ଜିଓର ମାଗଣା ପ୍ଳାନ ବଢିବ ଜୁନ ଯାଏଁ, କିନ୍ତୁ ଅଛି ଏକ ଟୁଇଷ୍ଟ

0

ଗତବର୍ଷ ସେପ୍ଟେମ୍ବର ୫ ଦିନ ତା’ର ଲଞ୍ଚ ପରଠାରୁ ଜିଓ ଟେଲିକମ ବଜାରରେ ହଲଚଲ ମଚେଇଥିଲା। ମାତ୍ର ଚାରିମାସ ମଧ୍ୟରେ ୭୨ ମିଲିୟନ ଉପଭୋକ୍ତା ପାଇବା ଏକ ବିରାଟ କଥା। ଲଞ୍ଚ ଅଫର ଅନ୍ତର୍ଗତ ଉପଭୋକ୍ତା ମାନଙ୍କୁ ସବୁଠାରୁ ଶସ୍ତା ଡାଟା ସେବା ଓ ମାଗଣା କଲ ଯୋଗାଇଦେବାର ପ୍ରତିଶ୍ରୁତି ଦିଆଯାଇଥିଲା। ପ୍ରଥମେ ସଂପୂର୍ଣ୍ଣ ମାଗଣା ସେବା ଡିସେମ୍ବର ୩୧, ୨୦୧୬ ପର୍ଯ୍ୟନ୍ତ ଉପଲବ୍ଧ ଥିଲା ଓ ପରେ ଏହାର ଅବଧି ବଢାଇ ମାର୍ଚ୍ଚ ୩୧, ୨୦୧୭ ପର୍ଯ୍ୟନ୍ତ ଏହି ସେବା ମିଳିବ ବୋଲି କୁହାଯାଇଥିଲା। ବର୍ତ୍ତମାନ କମ୍ପାନୀ ଘୋଷଣା କରିଛି ଯେ ତା’ର ଲଞ୍ଚ ଅଫର ୩୦ ଜୁନ ୨୦୧୭ ପର୍ଯ୍ୟନ୍ତ ମିଳିବ।

ଛ’ ମାସର ଏଇ ପରୀକ୍ଷଣ ସମୟ ଏହି ବର୍ଷ ମାର୍ଚ୍ଚରେ ଶେଷ ହେବ ବୋଲି ଧାର୍ଯ୍ୟ ହେଇଥିଲା। କିନ୍ତୁ ଏହାର ଅବଧି ଏବେ ବଢାହେଇ ଜୁନ ୩୦ ହେଇଛି। ରିଲାଏନ୍ସ ଜିଓ ଗ୍ରାହକକୁ ଆକର୍ଷିତ କରିବାରେ ରେକର୍ଡ ଭାଙ୍ଗିଥିଲା। ମାତ୍ର ୮୦ ଦିନ ମଧ୍ୟରେ ପାଞ୍ଚ କୋଟିରୁ ଅଧିକ ଗ୍ରାହକ ଜିଓ ବ୍ୟବହାର କରିବା ଆରମ୍ଭ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରୁ ଏପ୍ରକାର ଗ୍ରାହକ ପ୍ରତିକ୍ରିୟା ତାକୁ ଢେର ଆଗକୁ ନେବାରେ ଏବଂ 4G VoLTE ପ୍ଳାନକୁ ଜୀବିତ ରଖିବାରେ ସହାୟ ହେବ। ଚାରି ମାସ ମଧ୍ୟରେ ଗ୍ରାହକଙ୍କ ସଂଖ୍ୟା ବଢି ପ୍ରାୟ ୭.୨ କୋଟି ହେବା ବୋଲି ଆଶା କରାଯାଉଛି।

