ଭାରତର ଜଳ ଯୋଗାଣ ସମସ୍ୟାର ସମାଧାନ ପାଇଁ କଲେଜ ପାଠ ଅଧାରୁ ଛାଡ଼ିଥିବା ଜଣେ ଆମେରିକୀୟ ଯୁବକ

ଭାରତର ଜଳ ଯୋଗାଣ ସମସ୍ୟାର ସମାଧାନ ପାଇଁ କଲେଜ ପାଠ ଅଧାରୁ ଛାଡ଼ିଥିବା ଜଣେ ଆମେରିକୀୟ ଯୁବକ

Wednesday November 04, 2015,

5 min Read

ପ୍ରତିବର୍ଷ, ବିଦେଶରେ କାମକରୁଥିବା ଭାରତୀୟଙ୍କ ପ୍ରେରିତ ଅର୍ଥ ବାବଦକୁ ଭାରତ ୨୦୦୦କୋଟି ଡଲାର ପାଇଥାଏ । ଏହା ସମଗ୍ର ବିଶ୍ୱର ୧୦ ପ୍ରତିଶତ ଅଟେ । ଆଜିକାଲି ଅନେକ ଯୁବକ ଉଚ୍ଚଶିକ୍ଷା ପାଇଁ ଆମରିକା ଯାଉଛନ୍ତି । ଏକ ପରିସଂଖ୍ୟାନ ଅନୁସାରେ, ୨୦୧୧ରେ ଆମେରିକାର ଶିକ୍ଷାନୁଷ୍ଠାନଗୁଡ଼ିକରେ ଉଚ୍ଚଶିକ୍ଷା ପାଇଁ ନାମଲେଖାଇଥିବା ବିଦେଶୀ ଛାତ୍ରଙ୍କ ମଧ୍ୟରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟାଥିଲା ଦ୍ୱିତୀୟ ସର୍ବବୃହତ୍ । ସେମାନେ ସିଲକନ୍ ଭ୍ୟାଲି ଓ ନିଉୟର୍କରେ ବୃତ୍ତିଗତ କର୍ମସଂସ୍ଥାନର ସୁଯୋଗ ମଧ୍ୟ ପାଇଛନ୍ତି । କିନ୍ତୁ ଏହି କାହାଣୀ ସଂପୂର୍ଣ୍ଣ ଭିନ୍ନ । ଏହା ଏକ ଆମେରିକୀୟ ଯୁବକଙ୍କ କାହାଣୀ, ଯିଏ ଭାରତର ଜଳ ଯୋଗାଣ ସମସ୍ୟାର ସମାଧାନ ପାଇଁ କାଲିଫର୍ଣ୍ଣିଆ କଲେଜର ପାଠପଢ଼ା ଅଧାରୁ ଛାଡ଼ିଛନ୍ତି ।

Devin Miller (the second from right to left) with Anu Sridharan and the NextDrop team

Devin Miller (the second from right to left) with Anu Sridharan and the NextDrop team


ନିଜର ଏଭଳି ତ୍ୟାଗ ସଂପର୍କରେ ନେକ୍ସଟ୍ ଡ୍ରପ୍ କଂପାନୀରେ ସଫ୍ଟୱେର୍ ଡେଭ୍ଲପର ଭାବେ କାମକରୁଥିବା ଡେଭିନ୍ ମିଲର କହନ୍ତି, “ଏହା ଏକ ଚ୍ୟାଲେଞ୍ଜ ସତ କିନ୍ତୁ ଏହାର ଏକ ବିଶେଷତ୍ୱ ରହିଛି । ମୁଁ ଏହାର ପ୍ରଭାବକୁ ଅନୁଭବ କରୁଛି ଏବଂ ଅନେକ ଲୋକଙ୍କ ପାଇଁ ଏହା ଲାଭଦାୟକ ହୋଇଛି ।” କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ-ବର୍କଲିର ସିଭିଲ୍ ଇଂଜିନିୟରିଂ କ୍ଲାସ ପ୍ରତିଯୋଗିତାରେ ଏହି କଂପାନୀ ଏକ ପ୍ରମୁଖ ପ୍ରକଳ୍ପ ରୂପେ ଗଠିତ ହୋଇଥିଲା । ଗତ ବର୍ଷ, ୨୦ ବର୍ଷୀୟ ଆମେରିକୀୟ ଛାତ୍ର ଡେଭିନ୍, ନେକ୍ସଟ୍ ଡ୍ରପ୍ର ସିଇଓ ଏବଂ ସହ ପ୍ରତିଷ୍ଠାତା ଅନୁ ଶ୍ରୀଧରଣଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ଭାରତକୁ ଆସି ଏଠାର ଜଳ ଯୋଗାଣ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି । ଡେଭିନ୍ କହନ୍ତି, “ଏହା ଏକ ବଡ଼ ନିଷ୍ପତ୍ତି ଥିଲା, କଲେଜ ଅଧାରୁ ଛାଡ଼ିବା ଏବଂ ମୋର କୁଶଳତାର ପରୀକ୍ଷା କରିବା । ମୁଁ ଏସିଆର ଅନ୍ୟ ଅଂଚଳ ବୁଲିଛି ଏବଂ ବିକାଶଶୀଳ ଦେଶର ଲୋକମାନଙ୍କ ଜୀବନ ଶୈଳୀକୁ ସ୍ୱଚକ୍ଷୁରେ ଦେଖିଛି ।”

