ମହିଳା ଶକ୍ତି - ୨୦୧୫ରେ ମହିଳାଙ୍କ ଉତ୍ଥାନ

ମହିଳା ଶକ୍ତି - ୨୦୧୫ରେ ମହିଳାଙ୍କ ଉତ୍ଥାନ

Thursday January 14, 2016,

2 min Read

ବର୍ଷ ପରେ ବର୍ଷ ବିତି ଚାଲିଥିବା ବେଳେ ଅଧିକରୁ ଅଧିକ ମହିଳା ଏକକ ବା ସାମୂହିତ ସଫଳତା ହାସଲ କରୁଛନ୍ତି। ୨୦୧୫ରେ ଗୋଟିଏ ପଟେ ସାନିଆ ମିର୍ଜା ଶୀର୍ଷ ଛୁଇଁଥିବା ବେଳେ ଋତୁସ୍ରାବ ଓ ଅନ୍ୟ ପ୍ରସଙ୍ଗକୁ ନେଇ ଥିବା କୁସଂସ୍କାର ବିରୋଧରେ ସ୍ଵର ଉଠାଇଛି ଆମ ଔରତ । ତଳେ ଆମେ ସେମିତି କିଛି ସଫଳତାର ତାଲିକା ଦେଉଛୁ:

image


ଭକ୍ତି ଶର୍ମା: ଭାରତର ଭକ୍ତି ଶର୍ମା ୫୨ ମିନିଟରେ ଆଣ୍ଟାର୍କଟିକ୍ ମହାସାଗରରେ ୨.୨୫ କିଲୋମିଟର ପହଁରିବାରେ ବିଶ୍ୱର ସବୁଠୁ କମ ବୟସ୍କ ପହଁରାଳି ହେବାର ଯୋଗ୍ୟତା ଅର୍ଜନ କରିଛନ୍ତି । ସେ ବିଶ୍ୱର ସବୁ ମହାସାଗର ସମେତ ୮ଟି ସାଗର ଓ ଚାନେଲରେ ପହଁରି ସାରିଛନ୍ତି ।

ପ୍ରିୟଙ୍କା ଚୋପ୍ରା: ବଲିଉଡ ସୁନ୍ଦରୀ ପ୍ରିୟଙ୍କା ଜଣେ ଗାୟିକା ଭାବେ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିବା ସହ ଏବିସି ଆକ୍ସନ-ଥ୍ରିଲର Quanticoରେ ଅଭିନୟ କରି ଆମେରିକା ଟେଲିଭିଜନ ଜଗତରେ ନାଁ କରିଛନ୍ତି ।

ଭାରତୀୟ ମହିଳା ହକି ଦଳ: ୨୦୧୬ ଅଲିମ୍ପିକରେ ଭାଗନେବାର ଗୌରବ ଅର୍ଜନ କରିଛନ୍ତି ଭାରତୀୟ ମହିଳା ହକି ଦଳ । ପୂର୍ବରୁ କେବଳ ୧୯୮୦ ଅଲିମ୍ପିକରେ ଥରେ ଭାଗନେବାର ସୁଯୋଗ ପାଇଥିଲା ଭାରତୀୟ ମହିଳା ହକି ।

ବେନୋ ଜେଫିନ: ଭାରତୀୟ ବିଦେଶ ସେବାରେ ଯୋଗଦେବାରେ ପ୍ରଥମ ଶତପ୍ରତିଶତ ଦୃଷ୍ଟିହୀନ ବ୍ୟକ୍ତି ହେଉଛନ୍ତି ବେନୋ । ଏହା ପୂର୍ବରୁ ଏହି ୨୫ ବର୍ଷୀୟ ତରୁଣୀ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ପିଓ ଭାବେ କାମ କରୁଥିଲେ ।

ସାଇନା ନେହୱାଲ: ୨୦୧୫ ହେଉଛି ଭାରତୀୟ ବ୍ୟାଡମିଣ୍ଟନ ପାଇଁ ସୁବର୍ଣ ବର୍ଷ । ସାଇନା ପ୍ରଥମ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଭାବେ ବିଶ୍ୱର ଏକନମ୍ବର ସ୍ଥାନ ଅଧିକାର କରିଛନ୍ତି । ପ୍ରଥମ ଥର ପାଇଁ ସେ ଅଲ ଇଂଲଣ୍ଡ ଚାମ୍ପିଅନସିପ ଓ ୱାଲ୍ଡ ଚାମ୍ପିଅନସିପର ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି । ପ୍ରଥମ ଭାରତୀୟ ଭାବେ ସେ ୱାଲ୍ଡ ଚାମ୍ପିଅନସିପ ବିଜେତା ମଧ୍ୟ ହୋଇଛନ୍ତି ।

