ଗାଁରେ ଇ-କମର୍ସର ସୁଯୋଗ ଆଣିଛି ସହଜ

ଗାଁରେ ଇ-କମର୍ସର ସୁଯୋଗ ଆଣିଛି ସହଜ

Thursday November 26, 2015,

1 min Read

ଗ୍ରାମାଞ୍ଚଳରେ ସୋସିଆଲ ମିଡିଆର ବ୍ୟବହାର ବଢ଼ିଚାଲିଥିବା ବେଳେ, ଗ୍ରାମୀଣ ଜନତାଙ୍କୁ ଆଖି ଆଗରେ ରଖି କୋଲକାତାର ଶ୍ରେଇ ଗ୍ରୁପ୍ ଆରମ୍ଭ କରିଛି ‘ସହଜ ଇ-ଭିଲେଜ୍’ ମାଧ୍ୟମରେ ଇ-କମର୍ସ ବା ଇଣ୍ଟରନେଟ୍ ବ୍ୟବସାୟ ସୁଯୋଗ । ଏମ୍-ବିକାଶ ସହ ମିଳିତ ଭାବେ ଗ୍ରାମ୍ୟ ସ୍ତରୀୟ ଉଦ୍ୟୋଗୀ ଓ ଫ୍ରାଞ୍ଚାଇଜି ମାଧ୍ୟମରେ ଏମ୍-ବିକାଶ ଇ-କମର୍ସ ପ୍ଲାଟଫର୍ମ ‘mVPay’କୁ ଏହା ଇ-କମର୍ସ ସେବା ପ୍ରଦାନ କରୁଛି ।

image


ସହଜ ପକ୍ଷରୁ କୁହାଯାଏ, ବିଗତ ଗୋଟିଏ ବର୍ଷରେ ଗ୍ରାମାଞ୍ଚଳରେ ସୋସିଆଲ ମିଡିଆର ବ୍ୟବହାର ଶତ ପ୍ରତିଶତ ବୃଦ୍ଧି ପାଇଛି ଓ ଏହା ମାଧ୍ୟମରେ ପ୍ରାୟ ୨୫ ଲକ୍ଷ ଗ୍ରାମ୍ୟ ଗ୍ରାହକଙ୍କର ସମ୍ଭାବନା ସୃଷ୍ଟି ହୋଇଛି । ତେବେ ଏହି ବିଶାଳ ଗ୍ରାହକ ସମାଜକୁ ଛୁଇଁବା ଲାଗି ଗ୍ରାମ୍ୟ ବଜାରକୁ ଏବେ ଏମ୍-କମର୍ସ ଓ ଇ-କମର୍ସ ପାଇଁ ସହାୟତାର ଜରୁରୀ ରହିଛି ।

ପିଟିଆଇ ରିପୋର୍ଟ ମନୁସାରେ, ଏକ ବିଶାଳ ବିକ୍ରେତା ଗୋଷ୍ଠୀକୁ ନେଇ ଏମ୍-ବିକାଶ ଏକ ପ୍ରଯୁକ୍ତିଭିତ୍ତିକ ପ୍ଲାଟଫର୍ମ ପ୍ରସ୍ତୁତ କରିଛି । ଏବେ ପରୀକ୍ଷାମୂଳକ ଭାବେ ତାମିଲନାଡ଼ୁ ଗ୍ରାମାଞ୍ଚଳରେ ଏହାକୁ ବ୍ୟବହାର କରାଯାଉଛି । ଏହାର ସଫଳତା ପରେ ଖୁବ୍ ଶୀଘ୍ର ଏହି ପ୍ଲାଟଫର୍ମକୁ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଆସାମ ଓ ଉତ୍ତରପ୍ରଦେଶରେ ପ୍ରୟୋଗ କରାଯିବାର ଲକ୍ଷ୍ୟ ରହିଛି ।

ଏହା ଭିତରେ ଗୁଜରାଟ କୋଅପରେଟିଭ୍ ସମିତି ୨୦୧୫ରେ ସହଜ ଶ୍ରେଷ୍ଠ କିଓସ୍କ ଇମ୍ପ୍ଳିମେଣ୍ଟେସନ୍ ବିଭାଗରେ ବିଜୟୀ ହୋଇଛି । ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ପ୍ରାଯୁକ୍ତିକ ଉନ୍ନତ ସୂଚନାଧର୍ମୀ କିଓସ୍କ ପ୍ରସ୍ତୁତି ପାଇଁ ସହଜକୁ ଏହି ପୁରସ୍କାର ମିଳିଛି ।