ଭିନ୍ନକ୍ଷମମାନଙ୍କର ଅଭିନ୍ନକ୍ଷମ ଦକ୍ଷତା

ଭିନ୍ନକ୍ଷମମାନଙ୍କର ଅଭିନ୍ନକ୍ଷମ ଦକ୍ଷତା

Thursday November 05, 2015,

4 min Read

ଦୁଇ ବର୍ଷ ତଳର କଥା। ବୋଷ୍ଟନର ଏକ ହାଡଥରା ଶିତୁଆ ସକାଳରେ ମୁ ଆଉ ମୋ ସ୍ତ୍ରୀ ଦୃଷ୍ଟିହୀନଙ୍କ ପାଇଁ ଆୟୋଜିତ ଏକ ନିଯୁକ୍ତିମେଳାର ଚିତ୍ର ଉତ୍ତୋଳନ କରିବା ପାଇଁ ଆମନ୍ତ୍ରିତ ହେଇଥିଲୁ, " କୁହନ୍ତି ଶୁଭାଶିଷ ଆଚାର୍ଯ୍ୟ; ପ୍ରତିଷ୍ଠାତା, ଷ୍ଟାର ଫିସ ଫାଉଣ୍ଡେସନ।

Soumita and Subhashish

Soumita and Subhashish


ନିମନ୍ତ୍ରଣ ରକ୍ଷା କରିବାକୁ ଯାଇ ସେଦିନ ଶୀତୁଆ ସକାଳ ଘନ କୁହୁଡି ସତ୍ତ୍ୱେ ଆମେ ବାହାରି ପଡିଲୁ ମେଳା ଅଭିମୁଖେ । ଆଉ ମେଳାରେ ପହଁଚି ମୁଁ ଯାହା ଦେଖିଲି ତାହା ମୋତେ ଭାରି ଆଶ୍ଚର୍ଯ୍ୟ କରିଥିଲା । ପ୍ରୟ ୨୦୦ରୁ ଉର୍ଦ୍ଧ ଦୃଷ୍ଟିହିନ ବ୍ୟକ୍ତି ହାତରେ ଖଣ୍ଡିଏ ଖଣ୍ଡିଏ ବାୟୋଡାଟା ଧରି ଲମ୍ବା ଧାଡିରେ ସାକ୍ଷାତକାର ଦେଉଛନ୍ତି ।ଏବଂ ସେମାନେ ନିଜର ଦକ୍ଷତାକୁ ବିନା ଦ୍ୱିଧାରେ ନିଯୁକ୍ତି ଦାତା ଆଗରେ ପ୍ରଦର୍ଶିତ କରୁଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ସେହି ଦୃଷ୍ଟିହୀନମାନଙ୍କ ମଧ୍ୟରୁ ପ୍ରୟ ୧୫୦ ଜଣ ବିଭିନ୍ନ କର୍ମ ସଂସ୍ଥାରେ ନିଯୁକ୍ତି ପାଇବାପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଯାହା ମୋତେ ଭାରି ଚକିତ କରିଥିଲା । ଭିନ୍ନକ୍ଷମ ମାନଙ୍କୁ ଠାରୁ ସଦାର୍ବଦା ଉକ୍ତୃଷ୍ଟ ମନେ କରୁଥିବା ସାଧାରଣ ମନୁଷ୍ୟଟିଏ ଯଦି ଏଠି ଏମାନଙ୍କର କାର୍ଯ୍ୟ ଦକ୍ଷତାକୁ ଦେଖିପାରିଥାନ୍ତା ତାହାହେଲେ ସେ ଠିକ ବୁଝିପାରନ୍ତା ଯେ ସେମାନେ ବି କୈଣସି ଗୁଣରେ କମନୁହଁନ୍ତି । ଆମେ ଯାହାକୁ ଭିନ୍ନକ୍ଷମ ବୋଲି ଭାବୁ ସେମାେନେ ଭିନ୍ନ ନୁହଁନ୍ତି । ଏମାନେ ବି ଆମ ଭଳି ସକ୍ଷମ। ଏହି ଦୃଷ୍ଟିହୀନ ମାନେ ଆଗାମି ପିଢୀ ପାଇଁ ପ୍ରେରଣାର ଉତ୍ସ ବୋଲି ଭିନ୍ନକ୍ଷମମାନଙ୍କୁ ଅଭିନ୍ନକ୍ଷମ ଭାବେ ଗଢିତୋଳି ଥିବା ଷ୍ଟାର ଫିସ ଅନୁଷ୍ଠାନର ପ୍ରତିଷ୍ଠାତା ସୁଭାଶିଷ କୁହନ୍ତି ।