ନେକ୍ସଟ୍ ଡ୍ରପର ପ୍ରମୁଖ ଉପ୍ତାଦ ହେଉଛି ସଫ୍ଟୱେର୍ । ଏହାର ସ୍ମାର୍ଟ ଗ୍ରିଡ୍ ଲାଇଟ୍ ସହାୟତାରେ କଂପାନୀ ସହରର ବାସିନ୍ଦାଙ୍କ ଠାରୁ ଜଳ ଯୋଗାଣ ଓ ଜଳ ବ୍ୟବହାର ସଂପର୍କିତ ସୂଚନାର ସଂଗ୍ରହ ଓ ଆଦାନପ୍ରଦାନ କରିଥାଏ । ଭାଲ୍ଭମ୍ୟାନ୍ ପ୍ରତ୍ୟେକ ଦିନ ଜଳବନ୍ଧର ଜଳସ୍ତରକୁ ମାପିଥାଏ ଓ ନେକ୍ସଟ୍ ଡ୍ରପ୍ ଏହି ସୂଚନାକୁ ଇଂଜିନିୟରଙ୍କ ନିକଟକୁ ପଠାଇଥାଏ । ଇଂଜିନିୟରମାନେ ଏହି ତଥ୍ୟ ଆଧାରରେ କେଉଁ ଅଂଚଳକୁ କେଉଁ ସମୟରେ କେତେ ପରିମାଣରେ ଜଳ ଯୋଗାଣ କରାଯିବ ତାହା ନିଷ୍ପତ୍ତି ନେଇଥାନ୍ତି । ୟୁଟିଲିଟି କର୍ମଚାରୀ ନିକଠରେ ଥିବା ଜଳ ଭ୍ୟାଲ୍ଭ ଖୋଲିବା ସମୟରେ ନେକ୍ସଟ୍ ଡ୍ରପର ପାରସ୍ପରିକ ଧ୍ୱନୀ ପ୍ରତିକ୍ରିୟା ବ୍ୟବସ୍ଥା ସହ ଯୋଗାଯୋଗ କରନ୍ତି ଏବଂ ପ୍ରତିକ୍ରିୟା ବ୍ୟବସ୍ଥା ସ୍ଥାନୀୟ ଲୋକଙ୍କ ନିକଟରେ ଏକ ଲିଖିତ ସୂଚନା ମୋବାଇଲ୍ ଫୋନ୍ ମାଧ୍ୟମରେ ଜଳ ଯୋଗାଣର ୩୦ରୁ ୬୦ମିନିଟ୍ ପୂର୍ବରୁ ପାଇଥାନ୍ତି । କେବଳ ଏହାନୁହେଁ ଏହି ପ୍ରତିକ୍ରିୟା ବ୍ୟବସ୍ଥା ବିଭିନ୍ନ ସମୟରେ ବାସିନ୍ଦାଙ୍କ ସହ ଯୋଗାଯୋଗ ରକ୍ଷା କରି ଭ୍ୟାଲ୍ଭମ୍ୟାନଙ୍କ ସୂଚନାର ସତ୍ୟତାର ଯାଞ୍ଚ କରିଥାଏ ।

