ମୋବାଇଲ ଫୋନ ଦ୍ଵାରା ପରିଚାଳିତ ପାଣି ପମ୍ପ କଣ୍ଟ୍ରୋଲରକୁ ତାମିଲନାଡୁରେ ବାସ୍ତବତାରେ ରୂପ ଦେଇଥିବା କମ୍ପାନୀ, Essmart

ମୋବାଇଲ ଫୋନ ଦ୍ଵାରା ପରିଚାଳିତ ପାଣି ପମ୍ପ କଣ୍ଟ୍ରୋଲରକୁ ତାମିଲନାଡୁରେ ବାସ୍ତବତାରେ ରୂପ ଦେଇଥିବା କମ୍ପାନୀ, Essmart

Thursday November 26, 2015,

3 min Read

ଆମେ ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ ହେବ ଅତ୍ୟାଧୁନିକ ଜ୍ଞାନକୌଶଳ ସହ ପରିଚିତ ଥିଲେ ମଧ୍ୟ ଜୀବନ ଧାରଣ ମାନକୁ ଉନ୍ନତ କରିବା ପାଇଁ ଉଦ୍ଧିଷ୍ଟ ଦ୍ରବ୍ୟଗୁଡିକ ସହ ଭଲଭାବେ ପରିଚିତ ହୋଇନାହୁଁ କିମ୍ବା ଏହାର ବ୍ୟବହାର କରୁନାହୁଁ । କିନ୍ତୁ ଏ ଗୁଡିକର ସଠିକ ବିତରଣ ଦ୍ଵାରା ଏହା ଲୋକମାନଙ୍କ ବ୍ୟବହାରରେ ଲାଗିପାରିବ ଓ ଜନାଦୃତ ହୋଇପାରିବ, ଯାହାକି ଦୁଇ ଜଣ ନାମୀ କଲେଜର ଗ୍ରାଜୁଏଟ Essmart ଭଳି ଏକ ଷ୍ଟାର୍ଟ ଅପ କଂପାନୀ ଦ୍ୱାରା ତାମିଲନାଡୁରେ ଏହାକୁ ସଫଳ କରିପାରିଛନ୍ତି । ବିଶ୍ୱର ଅତ୍ୟାବଶ୍ୟକୀୟ ଜ୍ଞାନକୌଶଳର ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟଗୁଡିକୁ ଗ୍ରାମୀଣ ଦୋକାନରେ ଉପଲବ୍ଧ କରାଇ ଲୋକମାନଙ୍କ ନିକଟରେ ପହଂଚାଇବାକୁ ଉଦ୍ୟମରତ ।

image


ଗ୍ରାମର ସଉଦା ଦୋକାନଗୁଡିକ ଲୋକଙ୍କ ବିଶ୍ୱସନୀୟ, ଏହା ମାଧ୍ୟମରେ ନିଜର ବ୍ୟବସାୟକୁ ଲୋକଙ୍କ ନିକଟରେ ପହଂଚାଇ ହେବ । ଏପରି ଏକ ନିଆରା ପଦକ୍ଷେପ ନେଇ Essmartର ପ୍ରତିଷ୍ଠାତା ଡାଇନା ଓ ଜ୍ୟାକି ନିଜର ବିତରଣ ଆରମ୍ଭ କଲେ । ସଉଦା ଦୋକାନଗୁଡିକୁ ଏହି ଦ୍ରବ୍ୟଗୁଡିକୁ ବିକିବାକୁ ଏହାର ସେଲ୍ସ ଏକଜ୍ୟୁକିଟିଭମାନେ ସେମାନଙ୍କୁ ବାଧ୍ୟ ନକରି କେବଳ ସେମାନଙ୍କ ପାଖରେ ଉପଲବ୍ଧ କରାଇବାକୁ ଚେଷ୍ଟା କଲେ ଏବଂ ଦୋକାନୀମାନେ ମୌଖିକ ଭାବରେ ଗ୍ରାହକମାନଙ୍କୁ ଏହାର ଆବଶ୍ୟକତା ସମ୍ପର୍କରେ ଜଣାଇ ସେମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିକ୍ରି କରିବାକୁ ଆରମ୍ଭ କଲେ । ଲୋକମାନଙ୍କର Essmart ଉପରେ ବିଶ୍ୱାସକୁ ଦେଖି ୨୦୧୨ ମସିହାରେ ପୋଲାଚିର ଗୋଟିଏ ବିତରଣ କେନ୍ଦ୍ରରୁ ଆଜି ତାମିଲନାଡୁର ବିଭିନ୍ନ ସ୍ଥାନରେ ୬ ଟି କାର୍ଯ୍ୟାଳୟ ଖୋଲିଛି । ସୌର ଲଣ୍ଠନରୁ ଆରମ୍ଭ କରି ପାଣି ଛଣା ଏବଂ ଚାଷ ଉପକରଣ ପରି ଅନେକ ଦ୍ରବ୍ୟର ବ୍ୟବସାୟ କରି ଏହା ଲୋକମାନଙ୍କ ପ୍ରଥମ ପସନ୍ଦ ହୋଇପାରିଛି ।

