ଚାଷୀଙ୍କ ଲାଭ ପାଇଁ ମଧ୍ୟସ୍ଥି ହଟାଉଛି ‘ଓରିଗୋ କମୋଡିଟିଜ୍’

ଚାଷୀଙ୍କ ଲାଭ ପାଇଁ ମଧ୍ୟସ୍ଥି ହଟାଉଛି ‘ଓରିଗୋ କମୋଡିଟିଜ୍’

Tuesday October 13, 2015,

4 min Read

୨୦୧୦ରେ ଓରିଗୋ କମୋଡିଟିଜ୍ କମ୍ପାନୀ ଆରମ୍ଭ ହୋଇଥିଲା । କମ୍ପାନୀ ଆରମ୍ଭ କରିଥିଲେ ଦୁଇ ଆଇଆଇଟିଆନ୍ ସୁନୁର କୌଲ୍ ଓ ମୟଙ୍କ୍ ଧନୁକା । ବହୁ କଷ୍ଟ ଥିଲା ସେମାନଙ୍କ ଯାତ୍ରା । ଆଇଆଇଟିଆନ୍ ହୋଇ ବି ଦେଶର ମେରୁଦଣ୍ଡ, ଚାଷ ଓ ଚାଷୀଙ୍କ ପାଇଁ କିଛି କରିବାକୁ ଆଗେଇ ଆସିଥିଲେ ସେମାନେ । ଚାଷୀଙ୍କୁ କିପରି ସେମାନଙ୍କ ଫସଲ ଅମଳ ସାମଗ୍ରୀର ସବୁ ମୂଲ୍ୟ ମିଳିବ ଓ ଏହା ନଷ୍ଟ ନ ହେବାକୁ ପଣ୍ୟାଗାରରେ ସଂରକ୍ଷଣ କରି ଏହା ବଦଳରେ ଚାଷୀଙ୍କୁ ଅର୍ଥ ଦେବା ଭଳି କାମ କରୁଛି କମ୍ପାନୀ । ଏଥିପାଇଁ ଚାଷ ସାମଗ୍ରୀରେ ରହିଥିବା ମଧ୍ୟସ୍ଥି ବ୍ୟବସ୍ଥାକୁ ହଟାଇବାକୁ କାମ କରୁଛି ଓରିଗୋ କମୋଡିଟିଜ୍ । ଏହା ଏବେ ଦେଶର କୃଷି କ୍ଷେତ୍ରରେ ଏକ ପ୍ରମୁଖ ସେବା ପ୍ରଦାନକାରୀ ଭାବେ କମ୍ପାନୀ ଭାବେ ନାଁ କରିପାରିଛି ।

ସୁନୁର ଓ ମୟଙ୍କ୍ ଦୁହେଁ ସ୍କୁଲର ବେଳରୁ ସାଙ୍ଗ ଓ ଦୁଇ ଜଣ ଯାକ ଦିଲ୍ଲୀ ଆଇଆଇଟିରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଦେଶର କୃଷି କ୍ଷେତ୍ରରେ ଫସଲ ଅମଳ ହେବା ପରେ ଏହାର ଉପଯୁକ୍ତ ପରିଚାଳନା(ମ୍ୟାନେଜମେଣ୍ଟ) କରିବା ଉପରେ କାମ କରି ସେମାନେ ପ୍ରତିଷ୍ଠା କରିଥିବା କମ୍ପାନୀ ସଫଳତା ପାଇଛି ।

