ଚାଷୀ ବାପାର ସ୍କୁଲ ଅଧାରୁ ଛାଡିଥିବା ପୁଅ ହେଲା ବୈଷୟିକ(tech) କୋଟିପତି

ଚାଷୀ ବାପାର ସ୍କୁଲ ଅଧାରୁ ଛାଡିଥିବା ପୁଅ ହେଲା ବୈଷୟିକ(tech) କୋଟିପତି

Saturday October 17, 2015,

6 min Read

"ମୁ ଗୋଟିଏ କଥା କହିବାକୁ ଚାହୁଁଛି ଯେ କେବଳ ଜଣେ ଭଲ ଶିକ୍ଷକହିଁ ଆପଣଙ୍କ ଜୀବନକୁ ବାସ୍ତବ ରୂପ ଦେଇଥାଏ ତାହା ନୁହେଁ, ଅନେକ ସମୟରେ ଜଣେ ମହାନ ଶିକ୍ଷକଙ୍କ ଅନୁପସ୍ଥିତିରେ ମଧ୍ୟ ଆପଣ ଜୀବନକୁ ଗଢି ତୋଳିପାରିବେ, ଏବଂ ଅବହେଳାର ଶିକାର ହେବା ମଧ୍ୟ ଏକ ପ୍ରକାର ଭଲ ଯେତିକି କି ପ୍ରଶଂସା ପାଇବା” – ଜୁଲିଆ ରୋବର୍ଟ୍ସ।

ବରୁଣ ଚନ୍ଦ୍ରନଙ୍କ ପାଇଁ ଜୀବନ ହିଁ ସବୁଠାରୁ ବଡ ଶିକ୍ଷକ ଏବଂ ବଞ୍ଚି ରହିବାର ଆବଶ୍ୟକତା ତାଙ୍କ ପାଇଁ ସବୁଠୁ ବଡ ପ୍ରେରଣା ସାବ୍ୟସ୍ତ ହେଇଛି ।

ବରୁଣ ଚନ୍ଦ୍ରନ

ବରୁଣ ଚନ୍ଦ୍ରନ


ବର୍ତ୍ତମାନ ସେ ଜଣେ କୋଟିପତି। ସିଙ୍ଗାପୁର ରୁ ତାଙ୍କ ବୈଷୟିକ ସଂସ୍ଥା ଆରମ୍ଭ କରି ତାକୁ ପୃଥିବୀର ପ୍ରାୟ ସବୁ ଦେଶକୁ ସେ ପହଞ୍ଚାଇ ସାରିଛନ୍ତି। ନିଜ ପାଇଁ କେବଳ ଖାଦ୍ୟ ଯୋଗାଡ କରିବାର ଚେଷ୍ଟାରୁ ସାରା ପୃଥିବୀରେ ବିକାଶର ଏକ ଛାପ ପକେଇବା ପ୍ରାୟତଃ ଅସମ୍ଭବ। କିନ୍ତୁ ଏହା କରାଯାଇପାରିବ ବୋଲି ବରୁଣ ପ୍ରମାଣ କରିପାରିଛନ୍ତି।

ଯୁବଭାରତ ର କେବଳ ଏକ ପୃଷ୍ଠଭୂମି ନୁହେଁ ବରଂ ସାରା ବିଶ୍ଵରେ ବିକାଶର ଛାପ ପକେଇବାର ଏକ ଝଲକ ପାଇବାକୁ ଏହି କାହାଣୀକୁ ପଢନ୍ତୁ।

