୧୦ ବିଦେଶୀ ଶ୍ରମଦାନ କରି ଗରିବ ପରିବାର ପାଇଁ ଘର ତିଆରି କରୁଛନ୍ତି

୧୦ ବିଦେଶୀ ଶ୍ରମଦାନ କରି ଗରିବ ପରିବାର ପାଇଁ ଘର ତିଆରି କରୁଛନ୍ତି

Tuesday April 05, 2016,

3 min Read

ଯଦି କୌଣସି ମଣିଷ କାହାକୁ ସାହାଯ୍ୟ କରିବାକୁ ଚାହେଁ ତେବେ ଯେ କୌଣସି ପରିସ୍ଥିତିରେ ଥିଲେ ବି ସେ ସାହାଯ୍ୟ କରିପାରିବ । ଏ କଥାକୁ ପ୍ରମାଣ କରିଛନ୍ତି ଗୋଆ ବୁଲି ଆସିଥିବା ୧୦ ଜଣ ବିଦେଶୀ । ସେମାନେ ଏକ ଗରିବ ଲୋକଙ୍କ ପାଇଁ ନିଜେ ଶ୍ରମଦାନ କରି ଘର ଖଣ୍ଡିଏ ତିଆରି କରି ଯେଉଁ ଉଦାହରଣ ସୃଷ୍ଟି କରିଛନ୍ତି ତାହା ବେଶ ପ୍ରଶଂସାଯୋଗ୍ୟ । ବର୍ତ୍ତମାନ ସାରା ଗୋଆ ତଥା ଦେଶରେ ସେହି ୧୦ ବିଦେଶୀଙ୍କ ଦାତବ୍ୟ କାମର ଗୁଣଗାନ କରାଯାଉଛି ।

image


ଗୋଆର କରୱାର ଠାରୁ ୧୦ କିଲୋମିଟର ଦୂରରେ ହୋସାଲି ନାମକ ଏକ ଗାଁରେ ଏହି ଘର ନିର୍ମାଣ କରାଯାଇଛି । ଘର ତିଆରିକୁ ନେଇ ଚର୍ଚ୍ଚା ହେଉନି । ଯେଉଁମାନେ ଏହାକୁ ତିଆରି କରିଛନ୍ତି, ସେମାନଙ୍କୁ ନେଇ ଚର୍ଚ୍ଚା ହେଉଛି । ଏହି ଖବର ନିଶ୍ଚିତପକ୍ଷେ ଆମ ଦେଶରେ ଗରିବଙ୍କ ପାଇଁ ଆସୁଥିବା କଲ୍ୟାଣମୂଳକ ପାଣ୍ଠିର ଅର୍ଥ ହଡ଼ପ କରୁଥିବା ଇନ୍ଦିରା ଆବାସ ଦୁର୍ନୀତି କରୁଥିବା ଲୋକମାନଙ୍କ ପାଇଁ ଶକ୍ତ ଚାପୁଡ଼ା ସଦୃଶ । ସେମାନେ ଏହା ପଢ଼ିବା ପରେ ନିଶ୍ଚିତ ଲଜ୍ଜା ଅନୁଭବ କରିବେ ।

Foreigner working for Habitat

Foreigner working for Habitat


ଅଷ୍ଟ୍ରେଲିଆରୁ ଆସିଥିବା ଏହି ୧୦ ଜଣ ଲୋକ ଗରିବ ଲୋକଟିର ଘର ତିଆରି କରିଛନ୍ତି । ସେମାନେ କହିଛନ୍ତି ଯେ, ସମାଜ ସେବା ପାଇଁ ତାଙ୍କର ରହିଥିବା ଦାୟିତ୍ୱବୋଧତା ଯୋଗୁଁ ସେମାନେ ଘରଟି ତିଆରି କରିଛନ୍ତି । ବିଦେଶୀଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ଲୋକ ଥିଲେ । ଜଣେ ହେଉଛନ୍ତି ଅବସରପ୍ରାପ୍ତ ବିଚାରପତି । ଆଉ ଜଣେ ଗୁଗୁଲ୍ ଭଳି କଂପାନିରେ କାମ କରୁଥିଲେ । ଅନ୍ୟ ଜଣେ ଯାଂଚକର୍ତା ହୋଇଥିବା ବେଳେ ଜଣେ ଏକ ଟ୍ରାଭେଲ୍ ଏଜେନ୍ସି ଚଲାଉଛନ୍ତି ।

Construction work

Construction work


ଅବସରପ୍ରାପ୍ତ ବିଚାରପତି ପଲ୍ ମାର୍ଲୋନି କହଛନ୍ତି ଯେ

 ଆମେ ଭାରତରେ କାମ କରୁଥିବା ଏକ ଏନଜିଓ ସହ ସଂପର୍କରେ ଥିଲୁ । ଅଷ୍ଟ୍ରେଲିଆରେ ଏକ ନିୟମ ରହିଛି ଯେ, ପ୍ରତି ବ୍ୟକ୍ତିଙ୍କୁ ନିଜ ଜୀବନ କାଳ ଭିତରେ ଏକ ନିର୍ଦ୍ଧିଷ୍ଟ ସମୟ ପାଇଁ ସମାଜ ସେବା କରିବାକୁ ପଡ଼ିବ । ସେହି ଏନଜିଓ ଜରିଆରେ ଆମେ ଲାଲବୀ ନାମକ ଗରିବ ଲୋକଟିର ସଂସ୍ପର୍ଶରେ ଆସିଥିଲୁ । ତାଙ୍କ ପାଇଁ ଘର ଖଣ୍ଡିଏ ତିଆରି କରିବା ନିଷ୍ପତି ନେଇଥିଲୁ । ପଲ୍ କହିଛନ୍ତି ଯେ ଏଭଳି କାମ କରି ତାଙ୍କୁ ବହୁତ ଖୁସି ଲାଗୁଛି । ପୂର୍ବରୁ ବହୁତ ଥର ସେ ଭାରତ ଆସିଛନ୍ତି । ଏଭଳି କାମରେ ଭାଗ ମଧ୍ୟ ନେଇଛନ୍ତି । ଏହା ଦ୍ୱାରା ସେ ଭାରତୀୟ ସଂସ୍କୃତି ଓ ଚାଲିଚଳନକୁ ଭଲ ଭାବେ ବୁଝିପାରିଥିବା ପଲ୍ କହିଛନ୍ତି ।

