କାଶ୍ମୀରର ଝିଅଙ୍କ ପାଇଁ ରୋଲ ମଡ଼େଲ ସାଜିଛନ୍ତି କ୍ରିକେଟ କୋଚ ସକୀନା ଅଖତର

କାଶ୍ମୀରର ଝିଅଙ୍କ ପାଇଁ ରୋଲ ମଡ଼େଲ ସାଜିଛନ୍ତି କ୍ରିକେଟ କୋଚ ସକୀନା ଅଖତର

Wednesday December 28, 2016,

2 min Read

ଆଖିରେ ସ୍ଵପ୍ନ ଆଉ ମନରେ ଅନେକ ଆଶା ନେଇ ସକୀନା ଅଖତର ଦିନେ ଭାରତ ପାଇଁ କ୍ରିକେଟ ଖେଳିବାକୁ ଚାହିଁଥିଲେ। କିନ୍ତୁ ତାଙ୍କର ପରିବାରରୁ କୌଣସି ପ୍ରୋତ୍ସାହନ ନପାଇବାରୁ ତାଙ୍କର ସ୍ଵପ୍ନ ସ୍ଵପ୍ନରେ ହିଁ ରହି ଯାଇଥିଲା। କିନ୍ତୁ ତାଙ୍କର କ୍ରିକେଟ ପ୍ରତି ଭଲ ପାଇବା ଓ ନିଶା ସେ ଛାଡ଼ି ପାରିଲେ ନାହିଁ। ଅନେକ ବାଧାବିଘ୍ନର ସାମନା କଲେ ସତ କିନ୍ତୁ କ୍ରିକେଟ ନିଶା ଛାଡିଲେ ନାହିଁ ଓ ଗତ ଆଠ ବର୍ଷ ହେଲା କାଶ୍ମୀର ବିଶ୍ୱବିଦ୍ୟାଳୟରେ କ୍ରିକେଟ କୋଚ ଭାବରେ କାମ କରୁଛନ୍ତି। ଦେଶର କିଛି ଭାବୀ ସୁପରଷ୍ଟାରଙ୍କୁ ଗଢିବାରେ ଏକ ମୁଖ୍ୟ ଭୂମିକା ନିଭାଉଛନ୍ତି।

Source : <a href=

Source :

The Tribunea12bc34de56fgmedium"/>

ଶ୍ରୀନଗରର ମୁନୱାରାବାଦ ଅଞ୍ଚଳର ବାସିନ୍ଦା ସକୀନା କେବେ ଭାବିପାରିନଥିଲେ ଯେ ସେ କ୍ରିକେଟ ରେ ହିଁ ଏକ କ୍ଯାରିଅର ଗଢିପାରିବେ। କିନ୍ତୁ ଆଜି ସେ କାଶ୍ମୀରରେ ଥିବା ଏକମାତ୍ର ତାଲିମପ୍ରାପ୍ତ କୋଚ। ସେ ଏବେ ରାଜ୍ୟର U-୧୯ ମହିଳା ଦଳଙ୍କୁ ତାଲିମ ଦେଉଛନ୍ତି।

"ମୁଁ ପିଲାବେଳେ ଆମ ଅଞ୍ଚଳରେ ଥିବା ପୁଅ ମାନଙ୍କ କ୍ରିକେଟ ଦଳ ସହ ମିଶି ଖେଳୁଥିଲି। ସେହି ସମୟରେ ମୁଁ କ୍ରିକେଟ ବିଷୟରେ ସବୁ ଶିଖିଲି।“

ସକୀନା Kashmirlifeକୁ ଏକ ସାକ୍ଷାତକାରରେ କୁହନ୍ତି। କିନ୍ତୁ ଉଚ୍ଚମାଧ୍ଯମିକ ଶ୍ରେଣୀରେ ପଢିବା ପରେ ତାଙ୍କୁ ଖେଳ ଛାଡ଼ିବାକୁ ପଡିଲା। ଝିଅପିଲାଙ୍କ କ୍ରିକେଟ ଖେଳିବାକୁ ଭଲ ନଜରରେ ଦେଖାଯାଉନଥିଲା। କିନ୍ତୁ ପରେ ଯାଇ ସେ ସ୍କୁଲର କ୍ରିକେଟ ଟିମରେ ଖେଳିଲେ ଓ ଇଣ୍ଟର ସ୍କୁଲ, ଜିଲ୍ଲା ଓ ରାଜ୍ୟ ସ୍ତରର ବିଭିନ୍ନ ମ୍ଯାଚରେ ଖେଳି ଅନେକ ସୁନାମ ଅର୍ଜନ କଲେ। ୧୯୯୮ରେ ସକୀନା ତାଙ୍କର ପ୍ରଥମ U-୧୯ ମ୍ଯାଚ ଖେଳିଲେ ଏବଂ ସେଥିପାଇଁ ତାଙ୍କୁ ସର୍ବୋତ୍ତମ ବୋଲର ଓ ସର୍ବୋଚ୍ଚ ରନ କରିଥିବାରୁ ‘Woman of the Series’ ପୁରସ୍କାର ମିଳିଥିଲା।