“କେରଳ, କୋଲ୍ଲମ ଜିଲ୍ଲାର ନିକଟବର୍ତୀ ଏକ ଛୋଟ ଗ୍ରାମ ପଦମରୁ ମୁ ଆସିଛି। ମୋ ବାପା ଜଣେ ଚାଷି, ପିଲା ବେଳୁ ମୁ କଠିନ ପରିଶ୍ରମ କରିବା ଶିଖି ଆସିଛି। ବାପାଙ୍କୁ ସବୁ କାମରେ ସାହାଯ୍ୟ କରିଆସିଛି। ଆମ ପାଖରେ ଖାଇବାକୁ ଯଥେଷ୍ଟ ଖାଦ୍ୟ ନଥାଏ ଏବଂ କେତେକ ସାଧାରଣ ଓ ନିହାତି ମୌଳିକ ଜିନିଷକୁ ନେଇ ଆମେ ଜୀବନ ନିର୍ବାହ କରୁଥିଲୁ। ଜୀବନ ଯାପନ ଓ ବଞ୍ଚି ରହିବାର ଆବଶ୍ୟକତା ଯୋଗାଡରେ ମୋର ପିଲାବେଳ ବିତିଛି। କିନ୍ତୁ ଏହାହିଁ ବାଧ୍ୟ କରିଥିଲା ମୋତେ ଉନ୍ନତିର ପଥରେ ଆଗେଇଯିବା ପାଇଁ। ମୁ ଶ୍ରମର ମୂଲ୍ୟ ହୃଦବୋଧ କରିପାରିଥିଲି।“ କୁହନ୍ତି ବରୁଣ। ବର୍ତ୍ତମାନ ବରୁଣଙ୍କୁ ୩୨ ବର୍ଷ ବୟସ ଏବଂ ସେ ‘Corporate 360’ ର ପ୍ରତିଷ୍ଟାତା। ଏହି କମ୍ପାନି ବର୍ତମାନ ଚାରିଟି ମହାଦେଶରେ କାମ କରୁଛି।

କେରଳର ଏକ ଗରୀବ ଚାଷୀ ପରିବାରରେ ଜନ୍ମ ନେଇଥିବା ବରୁଣ, ସବୁବେଳେ ଆଗକୁ ବଢିବାରେ ବ୍ରତୀ ଥିଲେ। ତାଙ୍କ ବାପା ମା ମାତ୍ର ପଞ୍ଚମ ଶ୍ରେଣୀ ଯାଏ ପଢିଥିଲେ ମଧ୍ୟ ବରୁଣଙ୍କୁ ଉଚ୍ଚ ଶିକ୍ଷା ଦେବାକୁ ଚାହୁଁଥିଲେ। ତାଙ୍କ ଗାଁ ନିକଟସ୍ଥ ପଠାଣପୁରମ ସହରର ଏକ ସ୍କୁଲରେ ତାଙ୍କ ନାମ ଲେଖା ହେଲା। ଅନବରତ କଠିନ ପରିଶ୍ରମ ଫଳରେ ବରୁଣ ନିଜ ସ୍କୁଲ St.Stephens HSS ପାଇଁ କ୍ରୀଡା କ୍ଷେତ୍ରରେ ଅନେକ ପୁରସ୍କାର ଓ ମେଡାଲ ହାସଲ କଲେ। ଦଶମ ଶ୍ରେଣୀ ସାରିବା ସମୟରେ ତାଙ୍କୁ କେରଳ ସରକାର ତରଫରୁ ଫୁଟବଲ ଖେଳିବା ପାଇଁ ସ୍କଲାର୍ଶିପ ମିଳିଥିଲା। ବରୁଣ କୁହନ୍ତି, “ସେ ସ୍କଲାର୍ଶିପ ମିଳିନଥିଲେ ମୁ ହୁଏତ ପାଠପଢା ଛାଡିଦେଇଥାନ୍ତି।"

ସରକାରୀ ଅଫିସରଙ୍କ ଠାରୁ ବରୁଣ ମେଡାଲ ଗ୍ରହଣ କରୁଛନ୍ତି

ସରକାରୀ ଅଫିସରଙ୍କ ଠାରୁ ବରୁଣ ମେଡାଲ ଗ୍ରହଣ କରୁଛନ୍ତି


ଯୁବ ଫୁଟବଲ ଖେଳାଳୀ ଭାବେ ସେ ସ୍ଵର୍ଣ ପଦକ ହାସଲ କରିଥିଲେ। ପରବର୍ତ୍ତୀ ସମୟରେ ସେ କେରଳ ଯୁବ ଓ କେରଳ ବିଶ୍ୱବିଦ୍ୟାଳୟ ଦଳର ଅଧିନାଯକ ଦାୟିତ୍ଵ ତୁଲେଇଥିଲେ।

ସେ ଯେତେବେଳେ ଫୁଟବଲ ପଡିଆରେ ଆହତ ହୋଇ ପଡିଲେ, ସେ ଦିନଠାରୁ ସେ ଫୁଟବଲ ଏବଂ କଲେଜରେ ପାଠପଢା ବନ୍ଦ କରି ଚାକିରି କରିବାକୁ ବାଙ୍ଗାଲୋରକୁ ଚାଲି ଆସିଲେ।ହେଲେ ଏହି ପଦକ୍ଷେପ ବିଲକୁଲ ସହଜ ନଥିଲା।

ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ପରିବାରକୁ ଟଙ୍କା ପଠେଇବାକୁ ତାଙ୍କ ଉପରେ ଚାପ ଥିଲା।“ମୋ ଆଇ ତାଙ୍କର ସୁନା ଚୁଡି ମୋତେ ଦେଇ ମୋତେ କହିଲେ, ଏହାକୁ ବିକ୍ରି କରି ଅନ୍ୟ କେଉଁଠି ଜୀବନ ନିର୍ବାହ କର।ମୁ ମୋର ଜିନିଷ ପତ୍ର ଧରି ଘର ଛାଡିଲି।ଅତୀତର ସ୍ମୃତିକୁ ମାନେ ପକାଇ କୁହନ୍ତି ବରୁଣ।

୨୦୦୨ ମସିହାରେ ବରୁଣ ଏକ ଛୋଟ ବ୍ୟାଗଓ କିଛି ଆଶା ନେଇ ବାଙ୍ଗାଲୋରକୁ ଆସି ବୈଷୟିକ କାର୍ଯ୍ୟ ଓ ଉଦ୍ୟୋଗ ସମ୍ପର୍କିତ ସମସ୍ତ ବିବରଣୀ ସେ ଇଣ୍ଟରନେଟ କାଫେରୁ ଜାଣିବାକୁ ପାଇଲେ।ଅବଶ୍ୟକତାକୁ ଅନୁଭବ କରି ଭଲ ଇଂରାଜୀ କହିବ ମଧ୍ୟ ଶିଖିଲେ। ସେ ଖଣ୍ଡେ ଇଂରାଜୀ ଶବ୍ଦକୋଷ କିଣି, ସର୍ବସାଧାରଣ ଲାଇବ୍ରେରୀରେ ବସି ସିଡନୀ ଶେଲ୍ଡନ ଓ ଜେଫେରୀ ଅର୍ଚରଙ୍କ ଉପନ୍ୟାସ ପଢୁଥିଲେ ଓ ଇଂରାଜୀ ଶିଖିବା ପାଇଁ CNN ଚ୍ୟାନେଲ ଦ୍ଖିବାକୁ ଲାଗିଲେ।

ଅନେକଗୁଡିଏ ବହି ପଢି, ନିଜ ଗାଁ ଠାରୁ ବାହାର ଦୁନିଆକୁ ଜାଣିବାର ସୁଯୋଗ ପାଇଲେ ବୋଲି ବରୁଣ କୁହନ୍ତି।ସେ କେବଳ ଉପନ୍ୟାସ ନୁହେଁ ଅନ୍ୟାନ୍ୟ ବିଷୟ ଉପରେ ମଧ୍ୟ ପୁସ୍ତକ ଅଧ୍ୟୟନ କରି ଉଦ୍ୟୋଗ ଜଗତର ସାରା ବିଶ୍ଵ ଉପରେ ଆଖି ପକେଇବା ଆରମ୍ଭ କରିଦେଲେ।

ପଦମ ଗାଁ

ପଦମ ଗାଁ


“ପିଲାଟି ଦିନରୁ ଫୁଟବଲ ଖେଳାଳି ଆଇ ଏମ ବିଜୟନଙ୍କ ଠାରୁ ମୁ ପ୍ରେରଣା ପାଇଥିଲି।ସେ ମୋ ପାଇଁ ଭଗବାନ ସମାନ। ସେ ରାସ୍ତା କଡରେ ଜୀବନଯାପନ ଠାରୁ ଆରମ୍ଭ କରି ବୁଲି ବୁଲି ସୋଡା, ଚିନାବାଦାମ ବିକିବା ଭଳି କାମରୁ ନିଜକୁ ଜଣେ ଭାରତର ଖ୍ୟାତନାମା ଫୁଟବଲ ଖେଳାଳୀରେ ପରିଣତ କରିପାରିଥିଲେ। ମୁଁ ଭାବେ ଯଦି ସେ ଏତେ ବାଧା ବିହନ ମଧ୍ୟରେ ନିଜକୁ ପ୍ରତିଷ୍ଟିତ କରିପାରିଲେ ତେବେ ମୁଁ କାହିଁକି ପାରିବି ନହିଁ।" କୁହନ୍ତି ବରୁଣ।