Essmart ଆଞ୍ଚଳିକ ନିର୍ମାତା ଓ ଆମଦାନୀ କରାଯାଇଥିବା ଦ୍ରବ୍ୟଗୁଡିକୁ ବିତରଣ କରି ନିର୍ମାତାମାନଙ୍କୁ ଏକ ବିଶ୍ୱସ୍ତ ମାର୍କେଟ ଯୋଗାଇବା ସହିତ ସେମାନଙ୍କୁ ମନପସନ୍ଦର ଏକ ବ୍ୟବସାୟୀକ କ୍ଷେତ୍ର ପ୍ରଦାନ କରିଥାଏ । ବାସ୍ତବରେ ଏହା ବ୍ୟବସାୟ ମାଧ୍ୟମରେ ଏକ ସାମାଜିକ ସଚେତନତା ସୃଷ୍ଟି କରିବା ସହ ଉନ୍ନତିରେ ସହାୟକ ହୋଇଥାଏ । କଂପାନୀ ନିଜର ଦ୍ରବ୍ୟଗୁଡିକୁ ଅନ୍ୟ କପାନୀମାନଙ୍କ ଭଳି କେବଳ ଗରିବ ଲୋକମାନଙ୍କୁ ପହଂଚାଇବା ପରିବର୍ତ୍ତେ ସର୍ବସାଧାରଣଙ୍କ ନିକଟରେ ପହଂଚାଇବାକୁ କାର୍ଯ୍ୟ କରିଥାଏ । ଗ୍ରାହକମାନେ ସେମାନଙ୍କ ଦ୍ରବ୍ୟରେ ସନ୍ତୁଷ୍ଟ ହୋଇ ଏହାର ପ୍ରଚାରକ ପାଲଟିଗଲେ, କାରଣ ଏହା ବିଭିନ୍ନ ଏନଜିଓ ଓ ଚାରିଟେବଲ ଟ୍ରଷ୍ଟ ମାଗଣାରେ ବିତରଣ କରୁଥିବା ଦ୍ରବ୍ୟ ତୁଳନାରେ ଉନ୍ନତ ଓ ଦୀର୍ଘସ୍ଥାୟୀ ଥିଲା ଏବଂ କଂପାନୀ ସେମାନଙ୍କୁ ଏକ ଉନ୍ନତ ମାନର ଜୀବନ ଶୈଳୀ ସହ ପରିଚିତ କରାଇ ପାରିବାରେ ସକ୍ଷମ ହେଲା ।

image


ପୂର୍ବରୁ ଗ୍ରାହକମାନେ ଏଭଳି ଦ୍ରବ୍ୟମାନ କିଣି ଠକାମୀର ଶୀକାର ହୋଇଥିବାରୁ ଏସବୁ ଦ୍ରବ୍ୟ ପ୍ରତି ସେମାନଙ୍କର ବିଶ୍ୱାସ ନଥିଲା । କିନ୍ତୁ ଡାଇନା ଓ ଜ୍ୟାକି ପ୍ରତିଟି ଦ୍ରବ୍ୟକୁ ସେମାନଙ୍କ ବ୍ରାଣ୍ଡର ଏକ ସହମତି ଦେଇ ଗ୍ରାହକମାନଙ୍କୁ ଏକ ନିର୍ଭର ପ୍ରତିଶୃତି ଦେବାକୁ ଚେଷ୍ଟା କଲେ । ଯାହାକି ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ସହିତ ଏହାର ପରବର୍ତ୍ତି ମରାମତି ଓ ଫେରସ୍ତ ପରି ସେବା ମାଧ୍ୟମରେ ଗ୍ରାହକମାନଙ୍କ ମଧ୍ୟରେ ଏକ ବିଶ୍ୱାସ ଜନ୍ମିଲା ।

