ତିନି ଭଉଣୀ ଏବଂ ରୋଷେଇ ପ୍ରତି ରୁଚିରୁ ଆରମ୍ଭ ‘Our Story – Bistro and Tea Room’

ତିନି ଭଉଣୀ ଏବଂ ରୋଷେଇ ପ୍ରତି ରୁଚିରୁ ଆରମ୍ଭ ‘Our Story – Bistro and Tea Room’

Tuesday December 22, 2015,

3 min Read

କାଫେଟି ହଜିଲା ଦିନର କାଠ ନିଆଁ ରୋଷେଇର ବାସ୍ନା ଓ ସ୍ୱାଦର ସଂକଳ୍ପକୁ ନେଇ ଗଢାଯାଇଛି। ଏହାର ଭୋଜନ ସୂଚୀ ସେତେଟା ଲମ୍ୱା ହୋଇନଥିଲେ ମଧ୍ୟ ତିନି ଭଉଣୀଙ୍କର ଭିନ୍ନ ସ୍ୱାଦର ଦୁନିଆ ସାରାରୁ ଚୟନ କରାଯାଇଥିବା ଖାଦ୍ୟର ଏକ ମିଶ୍ରଣ। ତେଣୁ ସେମାନେ ଭାରତର ରାଜଧାନୀ ଦିଲ୍ଲୀରେ ଆରମ୍ଭ କଲେ ‘Our Story – Bistro and Tea Room’।

Sisters Mohita Shahi, Mausami Singh and Meghna Rathore (L to R)

Sisters Mohita Shahi, Mausami Singh and Meghna Rathore (L to R)


ତିନି ଭଉଣୀ ମେଘନା ରାଠୋର, ମୋହିତା ସହାହୀ ଏବଂ ମୌସୁମୀ ସିଂ ଏହି କେଫେଟି ତିଆରି କରିଛନ୍ତି ଜୀବନର ସ୍ମୃତି ଓ ଅନୁଭୂତି ବାଣ୍ଟିବା ପାଇଁ।

ଏହା ସହିତ ଏକ ଭାବନା ଯୋଡି ହୋଇ ରହିଛି। ଏହା ଆମ କାହାଣୀକୁ ଯୋଡୁଛି। ଆମେ ସବୁବେଳେ ଏହାକୁ ତୃଣମୂଳ ଏବଂ ବାପା ମାଙ୍କର ସ୍ତରକୁ ନେବାକୁ ଚାହୁଁଥିଲୁ ତେଣୁ ଆଜି ଆମେ ଏହା କରି ପାରିଛୁ। କାଫେର ପରିବେଶ ବି ଏପିରି ଅଛି ଯାହା ଲୋକଙ୍କୁ ତାଙ୍କର ପିଲା ଦିନର କଥା ମନେ ପକାଉଛି, Our Story – Bistro and Tea Roomର ନିର୍ଦ୍ଧେଶକ ମେଘନା କହନ୍ତି।

କହିବାକୁ ଗଲେ କାଫେଟି ହେଉଛି ତିନି ଭଉଣୀଙ୍କର କାହାଣୀ ଯିଏ ସେମାନଙ୍କର ଅନୁଭୂତି ଦୁନିଆ ସହ ବାଣ୍ଟିବାକୁ ଚାହୁଁଛନ୍ତି। ତାହା ସହ ସେଇ ଲୋକଙ୍କୁ ଗୋଟିଏ ଜାଗା ଦେଉଛନ୍ତି ନିଜ କାହାଣୀ ବାଣ୍ଟିବାକୁ ଚାହୁଁଛନ୍ତି।

Mausami Singh

Mausami Singh


ଏହା ମେଘନାଙ୍କର ସ୍ୱପ୍ନ ଥିଲା ଏବଂ ମୋହିତା ଆଉ ମୌସମୀ ଏହାକୁ ବାସ୍ତବତାରେ ପରିଣତ କରିବାକୁ ଆଗେଇ ଆସିଥିଲେ। ମୂଳତଃ ଭଉଣୀମାନେ ସେମାନଙ୍କର ଖାଇବା ପ୍ରତି ଭଲପାଇବା ପାଇଁ ଏକତ୍ରିତ ହୋଇଥିଲେ।

ଆମେ ଅନ୍ୟମାନଙ୍କୁ ସେମାନଙ୍କର ପିଲାଦିନକୁ ଫେରାଇ ନେବାକୁ ଚାହୁଁଛୁ। ଦୋଳି, ଆମ୍ୱ ଗଛ ଭଳି ବହୁତ ଜିନିଷ ଅଛି ଏହି ଜାଗାରେ ଯାହା ଲୋକଙ୍କର ସ୍ମୃତିକୁ ପୁଣି ଜୀବନ ଦେବ। ସେମାନଙ୍କୁ ଲାଗିବ ଏହି ଜାଗା ସହ ସେମାନଙ୍କର କିଛି ସଂପର୍କ ଅଛି, ମେଘନା କହନ୍ତି।

