ନୂଆ କାର୍‍ କ୍ରୟ ୱେବସାଇଟ୍‍ Mynewcarକୁ ମିଳିଲା ୨.୫ ଲକ୍ଷ ଡଲାର ସିଡ୍‍ ଫଣ୍ଡିଂ

ନୂଆ କାର୍‍ କ୍ରୟ ୱେବସାଇଟ୍‍ Mynewcarକୁ ମିଳିଲା ୨.୫ ଲକ୍ଷ ଡଲାର ସିଡ୍‍ ଫଣ୍ଡିଂ

Monday January 04, 2016,

2 min Read

ସ୍ୱିଜରଲାଣ୍ଡର ଡ୍ରିମ୍‍ ଭେଞ୍ଚର୍ସ ସମେତ ଭାରତରୁ ୟୁରୋପ୍‍ ଯାଏଁ ବହୁବିଧ ଫଣ୍ଡିଂ ସଂସ୍ଥାନ ମାଧ୍ୟମରେ ଅନ୍‍ଲାଇନ ନୂଆ କାର୍‍ କ୍ରୟ କ୍ଷେତ୍ର Mynewcarର ୨.୫ ଲକ୍ଷ ଡଲାର ସିଡ୍‍ ଫଣ୍ଡିଂ ପ୍ରାପ୍ତ କରିଛି । ଏକାଧିକ ଡିଲରଙ୍କ ଷ୍ଟୋର୍‍ ଯାଇ କାର୍‍ ଚୟନ କରିବାର ବିରକ୍ତିକର ପ୍ରକ୍ରିୟାରୁ ଗ୍ରାହକଙ୍କୁ ରିହାତି ଦେଇ ଗୋଟିଏ ପ୍ଲାଟଫର୍ମରେ ନୂଆ କାର୍‍ କିଣିବାର ସର୍ବୋକ୍ରୃଷ୍ଟ ସୁଯୋଗ ଆଣିଛି Mynewcar ।

image


Mynewcar ପୂଣେ, ଦିଲ୍ଲୀ ଓ ବାଙ୍ଗୋଲୋରକୁ ଏହାର ସେବା ବିସ୍ତାର କରିବ । ମୋବାଇଲ ପ୍ଲାଟଫର୍ମ ସମେତ ପ୍ରଯୁକ୍ତିଗତ ବିକାଶରେ କମ୍ପାନି ଅଧିକ ଅର୍ଥ ବ୍ୟୟ କରିବ । ୨୦୧୫ ଅଗଷ୍ଟ ସୁଦ୍ଧା ଏହି ପ୍ଲାଟଫର୍ମ ମାଧ୍ୟମରେ ୧୦୦ରୁ ଅଧିକ କାର୍‍ ବିକ୍ରି ସରିଥିବା ବେଳେ ଏକ ମିଲିଅନ ଡଲାରର ସମୁଦାୟ ବ୍ୟବସାୟ ହୋଇଛି ।

Mynewcarର ସିଇଓ ତଥା ପ୍ରତିଷ୍ଠାତା ମଧୁକର ମନପୁରିଆ କହନ୍ତି, "କାରକିଣିବା ଏକ ଭାବପ୍ରବଣତାର କଥା ଏବଂ ଏହା ଖୁସି ଓ ଉଲ୍ଲାସର ସହ କିଣାଯିବା କଥା । ଗ୍ରାହକଙ୍କୁ ସୁବିଧା ଓ ଶାସ୍ତାରେ କାର କିଣାର ଆନନ୍ଦଦାୟକ ଅନୁଭବ ଆଣିଦେବା ହେଉଛି ଆମର ଲକ୍ଷ୍ୟ ।"