ଅଛୁଆଁ କର୍ମବାହିନୀ

ଆମ ଦେଶରେ ଜନସଂଖ୍ୟା ଯେଉଁ ହାରରେ ବୃଦ୍ଧି ପାଉଛି ସେହି ଅନୁପାତରେ ନିଯୁକ୍ତି ସୃଷ୍ଟି ହୋଇପାରୁନାହିଁ । ଫଳରେ ଚାକିରୀ କ୍ଷେତ୍ରରେ ତୀବ୍ର ପ୍ରତିଯୋଗିତା ଦେଖାଦେଉଛି । ଯାହା ଯୁବ ଗୋଷ୍ଠୀଙ୍କୁ ବେସରକାରୀ ଚାକିରୀ କରିବାପାଇଁ ବାଧ୍ୟ କରାଉଛି । ତେବେ ବେସରକାରୀ ନିଯୁକ୍ତି କ୍ଷେତ୍ରରେ ଅଭିଜ୍ଞତାକୁ ନିଯୁକ୍ତିର ମାନଦଣ୍ଡ ଭାବେ ଗ୍ରହଣ କରାଯାଏ । ଯାହାକି ଭିନ୍ନକ୍ଷମମାନଙ୍କ ପାଇଁ ସୃଷ୍ଟି କରେ ସଂଙ୍କଟ । ଭିନ୍ନକ୍ଷମଙ୍କର ଶିକ୍ଷାଗତ ଯାଗ୍ୟତା ଥିଲେ ମଧ୍ୟ ଅନଭିଜ୍ଞତା କରଣରୁ ବିଭିନ୍ନ କ୍ଷେତ୍ରରୁ ସେମାନଙ୍କୁ ବାଦ ଦିଆଯାଏ । ପୃଥିବୀରେ ପ୍ରାୟ ୨୫୦ ମିଲିୟନ ଦୃଷ୍ଟିହୀନ ବସବାସ କରୁଛନ୍ତି । ଯାହାର ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଯୁକ୍ତରାଷ୍ଟ୍ର ଆମେରିକାରେ ବସବାସ କରୁଥିବା ସମସ୍ତ ଦୃଷ୍ଟିହୀନମାନଙ୍କ ପାଇଁ ସୋସିଆଲ ସିକ୍ୟୁରିଟ ଆଡମିନିଷ୍ଟ୍ରେଟିଭ ଭଳି ସମାଜସେବୀ ସଂସ୍ଥା ସେମାନଙ୍କର ପ୍ରାୟ ୮୦ ପ୍ରତିଶତ ଖର୍ଚ୍ଚ ବହନ କରୁଛି । ହେଲେ ଏହି ସୁବିଧା ସମସ୍ତ ଦୃଷ୍ଟିହୀନ ମାନଙ୍କୁ ଯୋଗାଇ ଦେବା ସମ୍ଭବ ନୁହଁ । ବାସ୍ତବରେ ଏହିଭଳି ପଦକ୍ଷପ ସେମାନଙ୍କର ମୁହଁରେ ହସ ଫୁଟାଇ ପାରିବ ନାହିଁ । ଏମାନଙ୍କ ପାଇଁ କର୍ମ ନିଯୁକ୍ତି ସୃଷ୍ଟି କରିବାା ଏବଂ ଦୃଷ୍ଟିହୀନମାନଙ୍କୁ ସ୍ଵାବଲମ୍ବି କରିପାରିଲେ ତାହା ଏମାନଙ୍କ ପାଇଁ ଉଚିତ ପଦକ୍ଷେପ ହେବ ।

image


ଏହି ଭଳିି ମହତ୍ୱକାଂକ୍ଷି ସଂସ୍ଥା ବିଷୟରେ ଅଧିକ ଜାଣିବାପାଇଁ ଆମେ ପହଁଚିଥିଲୁ ସୁଭାଶିଷଙ୍କ ପାଖରୋ ସେ କହି ଥିଲେ- "ଷ୍ଟାର ଫିସ ସଦାସର୍ବଦା ଯୋଗ୍ୟତା ସଂମ୍ପନ୍ନ ବ୍ୟକ୍ତିଙ୍କ ପାଇଁ ଖୋଲା । ଆମ ଅନୁଷ୍ଠାନର ସଫଳତାକୁ ସୁଦୁରପ୍ରସାରି କରିବା ପାଇଁ ଆମେ ପ୍ରତି ସପ୍ତାହରେ ଦକ୍ଷତା ବୃଦ୍ଧି ତାଲିମ ଶିବିର ଆୟୋଜନ କରୁଛୁ । ଏତେ ବଡ ଅନୁଷ୍ଠାନ ହୋଇଥିଲେ ମଧ୍ୟ ଆମେ କାହାରିଠାରୁ ଅନୁଦାନ ଗ୍ରହଣ କରୁନା । ଆମ ସଂସ୍ଥାର ମୁଖ୍ୟ ଆହ୍ୱାନ ହେଉଛି ମାଛକୁ ଦାନା ଦେବା ଅପେକ୍ଷା ମାଛ ହୋଇ ଦାନା ଖାଇବା । ଅର୍ଥାତ୍ କାହାଠାରୁ ଅନୁଦାନ ଆଶା କରିବା ଅପେକ୍ଷା ପରିଶ୍ରମି ହୋଇ ନିଜେ ଆୟ କରିବାକୁ ଶ୍ରେୟସ୍କର ମନେକରୁ"।