ଏକ ପାରମ୍ପରିକ ଲାଳନପାଳନ

ତିନି ଭଉଣୀମାନେ ଉତ୍ତର ପ୍ରଦେଶର ଲକ୍ଷ୍ନୋର ଏକ ପାରମ୍ପରିକ ରାଜପୁତ ପରିବାରୁ ଆସନ୍ତି। ମେଘନା ପେଶାରେ ଜଣେ ଶିକ୍ଷକ ଏବଂ ଜଣେ ଖାଦ୍ୟ ବିଶେଷଜ୍ଞ। ସେ ୧୨ବର୍ଷ ବୟସରୁ ତାଙ୍କର ପୈତୃକ ଗାଁରେ ରୋଷେଇ କରିବା ଆରମ୍ଭ କଲେଣି।

Mohita Shahi

Mohita Shahi


ମୋ ବାପା ହିଁ ମୋ ଭିତରେ ରୋଷେଇ ପ୍ରତି ଭଲପାଇବା ସୃଷ୍ଟି କଲେ। ଆମ ପରିବାର ଭଲ ଖାଇବାକୁ ପସନ୍ଦ କରୁଥିଲା ଯାହା ମୋତେ ନୂଆ ନୂଆ ଖାଇବା ପ୍ରସ୍ତୁତ କରିବାକୁ ଉତ୍ସାହ ଦେଉଥିଲା।

ମୁଁ ଜାଣିଥିଲି ଯେ ମୋତେ ମୋ ବ୍ୟଞନଗୁଡିକ ସିଦ୍ଧହସ୍ତରେ ବନାଇବାର ଥିଲା। ସେଥିପାଇଁ ଆମ କାଫେରେ ସବୁ ସାମଗ୍ରୀ ସତେଜ ଆଉ ଅଲଗା ଅଲଗା ସ୍ୱାଦର, ମେଘନା କହନ୍ତି।

ମୋହିତା ଜଣେ ଲୋକ ସଂପର୍କ ଅଧିକାରୀ ଯିଏ ସବୁ ବାଧା ବିଘ୍ନ ଏଡାଇ ନିଜ ଲକ୍ଷ୍ୟ ହାସଲ କରନ୍ତି। ମୌସୁମୀ ସକାରାତ୍ମକ କାର୍ଯ୍ୟ ଓ ବୌଦ୍ଧିକ ଚିନ୍ତାଧାରାରେ ବିଶ୍ୱାସ କରନ୍ତି ଯିଏ କି କାଫେର ସୃଜନଶୀଳ କାମରେ ନିଜକୁ ବିନିଯୋଗ କରିଛନ୍ତି।

ଶିକ୍ଷା

କାଫେର ପ୍ରତିଷ୍ଠାତାମାନେ କହନ୍ତି ସମୟ ଅନୁଯାୟୀ କାମ କରିବା ସବୁଠୁ ବଡ ପରୀକ୍ଷା ଥିଲା। କିନ୍ତୁ ପ୍ରତିଷ୍ଠାତାମାନେ ଖୁସିକି ସେମାନେ ସମୟ ଅନୁଯାୟୀ ସବୁ କାମ କରିପାରିଥିଲେ। ସେମାନେ ଆଉ କିଛି ସହରମାନଙ୍କରେ ନୂଆ କାଫେ କରିବା କଥା ଚିନ୍ତା କରୁଛନ୍ତି ହେଲେ ତାଙ୍କର ବର୍ତ୍ତମାନ ସ୍ଥାନରେ ସେ ବହୁତ ଖୁସି ଅଛନ୍ତି।

Meghna Rathore

Meghna Rathore


ମେଘନା ଗୋଟିଏ ଜିନିଷକୁ ନେଇ ଖୁସି ଅଛନ୍ତି ଯେ ସେ ଲୋକମାନଙ୍କୁ ଏମିତି ଏକ ଜାଗା ଦେବାରେ ସକ୍ଷମ ହୋଇଛନ୍ତି ଯାହା ସେମାନଙ୍କୁ ନିଜର ପୁରୁଣା ଦିନମାନଙ୍କ ସହ ଯୋଡି ପାରୁଛି। ଯିଏ ବି ଏହି କାଫେକୁ ଆସୁଛି କିଛି ନା କିଛି ଜିନିଷ ସହ ନିଜକୁ ଯୋଡି ପାରୁଛି।

ପ୍ରତିଷ୍ଠାତାମାନେ କହନ୍ତି ଏହି କାଫେ ହେଉଛି ଏକ ଏମିତି ସ୍ଥାନ ଯେଉଁଠି ସମୟ ସ୍ଥିର ହୋଇଯାଏ ଏବଂ ସ୍ୱପ୍ନଗୁଡିକ ଅତୀତର ମୂଲ୍ୟବାନ ମୁହୂର୍ତ୍ତ ସହ ମିଶିଯାଏ ଯାହା ଏହାକୁ ଏକ ଉତ୍ତମ ମିଳନ ସ୍ଥଳ ବନାଏ।

ମୂଳ ଲେଖା - ଶାଶ୍ଵତୀ ମୁଖାର୍ଜୀ

ଭାଷାନ୍ତର - ରାକେଶ କୁମାର ଗୌଡ