Mynewcar ସହ ୧୦୦ କାର ଡିଲର ଯୋଡ଼ିହେବା ସହ ଇନ୍ସୁରାନ୍ସ, ଫାଇନାନ୍ସ ଓ ଲିଜ୍‍ ସଂସ୍ଥା ମଧ୍ୟ ଯୋଡ଼ି ହୋଇଛନ୍ତି । ନିକଟ ଅତୀତରେ ବିନା କୌଣସି ବାଧାରେ ଦୁଇଚକିଆ ଓ ଚାରିଚକିଆ ଯାନ କିଣିବାର ସେବା ଆରମ୍ଭ କରିଛି ସ୍ନାପ୍‍ଡିଲ ଇକମର୍ସ ଷ୍ଟୋର

ଭାରତ ପାଇଁ ଏ କଥାଟି ନୂଆ ଲାଗୁଥିଲେ ହେଁ ଆମେରିକା, ଚୀନ ଓ ଅଷ୍ଟ୍ରେଲିଆରେ ଗାଡ଼ି ବିକ୍ରି ପୋର୍ଟାଲ ବହୁତ ରହିଛି । କେପିଏମ୍‍ଜିର ରିପୋର୍ଟ ଅନୁସାରେ ବି୍ରକ୍‍ ବଜାର(ବ୍ରାଜିଲ, ରୁଷ, ଭାରତ ଓ ଚାଇନା ବଜାର) ୨୦୨୦ ସୁଦ୍ଧା ବିଶ୍ୱର କାର୍‍ ବଜାରକୁ କବ୍‍ଜା କରି ସାରିଥିବ ।

ୟୋରଷ୍ଟୋରୀ ମତ

ବିକଳ୍ପ ସନ୍ଧାନ, ମଡେଲ ଓ ରଙ୍ଗ ଇତ୍ୟାଦି ବାଝିବା ବେଳେ ଲୋକେ ବଡ଼ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି । ଅନ୍‍ଲାଇନ୍‍ ବଜାର ଏ ଜଟିଳତା ଦୂରକରିବ । ଏଇ ସିଡ୍‍ ଫଣ୍ଡିଂ ମାଧ୍ୟମରେ ମାଇଁନ୍ୟୁକାର ନୂଆ ନୂଆ ସହରକୁ ନିଜର ସାମ୍ରାଜ୍ୟ ବିସ୍ତାର କରିବା ସହ ପ୍ରତିଯୋଗିତାରେ ସାମିଲ ହୋଇପାରିବ । ଏ କମ୍ପାନି ଏବେ ସ୍ନାପ୍‍ଡିଲ ମୋଟର୍ସ ଭଳି ଆଉ କେତେକ ସଂସ୍ଥା ସହ ପ୍ରତିଯୋଗିତା କରିବ ।

ଫ୍ରଷ୍ଟ ଆଣ୍ଡ୍‍ ସଲିଭାନ୍‍ ପରାମର୍ଶ ତଥା ବଜାର ସର୍ଭେ ସଂସ୍ଥାର ରିପୋର୍ଟ ଅନୁସାରେ, ଗତ ବର୍ଷ ଭାରତରେ ୨୫ ଲକ୍ଷ ନୂଆ କାର ବିକ୍ରି ହୋଇଥିବା ବେଳେ ୩୦ ଲକ୍ଷ ବ୍ୟବହୃତ କାର୍‍ ବିକ୍ରି ହୋଇଛି ।

ଅଗ୍ରିମ ବୁକିଂ ସାଙ୍ଗକୁ ଋଣ, ବୀମା, ପଞ୍ଜୀକରଣ ଆଦି ସବୁ କାମ ଗ୍ରାହକମାନେ ଗୋଟିଏ ପ୍ଲାଟଫର୍ମରେ କରିପାରିବେ । ଉଭୟ Mynewcar ଓ ସ୍ନାପଡିଲ ମୋଟର୍ସ ଏହା କରିବାର ଦାବି କରୁଛନ୍ତି । ଦେଖାଯାଉ, ଭବିଷ୍ୟତରେ ଏ ଦୁଇ ସଂସ୍ଥା କେମିତି ଅଗ୍ରଗତି କରୁଛନ୍ତି ।

ୱେବସାଇଟ