ସିଙ୍ଗାପୁର ଢ଼ାଂଚାରେ ନିର୍ମାଣ ହେଉଛି “ ଭୁବନେଶ୍ୱର ୱାନ୍": ହାତପାହାନ୍ତାରେ ମିଳିବ ଟିକିନିଖି ତଥ୍ୟ

ସିଙ୍ଗାପୁର ଢ଼ାଂଚାରେ ନିର୍ମାଣ ହେଉଛି “ ଭୁବନେଶ୍ୱର ୱାନ୍": ହାତପାହାନ୍ତାରେ ମିଳିବ ଟିକିନିଖି ତଥ୍ୟ

Monday May 02, 2016,

3 min Read

ହାତରେ ସ୍ମାର୍ଟ ଫୋନ୍ ଥିବା ଦରକାର, ନଚେତ୍ ଘରେ ଲାପଟପ୍ ଥିବ । ଆଉ ଏଥିରେ ଥିବ ଇଣ୍ଟରନେଟ । ଏତିକି ଥିଲେ ଯେ କେହିବି ପୂରା ରାଜଧାନୀ ଉପରେ ନଜର ରଖିବ । ଏଥିପାଇଁ କେବଳ ଭୁବନେଶ୍ୱର ୱାନ୍ ୱେବସାଇଟ୍ ରେ କ୍ଲିକ୍ କରିବାକୁ ପଡ଼ିବ । ଏହିଭଳି ଯୋଜନା ହେଉଛି ସ୍ମାର୍ଟ ଭୁବନେଶ୍ୱରରେ । ଆଉ ଏଥିପାଇଁ ସ୍ୱତନ୍ତ୍ର ୱେବସାଇଟ୍ ଓ ସଫ୍ଟୱେୟାର ପ୍ରସ୍ତୁତ କରୁଛି ବିଡିଏ । ଘରେ ଥାଆନ୍ତୁ କି ବାହାରେ, ରାଜଧାନୀର କେଉଠଁ କଅଣ ଅଛି, ପହଚିଂବାକୁ କେତେ ସମୟ ଲାଗିବ, ଯେଉଁ ରାସ୍ତାରେ ଯାଉଛନ୍ତି ସେହି ରାସ୍ତା ଜାମ୍ ଅଛି କି ଫାଙ୍କା, କେଉଁ ଛକରେ କେତେ ଲୋକ ଅଛନ୍ତି, କେଉଁ ସରକାରୀ ବିଭାଗ ଲୋକଙ୍କ ପାଇଁ କଣ ସୁବିଧା ସୁଯୋଗ ଯୋଗାଉଛନ୍ତି ତାହାର ଟିକିନିଖି ତଥ୍ୟ କ୍ଷଣିକରେ ମିଳିଯିବ । ସ୍ମାର୍ଟ ସିଟି ଭୁବନେଶ୍ୱରରେ ଲୋକଙ୍କ ଜୀବନଶୈଳୀ ସ୍ମାର୍ଟ କରାଯିବ । ହାତପାହାନ୍ତାରେ ସବୁ ତଥ୍ୟ, ସୂଚନା ମିଳିବ । ସିଙ୍ଗାପୁରରେ ବ୍ୟବହାର ହେଉଥିବା ୱାନ୍ ମ୍ୟାପ୍ ୱେବସାଇଟ୍ ଭଳି ଭୁବନେଶ୍ୱରରେ ଭୁବନେଶ୍ୱର ୱାନ୍ ବ୍ୟବହାର କରାଯିବ । ଏଥିରେ ସମସ୍ତ ସରକାରୀ ବିଭାଗର ସଦ୍ୟତମ ତଥ୍ୟ ସହିତ ବିଭିନ୍ନ ଘରୋଇ କମ୍ପାନିର ତଥ୍ୟ ରହିବ ।

ଏହିସବୁ ସୁବିଧା ମିଳିବ:

