ଭାରତରେ ବାସଗୃହ ନିର୍ମାଣର ଅସୁବିଧା ଦୂର କରି କମ ଖର୍ଚ୍ଚରେ ବାଉଁଶ ନିର୍ମିତ ଉତ୍ତମ ବାସଗୃହ ଯୋଗାଇ ଦେବାକୁ ୱଣ୍ଡର ଗ୍ରାସ ପ୍ରତିଶୃତି ବଦ୍ଧ

ଭାରତରେ ବାସଗୃହ ନିର୍ମାଣର ଅସୁବିଧା ଦୂର କରି କମ ଖର୍ଚ୍ଚରେ ବାଉଁଶ ନିର୍ମିତ ଉତ୍ତମ ବାସଗୃହ ଯୋଗାଇ ଦେବାକୁ ୱଣ୍ଡର ଗ୍ରାସ ପ୍ରତିଶୃତି ବଦ୍ଧ

Wednesday November 18, 2015,

4 min Read

image


ସାରା ବିଶ୍ୱରେ ଗରୀବଙ୍କ ଗୃହ ନିର୍ମାଣରେ ବାଉଁଶର ଏକ ପ୍ରମୁଖ ଭୂମିକା ରହିଛି । ଆଧୁନିକ ସମାଜରେ ମଧ୍ୟ ଘରସଜ୍ଜା ଓ ନିର୍ମାଣ ରେ ଏହା ଗୁରୁତ୍ୱ ବହନ କରୁଛି । ଏହାର ମୂଲ୍ୟ କମ, ସହଜରେ ଉପଲବ୍ଧ ଓ ସମୟ ସାପେକ୍ଷ ନିର୍ମାଣ ଉପଯୋଗୀତା ଓ ପରିବେଶ ଅନୁକୂଳ ନିର୍ମାଣ ଆଦି ଗୁଣ ଗୁଡିକ ପାଇଁ ଲୋକମାନଙ୍କର ଖୁବ ପସନ୍ଦ । କଂକ୍ରିଟ ଗୃହ ନିର୍ମାଣ ସରଞ୍ଜାମର ଅତ୍ୟଧିକ ମୂଲ୍ୟ ବୃଦ୍ଧି ଓ ପରିବେଶ ଉପରେ ଥିବା କୁପ୍ରଭାବ ହେତୁ ପରିବେଶ ଉପଯୋଗୀ ଗୃହ ନିର୍ମାଣ ପାଇଁ ବାଉଁଶର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାର ଦୃଢ଼ତା ଓ ସ୍ଥାୟୀତ୍ୱ ଯାହାକି ଅତି କମରେ ୫୦ ବର୍ଷ ଯାଏ ରହିଥାଏ ଏହାର ଅନ୍ୟ ଏକ ଉପାଦେୟତା ଅଟେ । ଗୃହ ନିର୍ମାଣ ଓ ନିର୍ମାଣ କ୍ଷେତ୍ରର ବହୁବିଧ ଆବଶ୍ୟକତା ପୂରଣ କରିବା ସହ ଏହା ସାଜସଜ୍ଜା ଓ ହସ୍ତଶିଳ୍ପରେ ମଧ୍ୟ ବ୍ୟବହୃତ ହୋଇଥାଏ ।

Vaibhav Kaley, founder of Wonder Grass, amongst bamboo artisans

Vaibhav Kaley, founder of Wonder Grass, amongst bamboo artisans


ବାଉଁଶର ନିର୍ମାଣ ଓ ବାଉଁଶ ଘରକୁ ନିର୍ମାଣର ମୁଖ୍ୟ ସ୍ରୋତରେ ସାମିଲ କରି ଏହାର ବିଭିନ୍ନ ଉପାଦେୟତାକୁ ଲୋକାଭିମୁଖୀ କରିବା ଉଦ୍ଧେଶ୍ୟରେ ଓଣ୍ଡର ଗ୍ରାସ ଏକ ପ୍ରୟାସ ଆରମ୍ଭ କରିଛି । ଏହା ବିଭିନ୍ନ ପ୍ରକାର ପ୍ରି ଫେବ୍ରିକେଟେଡ ନିର୍ମାାଣ ସରଞ୍ଜାମ ତିଆରି କରିଥାଏ । ନିର୍ମାାଣରେ ବ୍ୟବହୃତ ହେଉଥିବା କଲମ୍, ପ୍ୟାନେଲ ଠୁ ଆରମ୍ଭ କରି ସ୍କ୍ରିନ ଓ ଇଣ୍ଟେରିଅର ଡିଜାଇନରେ ବ୍ୟବହୃତ ହେଉଥିବା ସମସ୍ତ ସରଞ୍ଜାମ, ଗୃହୋପକରଣ ତଥା ବାଉଁଶର ଗୃହ ନିର୍ମାଣ କରିବାକୁ ମଧ୍ୟ ଏହା କାର୍ଯ୍ୟ କରିଥାଏ । ଚୀନ ପରେ ଆମେ ବିଶ୍ୱର ଦ୍ୱିତୀୟ ବୃହତମ ବାଉଁଶ ଉତ୍ପାଦନକାରୀ । ଏହା ଶୀଘ୍ର ବଢ଼ିଥାଏ ଓ ଦେଶର ସବୁଆଡେ ଉପଲବ୍ଧ । ଭାରତର ନିର୍ମାଣ କ୍ଷେତ୍ରରେ ଥିବା ଗ୍ୟାପକୁ ବାଉଁଶ ପୂରଣ କରିପାରିବ ବୋଲି ୱଣ୍ଡର ଗ୍ରାସର ପ୍ରତିଷ୍ଠାତା ବୈଭବ କାଲୀ କୁହନ୍ତି ।