ମୁକେଶ ଅମ୍ବାନୀଙ୍କର କମ୍ପାନୀ ମାର୍ଚ୍ଚ ପରେ ଡାଟା ସେବା ପାଇଁ ୧୦୦ ଟଙ୍କା ଚାର୍ଜ କରିବ ବୋଲି ଜଣାପଡ଼ିଛି ଓ ଭୟେସ କଲ ପୂର୍ବ ଭଳି ମାଗଣା ରହିବ। ବଜାରକୁ ଜିଓ ଆସିବା ପରଠାରୁ ଅନ୍ୟାନ୍ୟ ବଡ଼ ଟେଲିକମ କମ୍ପାନୀ ମାନେ ତାଙ୍କର ଦର ବହୁତ ମାତ୍ରାରେ କମାଇଲେ ଏବଂ ନାନା ଅଫର ମଧ୍ୟ ଆରମ୍ଭ କଲେ। ଜିଓ କେବେ ଶୁଣିନଥିବା ଭଳି ଅଫର ଆରମ୍ଭ କରିବା ପରେ ଭାରତର ବଡ଼ ବଡ଼ ଟେଲିକମ କମ୍ପାନୀ ଯେମିତିକି ଭାରତୀ ଏୟାରଟେଲ, ଭୋଡ଼ାଫୋନ, ଆଇଡିୟା ଇତ୍ୟାଦି ବାଧ୍ୟ ହେଇ ନିଜକୁ ମଧ୍ୟ ଏହି ରେସରେ ସାମିଲ କଲେ।

ଡିସେମ୍ବର ଚତୁର୍ଥାଂଶର ଆୟ ଘୋଷଣା କରିବା ସମୟରେ ରିଲାଏନ୍ସ ଜିଓର ଷ୍ଟ୍ରାଟେଜି ଓ ପ୍ଲାନିଂ ମୁଖ୍ୟ ଅଂଶୁମାନ ଠାକୁର ପିଟିଆଇକୁ କହିଛନ୍ତି,

ଡିସେମ୍ବର ୩୧ ସୁଦ୍ଧା ଆମେ ୭୨.୪ ମିଲିୟନ ଗ୍ରାହକ ପାଇସାରିଛୁ ଏବଂ ପ୍ରତିଦିନ ଏକ ଲକ୍ଷ ନୂତନ ଗ୍ରାହକ ଏଥିରେ ଯୋଗ କରୁଛୁ।

RILର ସଭାପତି ମୁକେଶ ଅମ୍ବାନୀ ସେପ୍ଟେମ୍ବରରେ ଜିଓର ଲଞ୍ଚ ଘୋଷଣା କରିବା ସମୟରେ ନିଜ ଆଗରେ ୧୦୦ ମିଲିୟନ ଗ୍ରାହକ ଅଧିଗ୍ରହଣ କରିବାର ଲକ୍ଷ୍ୟ ରଖିଥିଲେ। ଅଂଶୁମାନ କହନ୍ତି ଯଦିଓ ଯୋଗାଯୋଗର ଗୁଣବତ୍ତା ଅନେକ ମାତ୍ରାରେ ଉନ୍ନତ ହେଇଛି କିନ୍ତୁ କିଛି ଅଞ୍ଚଳରେ କଲ ଡ୍ରପର ହାର ୧୫% ରହିଛି ଯାହାକି ଆଦର୍ଶ ଭାବେ ୫% ମଧ୍ୟରେ ସୀମିତ ରହିବା କଥା।

ଜିଓର ବର୍ତ୍ତମାନର ମାଗଣା ସେବା ଓ ମାର୍ଚ୍ଚ ପରେ ଆରମ୍ଭ ହେବାକୁ ଥିବା ସାମାନ୍ୟ ଚାର୍ଜ ଓ ଜୁନ ପରଠାରୁ ନିଜର ଶୁଳ୍କ ସ୍ଥିର କରିବା ମଧ୍ୟରେ ଏକ ସେତୁ ଖୋଜି ପାଇବା କମ୍ପାନୀ ପାଇଁ ଏକ ଚ୍ୟାଲେଞ୍ଜ ହେବ। ବଜାରର ବର୍ତ୍ତମାନର ଦର ମଧ୍ୟରେ ନିଜର ଲାଭ ରଖିବା ସହ ଗ୍ରାହକଙ୍କୁ ନ ହରାଇବା ଏକ ବହୁତ ବଡ଼ ଆହ୍ଵାନ ହେବ।