ଆମର ସଂସ୍ଥାଟି ଆମକୁ ପ୍ରାଚୁର୍ଯ୍ୟର ଶିଖରକୁ ନେଇଯିବ ନାହିଁ, କେବଳ ସମାଜସେବା ଆମର ଉଦ୍ଦେଶ୍ୟ -ସ୍ୱପ୍ନିଳ ଅଗ୍ରୱାଲ, ଧ୍ୱନି ଆରଆଇଏସ

ଆମର ସଂସ୍ଥାଟି ଆମକୁ ପ୍ରାଚୁର୍ଯ୍ୟର ଶିଖରକୁ ନେଇଯିବ ନାହିଁ, କେବଳ ସମାଜସେବା ଆମର ଉଦ୍ଦେଶ୍ୟ -ସ୍ୱପ୍ନିଳ ଅଗ୍ରୱାଲ, ଧ୍ୱନି ଆରଆଇଏସ

Saturday October 17, 2015,

6 min Read

ତୃଣମୂଳ ସ୍ତରରେ କାମ କରୁଥିବା ସଂଗଠନଗୁଡିକର କର୍ମୀମାନେ ନିଜର ତଥ୍ୟ ବା ଡାଟା ସଂପର୍କିତ କାମକୁ ନେଇ ଏତେ ବ୍ୟସ୍ତ ରୁହନ୍ତି ଯେ ଯେଉଁଲୋକମାନଙ୍କ ପାଇଁ ସେମାନେ କାମ କରନ୍ତି ସେମାନଙ୍କ ସହ ହିଁ ଆଲୋଚନା କରିବା ଲାଗି ସମୟ ମିଳେନାହିଁ । ଏଣୁ ଏହି ପ୍ରକ୍ରିୟାକୁ ଟିକିଏ ସରଳ କରିଦେଲେ ସାମାଜିକ କର୍ମୀମାନଙ୍କୁ ଲୋକମାନଙ୍କ ସହ ଅଧିକସମୟ ମିଶିବାର ସୁଯୋଗ ମିଳିପାରିବ ଓ ଲୋକଙ୍କ ସମସ୍ୟାକୁ ଅଧିକ ବୁଝିବା ସମ୍ଭବ ହେବ । ଏ ଦିଗରେ ହିଁ କାମ କରୁଛନ୍ତି ଇନଷ୍ଟିଚ୍ୟୁଟ ଅଫ ରୁରାଲ ମ୍ୟାନେଜମେଣ୍ଟଣ୍ଟ, ଆନନ୍ଦ (ଆଇଆରଏମଏ)ର ସ୍ୱପ୍ନୀଳ ଅଗ୍ରୱାଲ ଓ ସୁନନ୍ଦନ ମଦନ । ସେମାନେ ସୂଚନା ପ୍ରଯୁକ୍ତି ବ୍ୟବହାର କରି ଅପରେସନାଲ ପ୍ରସେସକୁ ଅଧିକ ସୁଗମ କରିବା ଦିଗରେ କାମ କରୁଛନ୍ତି ।