image


କମ୍ପାନୀର ପ୍ରତିଷ୍ଠାତା ମୟଙ୍କ୍ ଧନୁକା କମ୍ପାନୀ ଆରମ୍ଭ ବିଷୟରେ କୁହନ୍ତି, ଆଇଆଇଟି ପରେ ସୁନୁର କୌଲ୍ ଓ ସେ ଭିନ୍ନ ଭିନ୍ନ କ୍ଷେତ୍ରରେ କାମ ଆରମ୍ଭ କରିଥିଲେ । ସେ ବିତ୍ତ ଓ ନିବେଶ ବ୍ୟାଙ୍କିଂ (ଫାଇନାନ୍ସ ଆଣ୍ଡ ଇନ୍ଭେଷ୍ଟମେଣ୍ଟ) କ୍ଷେତ୍ରରେ ଯୋଗ ଦେଇଥିଲେ । ପ୍ରଥମେ ଜଣେ ବ୍ୟାଙ୍କ କର୍ମଚାରୀ ଭାବେ ୮ବର୍ଷ ଭାରତରେ କାମ କରିଥିଲେ । ପରେ ସେ ହକଂ ଓ କଲମ୍ବିଆ ବିଜନେସ୍ ସ୍କୁଲ ଯାଇଥିଲେ । କିଛି ଦିନ ନ୍ୟୁୟର୍କରେ କାମ କରିବା ପରେ ୨୦୦୯ସେ ଭାରତ ଫେରିଥିଲେ ।

ତାଙ୍କ ସାଙ୍ଗ ସୁନର କୌଲ୍ ଆଇଆଇଟି ପରେ ପ୍ରଥମେ ଜେନେରାଲ ଇଲେକ୍ଟ୍ରିରେ କ୍ୟାରିୟର ଆରମ୍ଭ କରିଥିଲେ । ପରେ ସେ ମିଚିଗାନରୁ ଏମବିଏ ପାସ୍ କରି ଜଣେ ଇନ୍ଭେଷ୍ଟମେଣ୍ଟ ବ୍ୟାଙ୍କର ଭାବେ ଚାକିରୀ ଆରମ୍ଭ କରିଥିଲେ ।

image


ନୁ୍ୟୟର୍କରେ ଥିବାବେଳେ ଉଭୟ ମୟଙ୍କ୍ ଓ ସୁନୁରଙ୍କର କ୍ୟାରିଅର୍ ବେଶ୍ ଆକର୍ଷଣୀୟ ଥିଲା । ସେଠି ଥିବାବେଳେ ଦୁହେଁ ଭାରତ ଫେରି ନିଜର କିଛି କାମ ଆରମ୍ଭ କରିବାକୁ ଯୋଜନା କଲେ । ପ୍ରଥମରୁ ସେମାନେ ନିଜ ହୃଦୟକୁ ଛୁଇଁଲା ଭଳି ଓ ସମାଜରେ ପ୍ରଭାବ ପକାଇବା ଭଳି କିଛି କରିବାକୁ ଭାବୁଥିଲେ । ମାତ୍ର ପ୍ରଥମରୁ ନିର୍ଦ୍ଧିଷ୍ଟ ଭାବେ କେଉଁ କ୍ଷେତ୍ରରୁ ସେମାନେ ଆରମ୍ଭ କରିବେ ତା ଠିକ୍ କରିପାରୁନଥିଲୁ ବୋଲି ମୟଙ୍କ୍ କୁହନ୍ତି ।

ଯାହା ବି ହେଉ ସେମାନେ ଶେଷରେ ନିଷ୍ପତ୍ତି ନେଲେ ଆଗ ଭାରତ ଫେରି ବିଭିନ୍ନ କ୍ଷେତ୍ରରେ ଅନୁଧ୍ୟାନ କରିବେ । ଭଲ ଭାବେ ଚିନ୍ତା କରି ଏକ ଲାଭଦାୟକ ବ୍ୟବସାୟ ଆରମ୍ଭ କରିବେ ବୋଲି ଦୁହେଁ ଠିକ୍ କଲେ ।