ଡେଭିନ୍ କହନ୍ତି, “ଆମେ ସାମାଜିକ ଓ ପ୍ରଯୁକ୍ତି ଉଦ୍ୟୋଗୀ । ଆମେ ନୂତନ ଉତ୍ପାଦର ଉଦ୍ଭାବନ କରି ବିଶ୍ୱକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛୁ ଏବଂ ସରକାର ଲୋକଙ୍କ ମଧ୍ୟରେ ଦୂରତ୍ୱ ହ୍ରାସ କରୁଛୁ । ଏକ ମୋବାଇଲ୍ ଫୋନଧାରୀ ନାଗରିକ ସୃଷ୍ଟି କରିବା ପଛରେ ଉଦ୍ଧେଶ୍ୟ ହେଉଛି, ପ୍ରତ୍ୟେକ ମୋବାଇଲ ଫୋନଧାରୀଙ୍କ ଏକ ସ୍ୱର ରହିଛି ଯାହାକୁ ସରକାର ଶୁଣିବା ଉଚିତ । ଲୋକଙ୍କ ଠାରୁ ଜଳଯୋଗାଣ ପାଇପର କ୍ଷତି ଓ ନିମ୍ନ ଜଳ ଚାପ ଆଦିର ସୂଚନା ସଂଗ୍ରହ କରି ଜଳ ଯୋଗାଉଥିବା ସଂସ୍ଥା ନିକଟରେ ପହଂଚାଇଥାଉ ଫଳରେ ସେମାନେ ଉଚିତ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ ।”

image


୨୦୧୧ ମସିହାରେ, ନେକ୍ସଟ୍ ଡ୍ରପର ଶୁଭାରମ୍ଭ ହୋଇଥିଲା । ପ୍ରଥମେ ଏହା କର୍ଣ୍ଣାଟକର ଦ୍ୱୈତନଗରୀ ହୁବୁଳି-ଧରୱାଦରେ କାର୍ଯ୍ୟ କରିଥିଲା । ଡେଭିନ୍ ଏହି କଥାକୁ ମନେ ପକାଇ କହନ୍ତି, “ ସେମାନେ ପ୍ରତ୍ୟେକ ଦିନ ସାଇକଲରେ ସ୍ଥାନ ଚିହ୍ନଟ କରିବାକୁ ଯାଇଥାନ୍ତି । ଏହାଦ୍ୱାରା ଭାରତର ଲୋକମାନେ ବାସ୍ତବରେ କିଭଳି ଜଳ ଯୋଗାଣ ବିନା ଜୀବନଧାରଣ କରନ୍ତି ଏବଂ ଗରାମାଠିଆ ଧରି ଦୀର୍ଘ ପଥ କିଭଳି ଅତିକ୍ରମ କରନ୍ତି ତାହା ଦେଖିବାକୁ ପାଇଥିଲେ ।” ସେ କହନ୍ତି, “ଏହା ଆପଣକୁ ଅଧିକ ନମ୍ର କରିବ । ସେମାନଙ୍କ ଜୀବନ କଭଳି ଦୁଃସାଧ୍ୟ ତାହା ଆପଣ ଅନୁଭବ କରିପାରିବେ ଏବଂ ମୁଁ ଏହି କଥାକୁ ସର୍ବଦା ମନେ ପକାଇବାକୁ ଚେଷ୍ଟା କରେ । ଏଣୁ ମୁଁ ଏହି କଥାଗୁଡ଼ିକୁ ଲିପିବଦ୍ଧ କରିରଖିଛି । ଯେତେବେଳେ ମୁଁ ବୁଢ଼ା ହୋଇଯିବି ସେତେବେଳେ ଏହାକୁ ପୁଣି ମନେ ପକାଇପାରିବି ।”