ନିଜର ପାଠ୍ୟକ୍ରମ ଶେଷ ହେବା ବେଳକୁ ସେମାନେ ଆଗା ଖାଁ ଗ୍ରାମୀଣ ସହାୟତା କାର୍ଯ୍ୟକ୍ରମ (ଏକେଆରଏସପି) ରେ ଯୋଗ ଦେଲେ । ଏକେଆରଏସପି ପକ୍ଷରୁ ଦକ୍ଷିଣ ଗୁଜୁରାଟର ୧୫୦ଟି ଗାଁରେ ଚାଲିଥିବା ଏକ ପ୍ରକଳ୍ପରେ ସେମାନେ କାମ କଲେ । ଏତିକି ବେଳେ ସେମାନେ ଉପଲବ୍ଧି କଲେ ଯେ ତୃଳମୂଳ ସ୍ତରରେ କାମ କରୁଥିବା ସାମାଜିକ କର୍ମୀମାନଙ୍କ ଅଧିକ ସମୟ ତଥ୍ୟ ପ୍ରକ୍ରିୟାକରଣ ବା ଡାଟା ପ୍ରୋସେସିଂ ସଂପର୍କିତ କାଗଜପତ୍ର କାମରେ ହିଁ ଚାଲି ଯାଉଛି, କିନ୍ତୁ ଯେଉଁମାନଙ୍କ ପାଇଁ କାର୍ଯ୍ୟକ୍ରମ ଲିଛି ଅର୍ଥାତ ଯେଉଁମାନେ ହିତାଧିକାରୀ ସେମାନଙ୍କ ସହ ମିଶିବାରେ ଅତି କମ ସମୟ ମିଳୁଛି । ଏଣୁ ଏକେଆରଏସପିର ଆବଶ୍ୟକତାକୁ ଚାହିଁ ତଥ୍ୟ ପ୍ର୍ରକ୍ରିୟାକରଣ ସଂପର୍କିତ କାଗଜପତ୍ର କାମକୁ ସହଜ ଓ ସରଳ କରିବା ଲକ୍ଷ୍ୟରେ ଦୁହେଁ ଏକ ଆଇସିଟି ଓ ସଫ୍ଟୱାର ସମାଧାନ ବାହାର କଲେ ।

ଦେଶର ସମାଜିକ ଉଦ୍ୟୋଗ ଓ ଲାଭ ଆଶା କରୁନଥିବା ଉଦ୍ୟୋଗଗୁଡିକରେ ଟେକନଲୋଜୀ ର ସୀମିତ ବ୍ୟବହାର ସ୍ୱପ୍ନିଳଙ୍କୁ ବ୍ୟଥିତ କରିଥିଲା । ସେ କୁହନ୍ତି, ଅନେକ ସମୟରେ ସେମାନେ ଦକ୍ଷ ପ୍ରତିଭା ପାଆନ୍ତି ନାହିଁ,ପୁଣି କମ ସମ୍ବଳ ବିଶିଷ୍ଟ କ୍ଷେତ୍ରରେ ସେମାନେ କାମ କରନ୍ତି । କିନ୍ତୁ ସେମାନଙ୍କ କାର୍ଯ୍ୟ ପରିସର ବେଶ ବ୍ୟାପକ ଥାଏ । ଗୋଟିଏ ପଟେ ଟାଉନ ବା ସହରରେ କାମ କରୁଥିବା ସଂସ୍ଥାମାନେ ଡ୍ରପବକ୍ସ, ଗୁଗୁଲ ଡ୍ରାଇଭ ପରି ଆଧୁନିକ ସୂଚନା ପ୍ରଯୁକ୍ତିର ବ୍ୟବହାର କରୁଥିବାବେଳେ ଗ୍ରୀମୀଣ ଅଂଚଳରେ କାମ କରୁଥିବା ଏସବୁ ସ୍ୱେଚ୍ଛାସେବୀମାନଙ୍କ ଅଧିକାଂଶ କାମ ପାରମ୍ପରିକ କାଗଜପତ୍ର ମାଧ୍ୟମରେ ହିଁ ହୋଇଥାଏ । ତେବେ ଏହା ନୁହେଁ ଯେ ଲାଭ ପାଇଁ କାମ କରୁନଥିବା ସଂଗଠନଗୁଡିକ ପାଇଁ କୌଣସି ଟେକନଲୋଜୀ ନାହିଁ । କିନ୍ତୁ ସମ୍ବଳ ଅଭାବରୁ ଛୋଟ ସଂଗଠନ ଗୁଡିକ ଏସବୁ ଟେକନଲୋଜୀର ବ୍ୟବହାର କରିପାରନ୍ତି ନାହିଁ । ଏଣୁ ଏହି ତଫାତକୁ ହିଁ ଆମେ ପୂରଣ କରିବାକୁ ଉଦ୍ୟମ କରୁଛୁ । ମୁଖ୍ୟ ଗୁରୁତୁ ରହୁଛି ସାଧାରଣ ସଫ୍ଟୱାର ବ୍ୟବହାର କରି କାଗଜପତ୍ର ବ୍ୟୟ, ଡାଟା ଏଣ୍ଟ୍ରି,ଡାଟା କ୍ଲିନିଙ୍ଗ ଆଦି ବ୍ୟୟ ହ୍ରାସ କରିବା ଓ କଷ୍ଟମାଇଜଡ ଡ୍ୟାସବୋର୍ଡ ବ୍ୟବହାର କରି ରିଅଲ ଟାଇମ ଡାଟା ଷ୍ଟ୍ରିମିଙ୍ଗ ସମ୍ଭବ କରିବା ।