ବାଙ୍ଗାଲୋର ରେ ଚାକିରି କଲି, କାଫେ ରୁ ଇଣ୍ଟରନେଟ ଜରିଆରେ ଅନେକ କିଛି ଶିଖିଲି। ମୋର ବିଶ୍ଵାସ ହେଲା ଯେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ।ବାସ୍ତବରେ ବର୍ତ୍ତମାନ ନେଟ ଜରିଆରେ ଏତେ ସବୁ ତଥ୍ୟ ମିଳିପାରୁଛି, ଆପଣ ସହଜରେ ଅନେକ କିଛି ଶିଖିପାରିବେ।ଆମେ ଶିଖିବାକୁ ଚାହିଁଲେ ସବୁକିଛି ମିଳିପାରୁଛି।

ଆଗକୁ ବଢିବା ଉତ୍ସାହ ନେଇ ସେ କିଛି ବର୍ଷ ବାଙ୍ଗାଲୋରରେ ଚାକିରୀ କାଲେ ଓ ପରେ ସିଂଗାପୁରରେ ଅନ୍ୟ ଏକ ଚାକିରୀରେ ଯୋଗ ଦେଲେ। “ସୁଯୋଗ ଦୃଷ୍ଟିରୁ ସିଂଗାପୁର ସହର ମୋର ଆଖି ଖୋଲିଦେଲା” କୁହନ୍ତି ବରୁଣ। ନିଜ ଚାକିରୀକୁ ସହଜ କରିବା ପାଇଁ ସେ ଏକ ସଫ୍ଟୱେର କୋଡିଙ୍ଗ କରିବା ଆରମ୍ଭ କରିଦେଲେ।

ଏବଂ ଏହି ପ୍ରଚେଷ୍ଟାରୁ ହିଁ ତାଙ୍କର ଉଦ୍ୟମ କର୍ପୋରେଶନ ଏନଜିଓ ଆରମ୍ଭ ହେଲା।ମୁଁ ଦେଖିଲି ମୋ ଚାରିପଟେ ଲୋକମାନେ ଅନେକ ଡାଟା ଗୁଡିକୁ ନେଇ ରହିଥିବା ସମସ୍ୟା ସମ୍ପର୍କରେ କଥା ହେଉଛନ୍ତି।ସେମାନେ ମୋତେ ପଚାରନ୍ତି, କମ୍ପାନୀର ବିକାଶ ଓ ଅଧିକ ବିକ୍ରି ପାଇଁ ଆମେ ଏତେ ଡାଟାକୁ କିପରି ୱେବସାଇଟ ରେ ରଖିପାରିବୁ।

ତାଙ୍କ କମ୍ପାନୀ ବୈଷୟିକ ଜ୍ଞାନଶିଳ୍ପ ପାଇଁ ଏକ ଅଭିନବ ବିକ୍ରି ସଫ୍ଟୱେର ଆରମ୍ଭ କଲା। ବିଶ୍ଵର କେତେକ ବୃହତ IT କମ୍ପାନୀ ଓ ଜ୍ଞାନକୌଶଳ ହେଉଛନ୍ତି C ଏନଜିଓ ର ଗ୍ରାହକ। “ଅନେକ କମ୍ପାନୀ ବଡ ବଡ ଡାଟା ଓ ବଜାରର ପୂର୍ବ ଅନୁମାନକୁ ନେଇ ବିଶ୍ଳେଷଣ ପଦ୍ଧତି ସମ୍ପର୍କରେ ଚିନ୍ତିତ ଥିଲେ। କିନ୍ତୁ ତାକୁ ଶିଳ୍ପ ଭିତ୍ତିକ ଢଙ୍ଗରେ ବିକଶିତ କରି ପାରିନଥିଲେ। ସେମାନଙ୍କ ପ୍ରଚଳିତ ବ୍ୟବସ୍ଥାରେ ବହୁମୂଖୀ ଡାଟା ଓ ବେବସିତର ବ୍ୟବହାର ଯୋଗୁ ଡାଟା ଗୁଡିକ ଛିନଛତ୍ର ହେଇ ଯାଉଥିଲା। ବରୁଣ କହିଲେ ଆମେ ସେସବୁ ଡାଟାକୁ ଶିଳ୍ପ ଭିତ୍ତିକ ଢଙ୍ଗରେ ଗ୍ରାହକ ମାନଙ୍କ ପାଇଁ ବିକ୍ରିର ପ୍ରାସଙ୍ଗିକତାକୁ ନେଇ ସଜାଇ ରଖିଲୁ। ଫଳରେ ସେମାନେ ତାଙ୍କର ଉତ୍ପାଦନକୁ ଉଚ୍ଚ ମାନର ଲକ୍ଷ୍ୟଭିତ୍ତିକ ବିକ୍ରି ଅଭିଯାନ ବଳରେ ସଠିକ ଲୋକ ପାଖକୁ ସଠିକ ସମୟରେ ସଠିକ ବାର୍ତ୍ତା ନେଇ ପହଞ୍ଚିପାରିଲେ।“