ଷ୍ଟାର ଫିସ୍ ସମ୍ବନ୍ଧରେ ଏତେ ସବୁ ଜାଣିବା ପରେ ବି ମୋ ମନରେ କାହିଁକି କେଜାଣି ଅଧିକ ଜିଜ୍ଞାସା ସୃଷ୍ଟି ହେଲା । ପୂର୍ବରୁ ମୁଁ ଜାଣିଥିଲି ଏଠି କାର୍ଯ୍ୟରତ ସମସ୍ତ ବ୍ୟକ୍ତି ଦୃଷ୍ଟିହୀନ। ହେଲେ ଏହା ଜାଣିନଥିଲି ଯେ ଏମାନଙ୍କ ମଧ୍ୟରୁ ଅଧିକାଂଶ ଅଶିକ୍ଷିତ । ସେମାନଙ୍କ ପାଖରେ ନାଁ ଅଛି କୌଣସି ଡିଗ୍ରୀ ନା ଅଛି କୌଣସି ଉଚ୍ଚ ଶିକ୍ଷାଗତ ଯୋଗ୍ୟତା। ନିଜର କଠିନ ପରିଶ୍ରମ, ଦୃଢ ଇଚ୍ଛାଶକ୍ତି ଏବଂ ଅଦମ୍ୟ ଚେଷ୍ଠା ବଳରେ ଏମାନେ ଆଜି ସଫଳ ହୋଇପାରିଛନ୍ତି। ମୁଁ ଜାଣିଲି ସଫଳତା କୌଣସି ଶିକ୍ଷାଗତ ଯୋଗ୍ୟତାରେ ଭିତରେ ସିମୀତ ନଥାଏ, ଥାଏ ତ କେବଳ କାର୍ଯ୍ୟ କରିବାର ଦୃଢ ଇଚ୍ଛାଶକ୍ତି ଓ ମନୋବଳରେ ।

ଷ୍ଟାରଫିସ ଶିଳ୍ପ ଗୁଡିକର ଚାହିଦା ମୁତାବକ କୁଶଳୀ ଶ୍ରମିକ ସୃଷ୍ଟି କରିପାରୁଛି । ଏହା ୫ ବର୍ଷରେ ୧୦୦୦ ଜଣଙ୍କୁ ତାଲିମ ଅର୍ନ୍ତଭୁକ୍ତ କରିବା ପାଇଁ ଲକ୍ଷ୍ୟ ରଖିଛିା ଏହା ବ୍ୟତୀତ ଷ୍ଟାରଫିସ ମୁଖ୍ୟତଃ ୪ଟି ବିଶେଷ ଦିଗ ଉପରେ ଗୁରୁତ୍ୱାରୋପ କରିଆସୁଅଛି ।

୧- ମାନବ ସମ୍ବଳିତ ତଥ୍ୟ ଭିତିକ ମେସିନ ସୃଷ୍ଟି

ଜଗତିକରଣ ପ୍ରଭାବ ଫଳରେ ଦେଶଦେଶ ଓ ରାଜ୍ୟରାଜ୍ୟ ମଧ୍ୟରେ ବାଣିଜ୍ୟ କାରବାର ବୃଦ୍ଧି ପାଉଛି । ଜଣେ ଉଦ୍ୟୋଗୀ ଅନ୍ୟ ଉଦ୍ୟୋଗୀଙ୍କ ସହ କାରବାର କରିବା ପୂର୍ବରୁୁ ଉଭୟ କମ୍ପାନୀ ଓ ବ୍ୟକ୍ତିଗତ ତଥ୍ୟର ଆବଶ୍ୟକତା ପଡିଥାଏ । ଏହାକୁ ଦୃଷ୍ଟିରେ ରଖି ଷ୍ଟାରଫିସ ବଡବଡ କମ୍ପାନୀମାନଙ୍କ ସହ ହାତମିଶାଇ ଏକ ମାନବ ସମ୍ବଳିତ ତଥ୍ୟଭିତିକ ମେସିନ ସୃଷ୍ଟି କରିବାରେ ସଫଳ ହୋଇଛିା