image


ଏହା ହିଁ ଆମର କାମ ବୋଲି ସ୍ୱପ୍ନିଳ କୁହନ୍ତି । କିନ୍ତୁ ଏହା ମଧ୍ୟ ସତ ଯେ ଏସବୁ ଛୋଟ ଛୋଟ ପ୍ରକଳ୍ପ ମାଧ୍ୟମରୁ ଆମକୁ ଯେତିକି ଅର୍ଥ ମିଳେ ତାହାଦ୍ୱାରା ନିଜ ସଂସ୍ଥା ଚଳାଇବା ସମ୍ଭବ ନୁହେଁ । ଏଣୁ ଭଭୟ ଏକ ଫୁଲଟାଇମ ଚାକିରି କରି ଅବସର ସମୟରେ ନିଜର ଏହି କାମକୁ ଅବ୍ୟାହତ ରଖିବାକୁ ନିଷ୍ପତ୍ତି ନେଲେ । ସୁନନ୍ଦନ ଏକ ଏନଜିଓରେ ଯୋଗଦେଲେ ଓ ସ୍ୱପ୍ନିଳ ଦୁବାଇ ଚାଲିଗଲେ । କିନ୍ତୁ ନିଜର ନିୟମିତ କାମକୁ ନେଇ ଉଭୟ ସନ୍ତୁଷ୍ଟ ନଥିଲେ, କାରଣ ସେମାନଙ୍କ ହୃଦୟ ନିଜର ସେହି ପ୍ରକଳ୍ପରେ ଅଟକିଯାଇଥିଲା । ଏଣୁ ଦୁହେଁ ଆନୁଷ୍ଠାନିକଭାବେ ଧ୍ୱନି ରୁରାଲ ଇନଫର୍ମେସନ ସିଷ୍ଟମ୍ସ ଆରମ୍ଭ କରିବାକୁ ନିଷ୍ପତ୍ତି ନେଲେ । ତଥାପି ମଧ୍ୟ ସେମାନେ ଅନୁଭବ କରୁଥିଲେ ଯେ ଗୁଜୁରାଣ ମେଣ୍ଟାଇବା ଲାଗି ଏକ ସ୍ଥାୟୀ ଚାକିରି କରିବା ଆବଶ୍ୟକ । କିନ୍ତୁ ତାଙ୍କୁ ଜାଣିଥିବା ଲୋକମାନଙ୍କ ମତ ଥିଲା ଅଲଗା । ସମସ୍ତେ ଚାହୁଁଥିଲେ ସେମାନେ ଚାକିରିର ମୋହ ଛାଡି କେବଳ ଧ୍ୱନି ଉପରେ ନିଜର ସଂପୂର୍ଣ୍ଣ ସମୟ ଦିଅନ୍ତୁ । ଏହା ପରର କିଛି ମାସରେ ସ୍ୱପ୍ନୀଳ ଦୂବାଇରୁ ଫେରିବା ପରେ ସୁନନ୍ଦନଙ୍କ ସହ ମିଶି ବିଭିନ୍ନତ୍ତ ଏନଜିଓ, ଏନପିଓ ତଥା ସମାଜିକ କ୍ଷେତ୍ରରେ କାମ କରୁଥିବା ଉଦ୍ୟୋଗମାନଙ୍କ ସହ ସଂପର୍କ ସ୍ଥାପନ କଲେ ଓ ଭାରତର ସାମାଜିକ କ୍ଷେତ୍ରକୁ ବୁଝିବାକୁ ଉଦ୍ୟମ କଲେ । ଗୋଟିଏ କଥା ଆମେ ବୁଝି ପାରୁଥିଲୁ ଯେ ଆମେ କିଛି ସମାଜ ଉପଯୋଗୀ କାମ କରିବାକୁ ଚାହୁଁଥିଲୁ , ସମାଜ ପାଇଁ ଏହାର ଆବଶ୍ୟକତା ମଧ୍ୟ ଥିଲା ।

