ଚିଫ୍ ଜଷ୍ଟିସଙ୍କ ଷ୍ଟଡ଼ି: ୫ ଜଜ୍ ପାସ୍, ୮ ଫେଲ୍

ନୂଆ କରି ଦାୟିତ୍ୱ ନେଇଥିବା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଟି.ଏସ୍ ଠାକୁର ଏ ସଂପର୍କରେ ଏକ ଷ୍ଟଡ଼ି କରିଥିଲେ । କେଉଁ ବିଚାରପତିଙ୍କ ପାଖରେ ମାମଲା ବିଚାରରେ ବିଳମ୍ବ ହେଉଛି, ସେ ସଂପର୍କରେ ସମୀକ୍ଷା କରିବା ପରେ ଏ କଥା ସାମ୍ନାକୁ ଆସିଥିଲା ।

ଚିଫ୍ ଜଷ୍ଟିସଙ୍କ  ଷ୍ଟଡ଼ି: ୫ ଜଜ୍ ପାସ୍, ୮ ଫେଲ୍

Friday January 08, 2016,

2 min Read

ନୂଆ କରି ଦାୟିତ୍ୱ ନେଇଥିବା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଟି.ଏସ୍ ଠାକୁର ଏ ସଂପର୍କରେ ଏକ ଷ୍ଟଡ଼ି କରିଥିଲେ । କେଉଁ ବିଚାରପତିଙ୍କ ପାଖରେ ମାମଲା ବିଚାରରେ ବିଳମ୍ବ ହେଉଛି, ସେ ସଂପର୍କରେ ସମୀକ୍ଷା କରିବା ପରେ ଏ କଥା ସାମ୍ନାକୁ ଆସିଥିଲା ।

ନ୍ୟାୟାଳୟରେ ବିଚାରାଧୀନ ମାମଲା ଅନେକ ସମୟରେ ଲମ୍ବି ଚାଲେ। ବିଚାର ପ୍ରକ୍ରିୟା ବିଳମ୍ବିତ ହୁଏ । ଯାହାକୁ ନେଇ ଅନେକ ସମୟରେ ସ୍ୱର ବି ଉଠିଛି ।

ହେଲେ ନୂଆ କରି ଦାୟିତ୍ୱ ନେଇଥିବା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଟି.ଏସ୍ ଠାକୁର ଏ ସଂପର୍କରେ ଏକ ଷ୍ଟଡ଼ି କରିଥିଲେ । କେଉଁ ବିଚାରପତିଙ୍କ ପାଖରେ ମାମଲା ବିଚାରରେ ବିଳମ୍ବ ହେଉଛି, ସେ ସଂପର୍କରେ ସୀମକ୍ଷା କରିବା ପରେ ଏ କଥା ସାମ୍ନାକୁ ଆସିଥିଲା ।

image


ପୂର୍ବରୁ କେବେ ହେଲେ ସୁପ୍ରିମକୋର୍ଟର ବିଚାରପତିମାନଙ୍କ ବ୍ୟକ୍ତଗତ ପର୍ଫମାନ୍ସ ଦେଖା ଯାଇନି । କିନ୍ତୁ ଡିସେମ୍ବର ୨ ରେ ଦାୟିତ୍ୱ ନେବା ପରେ ରେଜେଷ୍ଟ୍ରି ବିଭାଗରୁ ୧୩ ଜଣ ବିଚାରପତି ଗଲା ୬ ମାସରେ ସମାଧାନ କରିଥିବା ମାମଲା ସଂପର୍କରେ ସମୀକ୍ଷା କରିଥିଲେ ।

ଯଦିଓ ଏହା କୁହାଯାଉଛି ଯେ, ସମୀକ୍ଷା ଶେଷରେ ଆସିଥିବା ଫଳାଫଳ ବିଚାରପତିମାନଙ୍କ ପ୍ରଦର୍ଶନ ସାଙ୍ଗରେ ଯୋଡ଼ା ଯିବନି, ତଥାପି ଏହି ପ୍ରକ୍ରିୟା ବିଶେଷ ମହତ୍ୱ ରଖେ । ଜଣେ ଅଧିକାରୀଙ୍କ କହିବା ଅନୁସାରେ- ହୁଏତ କୌଣସି ବିଚାରପତିଙ୍କ ନିକଟକୁ ଖୁବ ଜଟିଳ ମାମଲା ଆସିଥିବ, ଯାହାର ବିଚାର କରିବାରେ ଅଧିକ ସମୟ ଲାଗିଥିବ । ହୁଏତ ଆଉ କାହା ପାଖକୁ ଅପେକ୍ଷାକୃତ କମ ଜଟିଳ ମାମଲା ଆସିଥିବ ।

ମୁଖ୍ୟ ବିଚାରପତିଙ୍କ ଷ୍ଟଡ଼ି ଅନୁସାରେ- ଜଷ୍ଟିସ୍ ଏଆର୍ ଦବେ, ରଂଜନ ଗୋଗୋଇ, ଚିଫ୍ ଜଷ୍ଟିସ୍ ଠାକୁର, ମଦନ ବି ଲୋକୁର ଏବଂ ଜେଏସ୍ ଖେହେର ମାମଲାକୁ କମାଇବା ଦିଗରେ ବିଚାର କରିଛନ୍ତି । ବାକି ଆଠ ଜଣ ବିଚାରପତିଙ୍କ ପାଖରେ ମାମଲା ବିଳମ୍ବିତ ହୋଇଛି ।

ଲିଷ୍ଟ ଅନୁସାରେ, ଜଷ୍ଟିସ୍ ଦୀପକ ମିଶ୍ର ସବୁଠାରୁ ଧୀର ବେଗରେ କାମ କରିଛନ୍ତି ।

୨୦୧୧ ମସିହାରେ ସୁପ୍ରିମକୋର୍ଟରେ ୩୬,୪୭୨ଟି ମାମଲାର ଫଇସଲା ହୋଇଥିବା ବେଳେ ୨୦୧୨ରେ ମାତâ ୩୩, ୨୨୧, ୨୦୧୩ରେ ୩୯,୭୪୭ ଏବଂ ୨୦୧୪ରେ ୪୩,୪୩୭ଟି ମାମଲାର ଫଇସଲା ହୋଇଛି । ୨୦୧୫ରେ ୩୩,୮୮୮ଟି ମାମଲା ସମାଧାନ କରାଯାଇଛି ।