ଟିମ୍ ର ଅନ୍ୟ ଜଣେ ସଦସ୍ୟ ଆଞ୍ଜେଲା କହିଛନ୍ତି ଯେ, ସେ ପ୍ରଥମ ଥର ପାଇଁ ଭାରତ ଆସିଛନ୍ତି । ଗାଁରେ କାମ କରି ତାଙ୍କୁ ବହୁତ ଖୁସି ଲାଗୁଛି । ସେ ପଶ୍ଚିମ ଅଷ୍ଟ୍ରେଲିଆର ବାସିନ୍ଦା ଯେଉଁଠାରେ ତାପମାତ୍ରାରେ ବହୁତ ଅଧିକ ରହେ । ଗୋଆରେ କିନ୍ତୁ ଆର୍ଦ୍ରତା ଅଧିକ ରହୁଥିବାରୁ ତାଙ୍କୁ ପରିବେଶ ସହ ସଂଘର୍ଷ କରିବାକୁ ପଡ଼ିଥିଲା । କିନ୍ତୁ ସେ କାମ ଛାଡ଼ି ନ ଥିଲେ । ଟିମ୍ ରେ ରହି ନିଜର କର୍ତ୍ତବ୍ୟ ନିର୍ବାହ କରିଥିଲେ । ଏହା ପୂର୍ବରୁ ସେ କାମ୍ବୋଡିଆରେ ଏଭଳି କାମରେ ସହଯୋଗ କରିଥିଲେ । ତାଙ୍କର ଅନୁଭୂତି ବହୁତ ଭଲ ବୋଲି ସେ କହିଛନ୍ତି ।

ଜୁଲି ଓ ଡେଭିଡ୍ ନାମକ ଅନ୍ୟ ଦୁଇ ଟିମ୍ ସଦସ୍ୟ କହିଛନ୍ତି ଯେ, ଗରମ ପରିବେଶ ଯୋଗୁଁ ତାଙ୍କୁ କିଛିଟା ଅସୁବିଧା ହୋଇଥିଲା । କିନ୍ତୁ ଗାଁ ଲୋକଙ୍କ ସହ ମିଶି ସେ ସେହି ସମସ୍ୟାକୁ ଭୁଲି ପାରିଥିଲେ । ତାଙ୍କର ଏହି କାମ ଜୀବନ ସାରା ମନେ ରହିବ ବୋଲି ସେ କହିଛନ୍ତି ।

ହାବିଟାଟ୍ ଫର୍ ହୁ୍ୟମାନିଟି ନାମକ ଏକ ଏନଜିଓ ସହ ଏହି ଅଷ୍ଟ୍ରେଲିଆ ଲୋକମାନେ ସଂପର୍କରେ ରହିଛନ୍ତି ।

ଲାଲବୀ ନାମକ ଗରିବ ବ୍ୟକ୍ତି ଜଣକ ଘର ଖଣ୍ଡିଏ ପାଇ ବହୁତ ଖୁସି । ସେ କହିଛନ୍ତି ଯେ 

ହାବିଟାଟ୍ ପକ୍ଷରୁ ଘର ତିଆରି କରିବା ପାଇଁ ତାଙ୍କୁ ୬୦ ହଜାର ଟଙ୍କା ଦିଆଯାଇଥିଲା । ସେ ଏହି ଟଙ୍କା ଉପରେ କୌଣସି ସୁଧ ନେବେ ନାହିଁ । ଘର ତିଆରି କରିବା ପାଇଁ ଆଉ ଯାହା ଦରକାର ଥିଲା ତାହା ଲାଲବି ଯୋଗାଡ଼ କରିଥିଲେ । ଅଷ୍ଟ୍ରେଲିଆରୁ ଆସି ଯେଉଁମାନେ ମୋ ପାଇଁ ଘର ତିଆରି କରିଦେଲେ ସେମାନଙ୍କ ସହ ମୁଁ ଓ ମୋ ପତ୍ନୀ ମଧ୍ୟ କାମ କରିଥିଲୁ ବୋଲି ଲାଲବି କହିଛନ୍ତି । ସେମାନେ ଯେଉଁ କାମ କରୁଥିଲେ ସେଥିପାଇଁ ପ୍ରଶିକ୍ଷଣ ଦରକାର ନ ଥିଲା । ସିମେଂଟ୍ ଗୋଳାଇବା, ବାଲି ଉଠାଇବା, ଗୋଳା ଯାଇଥିବା ବାଲି ସିମେଂଟ୍ ମିସ୍ତ୍ରୀ ପାଖରେ ପହଂଚାଇବା ଭଳି କାମ ସେମାନେ କରିଥିଲେ । ସେମାନେ ବହୁତ ପରିଶ୍ରମ କରି ମୋ ଘରକୁ ତିଆରି କରିଛନ୍ତି ବୋଲି ଲାଲବୀ କହିଛନ୍ତି ।