ଗୋଟିଏ ବର୍ଷ କାମ କଲାପରେ ଧ୍ୱନି ପାଖରେ ୧୦ ଟି ଗ୍ରାହକ ଥିଲେ । ସ୍ୱପ୍ନିଳ କୁହନ୍ତି ଦ୍ଘଆମେ କିଛି ନୂଆ କଥା ଆବିଷ୍କାର କରୁନଥିଲୁ । ଆକାଉଣ୍ଟିଂ ସିଷ୍ଟମ ଓ ଡାଟାବେସ୍ ପ୍ଲାଟଫର୍ମ ପୂର୍ବରୁ ହିଁ ଥିଲା । କିନ୍ତୁ ଆମେ ସାମାଜିକ କ୍ଷେତ୍ରରେ କାମ କରୁଥିବା କର୍ମୀମାନଙ୍କ ସହ ମିଶି ପ୍ରଥମେ ସେମାନଙ୍କ ଆବଶ୍ୟକତା କଣ-ସେମାନେ ଓଡିକେ ଆବଶ୍ୟକ କରୁଛନ୍ତି କିମ୍ବା କ୍ଲାଉଡ ଟେଲିଫୋନୀ, ତାହା ଜାଣିବାକୁ ଚେଷ୍ଟା କଲୁ ଓ ସେହି ଆବଶ୍ୟକତା ଅନୁଯାୟୀ କଷ୍ଟମାଇଜଡ୍ ଆପ୍ଲିକେସନ ପ୍ରସ୍ତୁତ କଲୁ ।