ପୂଜା ଠକ୍କର: ୨୦୧୫ ଗଣତନ୍ତ୍ର ଦିବସରେ ରାଷ୍ଟ୍ରପତି ଭବନ ପରିସରରେ ପ୍ରଥମ ମହିଳା ଭାବେ ୱିଙ୍ଗ୍ କମାଣ୍ଡର ପୂଜା ଠକ୍କର ଆମେରିକା ରାଷ୍ଟ୍ରପତି ବାରାକ ଓବାମାଙ୍କୁ ତ୍ରିରଙ୍ଗା ଗାର୍ଡ ଅଫ୍ ଅନରର ନେତୃତ୍ୱ ନେଇଥିଲେ ।

ଜେ ମଞ୍ଜୁ: DRDOର ଇଲେକଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ କ୍ଲଷ୍ଟରର ପ୍ରଥମ ମହିଳା ମହାନିର୍ଦେଶକ ହୋଇଛନ୍ତି ମଞ୍ଜୁ । ପୂର୍ବରୁ ସେ ନିଜର ଭଲ କାର୍ଯ୍ୟ ପ୍ରଦର୍ଶନ ପାଇଁ ଡିଆରଡିଓ ପୁରସ୍କାର ଏବଂ ୨୦୧୧ରେ ସାଇଣ୍ଟିଷ୍ଟ ଅଫ୍ ଦି ଇୟର ହୋଇଥିଲେ ।

ମାନବୀ ବନ୍ଦୋପାଧ୍ୟାୟ: ପଶ୍ଚିମବଙ୍ଗ କୃଷ୍ଣନଗର ଓମେନ୍ସ କଲେଜର ଅଧ୍ୟକ୍ଷା ମାନବୀ ହେଉଛନ୍ତି ଏଭଳି ପଦବୀ ପାଇବାରେ ପ୍ରଥମ ତୃତୀୟ ଲଙ୍ଗ ବ୍ୟକ୍ତିତ୍ୱ । ମାନବୀ ଜଣେ ପ୍ରାଧ୍ୟାପକ ଓ ଭାରତର ଏକମାତ୍ର ତୃତୀୟ ଲିଙ୍ଗ ବ୍ୟକ୍ତିତ୍ୱ ଯାହାଙ୍କ ପାଖରେ ଡକ୍ଟରେଟ୍ ଡିଗ୍ରି ରହିଛି ।

ସାନିଆ ମିର୍ଜା: ସ୍ଵିଜରଲାଣ୍ଡର ମାର୍ଟିନା ହିଙ୍ଗିସଙ୍କ ସହ ମିଳିତ ଭାବେ ୨୦୧୫ରେ ୨୨ ମ୍ୟାଚ ଜିତି ବିଶ୍ୱର ଏକ ନମ୍ବର ର୍ୟାଙ୍କ୍ ପାଇଛନ୍ତି ଏବଂ ଦୁଇଟି ଗ୍ରାଣ୍ଡସ୍ଲାମ ସହ ୧୦ଟି WTA ଟାଇଟଲ ହାସଲ କରିଛନ୍ତି ।

ଋତୁସ୍ରାବ କୁସଂସ୍କାର ଭଙ୍ଗ: ଋତୁସ୍ରାବ ସହ ଜଡ଼ିତ ବର୍ଷପୁରୁଣା କୁସଂସ୍କାର ବିରୋଧରେ ୨୦୧୫ରେ ବହୁ ପୁରୁଷ ଓ ମହିଳା ସାମନାକୁ ଆସିଛନ୍ତି । ତେବେ ସବୁଠୁ ଚର୍ଚ୍ଚିତ ଥିଲା, ଯେତେବେଳେ ନିଜର ମାସକ ଋତୁସ୍ରାବ ଚାଲିଥିବା ସମୟରେ କିରଣ ଗାନ୍ଧି ବିନା କୌଣସି tampon ପରିଧାନ କରି ମାରାଥନରେ ଭାଗନେଲେ ।

ବର୍ଷ ସରୁଥିବା ବେଳେ ଆମେ ମହିଳାମାନଙ୍କ ଉତ୍ସାହକୁ ନମସ୍କାର କରୁଛୁ । ଆଗକୁ ଆଉ ଏକ ସଫଳ ବର୍ଷ ଆଶା କରୁଛୁ । ନାରୀ ଶକ୍ତିକୁ ଆମର ସଲାମ।

ମୂଳ ଲେଖା - ଡ଼ୋଲା ସାମନ୍ତ

ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା