ଛୋଟ ଛୋଟ ନିବେଶରେ ଲୋକଙ୍କ ମୁହଁରେ ବଡ ହସ ଖେଳାଉଛି ରଙ୍ଗ୍ ଦେ

ଛୋଟ ଛୋଟ ନିବେଶରେ ଲୋକଙ୍କ ମୁହଁରେ ବଡ ହସ ଖେଳାଉଛି ରଙ୍ଗ୍ ଦେ

Monday November 02, 2015,

3 min Read

ଅରୁଣାବାଇ ବନସୋଦେଙ୍କୁ ଆସି ହେଲାଣି ୫୨ବର୍ଷ। ପେଷାରେ ସେ ଜଣେ ଫଳବେପାରୀ। ଅରୁଣାବାଇ ବଡ ବେପାରୀଙ୍କ ଠାରୁ ତାଜା ଫଳ କିଣି ଘର ଘର ବୁଲି ତାକୁ ବିକନ୍ତି। ଗତ ଏକ ବର୍ଷ ଧରି ସେ ଏହା କରିଆସୁଛନ୍ତି ଓ ଏଇ ଭିତରେ ଅନେକ ନାଗୁଆ ଗରାଖ ମଧ୍ୟ ହେଇସାରିଲେଣି। ଏବେ ସେ ତାଙ୍କ ବ୍ୟବସାୟକୁ ବଢେଇବାକୁ ଚାହାନ୍ତି। କିଣୁଥିବା ଫଳର ପରିମାଣ କିଛିଟା ବଢେଇ ଓ ତାକୁ ନେବା ଆଣିବା କରିବାର ସୁବିଧା କରିବାକୁ ଇଚ୍ଛା କରନ୍ତି। ସେ ସକାଶେ ତାଙ୍କୁ ଦରକାର ୮୦୦୦ ଟଙ୍କା।

ଏକକାଳୀନ ଭାବେ ତାଙ୍କ ପାଖେ ଏଇ ରାଶି ନାହିଁ। ଯଦି ଆପଣଙ୍କ ପାଖରେ କିଛି ଅତିରିକ୍ତ ପୁଞ୍ଜି ରହିଛି ଓ ଆପଣ ତାକୁ କିଛି ସୁଧରେ ଧାର ଦେଇପାରିବେ ତେବେ ଅରୁଣାବାଇଙ୍କୁ ଦେବେ କି? ଆମମାନଙ୍କ ମଧ୍ୟରେ ଅନେକ ଅଛନ୍ତି ଯେଉଁମାନେ ଖୁବ ଆନନ୍ଦରେ ଏପରି କିଛି ସାମାଜିକ ନିବେଶ କରିବାକୁ ଇଚ୍ଛା ପ୍ରକାଶ କରିବେ। ଏପରି କିଛି ନିବେଶ, ଯାହାକି ଅରୁଣାବାଇଙ୍କ ଭଳି ଅନେକଙ୍କ ମୁହଁରେ ଟିକେ ହସ ଆଣିବ ଓ ତାଙ୍କର ବ୍ୟବସାୟକୁ ଆଗକୁ ବଢେଇବ, ସେଥିପାଇଁ ଅନେକ ଲୋକ ଆଗଭର ହେବେ।

image


ଦେଶରେ ଅନେକ ଉଦଯୋଗୀ ଲୋକ ଅଛନ୍ତି ଯେଉଁମାନେକି ଆର୍ଥିକ ସ୍ତରରେ ଏତେ ଦୁର୍ବଳ ଯେ ସେମାନେ ନିଜର ଅନ୍ତର୍ନିହିତ ଗୁଣର ବିକାଶ ନିମିତ୍ତ ସର୍ବନିମ୍ନ ଆର୍ଥିକ ସହାୟତା ଯୋଗାଡ କରିପାରନ୍ତିନାହିଁ । କିନ୍ତୁ, ଅପରପକ୍ଷରେ ଅନେକ ସହୃଦୟ ବ୍ୟକ୍ତି ଅଛନ୍ତି ଯେଉଁମାନେ କି ଏହି ଭଳି ଉଦଯୋଗୀମାନଙ୍କୁ ଆର୍ଥିକ ସହଯୋଗ କରିବାକୁ ଇଛୁକ । 

ସେମାନଙ୍କମଧ୍ୟରେ ଏକ ଯୋଗସୂତ୍ର ସ୍ଥାପନ କରି ଋଣଦାତା ଓ ଗ୍ରହିତାଙ୍କ ମଧ୍ୟରେ ଏକ ସମ୍ପର୍କର ସେତୁ ଗଢ଼ିବା ପାଇଁ ସ୍ମିତା ରାମକ୍ରୀଷ୍ଣା ଓ ରାମକ୍ରୀଷ୍ଣା ଏନ୍ କେ ମିଶି ୨୦୦୮ ମସିହାରେ ରଙ୍ଗ୍ ଦେ ନାମକ ଏକ ସର୍ବସାଧାରଣ ବିନିଯୋଗକାରୀ ସାମାଜିକ ନିବେଶର ଭିତ୍ତିଭୂମି ପ୍ରତିଷ୍ଠା କରିଥିଲେ । ଯାହାକି, ଦୂରଦୂରାନ୍ତର ଆର୍ଥିକ ଅନଗ୍ରସର ଲୋକମାନଙ୍କ ଅସୁବିଧା ସମୟରେ ସେମାନଙ୍କୁ ଋଣ ଦେବାକୁ ଇଛୁକ ଥିବା ବ୍ୟକ୍ତମାନଙ୍କ ସହ ଯୋଗାଯୋଗ ସ୍ଥାପନ କରିଆସୁଛି । ଏହା ପ୍ରତ୍ୟକ୍ଷ ଭାବରେ ହିତାଧିକାରୀ ଓ ବିନିଯୋଗକାରୀଙ୍କ ମଧ୍ୟରେ ସଂପର୍କ ସ୍ଥାପନ କରି ଲୋକମାନଙ୍କ କମ ସୁଧହାରରେ କ୍ଷୁଦ୍ରଋଣ ଯୋଗାଇବାସହ ଦେଶରୁ ଗରୀବି ହଟାଇବାରେ ସାହାଯ୍ୟ କରୁଛିା

image


ରଙ୍ଗ୍ ଦେ ର କାହାଣୀ ଜାଣିବାର ଇଛାରେ ସ୍ମିତାଙ୍କ ସହ ଯୋଗାଯୋଗ କରିବାରୁ ସେ କୁହନ୍ତି, ସେ ଅର୍ଥନୀତିରେ ସ୍ନାତକ କରିବା ପରେ ସାମାଜିକ କାର୍ଯ୍ୟ ଶିକ୍ଷାରେ ସ୍ନାତୋକତ୍ତର କରିଥିଲେ । ପରେ ପରେ ସେ ଅନେକ ଏନଜିଓ ରେ କାମ କରିଛନ୍ତି । ତେଣୁ ଲୋକମାନଙ୍କ ସହ ମିଶି ସେମାନଙ୍କର ଅସୁବିଧାକୁ ବୁଝି ସାହାଯ୍ୟ କରିବା ଓ କାମ କରିବାରେ ସେ ଅତ୍ୟନ୍ତ ନିପୁଣା ଥିଲେ । କିନ୍ତ ସେ କେବେବି ଜଣେ ଶିଳ୍ପଦ୍ୟୋଗୀ ହେବେ ବୋଲି ଭାବି ନଥିଲେ । ଏହି କ୍ଷେତ୍ରରେ କାର୍ଯ୍ୟ କରିବା ଭିତରେ ସେ ବେସରକାରୀ ସାମାଜିକ ଅନୁଷ୍ଠାନ ଗୁଡିକ ବିଭିନ୍ନ ସାମାଜିକ କାର୍ଯ୍ୟ ପାଇଁ ସହାୟତା କରିବା କାହିଁକି ବନ୍ଦ କରିଛନ୍ତି, ଭଲ ଭାବେ ବୁଝିପାରିଥିଲେ । ଅନୁଷ୍ଠାନ ଗୁଡିକ ନିଜର ଅର୍ଥ କାରବାର ସମ୍ବନ୍ଧୀୟ ସଠିକ ତଥ୍ୟ ରଖୁ ନଥିଲେ କି ଦାୟୀତ୍ତ୍ଵବାନ ନ ଥିଲେ । ସାମାଜିକ ଅନୁଷ୍ଠାନଗୁଡିକ ପାଇଁ ଏହାର ଭଲ ଭାବେ ହିସାବ ରଖିବା ବହୁତ ଗୁରୁତ୍ତ୍ଵ ବହନ କରେ ବୋଲି ସ୍ମିତା କୁହନ୍ତି ।

ଅଣ ଲାଭ ଦାୟକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଡିକର ଏପରି ଅବସ୍ଥା ଦେଖି ସେ ଲାଭର ଉଦ୍ଧେଶ୍ୟ ନ ରଖି ଏକ ସମୃଦ୍ଧ ମୁଳଦୁଆର ସାମାଜିକ ବ୍ୟବସାୟ ମଡେଲ ଆରମ୍ଭ କରିବାକୁ ଚାହିଁଲେ ।

ରଙ୍ଗ୍ ଦେ ଦେଶର ୧୪ ଟି ରାଜ୍ୟରେ ସର୍ବନିମ୍ନ ୧୦୦ ଟଙ୍କାରୁ ଆରମ୍ଭ କରି ଋଣ ସେବା ପ୍ରଦାନ କରୁଅଛି । ଏହି କ୍ଷୁଦ୍ର ଋଣ ଦ୍ୱାରା ସେ ପରୀକ୍ଷା ମୂଳକ ଭାବରେ ଋଣଦାତା ଓ ଗ୍ରହୀତାଙ୍କ ମଧ୍ୟରେ ବିଶ୍ୱାସ ଜଗାଇବା ସହ ସଂମ୍ପର୍କର ଆରମ୍ଭ କରିବାରେ ସାହାଯ୍ୟ କରିଥାଏ ।

ଏହି ସାଇଟ ମଧ୍ୟମରେ ଜଣେ ସାମାଜିକ ନିବେଶକାରୀ ଅନଲାଇନରେ ଉଧାର ନେବା ବ୍ୟକ୍ତି ସହ ସିଧାସଳଖ ସମ୍ପର୍କ ସ୍ଥାପନ କରିପାରିବ । ସ୍ୱଳ୍ପ ମିଆଦି ଠୁ ଆରମ୍ଭ କରି ଦୀର୍ଘ ମିଆଦି ଋଣ ସେବା ଏହି ସାଇଟରେ ମିଳିଥାଏ । ରଙ୍ଗ ଦେ କେବଳ ଉଧାରକାରୀ ପୈଠ କରୁଥିବା ଋଣର ଏକ ପ୍ରତିଶତ ନେଇଥାଏ ।

ସର୍ବସାଧାରଣ ପୁଞ୍ଜିକରଣ ଭାରତରେ ନୂତନ ହୋଇଥିବା ବେଳେ ରଙ୍ଗ ଦେ ଏହାକୁ ସଫଳ ଭାବେ ପରିଚାଳିତ କରିପାରିଛି । ଅନେକ ଭ୍ରଷ୍ଟାଚାର ଓ ଦୁର୍ନୀତି ଯୋଗୁ ଲୋକମାନେ ସର୍ବସାଧାରଣ ପୁଞ୍ଜିକରଣ ଉପରେ ନିଜର ବିଶ୍ୱାସ ହରାଇବସିଛନ୍ତି । ଯାହାକି ସର୍ବସାଧାରଣ ପୁଞ୍ଜିକରଣରେ ଏକ ବଡ ପ୍ରତିବନ୍ଧକ ରୂପେ ଉଭା ହୋଇଛି । ଏହି ବିଶ୍ୱାସକୁ ବଜାୟ ରଖିବା ପାଇଁ ରଙ୍ଗ୍ ଦେ ପ୍ରଥମରୁ ନିଜର ସମସ୍ତ କାଗଜ ପତ୍ର ଓ ହିସାବ କିତାବ ଅତ୍ୟନ୍ତ ନିର୍ଭୂଲ ଓ ସତର୍କତାର ସହ ରଖିଆସିଛି ।

image


ଆରମ୍ଭରେ ଲୋକମାନେ ଏହାକୁ ସହଜରେ ଗ୍ରହଣ କରି ନଥିଲେ । କେତେକ ମୁଁ ଏବଂ ରାମ ଆମର ମାନସିକ ସନ୍ତିଳନ ହରାଇବସିଥିବାର ମଧ୍ୟ କହୁଥିଲେ । କିନ୍ତୁ ଆମେ ଧୈର୍ଯ୍ୟର ସହ ପରୀକ୍ଷା ପରେ ପରୀକ୍ଷାର ସମ୍ମୁଖୀନ ହୋଇ ଲୋକମାନଙ୍କର ବିଶ୍ୱାସ ଭାଜନ ହୋଇଛୁ । ଏବଂ ପ୍ରାରମ୍ଭିକ ପର୍ଯ୍ୟାୟର ପ୍ରତ୍ୟକ ବିଫଳତା ଆମକୁ ଶକ୍ତି ପ୍ରଦାନ କରିଆସିଛି ବୋଲ ସ୍ମିତା କୁହନ୍ତି । 

ରଙ୍ଗ ଦେ ଏଯାବତ ୪୦,୪୫୧ରୃଣ ଯୋଗେଇ ସାରିଛି ଓ ୮୩୩୬ ସାମାଜିକ ନିବେଶକ ଏହି ସଂସ୍ଥାରେ ଯୋଗଦାନ କରିଛନ୍ତି। ରଙ୍ଗ ଦେ ବିଷୟରେ ଅଧିକ ଜାଣିବାକୁ ଇଚ୍ଛା କଲେ ତାଙ୍କର ୱେବସାଇଟ ଚେକ କରନ୍ତୁ