ଏପରି କାମ କରିବାବେଳେ ନିଜ ଗ୍ରାହକମାନଙ୍କୁ ଉପଯୋଗୀ ସେବା ପ୍ରଦାନ ପାଇଁ ସେମାନେ ସଷ୍ଟେନେବଲ ଇଂଜିନିୟରଙ୍କ ସାହାଯ୍ୟ ନେଲେ । ପୁଣି ଯେଉଁ କ୍ଷେତ୍ରରେ କାମ କରୁଛନ୍ତି ତାହାକୁ ନେଇ ସ୍ୱପ୍ନିଳଙ୍କର ସେଭଳି କିଛି ଗୋଲାପୀ ସ୍ୱପ୍ନ ନଥିଲା । ସାମାଜିକ କ୍ଷେତ୍ରରେ କାମ କରୁଥିବା ସଂଗଠନ ବା ଉଦ୍ୟୋଗଗୁଡିକର ବ୍ୟୟଭାର ଟିକିଏ କମାଇବା ଲକ୍ଷ୍ୟ ନେଇ ଧ୍ୱନି କାମ କରୁଥିଲା । ସ୍ୱପ୍ନୀଳ କୁହନ୍ତି, ଅନେକ ଆଇଟି କମ୍ପାନି ଏସବୁ ସାମାଜିକ ସଂଗଠନ ଗୁଡିକ ପାଇଁ କାମ କରବେ ନାହିଁ । ଅନ୍ୟପକ୍ଷରେ ସମସ୍ତେ ନିଜ ସଂସ୍ଥାକୁ ବଢେଇବାକୁ ଚାହାନ୍ତି, କିନ୍ତୁ ଆମେ ଜାଣିଥିଲୁ ଯେ ଆମେ ଯେଉଁ କାମ କରୁଛୁ ତାହାକୁ ନେଇ ଏକ ବଡ଼ ଲାଭକାରୀ କମ୍ପାନି ହେବା ସମ୍ଭବ ନୁହେଁ, ଆମେ କେବଳ ଏକ ସେବାମୂଳକ ମନୋଭାବ ନେଇ କାମ କରୁଥିଲୁ । ତେବେ ଏଥିରେ ମଧ୍ୟ କିଛିଟା ସୁଯୋଗ ରହିଛି । ଧ୍ୱନି ସାମାଜିକ କ୍ଷେତ୍ରରେ କେତେକ ମୌଳିକ ସମସ୍ୟା ଧରିପାରିଥିଲା । ଏପରି କେତେକ ମୌଳିକ କାର୍ଯ୍ୟ ଯେପରିକି ତଥ୍ୟ ସଂଗ୍ରହ,ତଥ୍ୟ ବିଶ୍ଳେଷଣ, ଇଣ୍ଟେଲିଜେଣ୍ଟଣ୍ଟ ଟାସ୍କ ଓ ଆଇଭିଆର ଟେକନଲୋଜୀ ଲାଗି ଆମେ ଏକ ପ୍ଲାଟଫର୍ମ ପ୍ରସ୍ତୁତ କରୁଛୁ । ତେବେ ଏସବୁ କାର୍ଯ୍ୟ ସହ ଯୋଡି ହୋଇଛି ଗୋଟିଏ ସମସ୍ୟା, ତାହା ହେଉଛି ବେସଲାଇନ ସର୍ଭେ ବା ତୃଣମୂଳ ସ୍ତରର ଅଧ୍ୟୟନ । ଅଧିକାଂଶ ସଂଗଠନ ଏହି ସର୍ଭେ ଆବଶ୍ୟକ କରନ୍ତି, କିନ୍ତୁ ତାହା ଏକ ଜଟିଳ କାଗଜପତ୍ର ସଂପର୍କିତ କାମ । ଏହି ସମସ୍ୟାକୁ ଦୂରକରିବାକୁ ଚାହେଁ ଧ୍ୱନି । ଅବଶ୍ୟ ବଜାରରେ ଏଥିପାଇଁ କେତେକ ଆଇସିଟି ସମାଧାନ ରହିଛି, କିନ୍ତୁ ଗୋଟିଏ ସଂଗଠନର ଆବଶ୍ୟକତାକୁ ଚାହିଁ ଧ୍ୱନି ସେଥିରେ ଆବଶ୍ୟକ ପରିବର୍ତନ ଆଣିଥାଏ ।

Dhwani RIS team: (L-R) Mrudul Tarwatkar, technical lead; Sunandan Madan, co-founder; Swapnil Agarwal, co-founder; Padma Reddy, business development

Dhwani RIS team: (L-R) Mrudul Tarwatkar, technical lead; Sunandan Madan, co-founder; Swapnil Agarwal, co-founder; Padma Reddy, business development


ସ୍ୱପ୍ନିଳଙ୍କ ମତରେ ଭାରତୀୟ ସମାଜିକ କ୍ଷେତ୍ରପାଇଁ ମାନକ ତଥ୍ୟବ୍ୟବସ୍ଥାତ୍ତବହୁତ କମ ରହିଛି । ସେଥିପାଇଁ ଅନୁଦାନଦାତାଙ୍କୁ ଠିକ୍ ରିପୋର୍ଟ ଦେବା ପାଇଁ ତଥ୍ୟ ପ୍ରକ୍ରିୟାକରଣ ବା ଡାଟା ପ୍ରୋସେସିଂ କାମରେ ହିଁ ଅନେକ ସମୟ ଚାଲିଯାଏ । ଫଳରେ ନା କୌଣସି ଏନଜିଓ ଅଥବା ଅନୁଦାନଦାତା ଲୋକମାନଙ୍କ ସହିତ ମତବିନିମୟ କରିବାରେ ସମୟ ପାଆନ୍ତି । ଆମର କାମ ହେଉଛି, ସାମାଜିକକର୍ମୀମାନଙ୍କୁ ଏସବୁ ତଥ୍ୟ ପ୍ରକ୍ରିୟାକରଣ କାମରୁ ମୁକ୍ତ କରି ପ୍ରକୃତ ମୈଦାନରେ ସେମାନଙ୍କ ଦକ୍ଷତାର ଭଲଭାବେ ଉପଯୋଗ କରିବା । ଧ୍ୱନି ପକ୍ଷରୁ ପ୍ରଦାନ କରାଯାଉଥିବା ପ୍ରଯୁକ୍ତିଗତ ସମାଧାନ ମଧ୍ୟ ବ୍ୟବହାରକାରୀଙ୍କ ପାଇଁ ସରଳ ଓ ସୁବିଧାଜନକ ହେବା ଆବଶ୍ୟକ । ଏ ସଂପର୍କରେ ସ୍ୱପ୍ନୀଳ କୁହନ୍ତି ଯେ ଆମ ବ୍ୟବସ୍ଥାଟି ସରଳ ହେବା ସହ ଆଂଚଳିକ ଭାଷାରେ କାମ କରୁଥିବା ଆବଶ୍ୟକ, ଯେପରିକି ଜଣେ ଯୁକ୍ତଦୁଇ ପର୍ଯ୍ୟନ୍ତ ପଢିଥିବା କର୍ମୀ ମଧ୍ୟ ଆମ ସଫ୍ଟୱାରକୁ ବ୍ୟବହାର କରିପାରିବ ।