ହୁବୁଳିରେ ନେକ୍ସଟ୍ ଡ୍ରପ୍ ୧୬ହଜାର ପରିବାରଙ୍କୁ ନିମୟିତ ଲିଖିତ ମ୍ୟାସେଜ୍ ପଠାଉଛି । ପ୍ରତି ସପ୍ତାହରେ ସେମାନେ ସୂଚନା ପାଉଛନ୍ତି କି ପାଣି କେଉଁ ସମୟରେ ସେମାନଙ୍କ ନିକଟରେ ପହଂଚିବ, ଯଦି ପହଂଚିବନାହିଁ ତେବେ ଏହାର କାରଣ କ’ଣ । ନେକ୍ସଟ୍ ଡ୍ରପ୍ ବ୍ୟବସ୍ଥା କାର୍ଯ୍ୟକାରୀ ହେବାପୂର୍ବରୁ ଲୋକମାନେ ପ୍ରତିମାସରେ ୨୦ରୁ ୪୦ ଘଂଟା କେବଳ ଜଳ ପାଇଁ ଅପେକ୍ଷା କରି କଟାଉଥିଲେ । ସମୟ ସମୟରେ, ସେମାନେ ସଂପୂର୍ଣ୍ଣ ଦିନ ଜଳ ସଂଗ୍ରହ କରିବାରେ ବିତାଇଦେଉଥିଲେ ।

ବର୍ତ୍ତମାନ, ନେକ୍ସଟ୍ ଡ୍ରପ୍ ବାଙ୍ଗାଲୁରୁକୁ ପରିବ୍ୟାପ୍ତ ହୋଇଛି । ସଂପ୍ରତି ସହରର ୫୦୦ଟି ପରିବାର ଏହି ବ୍ୟବସ୍ଥାକୁ ଗ୍ରହଣ କରିଛନ୍ତି ଏବଂ ଖୁବଶିଘ୍ର ଏହା ସମଗ୍ର ସହରରେ ଲାଗୁ ହେବ ବୋଲି ଡେଭିନ୍ ଆଶା ରଖିଛନ୍ତି । ତେବେ ବେଙ୍ଗାଲୁରୁ ସହରର ପ୍ରମୁଖ ସମସ୍ୟା ହେଉଛି ଏହାର ୧୧ ନିୟୁତ ଜନସଂଖ୍ୟା । ଯଦିଓ ଜଳ ଯୋଗାଣ ବ୍ୟବସ୍ଥା କେବଳ ୨ ନିୟୁତ ଲୋକଙ୍କ ନିକଟରେ ପହଂଚି ପାରୁଛି, ତେବେ ତାହା ପର୍ଯ୍ୟାପ୍ତ ନୁହେଁ । ଡେଭିନ୍ ଏ ସଂପର୍କରେ କହନ୍ତି, “ ସହରର ବସ୍ତି ଓ ଗଳିରେ ବୁଲିବା ସମୟରେ ସେ ଅନେକ ଜଳଯୋଗାଣ ପାଇପ୍ ଗଭୀର କ୍ଷତିଗ୍ରସ୍ତ ହୋଇଥିବା ଲକ୍ଷ କରିଛନ୍ତି ଏବଂ ଏହାକୁ ଲିପିବଦ୍ଧ କରି ପ୍ରତିକ୍ରିୟା ବ୍ୟବସ୍ଥାରେ ପ୍ରକାଶ କରିଛନ୍ତି । ନେକ୍ସଟ୍ ଡ୍ରପର ଏସ୍ଏମ୍ଏସ୍ ବ୍ୟବସ୍ଥା ପାଇଁ ସହରର ପରିସୀମାକୁ ଦୃଷ୍ଟିରେ ରଖି ଜଣେ ଗ୍ରାହକଙ୍କୁ ମାସିକ ୧୦ରୁ ୨୫ଟଙ୍କା ଦେୟ ଦେବାକୁ ହୋଇଥାଏ । ସଂପ୍ରତି ହୁବୁଳିର ୨୫ହଜାର ପରିବାର ଏହି ସୁବିଧା ପାଇଁ ସହମତି ପ୍ରକାଶ କରିଛନ୍ତି ।