ଆଠ ବର୍ଷର ଏହି କଂପାନୀକୁ ଆରମ୍ଭ କରିବାକୁ ବୈଭବଙ୍କୁ ତାଙ୍କ ପିତା ଭିନୁ କାଲୀ, ଯେ କି ପେଶାରେ ଜଣେ ସ୍ଥାପତ୍ୟ ଶିଳ୍ପୀ ଓ ବାଉଁଶ ମଣିଷ ବୋଲି ସୁପରିଚିତ ଉତ୍ସାହିତ କରିଥିଲେ । ତାଙ୍କ ପିତା ଅନେକ ଗ୍ରାମୀଣ ବାଉଁଶ କାରୀଗରଙ୍କ ସହ କାମ କରିଛନ୍ତି ଓ ଏହି ଉପଯୋଗୀ ଘାସ ଉପରେ ବହୁ ରିସର୍ଚ୍ଚ କରିଛନ୍ତି ।

ବୈଭବ ତାଙ୍କ ପିତାଙ୍କ ପଦାଙ୍କ ଅନୁସରଣ କରି ଇଣ୍ଟେରିଅର ଡିଜାଇନରେ ସ୍ନାତକ କରିବା ସହ ଗ୍ରାମୀଣ ପ୍ରକଳ୍ପ ଉପରେ ଜର୍ମାନର ବାଉହାଉସ ବିଶ୍ୱବିଦ୍ୟାଳୟରୁ ସ୍ନାତ୍ତୋକତ୍ତର କରିଛନ୍ତି । ସେ ହସପିଟାଲିଟି କ୍ଷେତ୍ରରେ ବାସଗୃହ ଓ ସର୍ବସାଧାରଣ ବାସଗୃହ ନିର୍ମାଣକୁ ଗୁରୁତ୍ୱ ଦେଉଛନ୍ତି । ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଚମେଣ୍ଟ ବାଙ୍ଗାଲୋରର ଏନ ଏସ୍ ରାଘବନ ସେଣ୍ଟର ଫର ଏଣ୍ଟରପ୍ରିନ୍ୟୁଆଲ ଲର୍ଣିଂସରେ ୱଣ୍ଡର ଗ୍ରାସ ପ୍ରଦର୍ଶୀତ ହୋଇଥିଲା । ପ୍ରଚୁର ବାଉଁଶ ଉତ୍ପାଦନ ପାଇଁ ପରିଚିତ ନାଗପୁରରେ ୱଣ୍ଡର ଗ୍ରାସର ୨୫ ଜଣ ଶିଳ୍ପୀ ନିଯୁକ୍ତ କରିଛି। ନିକଟ ଭବିଷ୍ୟତରେ ଭୁବନେଶ୍ୱର, ଚେନ୍ନାଇ ଓ ପୁନେରେ ସୋରୁମ ଖୋଲିବା ପାଇଁ ଭୈବେଶ ଲକ୍ଷ୍ୟ ରଖିଛନ୍ତିି, ଯେଉଁଠାରେ ଗ୍ରାହକମାନେ ନିର୍ମାଣ କ୍ଷେତ୍ରରେ ବାଉଁଶର ବିଭିନ୍ନ ବ୍ୟବହାର ଉପରେ ଜାଣିବା ସହ ଏଥିରୁ ପ୍ରସ୍ତୁତ ସରଞ୍ଜାମ ବିଣିବାକୁ ପାଇବେ । ୱଣ୍ଡର ଗ୍ରାସ ବିଭିନ୍ନ ପ୍ରକାରର ଋତୁ କାଳୀନ ସାର୍ବଜନୀନ ପ୍ରିଫେବ୍ରିକେଟେଡ ନିର୍ମାଣ ସରଞ୍ଜାମ ତିଆରି କରିଥାଏ ।

