ତାମିଲ୍‌ନାଡୁର ଜଣେ ବ୍ୟବସାୟୀ ଗରିବ କଲ୍ୟାଣ ଯୋଜନାରେ କଲେ ୨୪୬ କୋଟି ଟଙ୍କା ଜମା

ତାମିଲ୍‌ନାଡୁର ଜଣେ ବ୍ୟବସାୟୀ ଗରିବ କଲ୍ୟାଣ ଯୋଜନାରେ କଲେ ୨୪୬ କୋଟି ଟଙ୍କା ଜମା

Friday March 31, 2017,

1 min Read

image


ତାମିଲ୍‌ନାଡୁର ନମକଲ ଜିଲ୍ଲା ଅନ୍ତର୍ଗତ ତିରୁଚେନଗୋଡ଼େର ଜଣେ ବ୍ୟବସାୟୀ ୫୦% ଟିକସ ବିନିମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୨୪୬ କୋଟି ଟଙ୍କା ଜମା କରିଛନ୍ତି। ଏହି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ତାମିଲନାଡୁ ଓ ପଣ୍ଡିଚେରିଠାରେ ଇତି ମଧ୍ୟରେ ସମୁଦାୟ ୨୦୦ ଲୋକ ମିଶି ୬୦୦ କୋଟି ଟଙ୍କା ଜମା କରି ସାରିଲେଣି।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମୁତାବକ ଜଣେ ବ୍ୟକ୍ତି ତାଙ୍କ କଳାଧନରୁ ୫୦ ପ୍ରତିଶତ ଟିକସ ବାବଦରେ ସରକାରଙ୍କୁ ଦେବେ। ୨୫ ପ୍ରତିଶତ ବିନା ସୁଧରେ ୫ ବର୍ଷ ପାଇଁ ଜମା କରିବେ। ବଳକା ୨୫ ପ୍ରତିଶତକୁ ନିଜ ହିସାବରେ ଖର୍ଚ୍ଚ କରିପାରିବେ ବୋଲି ଘୋଷଣା କରାଯାଇଥିଲା। ଏହି ଯୋଜନା ଏପ୍ରିଲ୍‌ ୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଏଥିରେ ସବାଧିକ ୧୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଜମା କରିହେବ। ଯେଉଁମାନେ କଳାଧନ ପାଖରେ ରଖି ମଧ୍ୟ ସରକାରଙ୍କୁ ସହଯୋଗ କରୁନାହାନ୍ତି ସେମାନଙ୍କ ବିରୋଧରେ ବିହିତ ପଦକ୍ଷେପ ନିଆଯିବ ବୋଲି ଆୟକର ବିଭାଗ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଥିଲା। ଯେ କୌଣସି ଅନୈତିକ ଉପାୟରେ ରୋଜଗାର ହୋଇଥିବା ଧନ ଏହି ଯୋଜନାରେ ଜମା ହୋଇ ପାରିବ ନାହିଁ।