ଆମର ଅଗ୍ରଣୀ ଉତ୍ପାଦ ହେଲା ଟେକ ସେଲ୍ସ କ୍ଲାଉଡ ସଫ୍ଟୱେର। ଏହା ଦ୍ଵାରା ଆଇ ଟି ବିକ୍ରୟକାରୀ ମାନେ ବଡ ବଡ ଡାଟାକୁ ନେଇ ପ୍ରସ୍ତୁତ ସଂକ୍ଷିପ୍ତ ବିକ୍ରି ଅଭିଯାନର ଡାଟା ସେବା ପାଇପାରିଲେ।ଏଥିରେ ବିକ୍ରି ପ୍ରଣାଳୀ,ବଜାରର ଭବିଷ୍ୟତ ସ୍ଥିତି ଅନୁମାନ ଓ ସମୀକ୍ଷା, ପ୍ରତିଯୋଗୀତା ମୂଳକ ସତର୍କତା, ଯୋଗାଯୋଗର ସତର୍କତା, ୱେବର ଅନୁଶୀଳନ ତଥା ଆଇଟି ଗବେଷଣା ଅଡିକୁ ମଧ୍ୟ ସାମିଲ କରାଗଲା।

image


କମ୍ପାନୀମାନେ CRM ତଥା ସ୍ଵୟଂଚାଳିତ ବିକ୍ରି ସରଞ୍ଜାମ ଦିଗରେ ବଡ ଧରଣର ପୁଞ୍ଜି ନିବେଶ କଲେ।କିନ୍ତୁ ସଠିକ ଡାଟା ପୂରଣ କଳା ପରେ ଏହି ପଦ୍ଧତି ଟି ଖୁବ ପ୍ରଭାବଶାଳୀ ପ୍ରମାଣିତ ହେଲା। ସର୍ବାଧିକ ଆରଓଆଇ ପାଇବାକୁ, ବର୍ତ୍ତମାନର ପୁଞ୍ଜିନିବେଶ, ଅଧିକ ବିକ୍ରୀ ସତର୍କ ଡାଟା ସୃଷ୍ଟି କରିବା ସହ ଏହା ବିକ୍ରି ବଢାଇବାରେ ମଧ୍ୟ ସହାୟକ ହେଲା। ଆମେ ଅନୁଭବ କଲୁ ଯେ ବିକ୍ରେତା ମାନେ ସେମାନଙ୍କ ଲକ୍ଷ୍ୟଭିତ୍ତିକ ବଜାରରେ ଘଟୁଥିବା ନିୟମିତ ପରିବାର୍ତ୍ତାଙ୍କୁ ଜାଣିବା ପାଇଁ ସଂଗ୍ରାମ କରୁଛନ୍ତି। ଫଳରେ ଖୁବ କମ ROI ପାଇଁ ସେମାନେ ନିଜର ମାର୍କେଟିଂଗ ବଜେଟର ଏକ ବଡ ଅଂଶ ଖର୍ଚ କରୁଛନ୍ତି। ତେଣୁ ଆମେ ଏହି ସମସ୍ୟାର ସମାଧାନ ବାହାର କରିବାକୁ ସ୍ଥିର କଲୁଆ ଏବଂ ବୈଷୟିକ ଜ୍ଞାନ ବିକ୍ରେତାମାନଙ୍କ ପାଇଁ ସର୍ବପ୍ରଥମ ଥର ପାଇଁ “Data is a service” ନାମକ ମତବାଦର ପ୍ରଚାଳନ କଲୁ। ବର୍ତ୍ତମାନ ସେଲ୍ସ କ୍ଲାଉଡ ଆଇ ଟି ବିକ୍ରି ପ୍ଲାଟଫର୍ମ, ନିୟମିତ ଗ୍ରାହକ ମଡେଲ ରେ ରିୟଲ ଟାଇମ ଡାଟା ରିଫ୍ରେଶ ତଥା ଏକାନ୍ତ ଭାବରେ ଡାଟା ପରିଚାଳନା ସେବା ପାଇଁ ଉପଲବ୍ଧ ହେଇ ପାରୁଛି।