୨- ରାଇଟିଂ ଓ ପ୍ରୁଫ୍ ରିଡିଂ

ବିଭିନ୍ନ ପତ୍ର୍ରପତ୍ରିକା ସଂସ୍ଥା ହେଉ ଅବା ଅଫିସରେ ଲେଖା ବା ଆର୍ଟିକିଲ ଗୁଡିକୁ ସଜାଡିବା ପାଇଁ ଜଣେ ରାଇଟର ଓ ପ୍ରୁଫ୍ ରିଡରର ଆବଶ୍ୟକତା ପଡିଥାଏ । ଦୃଷ୍ଟିହୀନ ମାନେ ସ୍କ୍ରିନ ରିଡର ସାହାଯ୍ୟରେ ଏହାକୁ ଅତି ସହଜରେ ସମ୍ପାଦିତ କରିପାରୁଛନ୍ତିା ଫଳରେ ପ୍ରୁଫ ରିଡର ଭାବେ ବିଭିନ୍ନ କର୍ମସଂସ୍ଥାନରେ ନିଯୁକ୍ତି ପାଇପାରୁଛନ୍ତି ।

୩- ବୋରହୋଲ ତଥ୍ୟ

ବିଭିନ୍ନ ଐତିହାସିକ କୀର୍ତ୍ତିରାଜି ବା ପ୍ରତ୍ନତାତ୍ତ୍ଵୀକ ଖନନ ପାଇଁ ବୋରହୋଲ ତଥ୍ୟର ଆବଶ୍ୟକତା ପଡିଥାଏ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଷ୍ଟାରଫିସର ତାଲିମପ୍ରାପ୍ତ ଦୃଷ୍ଟି ହୀନମାନେ ପ୍ରାୟ ୯୦ ପ୍ରତିଶତ ବୋରହୋଲ ତଥ୍ୟକୁ ମୁଖସ୍ଥ କରିଛନ୍ତିା 

୪- ନିଯୁକ୍ତି ଏବଂ ସୋର୍ସିଂ ସେବା

ନିଯୁକ୍ତି କ୍ଷେତ୍ରରେ ପ୍ରତିଯୋଗିତା ବୃଦ୍ଧି ପାଉଥିବାରୁ ବିଭିନ୍ନ ପ୍ରକାର ନିଯୁକ୍ତି ଏଜେନ୍ସି ଗଢିଉଠିଛି । ଏହି ଏଜେନ୍ସିମାନଙ୍କୁ ନିଯୁକ୍ତି ଭିତ୍ତିକ ସୂଚନା ଦେବା ପାଇଁ ଅନେକ ସମୟରେ ପ୍ରାର୍ଥୀଙ୍କ ଆବଶ୍ୟକତା ପଡୁଛି । ଷ୍ଟାରଫିସ୍ ଦୃଷ୍ଟିହୀନମାନେ ଏହି କାର୍ଯ୍ୟକୁ ଆପଣେଇ ବେଶ ଦିପଇସା ରୋଜଗାର କରୁଛନ୍ତିା

ଷ୍ଟାରଫିସର ଏହି ଭିନ୍ନକ୍ଷମମାନେ ଦେଶବିଦେଶରେ କାର୍ଯ୍ୟ କରିବା ସହ ଅନୁଷ୍ଠାନର ନାଁକୁ ଗୌରବାନ୍ୱିତ କରିଛନ୍ତି। ଦୃଷ୍ଟିହୀନମାନେ ବିଭିନ୍ନ କ୍ଷେତ୍ରରେ କର୍ମନିଯୁକ୍ତି ପାଇ ଏକ ଲକ୍ଷ ଡଲାରରୁ ଅଧିକ ପାଣ୍ଠି ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛନ୍ତି । ଶୁଭାଶିଷଙ୍କ କହିବା ଅନୁଯାୟୀ ଜଣେ ଅଦମ୍ୟ ଚେଷ୍ଟା ଓ ବିଶ୍ଵାସ ବଳରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବ । ବାସ୍ତବରେ ଷ୍ଟାରଫିସ ଦ୍ୱାରା ତାଲିମପ୍ରାପ୍ତ ଦୃଷ୍ଟିହୀନମାନେ ସମାଜରେ ଏକ ପ୍ରେରଣାର ଉତ୍ସ ଭାବେ ଉଭା ହୋଇଛନ୍ତି ।