ଶ୍ରୀନଗରର ମହିଳା କଲେଜରେ ଆଡମିସନ ନେବା ପରେ କଲେଜର ଅଧିକାଂଶ ଦିନ କ୍ଳାସ ନକରି କ୍ରିକେଟ ପଡ଼ିଆରେ କ୍ରିକେଟ ଅଭ୍ଯାସ କରି ବିତୁଥିଲା। 

“ମୋର ପରିବାର ସେତେବେଳେ ମୋତେ ସହଯୋଗ କରୁଥିଲେ ସତ କିନ୍ତୁ ସେମାନେ ମୋତେ ପ୍ରଥମେ ମୋର ପାଠପଢା ଓ କ୍ଯାରିଅର ଉପରେ ଧ୍ୟାନ ଦେବାକୁ କହୁଥିଲେ ଓ ପରେ କ୍ରିକେଟ,” ବୋଲି ସକୀନା କୁହନ୍ତି।

କଲେଜ ସାରିବା ପରେ ସେ କାଶ୍ମୀର ବିଶ୍ଵବିଦ୍ୟାଳୟରେ ଉଚ୍ଚ ଶିକ୍ଷା ପାଇଁ ନାମ ଲେଖାଇଲେ। କିନ୍ତୁ ସେ ଜୀବନରେ ପ୍ରକୃତରେ କଣ କରିବାକୁ ଚାହୁଁଛନ୍ତି ହୃଦୟଙ୍ଗମ କଲାରୁ ବିଶ୍ଵବିଦ୍ୟାଳୟର ପାଠ ଅଧାରୁ ଛାଡ଼ି ଦିଲ୍ଲୀରେ ଖେଳରେ ଡିପ୍ଲୋମା ପାଠ୍ୟକ୍ରମରେ ନାମ ଲେଖାଇଲେ। ସେ ବିସିସିଆଇ ରୁ କୋଚିଙ୍ଗରେ ‘A’ ଲେଭେଲ କୋର୍ସ ପାସ କରି ପରେ ସ୍ପୋର୍ଟ୍ସ କାଉନସିଲ ଅଫ କାଶ୍ମୀରରେ କାମ କରିବା ଆରମ୍ଭ କଲେ। ସେଠାରେ ସେ ଅନେକ ଖେଳ କ୍ୟାମ୍ପର ଆୟୋଜନ କରୁଥିଲେ।

“ମୋର ପ୍ରଥମ କ୍ୟାମ୍ପ ପୋଲୋ ଗ୍ରାଉଣ୍ଡରେ ଥିଲା। ସେଠାରେ କାଶ୍ମୀର ଉପତ୍ୟକାର ବିଭିନ୍ନ ସ୍କୁଲରୁ ୨୫୦ ପିଲା ଭାଗ ନେଇଥିଲେ। “

କିନ୍ତୁ ଖାଲି ସେତିକିରେ ସେ ସନ୍ତୁଷ୍ଟ ରହିପାରିଲେ ନାହିଁ। ସେ ଅନ୍ୟାନ୍ୟ ଚାକିରି ପାଇଁ ଦରଖାସ୍ତ ପକାଇବାରେ ଲାଗିଲେ ଏବଂ ୨୦୦୭ରେ କାଶ୍ମୀର ବିଶ୍ଵବିଦ୍ୟାଳୟରେ ଏକ ଚୁକ୍ତି ଭିତ୍ତିକ ନିଯୁକ୍ତି ପାଇଲେ। ଏବେ ସେ ବିଶ୍ଵବିଦ୍ୟାଳୟରେ ଉଭୟ ପୁଅ ଓ ଝିଅଙ୍କୁ ତାଲିମ ଦେଉଛନ୍ତି।

ଭବିଷ୍ୟତ ଯୋଜନା ସମ୍ପର୍କରେ ପ୍ରଶ୍ନ କରିବାରୁ ସକୀନା କୁହନ୍ତି, 

“ମୁଁ କୋଚିଙ୍ଗର ସଂପୂର୍ଣ୍ଣ ତିନୋଟି ଲେଭେଲ ପଢିବାର ଯୋଜନା ରଖିଛି। ତା’ପରେ ଜାତୀୟ ସ୍ତରର କୋଚ ହେଇପାରିବି ଓ ଭାରତର ଯେକୌଣସି ସ୍ଥାନରେ କ୍ରିକେଟରେ ରୁଚି ରଖୁଥିବା ପିଲା ମାନଙ୍କୁ ତାଲିମ ଦେବାର ସୁଯୋଗ ମୋତେ ମିଳିବ। “