ତେବେ ମୟଙ୍କ୍ କୁହନ୍ତି, “ସେ ପ୍ରାୟ ୧୦ବର୍ଷ ହେବ ବିଦେଶରେ ଥିଲେ । ସୁନୁର ମଧ୍ୟ ୫ରୁ ୬ବର୍ଷ ହେବ ଦେଶ ବାହାରେ କଟାଇଥିଲେ । ଏଥିପାଇଁ ଦେଶର ବଜାର ସ୍ଥିତି ଉପରେ ଦୁଇ ଜଣ ଭଲରେ ଅବଗତ ନଥିଲେ । ପ୍ରଥମେ ଏ ବାବଦରେ ଭଲରେ ବୁଝି ବିଚାରି ଆମ ପାଇଁ ପାଇଁ କଣ ଲାଭଦାୟକ ହେବ ତା ଖୋଜିଲୁ । ଶିକ୍ଷା, ସ୍ୱାସ୍ଥ୍ୟ ସେବା ଓ ଅନ୍ୟ କ୍ଷେତ୍ର ଉପରେ ମୁଣ୍ଡକୁ ଅନେକ ଉପାୟ ଆସିଥିଲା । ମାତ୍ର ଆଗରୁ ବହୁ ଲୋକେ ଏହି କ୍ଷେତ୍ରରେ କାମ କରୁଥିଲେ । ଏଥିପାଇଁ ଏସବୁ କ୍ଷେତ୍ର ପ୍ରତିି ମନ ଗଲାନି । କିଛି ଭିନ୍ନ କରିବାକୁ ଚାହୁଁଥିଲୁ । ଏଥିପାଇଁ ପ୍ରଥମେ ଦେଶ କଣ ଚାହୁଁଛି ଓ ଲୋକେ କଣ ବେଶି ଆବଶ୍ୟକତା କରୁଛନ୍ତି ତା ଚିନ୍ତା କଲୁ । ଶେଷରେ ଓୟାର ହାଉସ୍ ରିସିପଟ୍ ଫାଇନାନ୍ସ ବା ପଣ୍ୟାଗାରରେ ଅମଳ ଫସଲ ରଖି ଏହାର ବଦଳରେ ଅର୍ଥ ପାଇବା ବାବଦରେ ଉପାୟ ଆସିଲା । ଦେଶର କୃଷକମାନଙ୍କ ପାଇଁ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହା ଉପରେ କାମ କରିବାକୁ ଆମେ ଆକୃଷ୍ଟ ହେଲୁ । ଆମର ଚିନ୍ତାକୁ ଏହା ଠିକ୍ ସୁହାଇଲା । ଏହି କ୍ଷେତ୍ର ସମାଜ ପାଇଁ ଉପକାରୀ, ତଥା ଆମ ପାଇଁ ବହୁ ସୁଯୋଗ ଓ ଲାଭବାନ ହେବ ଭାବି ଆମେ ଏହାକୁ ଆରମ୍ଭ କଲୁ”ା

ପ୍ରଥମେ ପଣ୍ୟାଗାରରେ ଅମଳ ଫସଲ ସଂରକ୍ଷଣ କରି ରଖିବାରୁ କମ୍ପାନୀ କାମ ଆରମ୍ଭ କରିଥିଲା । ଲୋକଙ୍କଠୁ ସିଧାସଳଖ ସେମାନଙ୍କ ଉତ୍ପାଦିତ ଅମଳ କୃଷିସାମଗ୍ରୀ କିଣିଗଲା । ଏହାସହ କମ୍ପାନୀ ଏବେ ନାବାର୍ଡ(ନ୍ୟାସନାଲ ବ୍ୟାଙ୍କ ଫର୍ ଏଗ୍ରିକଲଚରାଲ୍ ଆଣ୍ଡ ରୁରାଲ ଡେଭଲପ୍ମେଣ୍ଟ) ସହଯୋଗରେ କୃଷକମାନଙ୍କୁ ଓୟାର ହାଉସ୍ ରିସିପଟ୍ ଫାଇନାନ୍ସ ବାବଦରେ ସହାୟତା ଓ ପ୍ରଶିକ୍ଷଣ ଦେବାକୁ ସହବନ୍ଧିତ ହୋଇଛି ବୋଲି ମୟଙ୍କ୍ କହିଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ କମ୍ପାନୀ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ରାଜସ୍ଥାନ ଭଳି ସ୍ଥାନରେ ନାବାର୍ଡ ସହ ମିଶି କୃଷକଙ୍କୁ ପ୍ରଶିକ୍ଷଣ ଦେଉଛି । ଫସଲ ଅମଳ ପରେ ଏହାର ପରିଚାଳନା ଓ କୃଷକଙ୍କ ସମସ୍ୟା ସମାଧାନ କରିବା (ପୋଷ୍ଟ ହାର୍ଭେଷ୍ଟ ମ୍ୟାନେଜମେଣ୍ଟ ସଲୁ୍ୟସନ୍ କମ୍ପାନୀ) ଭାବେ ଓରିଗୋ କମୋଡିଟିଜ୍ ଏକ ପ୍ରମୁଖ କମ୍ପାନୀ ଭାବେ ଗଣା ହେଉଛି ।

