା ଆଉ ପୁରୁଷଙ୍କ ଏକଚାଟିଆ କାର୍ଯ୍ୟ ହୋଇ ରହିନାହିଁ । ଦେଶର ବିଭିନ୍ନ ପ୍ରାନ୍ତରେ ମହିଳାମାନଙ୍କୁ ଏହି ବୃତ୍ତିରେ ସାମିଲ ହେବାର ଦେଖିବାକୁ ମିଳୁଛି । ଏପରିକି ଓଡ଼ିଶାର ବାରିପଦାରେ ଅଟୋ ଚଳାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି କଲେଜ ଛାତ୍ରୀ ଝାନ୍ସୀରାଣୀ ପଣ୍ଡା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ତେବେ ଅଣସଂଗଠିତ କ୍ଷେତ୍ରର ମହିଳାମାନଙ୍କୁ ଗାଡ଼ି ଚାଳନା ଶିଖାଇ ଆତ୍ମନିର୍ଭରଶୀଳ କରାଇବାର ସଂକଳ୍ପ ନେଇଛି ସ୍ଵେଚ୍ଛାସେବୀ ଅନୁଷ୍ଠାନ ଶିଶୁ ଓ ମହିଳା ବିକାଶ କେନ୍ଦ୍ର (CCWD) ।

image


ପଢନ୍ତୁ - ଆର୍ଥିକ ଅନଗ୍ରସର ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବାର ପ୍ରୟାସରେ Jumpstart

ଫେବୃଆରି ୩ ତାରିଖରେ କଟକ ବିଜୁପଟ୍ଟନାୟକ ଉଦ୍ୟାନ ନିକଟସ୍ଥ ଖେଳପଡ଼ିଆରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଛି । CCWD ଏବଂ ActionAid ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି ସ୍ଥାନୀୟ କର୍ପୋରେଟର ସେବତୀ ମାଝୀ । ପ୍ରଥମ ଦଫାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କଟକର ବିଭିନ୍ନ ବସ୍ତିରୁ ୨୪ ଜଣ ମହିଳା/ଯୁବତୀ ଯୋଗ ଦେଇଛନ୍ତି ।

image


CCWD ସଂପାଦକ ସଦାଶିବ ସ୍ଵାଇଁ କହିଛନ୍ତି,

ଅଣସଂଗଠିତ କ୍ଷେତ୍ରର ମହିଳା ଓ ଯୁବତୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ସାଙ୍ଗକୁ ଏହି କାର୍ଯ୍ୟକ୍ରମ ସେମାନଙ୍କ ପରିବାରର ଆର୍ଥିକ ମେରୁଦଣ୍ଡକୁ ମଜବୁତ କରିବାରେ ସହାୟକ ହେବ । ଆମେ ସେମାନଙ୍କୁ ଉଭୟ କାର୍ ଓ ଅଟୋଚାଳନା ପ୍ରଶିକ୍ଷଣ ଦେଉଛୁ । ପୁରୁଷଙ୍କ ଭଳି ସେମାନେ ମଧ୍ୟ ଟ୍ୟାକ୍ସି ଓ ଅଟୋ ଚଳାଇ ଗୁଜୁରାଣ ମେଣ୍ଟାଇ ପାରିବେ ।

କଟକର ମହାବୀର ଡ୍ରାଇଭିଂ ଇନଷ୍ଟିଚ୍ୟୁଟ୍ ଗାଡ଼ିଚାଳନା ପ୍ରଶିକ୍ଷଣ ଦାୟିତ୍ୱ ବହନ କରିଛି । ଭବିଷ୍ୟତରେ ଅଧିକରୁ ଅଧିକ ମହିଳାଙ୍କୁ ଗାଡ଼ିଚାଳନା ବୃତ୍ତିରେ ସାମିଲ କରିବାକୁ ଚେଷ୍ଟା କରାଯିବ ବୋଲି ସିସିଡବ୍ଲୁଡି ପକ୍ଷରୁ ସୂଚନା ଦିଆଯାଇଛି । ସ୍ଥାନୀୟ କାଠଯୋଡ଼ି ଉନ୍ନୟନ ପରିଷଦ, ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବୀଙ୍କ ପକ୍ଷରୁ ଏଭଳି ଉଦ୍ୟମକୁ ସ୍ଵାଗତ କରାଯାଇଛି ।


ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।

ପଢନ୍ତୁ କିଛି ସମ୍ପର୍କିତ କାହାଣୀ -

1। ୧୧ ଦିନରେ ୧,୨୨,୯୩୭ ଭୋକିଲା ଲୋକଙ୍କୁ ପେଟପୁରା ଖାଦ୍ୟ ଦେଇଥିବା ‘Feed Your Neighbour’ କାର୍ଯ୍ୟକ୍ରମ

2। ମୁଁ ଜଣେ ନିର୍ଯ୍ୟାତିତା ନୁହେଁ, ମୁଁ ଏକ ଉଦାହରଣ ହେବାକୁ ଚାହେଁ,

3। ୬ ଲକ୍ଷ ଗୃହହୀନଙ୍କ ମୁହଁରେ ଖାଦ୍ୟ ଦେଇଥିବା କୋମଲ ଅହମଦ