ତଥ୍ୟର ଡିଜିଟାଇଜେସନ ଓ ଅଟୋମେସନ ବେଶ ଗୁରୁତ୍ୱପୂର୍ଣ୍ଣ, କାରଣ ଏହାମାଧ୍ୟମରେ ଏ କ୍ଷେତ୍ରରେ ଅଧିକ ସ୍ୱଚ୍ଛତା ଓ ଉତ୍ତରଦାୟିତା ଆସିଥାଏ । କିନ୍ତୁ ସାମାଜିକ ପ୍ରକଳ୍ପଗୁଡିକରେ ଆଇଟିର ବ୍ୟବହାର ଉପରେ ଅନୁଦାନଦାତାମାନେ ଯଥେଷ୍ଟ ଗୁରୁତ୍ୱ ଦିଅନ୍ତି ନାହିଁ । ସ୍ୱପ୍ନିଳ କୁହନ୍ତି, ଆମେ ଅନେକ ସମୟରେ ସାମାଜିକ ପ୍ରକଳ୍ପଗୁଡିକରେ ଅଧିକରୁ ଅଧିକ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିର ବ୍ୟବହାର ନିମନ୍ତେ ପାଣ୍ଠି ଯୋଗାଇବାକୁ ଅନୁଦାନଦାତାଙ୍କୁ ପ୍ରସ୍ତାବ ଦେଇଆସୁଛୁ, କିନ୍ତୁ ଏ କ୍ଷେତ୍ରଟି ଅବହେଳିତ ହୋଇଆସିଛି । ବଡ଼ ବଡ଼ ଏନଜିଓମାନେ ଏ କ୍ଷେତ୍ରରେ ଟିକିଏ ଆଗୁଆ, କିନ୍ତୁ ଛୋଟ ଏନଜିଓମାନେ ଏବେ ମଧ୍ୟ ବିଶ୍ୱାସ କରନ୍ତି ଯେ ସବୁ କିଛି ଏକ୍ସେଲ ସିଟ୍ ମାଧ୍ୟମରେ ହୋଇପାରିବ । ପୁଣି ଯେତେବେଳେ କୌଣସି ପ୍ରକଳ୍ପରେ ସରକାର ଜଡିତ ଥାଆନ୍ତି ଆମର ମୁଣ୍ଡବ୍ୟଥା ବଢିଯାଏ । ପ୍ରଥମ ଚ୍ୟାଲେଞ୍ଜଟି ହେଉଛି ଅମଲାତନ୍ତ୍ର ଓ ଦ୍ୱିତୀୟଟି ହେଉଛି ପରି•ଳନା । ଆମେ ଆଇସିଟିର ଉପଯୋଗ କରି ସ୍ୱଚ୍ଛତା ବଢାଇବାକୁ କାମ କରୁଥିବାବେଳେ ଅନେକ ସମୟରେ କର୍ମଚାରୀମାନେ ଭାବନ୍ତି ଯେ ଆମେ ସେମାନଙ୍କ ଉପରେ ନଜର ରଖୁଛୁ ।