ସଡ଼କ ପରିବହନ ବ୍ୟବସ୍ଥା ଠାରୁ ଆରମ୍ଭ କରି କେଉଁ ବସଷ୍ଟାଣ୍ଡରୁ କେତେବେଳେ କେଉଁ ବସ୍ ବାହାରିବ, ରେଳ ଷ୍ଟେସନରୁ କେଉଁ ଟ୍ରେନ୍ କେତେବେଳେ ଛାଡ଼ିବ, ଷ୍ଟେସନରେ ଭିଡ଼ କେମିତି ଅଛି, ବିମାନ ବନ୍ଦରରେ ବିମାନ ଅବତରଣ ଠିକ୍ ସମୟରେ କରିବାର ଅଛି କି କୌଣସି କାରଣରୁ ବିଳମ୍ବ ଅଛି, ସବୁର ଟିକିନିଖି ଖବର ମିଳିବ । ଏଥିପାଇଁ ଆମେ ୨ବର୍ଷ ମଧ୍ୟରେ ରାଜଧାନୀରେ ଥିବା ସମସ୍ତ ସରକାରୀ ବିଭାଗ ଓ ବେସରକାରୀ ଅନୁଷ୍ଠାନ, ସ୍କୁଲ, କଲେଜ, ହସ୍ପିଟାଲ, ଥାନା, ଦମକଳ କେନ୍ଦ୍ର, ପେଟ୍ରୋଲ ପମ୍ପ, ସପିଂ ମଲ୍, ବିଭିନ୍ନ ଜୁଏଲାରି ଦୋକାନ ଠାରୁ ଆରମ୍ଭ କରି ଉଠା ଦୋକାନୀଙ୍କ ପର୍ଯ୍ୟନ୍ତ ତଥ୍ୟ ୱେବସାଇଟରେ ରଖାଯିବ । ଏହାସହିତ କେଉଁ ସିନେମା ହଲ୍ ରେ କେଉଁ ଶୋ'ରେ କେଉଁ ଫିଲ୍ମ ପଡ଼ିଛି, କେତେ ଟିକେଟ୍ ଅଛି, କେଉଁ ପାର୍କରେ କଣ କଣ ସୁବିଧା ଉପଲବ୍ଧ ହେଉଛି, କେତେ ସମୟ ଖୋଲା ରହୁଛି ତାହାର ତଥ୍ୟ ବି ରହିବ । କେଉଁ ବସଷ୍ଟାଣ୍ଡରେ, କେଉଁ ଛକରେ ବସ୍ କେତେବେଳେ ଆସିବ ତାହାର ତଥ୍ୟ ବି ରହିବ । ବାଣୀବିହାରରୁ ରାଜମହଲ ପର୍ଯ୍ୟନ୍ତ ଯାଉଥିବେ ଆଉ ଆଗରେ କୌଣସି ଛକରେ ରାସ୍ତା ଜାମ୍ ଅଛି କି ଦୁର୍ଘଟଣା ହୋଇଛି କିମ୍ବା କୌଣସି ଅସୁବିଧା ହୋଇଛି ତାହାର ସୂଚନା ସେ ଆଗୁଆ ପାଇପାରିବେ । ଏପରିକି ତାଙ୍କ ଅଞ୍ଚଳକୁ ଜନସ୍ୱାସ୍ଥ୍ୟ ବିଭାଗ କେତେବେଳେ ପାଣି ଯୋଗାଣ କରୁଛି, ଦୈନିକ କେତେ ପାଣି ଯୋଗାଣ କରୁଛି, ବିଏମସି ଅଳିଆ ଗାଡ଼ି ଅଳିଆ ଉଠାଉଛି କି ନାହିଁ, କେଉଁଠି ଡଷ୍ଟବିନ୍ ଅଛି, ଡ୍ରେନେଜ୍ ଓ ସେୱେରେଜ ଲାଇନ୍ ମରାମତି ହୋଇଛି କି ନାହିଁ ତାହା ଜାଣିପାରିବ । ଖାଲି ଏତିକି ନୁହେଁ ଯେଉଁଠି ଜଣେ ଛିଡ଼ା ହୋଇଛନ୍ତି ସେଠାରୁ ତାଙ୍କ ଗନ୍ତବ୍ୟ ସ୍ଥଳ କେତେ ବାଟ, କେଉଁଥିରେ ଗଲେ ସୁବିଧା ହେବ, ଭଡ଼ା କେତେ ଟଙ୍କା ପଡ଼ିବ ତାହା ବି ଯୋଗାଇଦିଆଯିବ । ଏହା ବାଦ୍ କେଉଁ ସ୍କୁଲରେ କେଉଁ କ୍ଲାସ୍ ରେ, କେଉଁ କଲେଜରେ କେଉଁ ବିଭାଗରେ କେତେ ପିଲା ପଢ଼ୁଛନ୍ତି, କେଉଁଠି କେତେ ଫିସ ସେ ସବୁର ତଥ୍ୟ ଚୁଟକିରେ ମିଳିଯବ ।

image


ଭୁବନେଶ୍ୱର ୱାନ୍ କୁ ଏମିତି ପ୍ରସ୍ତୁତ କରାଯିବ ଯାହା ବିଶ୍ୱର ସବୁଠୁ ଅଧିକ ତଥ୍ୟମୂଳକ ୱେବସାଇଟ୍ ହେବ । ପ୍ରତି ବିଭାଗରେ ଜଣେ ଲେଖାଏଁ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ ଯେଉଁମାନେ ଦିନତମାମ୍ ୱେବସାଇଟରେ ତଥ୍ୟ ଅପ୍ ଟୁ ଡେଟ୍ କରିବେ । ଯେଉଁ ବିଭାଗ ଅପ ଟୁ ଡେଟ୍ ତଥ୍ୟ ନ ଦେବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସେହିପରି ଏହି ୱେବସାଇଟ୍ ଡିଜାଇନ୍ କରିବା ପାଇଁ ଏକ ସ୍ୱତନ୍ତ୍ର ସଫ୍ଟୱେୟାର ବିଶେଷଜ୍ଞ ଦଳକୁ ନିୟୋଜିତ କରାଯାଇଛି । ଏହି ବିଶେଷଜ୍ଞ ଦଳ ସିଙ୍ଗାପୁରର ୱାନ୍ ମ୍ୟାପ୍ ଢାଞ୍ଚାରେ ଏହାକୁ ପ୍ରସ୍ତୁତ କରୁଥିବାବେଳେ ଖୁବ୍ ଶୀଘ୍ର ସିଙ୍ଗାପୁର ଗସ୍ତରେ ଯାଇ ସିଙ୍ଗାପୁର ସରକାରଙ୍କ ସହିତ ଏ ବିଷୟରେ ଆଲେଚନା କରିବେ । ଭୁବନେଶ୍ୱର ୱାନ୍ ପ୍ରସ୍ତୁତ ହେବାକୁ ତିନି ବର୍ଷ ସମୟ ଲାଗିବ । ଏହା କାର୍ଯ୍ୟକାରୀ ହେଲେ ରାଜଧାନୀବାସୀଙ୍କ ଜୀବନଶୈଳୀ ବଦଳିଯିବ । 

image