ବାଉଁଶ ନିର୍ମାଣକୁ ନେଇ ଏବେ ବି ଲୋକମାନଙ୍କ ମଧ୍ୟରେ ଅନେକ ଜିଜ୍ଞାସା ରହିଛି । ଏହା ନିରାପଦ ହେବକି? ସୁଦୃଢ଼ ହେବକି? ପ୍ରଥମେ ଏହା ସେମାନଙ୍କ ଦୈନନ୍ଦିନ ଜୀବନ ସହ ଜଡିତ ହେବା ଆବଶ୍ୟକ, ଏହାର ଉପାଦେୟତା ସହ ପରିଚିତ ହେବାସହ ସେମାନେ ଧିରେ ଧିରେ ଏହାକୁ ସେମାନେ ନିର୍ମାଣରେ ବ୍ୟବହାର କରିବାକୁ ରାଜି ହେବେ ବୋଲି ବୈଭବ କୁହନ୍ତି । ତାଙ୍କ ମତରେ ଲୋକମାନେ ସାଧାରଣତ ଇଟା ଓ ସିମେଣ୍ଟର କଂକ୍ରିଟ ବାସଗୃହକୁ ଅତ୍ୟଧିକ ପସନ୍ଦ କରୁଥିବା ବେଳେ ସେ ଗୁଡିକ ଅତ୍ୟନ୍ତ ମାତ୍ରାରେ ପରିବେଶ ଅନୂପଯୋଗୀ, ଶକ୍ତିଗ୍ରାହୀ ଓ ସହଜରେ ମାଟି ସହ ନ ମିଶି ପାରିବେଶ ସନ୍ତୁଳନରେ ବ୍ୟାଘାତ ସୃଷ୍ଟି କରିଥାଏ ।

image


ବାଉଁଶ ଗୃହ ନିର୍ମାଣର ଜ୍ଞାନ କୌଶଳର ବହୁ ଉପାଦେୟତା ମଧ୍ୟରେ ଏହାର ଉତ୍ତମ ଗୁଣବତ୍ତା ଓ ଦୀର୍ଘ ସ୍ଥାୟୀତ୍ୱ ସହ କମ ଖର୍ଚ୍ଚରେ ହୋଇପାରୁଥିବା ସବୁଠୁ ଗୁରୁତ୍ୱ ପୂର୍ଣ୍ଣ । ଏକ ୪୦୦ ବର୍ଗ ଫୁଟର ଗୃହ ନିର୍ମାଣ ପାଇଁ ୧.୭୫ ରୁ ୨ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବାଉଁଶରେ ନିର୍ମାଣ କଲେ ଏହା ୧.୨୬ ଲକ୍ଷ୍ୟରେ ହୋଇପାରିବ । ଏହା ସହିତ ଏହା ଖୁବ କମ ସମୟରେ ନିର୍ମାାଣ ହୋଇଥାଏ ଓ ପ୍ରାକୃତିକ ଦୁର୍ବିପାକ ସମୟରେ ସହଜ ଓ ସୁବିଧାରେ ଉଦ୍ଧାର ଓ ରିଲିଫରେ ସହାୟକ ହୋଇଥାଏ । ଏଥିରେ ଖୁବ କମ ଓ ସ୍ଥାନୀୟ ଜ୍ଞାନ କୌଶଳ ବ୍ୟବହୃତ ହୋଇଥାଏ ।

ବାଉଁଶର ଉପାଦେୟତା

ଏହା ଅଙ୍ଗାରକାମ୍ଳ ଗ୍ରହଣ କରିବା ସହ ଅନ୍ୟ ବୃକ୍ଷ ତୁଳନାରେ ୩୫% ଅଧିକ ଅମ୍ଳଜାନ ବାୟୁମଣ୍ଡଳକୁ ଛାଡିଥାଏ । ଏହା ବୃଦ୍ଧି ପାଇଁ କୌଣସି ରାସାୟନିକ ସାର କିମ୍ବା ଜୈବିକ ସାରର ଆବଶ୍ୟକତା ପଡି ନଥାଏ । ଏହା କଟା ସରିବା ପରେ ଏହାର ସମସ୍ତ ଅଂଶ ମନୁଷ୍ୟର ବ୍ୟବହାରରେ ଆସିଥାଏ । ଏହା ଖୁବ କମ ଆବର୍ଜ୍ଜନା କିଆରି କରିବା ସହ ଏହାର ପତ୍ର ଝଡା ମୃତ୍ତିକାକୁ ଉର୍ବର କରିଥାଏ ।

ଅନେକ ସ୍ଥାନରେ ଏହା କାଠର ସ୍ଥାନ ପୂରଣ କରିବା ସହ କାଗଜ ତିଆରି, ଫ୍ଲୋରିଙ୍ଗ, ଆସବାବ ପତ୍ର, ନିର୍ମାଣ ଦ୍ରବ୍ୟ ଆଦି ଏଥିରୁ ପ୍ରସ୍ତୁତ କରାଯାଇଥାଏ ।

ଗ୍ରୀଷ୍ମ ଋତୁରେ ବାଉଁଶରେ ନିର୍ମିତ ଘର ଅନ୍ୟ ଘର ତୁଳନାରେ ଅଧିକ ଶୀତଳତା ପ୍ରଦାନ କରିଥାଏ । ଏତଦ୍ ବ୍ୟତୀତ ଏହାର ଆହୁରି ଅନେକ ଉପାଦେୟତା ରହିଛି ।

Get to know more about Wonder Grass and bamboo housing by clicking here.

ମୂଳ ଲେଖା - ମାରିଆନ ହେଇନିକ

ଅନୁବାଦ - ସୌରଭ କୁମାର ପରିଡ଼ା