ଡେଭିନଙ୍କ ଅନୁସାରେ, ଏଭଳି ସୂଚନାର ଆଦାନପ୍ରଦାନ ବ୍ୟବସ୍ଥା କେବଳ ଜଳ ଯୋଗାଣ କ୍ଷେତ୍ର ନୁହେଁ ପରିବହନ ଭଳି କ୍ଷେତ୍ରରେ ମଧ୍ୟ ପ୍ରୟୋଗ କରାଯାଇପାରିବ । ଯଦିଓ ନେକ୍ସଟ୍ ଡ୍ରପ୍ ସଂପ୍ରତି କେବଳ ଜଳଯୋଗାଣ ବ୍ୟବସ୍ଥା ସଂପର୍କରେ କାର୍ଯ୍ୟ କରୁଛି, କିନ୍ତୁ ନିକଟ ଅତୀତରେ ନିଜର କାର୍ଯ୍ୟ କ୍ଷେତ୍ରକୁ ପରିବୃଦ୍ଧ କରି ବର୍ଜ୍ୟବସ୍ତୁ ପରିଚାଳନା, ରାସ୍ତା ପରିଚାଳନା କିମ୍ବା ସରକାରଙ୍କ ଦ୍ୱାରା ପ୍ରଦତ୍ତ ଅନ୍ୟ ସେବାକୁ ସାମିଲ କରିବାକୁ ଯୋଜନା ରଖିଛନ୍ତି । ସେହିଭଳି ଆସନ୍ତା ଦୁଇବର୍ଷ ମଧ୍ୟରେ ଦେଶର ଅନ୍ୟ ସହରରେ ମଧ୍ୟ ଅନୁରୂପ ବ୍ୟବସ୍ଥା ଲାଗୁ କରିବାକୁ ସେମାନେ ଚେଷ୍ଟିତ ।

ଡେଭିନ୍ କହନ୍ତି, “ଯେତେବେଳେ ଆମେ ଆଗକୁ ବଢ଼ୁଛୁ, ଆମେ ଅଧିକ ଏସ୍ଏମ୍ଏସ୍ ପଠାଇବାର ଆବଶ୍ୟକତା ରହିଛି ଏବଂ ସେହି ସମୟରେ, ଅଧିକ ସଂଖ୍ୟକ ଫୋନ୍ କଲ୍ ପାଇବାର ସମ୍ଭାବନା ରହିଛି ।” ଏହି ପ୍ରସଙ୍ଗର ସମାଧାନ ପାଇଁ ନେକ୍ସଟ୍ ଡ୍ରପ୍ କ୍ଷୁଦ୍ର ଭଏସ୍ କଲ୍ ସର୍ଭିସ୍ କଂପାନୀଙ୍କ ସହଭାଗୀତା ପାଇଁ ଯୋଜନା କରୁଛି । । “ଆମେ ଚାହୁଁ ଲୋକଙ୍କ କଥା ଶୁଣାଯାଉ । ଆମେ ଏହା ମଧ୍ୟ ଅବଗତ ଯେ ପ୍ରତି ସମସ୍ୟାର ସମାଧାନ ଅସମ୍ଭବ । ତେବେ ଭାରତର ଜଳ ସମସ୍ୟାର ସମାଧାନ ପାଇଁ ଯେଉଁ ପ୍ରଚେଷ୍ଟା ଚାଲିଛି ତାହାର ସୁଫଳ ନିଶ୍ଚିତ ମିଳିବ । ଭାରତକୁ ଆସିବାରେ ମୁଁ ଦ୍ରୁତ ବିକାଶ ହେବା ଲକ୍ଷ୍ୟ କରିଛି ଏବଂ ଲୋକମାନେ ସେମାନଙ୍କ ଜୀବନରେ ପ୍ରଥମ ଥର ପାଇଁ ପ୍ରଯୁକ୍ତିକୁ ବ୍ୟବହାର କରିପାରିଛନ୍ତି । ପରିସ୍ଥିତି ଅନୁକୂଳ ରହିଛି ଏବଂ ଆମେ ଚେଷ୍ଟା କରୁଛୁ, ଲୋକମାନେ କିଭଳି ନିଜର ମୋବାଇଲ୍ ଫୋନକୁ ସଫଳ ଭାବେ ପ୍ରୟୋଗ କରିପାରିବେ । ବାସ୍ତବରେ ଏହା ଏକ ରୋମାଂଚକାରୀ ପରିବର୍ତନ ବୋଲି ଡେଭିନ୍ କହନ୍ତି ।