Diana Jackie Cartier Etienne Jeanneret

Diana Jackie Cartier Etienne Jeanneret


ଏକ ଅପରିଚିତ ଅଂଚଳରେ ନିଜର ସ୍ୱପ୍ନକୁ ବାସ୍ତବତାର ରୂପ ଦେବା ଉଭୟଙ୍କ ପରି ଏକ ଦିବାସ୍ୱପ୍ନ ପରି ମନେ ହେଉଥିଲା । କିନ୍ତୁ ଡାଇନା ମାଡ୍ରାସ IITରେ ପଢ଼ିବା ସମୟରେ ତାମିଲନାଡୁ ରାଜ୍ୟରେ ଏକ ସଂମ୍ପର୍କ ଗଢ଼ିପାରିଥିଲେ ଏବଂ ଜ୍ୟାକିଙ୍କର ବନ୍ଧୁ ପ୍ରଶାନ୍ତ ଭେଙ୍କଟରମଣ ଯେ କି ପୋଲାଚିର ବାସିନ୍ଦା ପ୍ରତିଟି ସୋପାନରେ ସେମାନଙ୍କୁ ସହଯୋଗ କରିବାରୁ ସେମାନଙ୍କର ସ୍ୱପ୍ନ ଖୁବ ଶୀଖ୍ର ସଫଳ ରୂପାୟନ ନେଇପାରିଲା । ଏ ନେଇ ଜ୍ୟାକି କୁହନ୍ତି, "ମୁଁ ଦୁଃସାଧ୍ୟ କାର୍ଯ୍ୟ କରିବାକୁ ରିସ୍କ ନେବାକୁ ପସନ୍ଦ କରେ ତେଣୁ ଆମେ ଦୁଇଜଣ ଦକ୍ଷୀଣ ଭାରତରେ ଆମର ଅସ୍ତିତ୍ୱ ନଥାଇ ମଧ୍ୟ ଏହାକୁ ଆରମ୍ଭ କରିବାକୁ ସ୍ଥିରକଲୁ। "

କେବେବି ଶିଳ୍ପଦ୍ୟୋଗୀ ହେବାକୁ ଇଛା କରିନଥିବା ଡାଏନା ତାଙ୍କର ‘Social impact Technology Dissemination in Southern India,’ ଥେସିସ ଉପରେ କାର୍ଯ୍ୟ କରିବା ସମୟରେ ସେ ଜାଣିବାକୁ ପାଇଲେ ବିତଣର ବ୍ୟବସ୍ଥା ଉପରେ କେହି ଧ୍ୟାନ ଦେଉନାହାଁନ୍ତି । MITରୁ ଅର୍ବାନ ପ୍ଲାନିଂ ଏଣ୍ଡ ଇଣ୍ଟରନ୍ୟାସନାଲ ଡେଭେଲପମେଣ୍ଟ ରେ ନିଜର ସ୍ନାତୋକତ୍ତର ସାରିବା ପରେ ସେ ଏହା ଉପରେ କାର୍ଯ୍ୟ କରିବାକୁ ମନ ବଳାଇଲେ। ଏଥିପାଇଁ ସେ ସମାନ ଭାବନା ରଖୁଥିବା ଜ୍ୟାକି, ଯେକି ହାର୍ଭାର୍ଡରୁ ଇଂଜିନିୟରିଂ ଫର ସସ୍ଟେନେବଲ ଡେଭଲପମେଣ୍ଟ ପଢ଼ିଥିଲେ, ତାଙ୍କ ସହ ହାତ ମିଳାଇଲେ । ଉଭୟେ ପ୍ରଥମେ ଜଣେ କଲେଜ ପ୍ରଫେସରଙ୍କ ଦ୍ୱାରା ପରିଚିତ ହୋଇଥିଲେ । ଏହା ପରେ ଉଭୟ ନିଜର ପ୍ରକଳ୍ପ ନେଇ ମାନସ ମନ୍ଥନ ଆରମ୍ଭ କରିଦେଲେ ।

image


ଉଭୟଙ୍କର ବିଜ୍ଞାପନ ଓ ବିତରଣ ଉପରେ ଯଥେଷ୍ଟ ଜ୍ଞାନ ଥିଲା । ସେମାନେ ନିଜର କଂପାନୀ ମଡେଲ ପାଇଁ MIT ଗ୍ଲୋବାଲ ଚ୍ୟାଲେଞ୍ଜ, ଡେଲ ସୋସିଆଲ ଇନୋଭେସନ ଚ୍ୟାଲେଞ୍ଜ ଏଣ୍ଡ ଗ୍ରୀନ ଫେଲୋଜ୍ ଭଳି ପୁରସ୍କାରମାନ ଜିତିଥିଲେ ଓ ପୁରସ୍କାର ରାଶି ସେମାନଙ୍କୁ ଅର୍ଥ ଯୋଗାଡରେ ଏକ ପ୍ରକରର ଶକ୍ତିବର୍ନ୍ଧକ ରୂପେ କାର୍ଯ୍ୟ କଲା । କିନ୍ତୁ ଦ କାର୍ଟିଅରସ୍ ଓମ୍ୟାନ୍ସ୍ ଇନିସିଏଟିଭ ଆୱାର୍ଡ ୨୦୧୪ ଇନ ଏସିଆ ପେସିଫିକ ସେମାନଙ୍କୁ ନୂତନ ପଥ ଦେଖାଇଲା ଓ ସେମାନେ ନିଜର ସ୍ୱପ୍ନକୁ ସାକାର କରିପାରିଲେ ।

ମୂଳ ଲେଖା - ସାଗରିକା ଶେନୋୟ

ଭାଷାନ୍ତର - ସୌରଭ ପରିଡ଼ା