ଦୁଇ ବର୍ଷର ପୁରୁଣା କମ୍ପାନୀ ନିକଟରେ ନିୟୁତ ଡଲାରର ବ୍ୟବସାୟକୁ ଅତିକ୍ରମ କରି ସାରିଛି ଏବଂ ଆଗକୁ ଏକ ବଡ ଧରଣର ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଯାଉଛି। ୨୦୧୫ ସେଶ ସୁଦ୍ଧା ଏହି ଲକ୍ଷ ୫ ନିୟୁତ ଡଲାରରେ ପହଞ୍ଚିବାର ଲକ୍ଷ ରଖିଛି ଏବଂ ଏହାର ଟିମକୁ ବଢାଇ ଆମେରିକା ତଥା ଇଉରୋପରେ ଏହାର ନୂତନ ଶାଖା କାର୍ଯ୍ୟ।ଲୟ ଖୋଲିବାର ଯୋଜନା ଅଛି। “କେତେକ ବଡ ଧରଣର ବ୍ୟବସାୟୀକ ସଂସ୍ଥା ଉଚ୍ଚ ଦରରେ ଆମର ଉତ୍ପାଦ କିଣିବାଉ ଇଚ୍ଛା ପ୍ରକାଶ କରିଛନ୍ତି। କିନ୍ତୁ ଆମ ମତ ଏହାଠାରୁ ଭିନ୍ନ ଅଟେ। ଆମେ ଯାହା କରୁଛୁ ତାକୁ ଖୁବ ଭଲ ପାଉ ଏବଂ ନିଜର ସ୍ଵପ୍ନ ନେଇ ବଞ୍ଚିବାକୁ ଚାହୁଁ।“

ବରୁଣ ନିଜ ସହର କେରଳର ପଠାଣପୁରମ ଠାରେ ମଧ୍ୟ ନିଜ ସଂସ୍ଥାର ଏକ ଅଫିସ ଖୋଲିଛନ୍ତି। "ମୋ ସହରର ଲୋକଙ୍କ ପାଇଁ ସୁଯୋଗ ସୃଷ୍ଟି କରିବାକୁ ମୁଁ ଚାହେଁ। ଆମ ପାଖରେ ତୀକ୍ଷଣ ବୁଦ୍ଧିର ଅଭାବ ନାହି କିନ୍ତୁ ସୁଯୋଗର ଅଭାବ ରହିଛି। ମୋ ଭଳି ଆହୁରି ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି କାମକୁ ଆହୁରି ଆଗେଇ ନେବେ। ମୁ ସେମାନଙ୍କୁ ଖୋଜୁଛି। ଆମେ ଏକ ଗର୍ହିତ ଓ ଉତ୍ସର୍ଗୀକୃତ ଦଳ ସେଠାରେ ଗଠନ କରିପାରିଛୁ।" କହିଲେ ବରୁଣ।

ଜୀବନଯାତ୍ରାର ଏକ ଅଧ୍ୟାୟ ସଂପୂର୍ଣ୍ଣ କଲା ପରେ ବରୁଣ ନିଜର ଅନୁଭୂତିରୁ କୁହନ୍ତି : ଉତ୍ସାହୀ ହୁଅନ୍ତୁ ଓ ଆଗକୁ ଦେଖିବାର ଅଭ୍ୟାସ କରନ୍ତୁ, ସବୁକିଛି ସମ୍ଭବ ହୋଇ ପାରିବ। ଏହା ଏକ ଅନବରତ ପ୍ରକ୍ରିୟା କିନ୍ତୁ ଆମେ ଆମର ପ୍ରତିଟି ଦିନ ଗଠନମୂଳକ କରିବାକୁ ଶିଖିବା ଉଚିତ।