ସବୁ ଫସଲ ଅମଳ କରୁଥିବା ଲୋକେ ବା ଉତ୍ପାଦନକାରୀ କିପରି ନିଜେ ଏହାର ପ୍ରକ୍ରିୟାକରଣ କରିବେ ସେଥିପାଇଁ କମ୍ପାନୀ ପ୍ରୟାସ କରୁଛି । କୃଷି ସାମଗ୍ରୀ ଉତ୍ପାଦନ ପରେ ସବୁ ମଧ୍ୟସ୍ଥି ବା ମିଡିଲ ମ୍ୟାନ୍ ହଟାଇ କେମିତି ସିଧାସଳଖ ଚାଷୀଙ୍କ ହାତରେ ଉତ୍ପାଦିତ ସାମଗ୍ରୀର ସବୁ ମୂଲ୍ୟ ଦିଆଯିବ ଓ ସାମଗ୍ରୀକୁ ପ୍ରକ୍ରିୟାକରଣ କରାଯାଇ ପାରିବ ସେଥିପାଇଁ କମ୍ପାନୀ ପ୍ରତିଶ୍ରୁତିବଦ୍ଧ ।

ଏବେ ଦେଶର ୧୬ରାଜ୍ୟରେ ଓରିଗୋ କମୋଡିଟିଜ୍ର ୩୫୦ଟି ଓୟାର ହାଉସ୍ ପଣ୍ୟାଗାର ରହିଛି । କମ୍ପାନୀ କୃଷି ସାମଗ୍ରୀର ସଂରକ୍ଷଣ, ପ୍ରକ୍ରିୟାକରଣ, କୃଷକଙ୍କୁ ସହାୟତା ଦେବା ଭଳି କୃଷିଭିତ୍ତିକ ବ୍ୟବସାୟ କରୁଛି । ସବୁବେଳେ ଏହା କୃଷି ଓ ଚାଷୀଙ୍କ ଠାରୁ ମଧ୍ୟସ୍ଥିଙ୍କୁ ଦୂର କରି ଚାଷୀ କିପରି ସିଧାସଳଖ ଲାଭ ପାଇବେ ସେଥିପାଇଁ ଚେଷ୍ଟା ଜାରି ରଖିଛି । ଚାଷୀମାନେ ଆବଶ୍ୟକ କରୁଥିବା ଭିତ୍ତିଭୂମି, ଆର୍ଥିକ ସହାୟତା, କୃଷିଜାତ ସାମଗ୍ରୀର ସଂରକ୍ଷଣ ଓ ଅନ୍ୟ ସେବା କରିବାକୁ କମ୍ପାନୀ ଭବିଷ୍ୟତ ପାଇଁ ଲକ୍ଷ୍ୟ ରଖିଛି ବୋଲି ମୟଙ୍କ୍ କହିଛନ୍ତି ।