ମଧ୍ୟପ୍ରଦେଶ ସରକାରଙ୍କର ଏକ ମା-ଶିଶୁ ପର୍ଯ୍ୟବେକ୍ଷଣ କାର୍ଯ୍ୟକ୍ରମରେ କାମ କଲାବେଳେ ଧ୍ୱନି ଏପରି ଏକ ସମସ୍ୟାର ସମ୍ମୁଖୀନ ହୋଇଥିଲା । ପ୍ରଥମେ ଜଣେ ଆଇପିଏସ ଅଫିସର ଏହାକୁ ସମର୍ଥନ କରୁଥିଲେ, କିନ୍ତୁ ସେ ଯେତେବେଳେ ବଦଳି ହୋଇ ଚାଲିଗଲେ ଓ ତାଙ୍କ ସ୍ଥାନରେ ଆସିଥିବା ନୂଆ ଅଫିସର ଜଣକ ଏଥିପ୍ରତି ସେତେ ଆଗ୍ରହ ଦେଖାଇଲେ ନାହିଁ । ଧ୍ୱନି ପ୍ରତିଟି କାମକୁ ଅତ୍ୟନ୍ତ ଯତ୍ନର ସହ କରିବାକୁ ଉଦ୍ୟମ କରିଥାଏ । ଏପରିକି କେତେକ ସମୟରେ ଆମେ ସେମାନଙ୍କ ପଦ୍ଧତି ଓ କାର୍ଯ୍ୟପ୍ରଣାଳୀରୁ ବାହାରକୁ ଯାଇ କାମ କରିଥାଉ । ଏଥିପାଇଁ ଆମକୁ ଯଥେଷ୍ଟ ଅଧିକ ସମୟ ଦେବାକୁ ପଡିଥାଏ ଯାହାକି ଆମ ପାରିଶ୍ରମିକ ତୁଳନାରେ ବେଶ ଅଧିକ, କିନ୍ତୁ ସେଥିପାଇଁ ଆମର ଅନୁଶୋଚନା ନାହିଁ । କାରଣ ଆମେ ଯଦି ନକରିବୁ ଆଉ କେହି କରିପାରିବେ ନାହିଁ , ସ୍ୱପ୍ନିଳ କହିଲେ । ଏଥିପାଇଁ ଆମେ ନିଜକୁ ଡେଭଲପିଙ୍ଗ ପ୍ରୋଫେସନାଲ ବୋଲି କହୁଛୁ, କାରଣ କେବଳ ଆଇସିଟି ସେବା ଯୋଗାଣକାରୀଙ୍କ ତୁଳନାରେ ଆମେ ନିଜକୁ ଦୁଇପାଦ ଆଗୁଆ ଭାବୁଛୁ । ଅଧିକାଂଶ ଆଇଟି ସଲ୍ୟୁସନ ଗୁଡିକ ସେହିମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥାଏ ଯେଉଁମାନେ ସମ୍ଭବତଃ ବିକାଶ କଣ ତାହା ଜାଣିନଥିବେ, କେବେମଧ୍ୟ ଗୋଟିଏ ଗାଁ ଜୀବନକୁ ବୁଝିନଥିବେ ।

ଅନ୍ୟପକ୍ଷରେ ଆମେ ଗୋଟିଏ ରେଡିମେଡ୍ ସଲ୍ୟୁସନ ଦେବା ବଦଳରେ ପ୍ରକୃତରେ ଲୋକମାନେ କଣ ଚାହାନ୍ତି ତାହାକୁ ଠିକ ଭାବେ ବୁଝ ସେହିଆନୁସାରେ ସମାଧାନ ପ୍ରସ୍ତୁତ କରିବା ଉପରେ ହିଁ ଗୁରୁତ୍ୱ ଦେଉ ।